ଯଃ କାଳୀ ସଃ କୃଷ୍ଣ

 

ମା’ ଆଦ୍ୟାଶକ୍ତି ସୃଷ୍ଟି କାରିଣୀ। ଯୁଗେ ଯୁଗେ ମା’ଙ୍କର ରୂପ ପରିବର୍ତ୍ତନ ହୋଇ ଭକ୍ତ ଉଦ୍ଧାରଣ ନିମିତ୍ତ ଆବିର୍ଭୂତ ହୋଇଥାନ୍ତି। ସେ ଲୀଲାମୟୀ। ସେ ପ୍ରେମମୟୀ, କୋପମୟୀ। ଶ୍ରଦ୍ଧା, ସହାନୁଭୂତି, ମମତାମୟୀ, ଶକ୍ତି ପ୍ରଦାୟିନୀ ମା’। ମା’ର ଅନେକ କଥା କାହାଣୀ। ମା’ ଦୁର୍ଗତି ନିବାରିଣୀ ଦୁର୍ଗା ମହିଷାସୁର ପ୍ରାଣ ନେବାପରେ ଦେବତା ନର ଆଶ୍ୱସ୍ତି ଅନୁଭବ କଲେ। ଏବେ କିନ୍ତୁ ଅନେକ ମହିଷାସୁରର ରାଜୁତି। କେବଳ ମା’ଙ୍କର ପୂଜା, ଆରାଧନା କରିଦେଲେ ହେବନାହିଁ ମନ ଶରୀର ଭିତରେ ଥିବା ଶତ ଶତ ମହିଷାସୁରକୁ ବଧ କରିବାକୁ ପଡିବ। ଏଥିପାଇଁ ତ ମା’ଙ୍କର ତରବାରି ଦରକାର। ମା’ଙ୍କର ଜ୍ଞାନ ଖଡ୍ଗରେ ଅଜ୍ଞାନ ରୂପୀ ମହିଷାସୁରକୁ ଭସ୍ମ କରିବା। ତ୍ରେତୟା ଯୁଗର କଥା। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ପିତୃସତ୍ୟ ପାଳନ କରି ଚଉଦ ବର୍ଷ ବନବାସ କରିଛନ୍ତି। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସହିତ ମା’ ଜାନକୀ ମଧ୍ୟ ବନବାସିନୀ ହୋଇଛନ୍ତି। ଜଗତର କଲ୍ୟାଣ ପାଇଁ ବନବାସର ଦୁଃଖ କଷ୍ଟ ସବୁ ସହିଛନ୍ତି। ମା’ ଜାନକୀଙ୍କର ବନ ଗମନ,ସ୍ବର୍ଣ୍ଣ ମୃଗ ଦର୍ଶନ, ରାବଣ ହରଣ, ଅଗ୍ନିପରୀକ୍ଷା, ବାଲ୍ମୀକି ଆଶ୍ରମରେ ଅବସ୍ଥାନ ଲୀଳା ହିଁ ତ ଥିଲା। ମା’ ସୀତାଙ୍କୁ ରାବଣ ହରଣ କରି ନ ଥିଲେ ରାବଣର ବିନାଶ କ’ଣ ସହଜ ହୋଇଥାନ୍ତା ?? ସବୁ ସେହି ପରମପିତା ଓ ଆଦ୍ୟାଶକ୍ତିଙ୍କ ରହସ୍ୟ ମାତ୍ର। ଜାନକୀ ରୂପରେ ପ୍ରଭୁଙ୍କର ସେବା କରି ରାବଣ ବଧ ଓ ଅଯୋଧ୍ୟାରେ ରାମରାଜ୍ୟ ପ୍ରତିଷ୍ଠା ପଛରେ ମା’ଙ୍କର ଶକ୍ତି ହିଁ ସ୍ପଷ୍ଟଭାବରେ ପରିଦୃଷ୍ଟ ହୋଇଛି। ଦେବତା ଓ ଅସୁରମାନେ ସମୁଦ୍ର ମନ୍ଥନ କରିବାରୁ ମା’ ଲକ୍ଷ୍ମୀ ସମୁଦ୍ର ଗର୍ଭରୁ ଜାତ ହେଲେ। ଦେବତା ଓ ଦାନବ ମା’ଙ୍କର ଅପୂର୍ବ ରୂପ ଦେଖି ବିମୋହିତ ହେଲେ। ଶେଷରେ ମା’ ଲକ୍ଷ୍ମୀ ତ୍ରିଗୁଣାତୀତ ବିଷ୍ଣୁଙ୍କର ଅର୍ଦ୍ଧାଙ୍ଗିନୀ ହେଲେ। ମା’ ଲକ୍ଷ୍ମୀ ଜାତି ବର୍ଣ୍ଣ ନିର୍ବିଶେଷରେ ସର୍ବତ୍ର ପୂଜିତ ହୁଅନ୍ତି। ସେଥିପାଇଁ ବିଷ୍ଣୁ ରୂପୀ ଜଗନ୍ନାଥଙ୍କଠାରୁ ଛାଡ଼ପତ୍ର ପାଇଛନ୍ତି। ତଥାପି ସ୍ବାମୀ ବିରହବେଦନା ସହି ମଧ୍ୟ ଜଗତର କଲ୍ୟାଣ ପାଇଁ କାର୍ଯ୍ୟ କରିଛନ୍ତି। ମା’ ମହାଲକ୍ଷ୍ମୀ ଏହା ସାରାଜଗତରେ ପ୍ରତିପାଦିତ କରିଛନ୍ତି। ସକଳବିଦ୍ୟାର ଅଧିକାରିଣୀ ମା’ ସରସ୍ବତୀ। ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କର ଆହ୍ଲାଦିନୀ ଶକ୍ତି। ମା’ ର କରୁଣାରୁ ଭକ୍ତର ଜ୍ଞାନଚକ୍ଷୁ ଖୋଲିଯାଏ। ଏହି ତ୍ରୟ ଶକ୍ତି ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ବତୀ ହିଁ ସଂସାରର ଶକ୍ତିର ଉତ୍ସ। ତାଙ୍କଠାରୁ ସତ୍‌ ଚିତ୍‌ ଆନନ୍ଦ ଶକ୍ତି ବିଚ୍ଛୁରିତ ହୋଇଥାଏ। କେବଳ ସେତିକି ନୁହେଁ, ମା’ ରାଧାରାଣୀ ଆହ୍ଲାଦିନୀ ଶକ୍ତିରୂପେ ଆବିର୍ଭୂତ ହୋଇ ସାରା ସଂସାରେ ପ୍ରେମର ଅମୀୟ ଧାରା ପ୍ଲାବନ କରିଥିଲେ। ଶ୍ରୀକୃଷ୍ଣଙ୍କ ସହ ଗୋପରେ କେତେ ଯେ ଅପୂର୍ବ ଲୀଳା କରିଛନ୍ତି। ଏହା କେବଳ ପ୍ରେମଶକ୍ତିର ପରାକାଷ୍ଠା। ମହାଯୋଗେଶ୍ୱର କୃଷ୍ଣ ମହାକାଳୀ ରୂପ ଧାରଣ କରିବାର ରହସ୍ୟ ଭେଦ କଲେ ସବୁ କିଛି ଜ୍ଞାତ ହୋଇଯାଏ। ସେଥିପାଇଁ ସଦ୍‌ଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ ମହାରାଜ କହିଲେ- ଯଃ କାଳୀ ସଃ କୃଷ୍ଣ। ଯିଏ କାଳୀ ସିଏ କୃଷ୍ଣ। ଯିଏ ଶ୍ୟାମ ସେ ହିଁ ଶ୍ୟାମା। ଉତ୍କଳସ୍ୟ ଜଗନ୍ନାଥ ସାକ୍ଷାତ ଦକ୍ଷିଣ କାଳୀକା। ବିଷ୍ଣୁରୂପୀ ଜଗନ୍ନାଥ ହେଉଛନ୍ତି ମହାକାଳ। ଶକ୍ତିଙ୍କର ଏହା ଅତ୍ୟନ୍ତ ଗୂଢ ରହସ୍ୟ।

ମୋହନ ଚରଣ ବିଷି -ଅଧ୍ୟାପକ, ଗଡ଼ରାମାଳ, କୋକସରା, କଳାହାଣ୍ଡି, ମୋ:୯୭୭୭୪୬୮୮୪୧


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri