Posted inଖେଳ

ଏହି ମାମଲାରେ କୋହଲି-ରୋହିତଙ୍କୁ ପଛରେ ପକାଇଲେ ଧୋନୀ

ନୂଆଦିଲ୍ଲୀ,୧୦।୧୨: ଆଇପିଏଲ୍‌ ଇତିହାସରେ ସବୁଠାରୁ ଅଧିକ ପାଉଣା ପାଇଥିବା ଖେଳାଳିଙ୍କ ତାଲିକା ଶୀର୍ଷରେ ଅଛନ୍ତି ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ସେ ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରେ ଶୀର୍ଷରେ ରହିଆସୁଥିଲେ। ଏବେ ଆଇପିଏଲ୍‌ରେ ମଧ୍ୟ ପ୍ରଥମ ନାମ ଧୋନୀଙ୍କ ରହିଛି।

୨୦୦୭ରେ ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ୍‌ ଜିତିଥିଲା। ଏହାର କିଛି ମାସ ପରେ ଖେଳାଯାଇଥିବା ଆଇପିଏଲ୍‌ ୨୦୦୮ରେ ସବୁଠାରୁ ଅଧିକ ଦାମ(୧୧ କୋଟି ଟଙ୍କା)ଦେଇ ଧୋନୀଙ୍କୁ କିଣିଥିଲା ସିଏସ୍‌କେ। ଆଇପିଏଲ୍‌ରେ ଏଯାବତ ସେ ମୋଟ ୧୩୭ କୋଟି ଟଙ୍କା ପାଉଣା ପାଇଛନ୍ତି।

ରିପୋର୍ଟ ମୁତାବକ ଧୋନୀ ଆଇପିଏଲ୍‌ର ୨୦୦୯ ଏବଂ ୨୦୧୦ରେ ୨୦୦୮ ସହ ସମାନ ପାଉଣା ପାଇଥିଲେ। ଏହାପରେ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ସେ ୮.୨ କୋଟି ଟଙ୍କା ନେଇଥିଲେ। ୨୦୧୪ ଓ ୧୫ରେ ୧୨.୫ କୋଟି ଟଙ୍କା ତାଙ୍କୁ ମିଳିଥିବା ବେଳେ ୨୦୧୮ରେ ୧୫ କୋଟି ଟଙ୍କା ମିଳୁଛି। ଏହିଭଳି ଭାବେ ୧୩ ସିଜନରେ ତାଙ୍କୁ ୧୩୭ କୋଟି ଟଙ୍କା ମିଳିଛି। ଧୋନୀଙ୍କ ପରେ ଦ୍ୱିତୀୟ ସ୍ଥାନରେ ରୋହିତ ଶର୍ମା, ତୃତୀୟରେ ବିରାଟ କୋହଲୀ ଅଛନ୍ତି। ରୋହିତଙ୍କୁ ମୋଟ ୧୩୧ କୋଟି ଟଙ୍କା ମିଳିଥିବା ବେଳେ ବିରାଟଙ୍କୁ ୧୨୬ କୋଟି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନା ସଂକ୍ରମଣ ସତ୍ତ୍ୱେ ଜାତୀୟ ହକି କ୍ୟାମ୍ପ ଆରମ୍ଭ ହେବ

ନୂଆଦିଲ୍ଳୀ,୧୩।୮(ପି.ଟି.): କେତୋଟି କୋଭିଡ୍‌-୧୯ ମାମଲା ସତ୍ତ୍ୱେ ଅଗଷ୍ଟ ୧୯ ତାରିଖରୁ ଭାରତୀୟ ଜାତୀୟ ହକି ଦଳ ପାଇଁ ଟ୍ରେନିଂ କ୍ୟାମ୍ପ ଆରମ୍ଭ ହେବ। ଅଧିନାୟକ ମନପ୍ରୀତ୍‌...

୨୦ ବର୍ଷ ହେବ ଅକ୍ଷୟ କୁମାରଙ୍କ ଅପେକ୍ଷାରେ ଥିଲେ ଏହି ଯୁବତୀ, ମିଳିଲା ଏମିତି ଉତ୍ତର

ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ଅକ୍ଷୟ କୁମାର। ତାଙ୍କର ପ୍ରଶଂସକ ମଧ୍ୟ ଅନେକ ଅଛନ୍ତି। ନିକଟରେ ଅକ୍ଷୟଙ୍କ ବାର୍ତ୍ତାକୁ ୨୦ ବର୍ଷ ଅପେକ୍ଷା କରିଥିବା...

ଭାରତ ଗସ୍ତ: ବାଂଲାଦେଶ ଟି୨୦, ଟେଷ୍ଟ ଦଳ ଘୋଷିତ

ଢାକା, ୩୦।୧୦(ପି.ଟି.)- ଆଗାମୀ ଭାରତ ଗସ୍ତ ପାଇଁ ମଙ୍ଗଳବାର ବାଂଲାଦେଶ ଟି୨୦ ଓ ଟେଷ୍ଟ ଦଳ ଘୋଷିତ ହୋଇଛି। ମହମୁଦୁଲ୍ଲା ରିୟାଦ ଓ ମୋମିନୁଲ ହକ୍‌...

କେବଳ କୋହଲି ନୁହେଁ, ପ୍ରଥମେ କନ୍ୟା ସନ୍ତାନର ଅଧିକାରୀ ହୋଇଛନ୍ତି ଏହି ୧୦ ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କନ୍ୟା ସନ୍ତାନର ଜନକ ହୋଇଛନ୍ତି। ଏହାପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। କେବଳ କୋହଲି ନୁହଁନ୍ତି...

ସ୍ମିଥଙ୍କ ହାତରୁ ଚାଲିଗଲା ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତା

ଦୁବାଇ,୩୦।୬: ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ବୁଧବାର ପରିଲକ୍ଷିତ ହୋଇଛି ବଡ଼ ପରିବର୍ତ୍ତନ। ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ହାତରୁ ଚାଲିଯାଇଛି ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତା।...

ସୁପର ଶଟ୍‌ ଲିଗ୍‌ ୨୭ରୁ

ଭୁବନେଶ୍ୱର, ୨୮।୪(କ୍ରୀଡ଼ା ପ୍ରତିନିଧି)- ଶୁଟରମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଶୁଟିଂ ସ୍ପୋଟର୍‌ସରେ ପ୍ରଥମଥର ପାଇଁ ଓଡ଼ିଶାରେ ଏକ ଲିଗ୍‌ ଆରମ୍ଭ ହେବାକୁ ଯାଉଛି। ଗନ୍‌ ଫର...

ଟୋକିଓ ଅଲିମ୍ପିକ୍ସ ବିଳମ୍ବିତ ହେବାର ମୂଲ୍ୟ ୨ ବିଲିୟନ ଡଲାର

ଟୋକିଓ,୩୦।୧୧(ଏପି): କୋଭିଡ୍‌-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ବିଳମ୍ବିତ ହୋଇଛି। ତେବେ ଏଥିପାଇଁ ଆୟୋଜକମାନଙ୍କୁ ମୂଲ୍ୟ ଦେବାକୁ ପଡିଛି। ଏହି ମେଗା ଇଭେଣ୍ଟ...

ବିଶ୍ୱକପ୍‌ରେ ଭାରତଠାରୁ ହାରିବା ନୂଆ ନୁହେଁ

ଲଣ୍ଡନ, ୨୩ା୬ (ପି.ଟି.)-ରବିବାର ଖେଳାଯିବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ତାଙ୍କ ଦଳ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦ...

Advertisement
Archives

Model This Week