ସ୍ବାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ୍‌: ୧୫ ଦିନ ତଳେ ନେଇଥିଲେ ଟିକା

ଚଣ୍ଡିଗଡ଼,୫।୧୨: ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌ କରି ଶନିବାର ସୂଚନା ଦେଇଛନ୍ତି। ସେ ଅମ୍ବାଲା କ୍ୟାଣ୍ଟନମେଣ୍ଟ୍‌ର ସିଭିଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ନିଜକୁ ଆଇସୋଲେଶନରେ ରଖିବା ଲାଗି ସେ ପରାମର୍ଶ ଦେଇଛନ୍ତି। କରୋନା ଟିକା କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍‌ରେ ଅନୀଲ୍‌ଙ୍କୁ ନଭେମ୍ବର ୨୦ରେ ଟିକା ଦିଆଯାଇଥିଲା। ଟିକା ନେବାର ୧୫ ଦିନ ପରେ ମଧ୍ୟ ଅନୀଲଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ତେଣୁ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ସୂଚନାଯୋଗ୍ୟ, କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍‌ରେ ଦେଶର ୨୫ଟି କେନ୍ଦ୍ରରେ ୨୬ ହଜାର ଲୋକଙ୍କୁ ଟିକା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ୩.୦: ଉତ୍ତରପ୍ରଦେଶରେ ମଦ ଦୋକାନ ଖୋଲିବା ନେଇ ଯୋଗୀ ନେବେ ଅନ୍ତିମ ନିଷ୍ପତ୍ତି

ଲକ୍ଷ୍ନୌ,୨।୫: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୪ରୁ ୧୭ଯାଏଁ ଆହୁରି ୨ସପ୍ତାହ ପର୍ଯ୍ୟନ୍ତ ଲକ୍‌ଡାଉନ ବୃଦ୍ଧି...

ଆଦିତ୍ୟନାଥଙ୍କ ଦୀପାବଳି ରାଜନୀତି: ମୁଲାୟମ୍‌ଙ୍କୁ ଭେଟି ୨୫ ମିନିଟ୍‌ କଲେ ଆଲୋଚନା

ଲକ୍ଷ୍ନୌ,୩୦।୧୦: ସମାଜବାଦୀ ନେତା ମୁଲାୟମ୍‌ ସିଂ ଯାଦବଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଭେଟିଛନ୍ତି। ସେ ମୁଲାୟମ୍‌ଙ୍କୁ ତାଙ୍କ ବାସଭବନରେ ଭେଟି ଦୀପାବଳି ଶୁଭକାମନା...

ଭାରତ ବନ୍ଦ: ୮ କୋଟିରୁ ଅଧିକ ବ୍ୟବସାୟୀ ହେବେ ସାମିଲ

ନୂଆଦିଲ୍ଲୀ,୨୫।୨: ଫେବୃୟାରୀ ୨୬ରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଭାରତବନ୍ଦ ଡାକରା ଦିଆଯାଇଛି। ଜିଏସ୍‌ଟିରେ ହୋଇଥିବା କେତେକ ସଂଶୋଧନ ବିରୋଧରେ ୮ କୋଟିରୁ ଅଧିକ...

ମୋଦିଙ୍କୁ ଭେଟିବାକୁ ଆସିବେ ୩ ଦେଶର ମୁଖ୍ୟ

ନୂଆଦିଲ୍ଲୀ,୧୯ା୨: ଆସନ୍ତା କିଛିଦିନ ମଧ୍ୟରେ ବିଶ୍ୱର ୩ ଜଣ ବଡ଼ ନେତା ଭାରତ ଗସ୍ତରେ ଆସିବେ। ଏଥିମଧ୍ୟରୁ ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ ଫେବୃୟାରୀ ୨୫-୨୬ରେ...

ଅଯୋଧ୍ୟାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ: ଭୂମି ପୂଜନ ପ୍ରସ୍ତୁତିର କଲେ ସମୀକ୍ଷା

ଅଯୋଧ୍ୟା,୩।୮: ଅଯୋଧ୍ୟାରେ ଅଗଷ୍ଟ ୫ରେ ହେବାକୁ ଥିବା ଭୂମି ପୂଜନ ପାଇଁ ରାମନଗରୀ ପୁରା ସଜେଇ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିରର ଶିଳାନ୍ୟାସ ରଖିବା...

ଖାର୍ଗେଙ୍କ ବାସଭବନରେ ବିରୋଧୀ ଦଳର ବୈଠକ, ସଂସଦର ସ୍ବତନ୍ତ୍ର ଅଧିବେଶନ ସମେତ ଏହି ପ୍ରସଙ୍ଗ ଉପରେ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ, ୬।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ସମ୍ପର୍କରେ ବିରୋଧୀଦଳ ନେତାମାନେ ପୁଣି ଥରେ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସଂସଦର ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡାରେ ସ୍ବଚ୍ଛତା ବଜାୟ...

ଗଡ଼କରୀଙ୍କ କଡ଼ା ସମାଲୋଚନା, ସରକାର ଠିକ ସମୟରେ ନେଉ ନାହାନ୍ତି ନିଷ୍ପତ୍ତି…

ମୁମ୍ବାଇ, ୨୩।୮ : କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ପୁଣିଥରେ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ଏନଡ଼ିଏ ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ କରିଛନ୍ତି। ଏକ କାର୍ଯ୍ୟକ୍ରମରେ...

ମୋରାଲ ପୋଲିସିଂକୁ ଅନୁମତି ନାହିଁ, ଧର୍ମପରିବର୍ତ୍ତନ କରି ବିବାହ କରିଥିବା ମହିଳାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ…

ଭୋପାଳ, ୩୦।୧ : ଦୁଇ ସାବାଳକ ନିଜ ପସନ୍ଦର ବିବାହ କରିପାରିବେ। ଏକ୍ଷେତ୍ରରେ ମୋରଲ ପୋଲିସିଂକୁ ଅନୁମତି ଦିଆଯିବ ନାହିଁ। ସେମାନଙ୍କ ଦାମ୍ପତ୍ୟ ଜୀନରେ କେହି...

Advertisement
Archives

Model This Week