କାଦୁଅ ରାସ୍ତା, ଅଧାବାଟରୁ ଫେରିଲା ମୁଖ୍ୟମନ୍ତ୍ରୀ ବସ୍‌

ଲୋଇସିଂହା,୨୪।୬(ସୁଶାନ୍ତ ବାରିକ):ବର୍ଷାରେ କେନାଲ ରାସ୍ତା କାଦୁଅ ହୋଇ ପଡିଥିବାରୁ ଆଗଲପୁରରୁ ପଟୁଆପାଲିକୁ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍‌ ଗତ ଦୁଇ ଦିନ ହେବ ଅଧାବାଟରୁ ଫେରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ା
ମିଳିଥିବା ସୂଚନା ଅନୁଯାୟୀ, ଆଗଲପୁରରୁ ମୁଖ୍ୟମନ୍ତ୍ରୀ ବସ୍‌ ବାହାରି ଭରସୁଜା, ବଡଟୀକା, ନଅଗାଁ(ଖ) ଦେଇ ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ବୁର୍ଡାରେ ପହଞ୍ଚତ୍ଥାଏ। ବୁର୍ଡାରୁ ରଗୁଡିଖାଲ ଦେଇ ବଟକି -ବିଶାଳପାଲି କେନାଲ ରାସ୍ତା ଦେଇ ପଟୁଆପାଲି ପର୍ଯ୍ୟନ୍ତ ଉକ୍ତ ବସ୍‌ ନିୟମିତ ଭାବେ ଦିନକୁ ୨ ଥର ଯାତାୟତ କରିଥାଏ। ତେବେ ଗତ ଦୁଇଦିନ ହେଲା ବର୍ଷା ହୋଇଥିବା ବେଳେ ବିଶାଳପାଲିରୁ ବଡଖଲିଆପାଲି ୨ କିମି ରାସ୍ତା କର୍ଦ୍ଦମାକ୍ତ ହୋଇପଡିଛି। ଚଳିତବର୍ଷ କେନାଲ କାମ କରାଯାଇଥିବାରୁ କେନାଲର ମାଟି ଉକ୍ତ ରାସ୍ତା ଉପରେ ପଡି ରହିଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ଏବେ ବର୍ଷାରେ ଉକ୍ତ ରାସ୍ତା କାଦୁଅ ପଚ୍‌ପଚ୍‌ ହୋଇ ପଡିଛି। ମୁଖ୍ୟମନ୍ତ୍ରୀ ବସ୍‌ ବିଶାଳପାଲି ଛକ ପର୍ଯ୍ୟନ୍ତ ଯାଉଛି। କାଦୁଆ ରାସ୍ତାରେ ବସ୍‌ ନେବାକୁ ଡ୍ରାଇଭର ଭୟ କରୁଛନ୍ତି। କାଳେ ଚକ ଖସିଯାଇ ଦୁର୍ଘଟଣା ହେବ ଏହି ଆଶଙ୍କାରେ ପଟୁଆପାଲି ପର୍ଯ୍ୟନ୍ତ ନ ଯାଇ ବିଶାଲପାଲି ଛକରୁ ବସ ଫେରି ଆସୁଥିବା ଜଣାପଡିଛି। ଆରଡି ବିଭାଗ ଏବଂ ଜଳସମ୍ପଦ ବିଭାଗର ଦୂରଦୃଷ୍ଟି ଅଭାବରୁ ଲୋକେ ବସ୍‌ ସେବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କାରକୁ ପିଟିଲା ଟ୍ରକ: ଅଳ୍ପକେ ବର୍ତ୍ତିଲେ ୪ ଖବରଦାତା

ବରଗଡ଼,୧୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସଡ଼କ ଦୁର୍ଘଟଣା ସାଧାରଣରେ ପରିଣତ ହୋଇଛି। ସୋମବାର ସହରସ୍ଥିତ ଗୁରୁଦ୍ୱାରା ଛକରେ ସଡ଼କ ଦୁର୍ଘଟଣାରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ବୁଧବାର…

ଭାରତ ବିପକ୍ଷ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ଖୁଲାସା: ଦଳକୁ ଫେରିବେ ଏହି ୩ ଧୁରନ୍ଧର ବୋଲର!

ନୂଆଦିଲ୍ଲୀ, ୧୮।୧୧: ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ନିଜ ଦଳର ରଣନୀତିକୁ ନେଇ ବଡ଼ ସୂଚନା ଦେଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥମ। ୱେଲିଂଟନରେ…

ଆଉ ମାତ୍ର ୩ ଉଇକେଟ୍‌… ବିଶ୍ୱରେକର୍ଡ କରିବେ ବୁମ୍‌ରା, ହାତରେ ଅଛି ସୁବର୍ଣ୍ଣ ସୁଯୋଗ

ଓ୍ବେଲିଂଟନ୍‌,୧୮।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଦୃଷ୍ଟିରୁ…

ବାତ୍ୟା ‘ଅକ୍ୱାନ’କୁ ନେଇ IMD ଡିଜିଙ୍କ ବଡ଼ ସୂଚନା, ଓଡ଼ିଶାରେ ହେବ…

ଭୁବନେଶ୍ୱର,୧୮।୧୧: ସାମୁଦ୍ରିକ ଝଡ଼ ‘ଅକ୍ୱାନ’ ଭୀଷଣ ବାତ୍ୟାର ରୂପ ନେଇଛି। ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା। ବାତ୍ୟା…

ମହିଳା ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ପୁଅକୁ ଅପହରଣ, ଅଭିଯୋଗ ଆଣି ପରିବାର ଲୋକେ କହିଲେ…

ଆଳି,୧୮ା୧୧(ବନମାଳୀ ସେନାପତି): ଆପାର୍ଟମେଣ୍ଟରୁ ମହିଳା ସ୍ବାସ୍ଥ୍ୟ କର୍ମଚାରୀ ଓ ତାଙ୍କ ୮ ବର୍ଷର ପୁଅକୁ ଅପହରଣ କରାଯାଇଥିବା ନେଇ କେନ୍ଦ୍ରାପଡ଼ା ଜିଲା ଆଳି ଥାନାରେ ପରିବାର ଲୋକ…

ମୃତ୍ୟୁଶଯ୍ୟାରେ ୮୨ ବର୍ଷୀୟା ବୃଦ୍ଧା ନୀଳା ବେହେରା, ପାଞ୍ଚ ମାସ ହେଲା ମିଳୁନି ଭତ୍ତା

ଗଞ୍ଜାମ,୧୮/୧୧ (ବିଦ୍ୟାଧର ସାହୁ): ଗରିବ ଓ ଅସହାୟ ଜନସାଧାରଣଙ୍କ ହିତ ପାଇଁ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ମଧୁବାବୁ ପେନସନ ଯୋଜନା ଓ…

୩ ମହିଳା ଡାକ୍ତରଙ୍କୁ ମାନସିକ ନିର୍ଯାତନା

ସମ୍ବଲପୁର,୧୮।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ କାର୍ଯ୍ୟରତ ୩ ମହିଳା ଡାକ୍ତର ବିଭାଗୀୟ ଇନଚାର୍ଜଙ୍କ ବିରୋଧରେ ମାନସିକ ନିର୍ଯାତନା…

ବାତ୍ୟା ଆଶଙ୍କା: ସଜାଗ ପୁରୁଷୋତ୍ତମପୁର ଜଳସମ୍ପଦ ବିଭାଗ, ନଦୀ-ନାଳକୁ ନ ଯିବା ପାଇଁ…

ପୁରୁଷୋତ୍ତମପୁର,୧୮ା୧୧(ସବିତା ମିଶ୍ର): ସାମୁଦ୍ରିକ ଝଡ଼ ‘ଅକ୍ୱାନ’କୁ ନେଇ ଆଶଙ୍କା ଦେଖାଦେଇଛି। ପୂର୍ବ ବନ୍ୟାର ଭୟ ମନରୁ ଲିଭି ନ ଥିବାବେଳେ ଆଉ ଏକ ସମ୍ଭାବ୍ୟ ବିପଦକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?