Posted inଖେଳ

ଧୋନୀଙ୍କ ସନ୍ନ୍ୟାସକୁ ନେଇ ବଡ଼ ଖୁଲାସା: ପନ୍ତଙ୍କ ସମେତ ଦୁଇଜଣ ପୂର୍ବରୁ ଜାଣିଥିଲେ…

ନୂଆଦିଲ୍ଲୀ,୧୩।୧: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଦୁଇଥର ବିଶ୍ୱକପ୍‌ ବିଜେତା ମହେନ୍ଦ୍ର ସିଂହ ଧୋନୀ ସବୁବେଳେ ତାଙ୍କ ନିଷ୍ପତ୍ତିକୁ ନେଇ ଚମକାଇଥାନ୍ତି। ସେଭଳି କିଛି ୨୦୨୦ ଅଗଷ୍ଟ ୧୫ରେ ହୋଇଥିଲା। ଏହି ଦିନ ଧୋନୀ ହଠାତ୍‌ ସନ୍ନ୍ୟାସ ନେବା ନେଇ ଘୋଷଣା କରିଥିଲେ। ପ୍ରଶଂସକ ଏବଂ ଖେଳଜଗତ ସହ ଜଡ଼ିତ ବିଶେଷଜ୍ଞଙ୍କ ଲାଗି ଏହି ନିଷ୍ପତ୍ତି କୌଣସି ଝଟ୍‌କାଠାରୁ କମ୍‌ ନ ଥିଲା। ତେବେ ଏହି ମାମଲାରେ ଏବେ ଏକ ବଡ଼ ଖୁଲାସା ହୋଇଛି। ଧୋନୀଙ୍କ ସନ୍ନ୍ୟାସ ନେଇ ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ ଏବଂ ପୂର୍ବ ଫିଲ୍ଡିଂ କୋଚ୍‌ ଆର୍‌. ଶ୍ରୀଧର ପୂର୍ବରୁ ଜାଣିଥିଲେ। ଏନେଇ ନିଜେ ଶ୍ରୀଧର ଖୁଲାସା କରିଛନ୍ତି।

ଶ୍ରୀଧର ନିଜ ପୁସ୍ତକ ‘କୋଚିଂ ବିୟଣ୍ଡ-ମାଇଁ ଡେଜ୍‌ ଉଇଥ୍‌ ଦ ଇଣ୍ଡିଆନ୍‌ କ୍ରିକେଟ ଟିମ୍‌’ରେ ଧୋନୀଙ୍କ ସନ୍ନ୍ୟାସକୁ ନେଇ ଖୁଲାସା କରିଛନ୍ତି। ଧୋନୀ ନିଜର ଅନ୍ତିମ ମ୍ୟାଚ୍‌ ଖେଳିଥିବା ସେ ଜାଣି ନେଇଥିଲେ। କାରଣ ବିଶ୍ୱକପ୍‌ ୨୦୨୯ରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲର ରିଜର୍ଭ ଡେ’ ସକାଳେ ସେ ଜଳଖିଆ କରିବାକୁ ଆଗରେ ପହଞ୍ଚିଥିଲେ। ସେ କଫି ପିଉଥିବା ବେଳେ ଧୋନୀ ଏବଂ ପନ୍ତ ସେଠାରେ ପହଞ୍ଚିଥିଲେ। ସେମାନେ ଆସି ଶ୍ରୀଧରଙ୍କ ପାଖରେ ବସିଥିଲେ। ଏହି ସମୟରେ ପନ୍ତ ଧୋନୀଙ୍କୁ ପଚାରିଥିଲେ ଯେ କିଛି ଖେଳାଳି ଏକୁଟିଆ ଲଣ୍ଡନ ଯିବାକୁ ଯୋଜନା କରୁଛନ୍ତି, ସେ ଯୋଗଦେବେ କି? ଜବାବରେ ଧୋନୀ କହିଥିଲେ, ନା, ସେ ଦଳ ସହ ନିଜର ଅନ୍ତିମ ବସ୍‌ ଯାତ୍ରାକୁ ଛାଡ଼ିବାକୁ ଚାହୁଁନାହାନ୍ତି। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ଧୋନୀ ସନ୍ନ୍ୟାସ ନେବେ ବୋଲି ପୂର୍ବରୁ ନିଶ୍ଚିତ କରିସାରିଥିଲେ। ହେଲେ ସେ କାହାକୁ ସେ ନେଇ ଜଣାଇ ନ ଥିଲେ।

କହିରଖୁଛୁ, ଅଧିନାୟକ ଭାବେ ଧୋନୀ ଆଇସିସିର ସମସ୍ତ ଟ୍ରଫି ଜିତିଥିବା ପ୍ରଥମ ଖେଳାଳି। ସେ ୨୦୦୭ରେ ଟି୨୦, ୨୦୧୧ରେ ଦିନିକିଆ ବିଶ୍ୱକପ୍‌ ଜିତିଥିଲେ। ଏହାର ଦୁଇ ବର୍ଷ ପରେ ସେ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଜିତିଥିଲେ। ତେବେ ସେ ନିଜର ଅନ୍ତିମ ଅନ୍ତର୍ଜାତୀୟ ମୁକାବିଲା ୨୦୧୯ ବିଶ୍ୱକପ୍‌ ସେମିଫାଇନାଲ ମ୍ୟାଚ୍‌ ଭାବେ ଖେଳିଥିଲେ। ଏହି ସମୟରେ ସେ ସନ୍ନ୍ୟାସ ନେବା ନେଇ ବିଚାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri