Posted inଖେଳ

ଆଇପିଏଲ୍‌ରେ ଏଭଳି କିଛି କଲେ ଧୋନୀ; ପ୍ରଶଂସକ କହିଲେ ‘ଆଉ ଦେଖିବାକୁ କିଛି ବାକି ନାହିଁ’

ନୂଆଦିଲ୍ଲୀ,୨୯।୪: କ୍ରିକେଟ ମଇଦାନରେ ମହେନ୍ଦ୍ର ସିଂହ ଧୋନୀ ଶ୍ରେଷ୍ଠ ଫିଲ୍ଡରଙ୍କ ମଧ୍ୟରୁ ଅନ୍ୟତମ। ଉଇକେଟ ପଛରେ ତାଙ୍କର ଫୁର୍ତ୍ତି ସମସ୍ତଙ୍କୁ ଚକିତ କରେ। ସେ କ୍ୱଚିତ କ୍ୟାଚ୍‌ ଛାଡ଼ିଥାନ୍ତି। କିନ୍ତୁ ଆଇପିଏଲ୍‌ର ଚଳିତ ସଂସ୍କରଣରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ ଏଭଳି କିଛି ଘଟିଥିଲା ଯାହା ସମସ୍ତଙ୍କୁ ଚକିତ କରିଥିଲା। ଧୋନୀ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏକ ସହଜ କ୍ୟାଚ୍‌କୁ ଛାଡ଼ିଥିଲେ। ଏହି କ୍ୟାଚ୍‌ ଜନି ବେୟାରଷ୍ଟୋଙ୍କ ଥିଲା। ଏହାକୁ ନେଇ କ୍ରିକେଟ ପ୍ରଶଂସକମାନେ ବହୁତ ନିରାଶ ହୋଇଥିଲେ।

ଧୋନୀ କ୍ୟାଚ୍‌ ଛାଡ଼ିବା ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଭଳିକି ଭଳି ପ୍ରତିକ୍ରିୟା ଦେଇଥିଲେ। ଧୋନୀ ଯେଉଁଭଳି ସହଜ କ୍ୟାଚ୍‌ ଛାଡ଼ିଛନ୍ତି, ଆଉ ଦେଖିବାକୁ କିଛି ବାକି ନାହିଁ ବୋଲି ଜଣେ କହିଛନ୍ତି। ବହୁତ ଦିନ ପରେ ଧୋନୀ ପ୍ରଥମ ଥର ପାଇଁ କ୍ୟାଚ୍‌ ଛାଡ଼ିଛନ୍ତି ବୋଲି ଅନ୍ୟଜଣେ କହିଛନ୍ତି। ସେହିଭଳି ଶେଷ ଥର ପାଇଁ କେବେ ଧୋନୀ କ୍ୟାଚ୍‌ ଛାଡ଼ିଥିଲେ ମନେ ନାହିଁ ବୋଲି ଆଉଜଣେ ପ୍ରଶଂସକ କହିଛନ୍ତି।

କହିରଖୁଛୁ, ଧୋନୀ ବେୟାରଷ୍ଟୋଙ୍କ କ୍ୟାଚ୍‌ ଛାଡ଼ିଥିଲେ ହେଁ ସେ ଏହାର ଫାଇଦା ଉଠାଇପାରି ନ ଥିଲେ। ସେ ୫ ବଲ୍‌ରେ ଗୋଟିଏ ଚଉକା ଯୋଗୁ ମାତ୍ର ୭ ରନ୍‌ କରିଥିଲେ। ଅପରପକ୍ଷେ ତାଙ୍କ ଦଳ ୨୦ ଓଭରରେ ୩ ଉଇକେଟ ହରାଇ ୧୭୧ ରନ୍‌ କରିଥିଲା। ଜବାବରେ ଚେନ୍ନାଇ ୧୮.୩ ଓଭରରେ ୩ ଉଇକେଟ ହରାଇ ୧୭୩ ରନ୍‌ ସଂଗ୍ରହ କରିନେଇ ବିଜେତା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri