ଫଳାଫଳ ପୂର୍ବରୁ ଚର୍ଚ୍ଚାରେ ଥିଲେ ମୁକେଶ

ଲୋଇସିଂହା,୪।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲାରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ। ମଙ୍ଗଳବାର ଭୋଟ ଗଣତି ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ଭାଜପା ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ୧୯ ହଜାରରୁ ଅଧିକ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି। ମେ ୧୩ରେ ର୍ନିବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ସରିବା ପରେ ଭାଜପା ଓ ବିଜେଡ଼ି ମଧ୍ୟରେ ସିଧା ସଳଖ ଲଢ଼େଇ ହେଉଥିବା ନେଇ ଆଲୋଚନା ହୋଇଥିଲା। ଏଠାରୁ ଭାଜପା ବିଧାୟକ ପ୍ରାର୍ଥୀ ମୁକେଶ ମଲିଂ ପୁଣି ବିଜୟୀ ହେବା ସହ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ତାଙ୍କ ସମର୍ଥକ କହି ବୁଲିବା ସହ ଛକ ଛକରେ ଆଲୋଚନା କରୁଥିଲେ। ଓଡ଼ିଶାରେ ଭାଜପା ସରକାରହେଲେ ମୁକେଶଙ୍କୁ ଦଳ ମୁଖ୍ୟ ମନ୍ତ୍ରୀପଦ ଦେଇପାରନ୍ତି ବୋଲି ସମର୍ଥକ ଆଲୋଚନା ଆରମ୍ଭ କରିଦେଇଥିଲେ। ଏପରିକି ଏହି ଆଲୋଚନା ରାଜଧାନୀ ବି ହେଉଥିବା ସମର୍ଥକ କହୁଥିଲେ। ସତକୁ ସତ ରାଜ୍ୟରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ମୁକେଶ ବଡ଼ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି। ତାଙ୍କ ସମର୍ଥକଙ୍କ ଆଶା ଦ୍ୱିଗୁଣିତ ହୋଇ ଯାଇଛି। ଏ ସମ୍ପର୍କରେ ମୁକେଶଙ୍କୁ ପଚାରିବାରୁ, ସମର୍ଥକଙ୍କ ଆଲୋଚନାକୁ ଖଣ୍ଡନ କରି ନ ଥିଲେ। ଭାଜପା ଏକ କ୍ୟାଡର ବେଶ୍‌ ତଥା ଗଣତାନ୍ତ୍ରିକ ଦଳ। ଦଳ ଯାହା ନିଷ୍ପତ୍ତି ନେବ ଓ ଦାୟିତ୍ୱ ଦେବ ତାହାକୁ ଗ୍ରହଣ କରିବି ଏବଂ ସୂଚାରୁ ରୂପେ ତୁଲାଇବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ

ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ଉତ୍ତମ ରାଷ୍ଟ୍ର ଗଠନ ପାଇଁ ଉତ୍ତମ ସାହିତ୍ୟ ଚେତନା ଜରୁରୀ

ଭଞ୍ଜନଗର,୨୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଶାସନ ପଞ୍ଚାୟତ ଅନ୍ତର୍ଗତ ବଡ଼ଦୋଡଙ୍ଗା ଗ୍ରାମରେ ବୁଧବାର ଏକ କବିତା ଆସର ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri