Posted inଖେଳ

ଆଇପିଏଲ୍‌-୨୦୨୧ରେ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ପଦ ଛାଡ଼ିବେ ଧୋନୀ !

ନୂଆଦିଲ୍ଲୀ,୧୪।୧୧: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ କେବଳ ଆଇପିଏଲ୍‌ ସହ ଜଡ଼ିତ ରହିବେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଚଳିତ ବର୍ଷର ଆଇପିଏଲ୍‌ ଧୋନୀଙ୍କ କ୍ୟାରିୟରର ଶେଷ ଟୁର୍ନାମେଣ୍ଟ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଶେଷ ଲିଗ୍‌ ମ୍ୟାଚ୍‌ରେ ପଚରାଯାଇଥିବା ଏକ ପ୍ରଶ୍ନର ଜବାବରେ ଧୋନୀ ‘ବିଲକୁଲ୍‌ ନୁହେଁ’ବୋଲି କହିଥିଲେ। ଏଣୁ ୨୦୨୧ରେ ମାହିଙ୍କୁ ପୁଣି ଦେଖିବାକୁ ମିଳିବ ବୋଲି ସ୍ପଷ୍ଟ ହୋଇଥିଲା। ହେଲେ ପୂର୍ବ ଭାରତୀୟ କୋଚ୍‌ ସଞ୍ଜୟ ବାଙ୍ଗର ଧୋନୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଆସନ୍ତା ଆଇପିଏଲ୍‌ରେ ଧୋନୀ ସିଏସ୍‌କେ ଅଧିନାୟକ ହେବେ ନାହିଁ ବରଂ ଫାଫ୍‌ ଡୁ ପ୍ଲେସିସ ହେବେ ବୋଲି ସେ କହିଛନ୍ତି।

ଷ୍ଟାର ସ୍ପୋଟ୍ସର ଶୋ’ କ୍ରିକେଟ୍‌ କନେକ୍ଟେଡ୍‌ରେ ସଞ୍ଜୟ କହିଛନ୍ତି, ୨୦୧୧ ପରେ ଭାରତୀୟ ଟିମ୍‌ର ନେତୃତ୍ୱ ଜାରି ରଖିବା ଆବଶ୍ୟକ ବୋଲି ଧୋନୀ ଭାବିଥିଲେ। ଭାରତ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିୟା ବିପକ୍ଷରେ ଖେଳିବାକୁ ଥିଲା। ସେତେବେଳେ ଅନ୍ୟ କେହି ଦାବିଦାର ପ୍ରସ୍ତୁତ ନ ଥିଲେ। ଫଳରେ ଧୋନୀ ଏକୁଟିଆ ଅଧିନାୟକ ପଦ ସମ୍ଭାଳିଥିଲେ। ଠିକ୍‌ ସମୟରେ ବିରାଟ କୋହଲିଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ଖେଳିବା ଜାରି ରଖିଥିଲେ। ଏଣୁ ଧୋନୀ ଆସନ୍ତା ବର୍ଷ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ହେବେ ନାହିଁ। ମାତ୍ର ସେ ଖେଳାଳି ଭାବେ ଖେଳିବେ ବୋଲି ଲାଗୁଛି। ତାଙ୍କ ସ୍ଥାନରେ ଦାୟିତ୍ୱ ସମ୍ଭାଳିବାକୁ ଫାଫ୍‌ଙ୍କୁ ସେ ବାଛି ପାରନ୍ତି। ଏହାଦ୍ୱାରା ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟରେ ୨୨ ନୂତନ ହକି ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର, ୧୨ା୪ (ସ୍ପୋଟର୍‌ସ ବ୍ୟୁରୋ): ହକି ପ୍ରତି ରହିଥିବା ଭଲପାଇବା ପାଇଁ ଓଡ଼ିଶାରେ ଆଉ ୨୨ଟି ହକି ପ୍ରଶିକ୍ଷଣ ସେଣ୍ଟର(ଏଚ୍‌ଟିସି) ସ୍ଥାପନ କରାଯାଇଛି। ତୃଣମୂଳ ସ୍ତରରୁ...

ଦକ୍ଷିଣ ଆଫ୍ରିକାରେ ମହିଳା ଟି୨୦ ସୁପର ଲିଗ୍‌ ଆରମ୍ଭ

ଜୋହାନ୍ସବର୍ଗ,୬।୯- ଆଗାମୀ ବର୍ଷ ହେବାକୁ ମହିଳା ଟି୨୦ ବିଶ୍ୱକପ୍‌ ପୂର୍ବରୁ ଦଳ ପ୍ରସ୍ତୁତ କରିବା ପାଇଁ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ଟକ୍ସ କ୍ରିକେଟ କ୍ଲବହାଉସଠାରେ...

ଅବସର ନେଇ ସ୍ପଷ୍ଟ କଲେ ସୋଏବ ମଲିକ

ଲଣ୍ଡନ,୭।୭(ଏଏଫ୍‌ପି)- ପାକିସ୍ତାନ ଅଭିଜ୍ଞ ବ୍ୟାଟ୍ସମ୍ୟାନ ସୋଏବ ମଲିକ୍‌ ଅବସର ନେଇ ସୂଚନା ଦେଇଛନ୍ତି। ସେ ଦିନିକିଆ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବିଶ୍ୱକପ୍‌ରେ...

ଆନନ୍ଦଙ୍କ ପ୍ରଥମ ବିଜୟ

ଇନ୍ଧୋଭେନ୍‌ (ନେଦରଲାଣ୍ଡ୍ସ), ୧୮ା୧ (ପି.ଟି.)-୫ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଟାଟା ଷ୍ଟିଲ୍‌ ମାଷ୍ଟର୍ସ ଚେସ୍‌ ଟୁର୍ନାମେଣ୍ଟରେ ତାଙ୍କର ପ୍ରଥମ ବିଜୟ ହାସଲ କରିଛନ୍ତି। ଶୁକ୍ରବାର...

ଭାରତ-ଅଷ୍ଟ୍ରେଲିଆ ଏକଦିବସୀୟ ସିରିଜର ପ୍ରଥମ ମୁକାବିଲା ମାର୍ଚ୍ଚ ୧୭ରେ, ଟିମ୍‌ ଇଣ୍ଡିଆରେ ଖେଳିବେନି ରୋହିତ ଶର୍ମା…

ମୁମ୍ବାଇ,୧୫।୩ : ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ବର୍ଡର-ଗାଭାସ୍କର ଟ୍ରଫି ପରେ ଏକଦିବଦୀୟ ସିରିଜରେ ମୁକାବିଲା କରିବାକୁ ପ୍ରସ୍ତୁ ହେଉଛନ୍ତି। ମାର୍ଚ୍ଚ ୧୭ ଶୁକ୍ରବାରଠାରୁ...

ପନ୍ତ, ଆୟାରଙ୍କ ଅର୍ଦ୍ଧଶତକ; ଭାରତ ୧୮୯/୩

ଚେନ୍ନାଇ,୧୫।୧୨- ସ୍ଥାନୀୟ ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳ ପ୍ର୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ୱେ ଭଲ ସ୍କୋର ଆଡ଼େ...

‘ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ କିଶୋର’

ଭୁବନେଶ୍ୱର,୩୯(ସରୋଜ ଜେନା): ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ନିଜର ଚମତ୍କାର ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ହୃଦୟ ଜିତିଥିବା ଜାଭେଲିନ୍‌ ଥ୍ରୋୟର କିଶୋର ଜେନାଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ...

୪୬ ବର୍ଷରେ ପ୍ରଥମ ଥର ପାଇଁ ୧୧୭ ଦିନ ବନ୍ଦ ରହିଲା କ୍ରିକେଟ୍‌

ଲଣ୍ଡନ, ୭।୭- ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳ ମଧ୍ୟରେ ବହୁପ୍ରତୀକ୍ଷିତ ଟେଷ୍ଟ ସିରିଜ ବୁଧବାରଠାରୁ ସାଉଥାମ୍ପଟନରେ ଆରମ୍ଭ ହେବାକୁ ଯାଉଛି। ମହାମାରୀ କରୋନା...

Advertisement
Archives

Model This Week