ଯଃ କାଳୀ ସଃ କୃଷ୍ଣ

 

ମା’ ଆଦ୍ୟାଶକ୍ତି ସୃଷ୍ଟି କାରିଣୀ। ଯୁଗେ ଯୁଗେ ମା’ଙ୍କର ରୂପ ପରିବର୍ତ୍ତନ ହୋଇ ଭକ୍ତ ଉଦ୍ଧାରଣ ନିମିତ୍ତ ଆବିର୍ଭୂତ ହୋଇଥାନ୍ତି। ସେ ଲୀଲାମୟୀ। ସେ ପ୍ରେମମୟୀ, କୋପମୟୀ। ଶ୍ରଦ୍ଧା, ସହାନୁଭୂତି, ମମତାମୟୀ, ଶକ୍ତି ପ୍ରଦାୟିନୀ ମା’। ମା’ର ଅନେକ କଥା କାହାଣୀ। ମା’ ଦୁର୍ଗତି ନିବାରିଣୀ ଦୁର୍ଗା ମହିଷାସୁର ପ୍ରାଣ ନେବାପରେ ଦେବତା ନର ଆଶ୍ୱସ୍ତି ଅନୁଭବ କଲେ। ଏବେ କିନ୍ତୁ ଅନେକ ମହିଷାସୁରର ରାଜୁତି। କେବଳ ମା’ଙ୍କର ପୂଜା, ଆରାଧନା କରିଦେଲେ ହେବନାହିଁ ମନ ଶରୀର ଭିତରେ ଥିବା ଶତ ଶତ ମହିଷାସୁରକୁ ବଧ କରିବାକୁ ପଡିବ। ଏଥିପାଇଁ ତ ମା’ଙ୍କର ତରବାରି ଦରକାର। ମା’ଙ୍କର ଜ୍ଞାନ ଖଡ୍ଗରେ ଅଜ୍ଞାନ ରୂପୀ ମହିଷାସୁରକୁ ଭସ୍ମ କରିବା। ତ୍ରେତୟା ଯୁଗର କଥା। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ପିତୃସତ୍ୟ ପାଳନ କରି ଚଉଦ ବର୍ଷ ବନବାସ କରିଛନ୍ତି। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସହିତ ମା’ ଜାନକୀ ମଧ୍ୟ ବନବାସିନୀ ହୋଇଛନ୍ତି। ଜଗତର କଲ୍ୟାଣ ପାଇଁ ବନବାସର ଦୁଃଖ କଷ୍ଟ ସବୁ ସହିଛନ୍ତି। ମା’ ଜାନକୀଙ୍କର ବନ ଗମନ,ସ୍ବର୍ଣ୍ଣ ମୃଗ ଦର୍ଶନ, ରାବଣ ହରଣ, ଅଗ୍ନିପରୀକ୍ଷା, ବାଲ୍ମୀକି ଆଶ୍ରମରେ ଅବସ୍ଥାନ ଲୀଳା ହିଁ ତ ଥିଲା। ମା’ ସୀତାଙ୍କୁ ରାବଣ ହରଣ କରି ନ ଥିଲେ ରାବଣର ବିନାଶ କ’ଣ ସହଜ ହୋଇଥାନ୍ତା ?? ସବୁ ସେହି ପରମପିତା ଓ ଆଦ୍ୟାଶକ୍ତିଙ୍କ ରହସ୍ୟ ମାତ୍ର। ଜାନକୀ ରୂପରେ ପ୍ରଭୁଙ୍କର ସେବା କରି ରାବଣ ବଧ ଓ ଅଯୋଧ୍ୟାରେ ରାମରାଜ୍ୟ ପ୍ରତିଷ୍ଠା ପଛରେ ମା’ଙ୍କର ଶକ୍ତି ହିଁ ସ୍ପଷ୍ଟଭାବରେ ପରିଦୃଷ୍ଟ ହୋଇଛି। ଦେବତା ଓ ଅସୁରମାନେ ସମୁଦ୍ର ମନ୍ଥନ କରିବାରୁ ମା’ ଲକ୍ଷ୍ମୀ ସମୁଦ୍ର ଗର୍ଭରୁ ଜାତ ହେଲେ। ଦେବତା ଓ ଦାନବ ମା’ଙ୍କର ଅପୂର୍ବ ରୂପ ଦେଖି ବିମୋହିତ ହେଲେ। ଶେଷରେ ମା’ ଲକ୍ଷ୍ମୀ ତ୍ରିଗୁଣାତୀତ ବିଷ୍ଣୁଙ୍କର ଅର୍ଦ୍ଧାଙ୍ଗିନୀ ହେଲେ। ମା’ ଲକ୍ଷ୍ମୀ ଜାତି ବର୍ଣ୍ଣ ନିର୍ବିଶେଷରେ ସର୍ବତ୍ର ପୂଜିତ ହୁଅନ୍ତି। ସେଥିପାଇଁ ବିଷ୍ଣୁ ରୂପୀ ଜଗନ୍ନାଥଙ୍କଠାରୁ ଛାଡ଼ପତ୍ର ପାଇଛନ୍ତି। ତଥାପି ସ୍ବାମୀ ବିରହବେଦନା ସହି ମଧ୍ୟ ଜଗତର କଲ୍ୟାଣ ପାଇଁ କାର୍ଯ୍ୟ କରିଛନ୍ତି। ମା’ ମହାଲକ୍ଷ୍ମୀ ଏହା ସାରାଜଗତରେ ପ୍ରତିପାଦିତ କରିଛନ୍ତି। ସକଳବିଦ୍ୟାର ଅଧିକାରିଣୀ ମା’ ସରସ୍ବତୀ। ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କର ଆହ୍ଲାଦିନୀ ଶକ୍ତି। ମା’ ର କରୁଣାରୁ ଭକ୍ତର ଜ୍ଞାନଚକ୍ଷୁ ଖୋଲିଯାଏ। ଏହି ତ୍ରୟ ଶକ୍ତି ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ବତୀ ହିଁ ସଂସାରର ଶକ୍ତିର ଉତ୍ସ। ତାଙ୍କଠାରୁ ସତ୍‌ ଚିତ୍‌ ଆନନ୍ଦ ଶକ୍ତି ବିଚ୍ଛୁରିତ ହୋଇଥାଏ। କେବଳ ସେତିକି ନୁହେଁ, ମା’ ରାଧାରାଣୀ ଆହ୍ଲାଦିନୀ ଶକ୍ତିରୂପେ ଆବିର୍ଭୂତ ହୋଇ ସାରା ସଂସାରେ ପ୍ରେମର ଅମୀୟ ଧାରା ପ୍ଲାବନ କରିଥିଲେ। ଶ୍ରୀକୃଷ୍ଣଙ୍କ ସହ ଗୋପରେ କେତେ ଯେ ଅପୂର୍ବ ଲୀଳା କରିଛନ୍ତି। ଏହା କେବଳ ପ୍ରେମଶକ୍ତିର ପରାକାଷ୍ଠା। ମହାଯୋଗେଶ୍ୱର କୃଷ୍ଣ ମହାକାଳୀ ରୂପ ଧାରଣ କରିବାର ରହସ୍ୟ ଭେଦ କଲେ ସବୁ କିଛି ଜ୍ଞାତ ହୋଇଯାଏ। ସେଥିପାଇଁ ସଦ୍‌ଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ ମହାରାଜ କହିଲେ- ଯଃ କାଳୀ ସଃ କୃଷ୍ଣ। ଯିଏ କାଳୀ ସିଏ କୃଷ୍ଣ। ଯିଏ ଶ୍ୟାମ ସେ ହିଁ ଶ୍ୟାମା। ଉତ୍କଳସ୍ୟ ଜଗନ୍ନାଥ ସାକ୍ଷାତ ଦକ୍ଷିଣ କାଳୀକା। ବିଷ୍ଣୁରୂପୀ ଜଗନ୍ନାଥ ହେଉଛନ୍ତି ମହାକାଳ। ଶକ୍ତିଙ୍କର ଏହା ଅତ୍ୟନ୍ତ ଗୂଢ ରହସ୍ୟ।

ମୋହନ ଚରଣ ବିଷି -ଅଧ୍ୟାପକ, ଗଡ଼ରାମାଳ, କୋକସରା, କଳାହାଣ୍ଡି, ମୋ:୯୭୭୭୪୬୮୮୪୧


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ଖାଦ୍ୟ

ମହିଳାଙ୍କ ଉତ୍ତମ ସ୍ବାସ୍ଥ୍ୟ ହିଁ ପରିବାରର ସୁସ୍ଥତାର ପରିଚାୟକ, କାରଣ ସେମାନେ ହେଉଛନ୍ତି ଗୋଟିଏ ପରିବାରର କେନ୍ଦ୍ରବିନ୍ଦୁ ଏବଂ ମହିଳାମାନେ ସୁସ୍ଥ ରହିଲେ ହିଁ ଗୋଟିଏ...

ଏହି ୩ ରାଶିର ବ୍ୟକ୍ତିଙ୍କ ଉପରେ ଅକ୍ଟୋବର ୩୦ ଯାଏ ରହିବ ଲକ୍ଷ୍ମୀଙ୍କ କୃପା, ଧନଧାନ୍ୟରେ ପୂରି ଉଠିବ ଘର…

ଅକ୍ଟୋବର ୭ ଗୁରୁବାରରୁ ଆରମ୍ଭ ହୋଇଛି ନବରାତ୍ରି। ଠିକ୍‌ ୮ ଦିନ ପରେ ଅର୍ଥାତ ଅକ୍ଟୋବର ୧୪ରେ ଏହା ଶେଷ ହେବ। ନବରାତ୍ରିରେ ମା’ ଦୁର୍ଗାଙ୍କ...

କେବଳ ପ୍ରଥମ ଡେଟ୍‌ର ଏହି ଭୁଲ: ଭାଙ୍ଗିଦିଏ ପ୍ରେମ ସମ୍ପର୍କ

ସମସ୍ତେ ପ୍ରଥମ ଡେଟ୍‌ରେ ଉତ୍ସାହିତ ଏବଂ ନର୍ଭସ ଥାନ୍ତି। ଏପରି ପରିସ୍ଥିତିରେ, ଝିଅମାନେ ଭାବିଚିନ୍ତି କାମ କରନ୍ତି। ମାତ୍ର ପୁଅମାନେ ଅତ୍ୟଧିକ ଉତ୍ସାହରେ ମୂର୍ଖତା ପ୍ରଦର୍ଶନ...

ଶୀତଦିନେ ପାଦ ଓ ଆଙ୍ଗୁଳି ପୋଡ଼ାଜଳାରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି …

ନୂଆଦିଲ୍ଲୀ: ଶୀତଦିନେ ପରିବେଶ ଶୁଷ୍କ ଏବଂ ଥଣ୍ଡା ରହିଥାଏ। ଫଳରେ ଶରୀରର ନିମ୍ନ ଅଂଶରେ ରକ୍ତ ସଞ୍ଚାଳନ କମ ହୋଇଥାଏ। ତେଣୁ କେତେକଙ୍କଠାରେ ପାଦ ଓ...

ଭାରୀ ଉପକାରୀ ଦେଶୀ ଘିଅ

ଆମ ମନରେ ଏକ ଧାରଣା ବସା ବାନ୍ଧି ରହିଯାଇଛି ଯେ, ଦେଶୀ ଘିଅ ନିୟମିତ ଭାବେ ଖାଇବା ଦ୍ୱାରା ଶରୀର ଓଜନ କ୍ଷିପ୍ର ଗତିରେ ବଢ଼ିବା...

ମଳକଣ୍ଟକର ହୋମିଓ ଉପଚାର

ମଳଦ୍ୱାର ସହିତ ସଂଲଗ୍ନ ଥିବା ଶିରାର ପ୍ରସାରଣ ହେତୁ କିମ୍ବା ତାହା କ୍ଷତ ହେବା କାରଣରୁ ମଳଦ୍ୱାର ଦେଇ ରକ୍ତସ୍ରାବ ହେବାକୁ ଅର୍ଶ କୁହାଯାଏ। ସେହିଭଳି...

ଅନିଦ୍ରା ଦୂର କରେ ମହୁ

ଶରୀର ପକ୍ଷେ ଅତ୍ୟନ୍ତ ଲାଭଦାୟକ ହୋଇଥିବାରୁ ବିଭିନ୍ନ ଘରୋଇ ଉପଚାରରେ ମହୁ ବ୍ୟବହାର ହୋଇଥାଏ। ତଣ୍ଟି ଖରାପ, ଗଳାବ୍ୟଥାକୁ ଦୂର କରିବା ସହ ଏହା ତ୍ୱଚା...

ଭାପା ଆଳୁ

ଆବଶ୍ୟକ ସାମଗ୍ରୀ: ଆଳୁ- ୨୦୦ଗ୍ରାମ୍‌, ସୋରିଷ ତେଲ-୨ ଚାମଚ, ଶୁଖିଲା ଲଙ୍କା-୨ଟା, ସୋରିଷ ବଟା-ଅଧା ଚାମଚ, ବସାଦହି-୧ ଚାମଚ, ନଡ଼ିଆ ପେଷ୍ଟ-୩/୪ ଚାମଚ, କଦଳୀ ପତ୍ର-୨ଟା,...

Advertisement
Archives

Model This Week