ରିଲିଜ୍ ହେଲା ରାଣୀ ମୁଖାର୍ଜୀଙ୍କ ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ର ଦମଦାର ଟ୍ରେଲର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଅପକମିଂ ମୁଭି ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ର ପ୍ରଥମ ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ଖୁବ୍ ଦମଦାର ଲାଗୁଥିବା ବେଳେ ଏଥିରେ ରାଣୀଙ୍କ ଶାନଦାର ପରଫରମାନ୍ସ ନଜର ଆସୁଛି । ଫିଲ୍ମଟି ନରୱେରେ ରହୁଥିବା ଜଣେ ବଙ୍ଗାଳି ମହିଳାଙ୍କ କାହାଣୀ ଉପରେ ଆଧାରିତ, ଯେକି ତାଙ୍କ ସ୍ୱାମୀ ଓ ଦୁଇ ପିଲାଙ୍କ ସହ ନରୱେରେ ରହୁଛନ୍ତି ।
ସେଠାରେ ଥିବା ବାଲ ସୁରକ୍ଷା ସେବା ଦ୍ୱାରା ରାଣୀଙ୍କ ପିଲାଙ୍କୁ ତାଙ୍କଠାରୁ ଛଡାଇ ନିଆଯାଉଛି । ଟ୍ରେଲର ଆରମ୍ଭରେ ମିସେସ ଚାଟାର୍ଜୀ ନରୱେରେ ନୂଆ ଜୀବନର ଠିକ୍ ଚିତ୍ର ଦେଖାଇବାରୁ ଆରମ୍ଭ ହେଉଛି । ନରୱେରେ ନୂଆ ଜୀବନ ଆରମ୍ଭ କରିବାକୁ ମିସେସ ଚାଟାର୍ଜୀ ସ୍ୱାମୀଙ୍କ ସହ ଦେଶ ଛାଡି ଚାଲିଯାଇଛନ୍ତି । ସେ ତାଙ୍କର ଦୁଇଟି ପିଲା ଶୁଭ ଓ ସୂଚିକୁ ବହୁତ ଭଲପାଆନ୍ତି । ହେଲେ ଗୋଟିଏ ଦିନ ୨ ଜଣ ମହିଳା ତାଙ୍କ ପିଲାଙ୍କୁ ତାଙ୍କଠାରୁ ଛଡାଇ ନେଇଯାଉଛନ୍ତି । ପରେ ଜଣାପଡିଛି କି ଚାଟାର୍ଜୀ ତାଙ୍କ ପିଲାଙ୍କ ଦେଖାଶୁଣା ଠିକ୍ ଭାବେ କରି ନ ପାରିବାରୁ ସେମାନଙ୍କୁ ତାଙ୍କ ମାତାପିତାଙ୍କ ନିକଟରୁ ଛଡାଇ ନିଆଯାଉଛି ।
ସୂଚନାଯୋଗ୍ୟ, ନରୱେ ଓ ଭାରତ ସାସ୍କୃତିକ ପରମ୍ପରା ଅନୁଯାୟୀ ଅନେକାଂଶରେ ଭିନ୍ନ । ଉଭୟଙ୍କ ଜବୀନ ଶୈଳି ବି ଅଲଗା । ତେଣୁ ମିସେସ ଚାଟାର୍ଜୀ ତାଙ୍କ ପିଲାମାନଙ୍କୁ ଯେମିତି ଲାଳନ ପାଳନ କରୁଛନ୍ତି, ତାହାକୁ ନରୱେରେ ଭୁଲ ବୋଲି କୁହାଯାଉଛି । ଯେମିତିକି ମିସେସ ଚାଟାର୍ଜୀ ପିଲାମାନଙ୍କୁ ହାତରେ ଖୁଆଇ ଦେବା, ଗୋଟିଏ ବିଛଣାରେ ପିଲାମାନଙ୍କ ସହ ଶୋଇବା, ପିଲାଙ୍କୁ କଳା ଟିକା ଲଗାଇବା ଇତ୍ୟାଦି । ନରୱେବାସୀଙ୍କ ମତରେ ପିଲାଙ୍କୁ ମାଆଠାରୁ ଅଲଗା କରିବାକୁ ଏମିତି କରାଯାଇଥାଏ । ଏଥିରେ କିନ୍ତୁ ମିସେସ ଚାଟାର୍ଜୀ ହାର ମାନି ନାହାନ୍ତି । ସେ ତାଙ୍କ ସ୍ୱାମୀଙ୍କ ସମର୍ଥନ ସହ ହେଉ ଅବା ଏକେଲା ପିଲାମାନଙ୍କ ପାଇଁ ଲଢିବାକୁ ନରୱେ ଓ ଭାରତର ଅଦାଲତରେ ପହଞ୍ଚିଛନ୍ତି ।
ଆଶିମା ଚିବ୍ୱରଙ୍କ ଦ୍ୱାରା ନିର୍ଦ୍ଦେଶିତ ମୁଭି ‘ ମିସେସ ଚାଟାର୍ଜୀ ଭର୍ସେସ ନରୱେ’ ଏକ ସତ ଘଟଣା ଉପରେ ଆଧାରିତ । ଫିଲ୍ମଟି ପ୍ରଥମେ ୩ ମାର୍ଚ୍ଚରେ ରିଲିଜ୍ ହେବାକୁ ଘୋଷଣା କରାଯାଇଥିବା ବେଳେ ପରେ କିନ୍ତୁ ଏହା ୨୧ ମାର୍ଚ୍ଚ ୨୦୨୩ରେ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri