‘୨୦୨୨ ହିଁ ଶେଷ; ଆଇପିଏଲ୍‌ର ପରବର୍ତ୍ତୀ ସିଜନରେ ଖେଳିବେ ନାହିଁ ’

ନୂଆଦିଲ୍ଲୀ,୨୫।୩: ଦୀର୍ଘ ୧୪ ବର୍ଷ ଧରି ଚେନ୍ନାଇ ସୁପର କିଙ୍ଗ୍ସ ସହ ଯୋଡ଼ି ହୋଇ ରହିଛନ୍ତି ମହାନ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନୀ। ହେଲେ ହଠାତ ସିଏସ୍‌କେ ଅଧିନାୟକ ପଦରୁ ହଟିଯାଇ ସେ ସମସ୍ତଙ୍କୁ ଚମକାଇଦେଇଛନ୍ତି। ଫ୍ରାଞ୍ଚାଇଜ୍‌ ୧୬ କୋଟି ଟଙ୍କାରେ କିଣିଥିବା ରବିନ୍ଦ୍ର ଜାଡେଜାଙ୍କୁ ସେ ଦଳର ନେତୃତ୍ୱ ହସ୍ତାନ୍ତର କରିଛନ୍ତି। ତେବେ ଧୋନୀଙ୍କ ଏହି ନିଷ୍ପତ୍ତି ପରେ ଜଣେ ଖେଳାଳି ଭାବେ ୨୦୨୨ ଆଇପିଏଲ୍‌ ଧୋନୀଙ୍କ ଶେଷ ସିଜନ୍‌ ହୋଇପାରେ ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏନେଇ ପ୍ରତିକ୍ରିୟା ରଖି ଭାରତର ପୂର୍ବତନ ଓପନର ଆକାଶ ଚୋପ୍ରା ମଧ୍ୟ ବଡ଼ ବୟାନ ଦେଇଛନ୍ତି।

ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଆକାଶ କହିଛନ୍ତି, ସିଏସ୍‌କେ ଅଧିନାୟକତ୍ୱ ଛାଡ଼ିବା ପରେ ଆଇପିଏଲ୍‌ରେ ଧୋନୀ ନିଜର ଶେଷ ସିଜନ୍‌ ଖେଳୁଥିବା ପ୍ରାୟ ନିଶ୍ଚିତ ହୋଇଛି। ଧୋନୀ ଆଉ ରାଜା ନ ରହି ରାଜମହଲର ସଦସ୍ୟ ଭାବେ ସେବା ଯୋଗାଇବେ। ମାତ୍ର ସତ୍ୟତା ଏହା ଯେ ସେ ଜଣେ ରାଜା ଏବଂ ଶ୍ରେଷ୍ଠ ଅଧିନାୟକ। ସେ ସିଏସ୍‌କେର ରାଜା। ମାତ୍ର ସେ ଆସନ୍ତା ବର୍ଷ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଚଳିତ ବର୍ଷ ଆରମ୍ଭରୁ ସିଏସ୍‌କେ ଧୋନୀଙ୍କୁ ରିଟେନ୍‌ କରି ପଇସା ଲଗାଇବ ବୋଲି ବିଶ୍ୱାସ ନ ଥିଲା। ସେଥିଲାଗି ପ୍ରଥମେ ଜାଡେଜାଙ୍କୁ ରିଟେନ୍‌ କରାଯାଇଥିଲା। ଏବେ ଜଣେ ଖେଳାଳି ଭାବେ ଧୋନୀ କେବେହେଲେ ଜାଡେଜାଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବେ ନାହିଁ। ହେଲେ ଯଦି ସେ ପରାମର୍ଶ ମାଗିବେ ଧୋନୀ ଦେବେ। କାରଣ ତାଙ୍କର ସ୍ବଭାବ ସେଭଳି ବୋଲି ମାହିଙ୍କ ପ୍ରଶଂସାରେ ପୂର୍ବ ଓପନର୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri