Posted inଖେଳ

ଧୋନୀଙ୍କ ପାଇଁ ଖୁସି ଖବର

ରାଞ୍ଚି,୨୯।୪: ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀଙ୍କ ମାତାପିତା କରୋନା ଲଢେଇରେ ବାଜିମାତ୍‌ କରିଛନ୍ତି। ଏକ ସପ୍ତାହ ପୂର୍ବରୁ ଧୋନୀଙ୍କ ପିତା ପାନ ସିଂ ଏବଂ ମାତା ଦେବିକା ଦେବୀ କରୋନା ଆକ୍ରାନ୍ତ ହୋଇ ରାଞ୍ଚିର ପଲ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଡାକ୍ତରମାନେ କହିଛନ୍ତି ଯେ ଧୋନିଙ୍କ ପିତାମାତା ସ୍ବାଭାବିକ ଅବସ୍ଥାରେ ଅଛନ୍ତି ଏବଂ ସେମାନଙ୍କର ଅମ୍ଳଜାନ ସ୍ତର ଭଲ ଅଛି। କରୋନା ଭୂତାଣୁ ଉଭୟଙ୍କ ଫୁସଫୁସ ପର୍ଯ୍ୟନ୍ତ ପହଞ୍ଚି ନ ଥିଲା ବୋଲି ଡାକ୍ତର କହିଛନ୍ତି। ଧୋନୀ ଏବେ ଆଇପିଏଲରେ ବ୍ୟସ୍ତ ଅଛନ୍ତି ଏବଂ ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଚମତ୍କାର ପ୍ରଦର୍ଶନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନମ୍ବର ୪ ହେଉଛି ମୋ ଫେଭରାଇଟ୍‌: ରାହାନେ

କୋଲକାତା, ୪।୮(ପି.ଟି.)- ବିଶ୍ୱକପ୍‌ ପାଇଁ ଚୟନକର୍ତ୍ତାଙ୍କ ଦ୍ୱାରା ଅଣଦେଖାର ଶିକାର ହୋଇଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରହାନେ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ...

ଭାରତୀୟ ଦଳର ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଡ୍ରାଭିଡ୍‌ଙ୍କୁ ଦିଆଯାଇପାରେ ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୧୪।୧୦: ଆସନ୍ତା ଟି୨୦ ବିଶ୍ୱକପ୍‌ ପରେ ରବି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେବା ନିଶ୍ଚିତ। ତାଙ୍କ ପଦବି ପୂରଣ କରିବା...

କରୋନା ଆତଙ୍କ ସତ୍ତ୍ୱେ ୟୁକେରେ ଛୁଟି କଟାଉଛି ଭାରତୀୟ ଦଳ

ଲଣ୍ଡନ, ୭।୭(ଏପି)- ଇଂଲଣ୍ଡ କ୍ରିକେଟ ଦଳର ୩ ଖେଳାଳି ଓ ୪ଜଣ ସପୋର୍ଟ ଷ୍ଟାଫ୍‌ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି। ଏହାସତ୍ତ୍ୱେ ୟୁକେ ଟୁର୍‌ରେ ଥିବା...

ସ୍ମୃତି ରଞ୍ଜନଙ୍କୁ ସ୍ବର୍ଣ୍ଣିମ ସଫଳତା

ଭୁବନେଶ୍ୱର, ୧ା୧(କ୍ରୀଡ଼ା ପ୍ରତିନିଧି)-କେରଳରେ ଗତ ୨୭ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ବଧିର କ୍ରୀଡ଼ାରେ ଓଡ଼ିଶାର ସ୍ମୃତି ରଞ୍ଜନ ବାରିକ ୨ଟି ସ୍ବର୍ଣ୍ଣ ପଦକ ଜିତି...

ଖେଳାଳିଙ୍କ ପାଇଁ ଦୁଇ ଦେଶ ମୁହାଁମୁହିଁ

ବ୍ରିସ୍‌ବେନ, ୭ା୧: ଟେନିସ ଷ୍ଟାର ଖେଳାଳି ନୋଭାକ୍‌ ଜୋକୋଭିଚଙ୍କ ପାଇଁ ଅଷ୍ଟ୍ରେଲିଆ ଏବଂ ସର୍ବିୟା ମୁହାଁମୁହିଁ ହୋଇଛନ୍ତି। ବର୍ତ୍ତମାନ ଜୋକୋଭିଚ୍‌ଙ୍କୁ ଅଷ୍ଟ୍ରେଲିଆରେ ପ୍ରବେଶ କରିବାକୁ ମନା...

ପ୍ରଥମ ଓଭରରେ୍‌ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶ’

ଅହମଦାବାଦ,୩୦।୪: ଆଇପିଏଲ ୨୦୨୧ ରେ ୨୧ ବର୍ଷ ବୟସ୍କ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ନିଜ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ...

କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ଉପରେ ପ୍ରାମାଣିକ ଚଳଚ୍ଚିତ୍ର

ନୂଆଦିଲ୍ଲୀ,୧୯।୫ (ପି.ଟି.): କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ପ୍ରଯୋଜକ ତଥା ବ୍ୟବସାୟୀ ଜୋୟିତା ରଏ ଓ ପ୍ରତୀକ...

ସମସ୍ତେ ଫୁଟବଲ୍‌ ଦେଖିବାରେ ବ୍ୟସ୍ତ, ତେଣେ କୋହଲି ପାକିସ୍ତାନ ପାଇଁ ଖେଳୁଛନ୍ତି; ଜାଣନ୍ତୁ କାହିଁକି ହେଉଛି ଏଭଳି ଚର୍ଚ୍ଚା…

ନୂଆଦିଲ୍ଲୀ,୧୪।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ପରାଜିତ ହୋଇଛି। ଏହା ପରେ ସୋସିଆଲ ମିଡିଆରେ ପାକିସ୍ତାନର ପରାଜୟର ହ୍ୟାଟ୍ରିକ୍‌ ବିଷୟରେ...

Advertisement
Archives

Model This Week