Posted inଖେଳ

ହାଟ୍ରିକ୍‌ ବିଜୟ ପରେ ହସିଲେ ଧୋନୀ, କହିଲେ ‘୨୦ ଓଭର ପୁରା ଖେଳିଥିଲେ…’

ମୁମ୍ବାଇ,୨୨।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ) ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ବିଜେତା ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୩ ଉଇକେଟ ହରାଇ ୨୨୦ ରନ୍‌ କରିଥିଲା। ଏହାର ଜବାବରେ କୋଲକାତା ଟିମ୍‌ ୧୯.୧ ଓଭରରେ ୨୦୨ରନ୍‌ରେ ଅଲଗାଉଟ୍‌ ହୋଇଯାଇଥିଲା। ମ୍ୟାଚ୍‌ ଜିତିବା ପରେ ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମଜାଦାର ପ୍ରତିକ୍ରିୟା ଦେଇଥିଲେ।

କୋଲକାତାକୁ ହରାଇବା ପରେ ସାମାନ୍ୟ ହସି ଧୋନୀ କହିଥିଲେ, ଏହି ମ୍ୟାଚ୍‌ ସେତେଟା କଷ୍ଟକର ନ ଥିଲା। ଅଧିନାୟକ ଭାବେ ଏହା ବହୁତ ସହଜ ଥିଲେ। ଏଭଳି ମ୍ୟାଚ୍‌ରେ ୧୫ ଏବଂ ୧୬ ଓଭରରୁ ଦ୍ରୁତ ବୋଲର୍‌ ଏବଂ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଟକ୍କର ହୋଇଯାଏ। ଯିଏ ଭଲ ରଣନୀତି ପ୍ରସ୍ତୁତ କରେ ସେ ଟିମ୍‌ ଜିତିଥାଏ। ଏଣୁ ଆଜିର ମ୍ୟାଚ୍‌ ୨୦ ଓଭର ପର୍ଯ୍ୟନ୍ତ ଖେଳାଯାଇଥିଲେ ଆହୁରି ରୋମାଞ୍ଚକର ହୋଇଥାନ୍ତା। ଏଣୁ ବିନମ୍ର ରହିବା ଏବଂ ବିରୋଧି ଟିମ୍‌କୁ ସମ୍ମାନ ଜଣାଇବା ଜରୁରୀ। ସବୁ ଆଇପିଏଲ୍‌ ଟିମ୍‌ ବ୍ୟାଟିଂରେ ଶ୍ରେଷ୍ଠତା ପ୍ରଦର୍ଶନ କରିପାରିବେ। ଆମେ ଭଲ ସ୍କୋର କରିଥିଲେ ହେଁ ଆମକୁ ବିନମ୍ର ରହିବାକୁ ହେବ ବୋଲି ସାଥୀ ଖେଳାଳିଙ୍କୁ କହିଥିବା ଧୋନୀ କହିଛନ୍ତି।

ଏହାଛଡ଼ା ଧୋନୀ ମ୍ୟାଚ୍‌ ବିଜୟକୁ ନେଇ ଦଳର ବ୍ୟାଟ୍ସମ୍ୟାନଙ୍କ ପ୍ରଶଂସା କରିଛନ୍ତି। ଋତୁରାଜ ଗାଏକ୍ୱାଡ ଗତ ଆଇପିଏଲ୍‌ ସିଜିନରୁ ନିଜର ଭଲ ପ୍ରଦର୍ଶନ ଦେଖାଇ ଆସୁଛନ୍ତି। ହେଲେ ଚଳିତ ସିଜିନରେ ଭଲ ଖେଳୁ ନ ଥିଲେ। ତାଙ୍କ ଭିତରେ କିନ୍ତୁ ଆତ୍ମବିଶ୍ୱାସ ଥିଲା। ଏହି ମ୍ୟାଚ୍‌ରେ ସେ ଭଲ ଖେଳିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘କରୋନା’ କଟକଣାରେ ଛନ୍ଦି ହୋଇଛି କ୍ରିକେଟ

କଟକ ଅଫିସ,୧୪ା୪-କରୋନା ପ୍ରଭାବରୁ ମୁକୁଳିନି କ୍ରୀଡ଼ା ଜଗତ। ରାଜ୍ୟ ସମେତ ସମଗ୍ର ଦେଶ ଓ ବିଶ୍ୱର କ୍ରୀଡ଼ା ସାମ୍ରାଜ୍ୟ ମଧ୍ୟ କରୋନା ଭାଇରସ ଯୋଗୁଁ ପ୍ରଭାବିତ...

ଟପ୍ସ କୋର୍‌ ଗ୍ରୁପ୍‌ରେ ଦୂତୀ ଚାନ୍ଦ

ନୂଆଦିଲ୍ଲୀ, ୩୦ା୧୧ (ପି.ଟି.)- ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ର କୋର୍‌ ଗ୍ରୁପ୍‌ରେ ଓଡ଼ିଶାର ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦଙ୍କ ସମେତ ଅଲିମ୍ପିକରେ ଭାଗ ନେବାକୁ...

ଟିମ୍‌ ଇଣ୍ଡିଆ ପୁଣି ଦଣ୍ଡିତ

ନୂଆଦିଲ୍ଲୀ,୩।୨(ପି.ଟି.)- ପୁଣି ଥରେ ଭାରତୀୟ ଦଳକୁ ଅର୍ଥ ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ଦଳର ବୋଲିଂ ହାର ଧିମା...

ସୁଦିରମାନ କପ୍‌ରେ ପଦକ ଲକ୍ଷ୍ୟରେ ଭାରତ

ନାନ୍ନିଙ୍ଗ (ଚାଇନା), ୧୮।୫(ପି.ଟି.)- ଚାଇନାର ନାନ୍ନିଙ୍ଗଠାରେ ରବିବାରଠାରୁ ସୁଦିରମାନ କପ୍‌ର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଭାରତର ପି.ଭି. ସିନ୍ଧୁ, ସାଇନା ନେହ୍ବାଲ, କିଡାମ୍ବୀ...

କୋହଲିଙ୍କ ଚିନ୍ତା ଦୂର କଲେ ଏହି କ୍ରିକେଟର୍‌: ଦିନେ ହୋଇଥିଲେ ଗିରଫ

ଦୁବାଇ,୧୯।୧୦: ଟି -୨୦ ବିଶ୍ୱକପ୍‌ର ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଟିମ ଇଣ୍ଡିଆ ୭ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ଭାରତର ବ୍ୟାଟ୍ସମ୍ୟାନ ଇଶାନ କିଶାନ ବିସ୍ଫୋରକ...

ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ: ଦୀପକଙ୍କ ଦ୍ୱିତୀୟ ହ୍ୟାଟ୍ରିକ

ଥିରୁଭାନନ୍ତପୁରମ,୧୨।୧୧- ୨୭ ବର୍ଷୀୟ ଭାରତୀୟ ମଧ୍ୟଗତିର ବୋଲର ଦୀପକ ଚହର ୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିବାର ବିରଳ...

ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ଦୂତୀ

ଭୁବନେଶ୍ୱର, ୨୫।୭(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଶନିବାର ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ପ୍ରବେଶ କରିଛନ୍ତି। ଆସନ୍ତା ୩୦ ତାରିଖରେ ସେ...

ଚେନ୍ନାଇରେ ବି ମିଳିଲାନି ସୁଯୋଗ: ମୁଁ କ’ଣ ଏତେ ଖରାପ ବୋଲି ପ୍ରଶ୍ନ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୨।୫: ୨୦୧୭ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ବାମହାତୀ ସ୍ପିନର କୁଲଦୀପ ଯାଦବ। ଏହାପରେ ସେ କ୍ରିକେଟର ତିନୋଟି ଯାକ ଫର୍ମାଟରେ ଖେଳିସାରିଛନ୍ତି। ହେଲେ...

Advertisement
Archives

Model This Week