ବିଳାଶପୂର୍ଣ୍ଣ ହୋଟେଲ କିଣିଲେ ମୁକେଶ ଅମ୍ବାନୀ, ଦିନକର ଭଡା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଆମେରିକାର ନ୍ୟୁୟର୍କ ସହରରେ ଥିବା ମାଣ୍ଡାରିନ ଓରିଏଣ୍ଟାଲ ହୋଟେଲ କିଣିଛନ୍ତି। ଏହି ହୋଟେଲକୁ ସେ ୭୨୮ କୋଟି ଟଙ୍କା କିଣିଛନ୍ତି। ମୁକେଶ ଅମ୍ବାନୀ ଏହା ପୂର୍ବରୁ ବ୍ରିଟେନର କଣ୍ଟ୍ରି କ୍ଲବ ମଧ୍ୟ କିଣିଥିଲେ। ନ୍ୟୁୟର୍କ ର ସବୁଠାରୁ ମହଙ୍ଗା ଏବଂ ପ୍ରସିଦ୍ଧ ହୋଟେଲ ମଧ୍ୟରେ ମାଣ୍ଡାରିନ ଓରିଏଣ୍ଟାଲ ହୋଟେଲ ଗଣନା କରାଯାଏ। ମୁକେଶ ଅମ୍ବାନୀ ଏହାକୁ ଦୀର୍ଘ ଦିନ ଧରି କିଣିବାକୁ ଯୋଜନା କରୁଥିଲେ। ଏହି ହୋଟେଲରେ ଗୋଟିଏ ରାତି ରହିଲେ ସର୍ବନିମ୍ନ ୭୪୫ ଡଲାର୍‌ ଅର୍ଥାତ୍‌ ୫୫ ହଜାର ଟଙ୍କା ଏବଂ ସର୍ବାଧିକ ୧୦.୪୦ ଲକ୍ଷ ଟଙ୍କା ଦେବାକୁ ପଡେ। ରୁମ୍‌ ଅନୁସାରେ ଟଙ୍କା ନିଷ୍ପତ୍ତି ନିଆଯାଏ। ଏହି ହୋଟେଲରେ ୨୪୮ଟି ରୁମ୍‌ ରହିଛି।
୨୦୦୩ ମସିହାରେ ନ୍ୟୁୟର୍କର ୮୦ କଲମ୍ବସ ସର୍କଲରେ ୫ ତାରକା ମାଣ୍ଡାରିନ ଓରିଏଣ୍ଟାଲ ହୋଟେଲ ନିର୍ମାଣ କରାଯାଇଥିଲା। ମୁକେଶ ଅମ୍ବାନୀ ଏହି ହୋଟେଲକୁ ୯.୮୧ କୋଟି ଡଲାର ଅର୍ଥାତ୍‌ ୭୨୮ କୋଟି ଟଙ୍କାରେ କିଣିଛନ୍ତି ଏବଂ ଏହାପୂର୍ବରୁ ବ୍ରିଟେନର କଣ୍ଟ୍ରି କ୍ଲବକୁ ମଧ୍ୟ ସେ ୫୯୨ କୋଟି ଟଙ୍କାରେ କିଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri