ମୃତ୍ୟୁଶଯ୍ୟାରେ ୮୨ ବର୍ଷୀୟା ବୃଦ୍ଧା ନୀଳା ବେହେରା, ପାଞ୍ଚ ମାସ ହେଲା ମିଳୁନି ଭତ୍ତା

ଗଞ୍ଜାମ,୧୮/୧୧ (ବିଦ୍ୟାଧର ସାହୁ): ଗରିବ ଓ ଅସହାୟ ଜନସାଧାରଣଙ୍କ ହିତ ପାଇଁ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ମଧୁବାବୁ ପେନସନ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତା ଅନ୍ୟତମ। ବାର୍ଦ୍ଧକ୍ୟ ଅବସ୍ଥାରେ ବୟସ୍କ ବ୍ୟକ୍ତିମାନଙ୍କ ଔଷଧପତ୍ର ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣରେ ସହାୟତା କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଏହି ଭତ୍ତା ପ୍ରଦାନ କରାଯାଉଛି। ମାତ୍ର ଏହି ଯୋଜନାରୁ ଲାଭ ପାଉଥିବା ହିତାଧିକାରୀମାନେ ଯଦି ଦୀର୍ଘଦିନ ଧରି ଭତ୍ତାରୁ ବଞ୍ଚିତ ହୁଅନ୍ତି, ତେବେ ସେମାନଙ୍କ ଦୁର୍ଦ୍ଦଶା କେତେ ଯେ ବଢ଼ିଯାଏ, ତାହାର ଏକ ଉଦାହରଣ ହେଉଛନ୍ତି ଗଞ୍ଜାମ ସହରର ସାନବଜାର ଅଞ୍ଚଳର ୮୨ ବର୍ଷୀୟା ବୃଦ୍ଧା ନୀଳା ବେହେରା।

ଗଞ୍ଜାମ ଏନ୍‌ଏସିର ୫ ନମ୍ବର ୱାର୍ଡ ଅନ୍ତର୍ଗତ ସାନବଜାର ଅଞ୍ଚଳର ବାସିନ୍ଦା ନୀଳା ବେହେରା ଗତ ପାଞ୍ଚ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇନାହାନ୍ତି। ବର୍ତ୍ତମାନ ସେ ଗୁରୁତର ଅସୁସ୍ଥ ହୋଇ ଶଯ୍ୟାଶାୟୀ ଅଛନ୍ତି। ପୂର୍ବରୁ ମିଳୁଥିବା ୩ ହଜାର ୫୦୦ ଟଙ୍କା ଭତ୍ତାରେ ସେ ନିଜର ଔଷଧପତ୍ର କିଣିବା ସହ ଅନ୍ୟାନ୍ୟ ଆବଶ୍ୟକ ଖର୍ଚ୍ଚ ତୁଲାଉଥିଲେ। ମାତ୍ର ଗତ ପାଞ୍ଚ ମାସ ହେଲା ଭତ୍ତା ଟଙ୍କା ମିଳୁନଥିବାରୁ ସେ ଚିନ୍ତିତ ହୋଇପଡ଼ିଛନ୍ତି। ଭତ୍ତା ଟଙ୍କା କେବେ ମିଳିବ, ସେହି ଚିନ୍ତାରେ ସବୁବେଳେ ଆଖିରୁ ଲୁହ ଗଡ଼ାଉଛନ୍ତି। ତାଙ୍କୁ ଦେଖା କରିବାକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭତ୍ତା ଟଙ୍କା ମିଳିବାର ବ୍ୟବସ୍ଥା କରିଦେବାକୁ ସେ କାକୁତିମିନତି ହୋଇ ନିବେଦନ କରୁଛନ୍ତି।

ସେହିପରି ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ବୃଦ୍ଧା କନ୍ଧୁଣି ଗୌଡ଼ (୬୯) ମଧ୍ୟ ଦୀର୍ଘ ପାଞ୍ଚ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ଗଣମାଧ୍ୟମକୁ ଜଣାଇଛନ୍ତି। ପୂର୍ବରୁ ନିୟମିତ ଭତ୍ତା ପାଉଥିବା ବେଳେ ଏବେ କେଉଁ କାରଣରୁ ଭତ୍ତା ବନ୍ଦ ହୋଇଛି, ତାହା ଜାଣିପାରୁନାହାନ୍ତି।

ଏଭଳି ଅବସ୍ଥାରେ ଅସହାୟ ବୃଦ୍ଧାମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବା ସହ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଜିଲ୍ଲାର ଉଚ୍ଚ ପ୍ରଶାସନ ହସ୍ତକ୍ଷେପ କରିବାକୁ ଯୁବ ସ୍ୱେଚ୍ଛାସେବୀ ସୁଧୀର କୁମାର ପାଢ଼ୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ତାଙ୍କ ପୁଅକୁ ଅପହରଣ, ଅଭିଯୋଗ ଆଣି ପରିବାର ଲୋକେ କହିଲେ…

ଆଳି,୧୮ା୧୧(ବନମାଳୀ ସେନାପତି): ଆପାର୍ଟମେଣ୍ଟରୁ ମହିଳା ସ୍ବାସ୍ଥ୍ୟ କର୍ମଚାରୀ ଓ ତାଙ୍କ ୮ ବର୍ଷର ପୁଅକୁ ଅପହରଣ କରାଯାଇଥିବା ନେଇ କେନ୍ଦ୍ରାପଡ଼ା ଜିଲା ଆଳି ଥାନାରେ ପରିବାର ଲୋକ…

୩ ମହିଳା ଡାକ୍ତରଙ୍କୁ ମାନସିକ ନିର୍ଯାତନା

ସମ୍ବଲପୁର,୧୮।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ କାର୍ଯ୍ୟରତ ୩ ମହିଳା ଡାକ୍ତର ବିଭାଗୀୟ ଇନଚାର୍ଜଙ୍କ ବିରୋଧରେ ମାନସିକ ନିର୍ଯାତନା…

ବାତ୍ୟା ଆଶଙ୍କା: ସଜାଗ ପୁରୁଷୋତ୍ତମପୁର ଜଳସମ୍ପଦ ବିଭାଗ, ନଦୀ-ନାଳକୁ ନ ଯିବା ପାଇଁ…

ପୁରୁଷୋତ୍ତମପୁର,୧୮ା୧୧(ସବିତା ମିଶ୍ର): ସାମୁଦ୍ରିକ ଝଡ଼ ‘ଅକ୍ୱାନ’କୁ ନେଇ ଆଶଙ୍କା ଦେଖାଦେଇଛି। ପୂର୍ବ ବନ୍ୟାର ଭୟ ମନରୁ ଲିଭି ନ ଥିବାବେଳେ ଆଉ ଏକ ସମ୍ଭାବ୍ୟ ବିପଦକୁ ନେଇ…

ଆଇପିଏଲରୁ ସନ୍ୟାସ ନେବା ପରେ ଧୋନୀଙ୍କୁ ପେନଶନ ଦେବ CSK? ଜାଣନ୍ତୁ କେତେ ଟଙ୍କା ମିଳିବ…

ନୂଆଦିଲ୍‌ଲୀ,୧୮।୧୧: କୁହାଯାଏ ଯେ ଜୀବନର ଆକାଶରେ କିଛି ଏପରି ନାମ ଲେଖାଯାଇଥାଏ, ଯାହା କେବଳ କିଛି ଅକ୍ଷର ହୋଇ ରହି ନଥାଏ, ବରଂ ଏକ ସମ୍ପୂର୍ଣ୍ଣ ଯୁଗର…

ମାଂସ କାଟୁଥିବା ବେଳେ ୩ ଅଭିଯୁକ୍ତ ଗିରଫ

ନୀଳଗିରି, ୧୮।୧୧(ପ୍ରଶାନ୍ତ ବିଶ୍ୱାଳ): କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ତେଣ୍ଡା (ହୁଡ଼ିସାହି) ଅଞ୍ଚଳରେ ବନ୍ୟପ୍ରାଣୀ ମାଂସ କାଟୁଥିବା ବେଳେ ୩ଜଣଙ୍କୁ ଗିରଫ କରିଛି ବନବିଭାଗ। ୱାଇଲ୍ଡଲାଇଫ୍‌ ବିଟ୍‌ର…

ସାକ୍ଷୀଗୋପାଳରେ ଅଁଳା ନବମୀ: ରାଧା ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ,୧୮ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶ ଓ ରାଧା ପାଦ ଦର୍ଶନ ପାଇଁ…

ଗତିପଥ ବଦଳାଇଲା ବାତ୍ୟା: ଓଡ଼ିଶାର ଏହି ସ୍ଥାନରେ କରିବ ଲ୍ୟାଣ୍ଡଫଲ! ଆସିଲା ବଡ଼ ସୂଚନା

ଭୁବନେଶ୍ୱର, ୧୮।୧୧: ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ଅକ୍ୱାନ’। ବୁଧବାର ସକାଳ ୫ଟା ୩୦ ମିନିଟରେ ପର୍ଯ୍ୟବେକ୍ଷଣ ଅନୁଯାୟୀ, ଏହା ଭୀଷଣ ବାତ୍ୟାରେ ପରିଣତ…

ଶନିଙ୍କ ମାର୍ଗୀ ଚଳନ: ୨୦୨୭ ପୂର୍ବରୁ ୪ ରାଶିଙ୍କ ଘରକୁ ଆସିବ ଧନର ସୁଅ! ଚାକିରି-ବ୍ୟବସାୟରେ…

ଶନିଦେବଙ୍କୁ ନ୍ୟାୟ ଓ କର୍ମଫଳର ଦେବତା ବୋଲି ମାନାଯାଏ। ବ୍ୟକ୍ତିଙ୍କ କର୍ମ ଅନୁସାରେ ଶନିଦେବ ତାଙ୍କୁ ଫଳ ପ୍ରଦାନ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଦେବ ଯେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?