Posted inଖେଳ

କ୍ଷୀର, ପରିବା ବିକ୍ରି କରୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର

ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଯଦିଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି, କିନ୍ତୁ ଏବେ ବି ତାଙ୍କ ନାମ ଚର୍ଚ୍ଚାରେ ରହିଛି। ଏବେ ଧୋନୀ ପରିବାର ଓ ନିଜ ବ୍ୟବସାୟ ଉପରେ ପୁରା ଧ୍ୟାନ ଦେଉଛନ୍ତି। ନିକଟରେ ସେ ଦୁଗ୍ଧ ଓ ପରିବା ଚାଷ ଆରମ୍ଭ କରିଛନ୍ତି। ଧୋନୀ ରାଞ୍ଚିର ଧୁର୍ବାସ୍ଥିତ ସେମ୍ବୋରେ ୫୫ ଏକର ଜମି ଏହି ଚାଷ କରୁଛନ୍ତି। ଏଥିପାଇଁ ସେ ମଧ୍ୟପ୍ରଦେଶରୁ ୨ ହଜାର କଡକନାଥ(କୁକୁଡା) ଛୁଆ ମଗାଇଥିଲେ। ବର୍ତ୍ତମାନ ଧୋନୀ ପରିବା ସାଙ୍ଗକୁ କୁକୁଡା ଫାର୍ମ ଓ ଦୁଗ୍ଧ ଚାଷ ଆରମ୍ଭ କରିଛନ୍ତି। ଧୋନିଙ୍କ ଫାର୍ମହାଉସରେ ବିଭିନ୍ନ ପ୍ରକାରର ପନିପରିବା ମଧ୍ୟ ଉତ୍ପାଦନ ହେଉଛି। ତାଙ୍କ ଫାର୍ମ ହାଉସରେ ଟମାଟର, ଫୁଲକୋବି, ପତ୍ରକୋବି, ବ୍ରୋକଲି ଚାଷ ହେଉଛି। ତାଙ୍କ ବଗିଚାରୁ ପ୍ରତିଦିନ ୮୦ କେଜି ଟମାଟର ବଜାରକୁ ବିକ୍ରି ପାଇଁ ପଠାଯାଉଛି। ବଜାରରେ ଏହି ପରିବାର ଚାହିଦା ମଧ୍ୟ ବହୁତ ଅଧିକ । ଆଗାମୀ କିଛିଦିନ ମଧ୍ୟରେ ଫୁଲ କୋବି, ପତ୍ରକୋବି ଏବଂ ବ୍ରୋକଲି ମଧ୍ୟ ବଜାରରେ ବିକ୍ରି ହେବ। ବର୍ତ୍ତମାନ ଧୋନୀଙ୍କ ଫାର୍ମରେ ଟମାଟର କିଲୋପିଛା ଦାମ୍‌ ୪୦ଟଙ୍କା ରହିଛି। ଏଠାରେ ଗାଈ କ୍ଷୀର ମଧ୍ୟ ଉତ୍ପାଦନ ହେଉଛି। ଧୋନୀଙ୍କ ଗୋଶାଳାରେ ୭୦ଟି ଗାଈ ରହିଛି। ପ୍ରତିଦିନ ୩୦୦ ଲିଟର କ୍ଷୀର ବାହାରିଥାଏ। ବଜାରରେ ଏହି କ୍ଷୀରର ଲିଟର ପିଛା ମୂଲ୍ୟ ୫୫ ଟଙ୍କା। ପରିବା ଏବଂ କ୍ଷୀର ବିକ୍ରି ହେବା ପରେ ଯେଉଁ ଟଙ୍କା ଆସୁଛୁ ତାହା ଧୋନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିବେ ମମତା? ମୁହଁ ଖୋଲିଲା TMC, ରାଜନୀତିରେ ଚହଳ

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଦଳର ବିଧାୟକମାନଙ୍କ ବିଦାୟ ପରେ, ଏମପିମାନେ ମଧ୍ୟ ଦଳ ଛାଡିବାକୁ ପ୍ରସ୍ତୁତ…

ମମତାଙ୍କ ଠୁ ୬ଗୁଣା ଅଧିକ ଧନୀ ସାୟନି ଘୋଷ, ଏତେ ଟଙ୍କାର ମାଲିକାଣୀ…

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନ ଫଳାଫଳ ଏବଂ ରାଜ୍ୟରେ ଭାଜପା ସରକାର ଗଠନ ପରେ, ୧୫ ବର୍ଷ ଧରି ବଙ୍ଗଳାରେ ଶାସନ କରିଥିବା ତୃଣମୂଳ କଂଗ୍ରେସ (ଟିଏମସି)…

ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!

ଇସଲାମବାଦ,୧୦।୬: ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ପାକିସ୍ତାନ ସେନା ଆଭିଏସନ୍ Mi-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଏଥିରେ…

ଧାନ ଚୋରି କରି ନେଇଯାଉଥିବା ବେଳେ ଦୁର୍ଘଟଣା ହେଲା ଟ୍ରକ, ଚାଳକ….

ଅତାବିରା,୧୦।୬(ଯୁଧିଷ୍ଠିର ମହାପାତ୍ର): ରାଜ୍ୟରେ ରବି ଧାନ କିଣାବିକା ଅବଧି ଯେତେ ବିତୁଛି, ସେତିକି ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟୋକନ ତ ଆଉ କେତେବେଳେ…

ଧକ୍କା ଦେଇ ସ୍କୁଟିକୁ ଘୋଷାଡ଼ି ନେଲା ପିକ୍‌ଅପ୍‌, ଆଉ ତା’ ପରେ…

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଖଦାଲପଡ଼ା ସୁରୁଚି ମାର୍କେଟ ସମ୍ମୁଖ ରାସ୍ତାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ପିକ୍‌ଅପ୍‌ ଗାଡ଼ି ଜଣେ ଓକିଲଙ୍କ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟ ଶେଷ କରିବାକୁ ହିତାଧିକାରୀଙ୍କୁ ନିର୍ଦ୍ଦେଶ

କେସିଙ୍ଗା,୧୦ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ସଭାପତିତ୍ୱରେ ପୌର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ୧.୦ ମାଧ୍ୟମରେ କାର୍ଯ୍ୟ ସମ୍ପୂର୍ଣ୍ଣ କରୁ…

ଦୁର୍ଘଟଣାରେ ମା’-ଝିଅଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡ଼ା ୨୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ମା’ ଝିଅଙ୍କ ମୃତ୍ୟୁ ଘଟିଥିଲା।…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri