ରୁଷିଆ ସୀମାରେ ୟୁକ୍ରେନ୍‌ ସୈନ୍ୟ

କିଭ୍‌/ମସ୍କୋ, ୧୬ା୫: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ସୋମବାର ୮୨ ଦିନରେ ପହଞ୍ଚିଛି। ଦିନ ଯେତେ ଲମ୍ବୁଛି ୟୁକ୍ରେନ୍‌ରେ ବେଶୀ କିଛି ହାସଲ କରିବାର ଆଶା ରୁଷିଆ ପାଇଁ ସେତେ ମଉଳିବାରେ ଲାଗିଛି। ଶକ୍ତିଶାଳୀ ରୁଷୀୟ ସୈନ୍ୟଙ୍କୁ ରୋକିବାରେ ୟୁକ୍ରେନ୍‌ ସଫଳ ହେଉଥିବା ବେଳେ ସେପଟେ ରୁଷିଆ ସହ ବଡ଼ ସୀମା ଭାଗ କରୁଥିବା ଫିନ୍‌ଲାଣ୍ଡ ଏବେ ନାଟୋରେ ସାମିଲ ପ୍ରକ୍ରିୟା ଆରମ୍ଭ କରିବା ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଚିନ୍ତା ବଢ଼ାଇଛି। ୟୁକ୍ରେନ୍‌ର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରୁ ରୁଷୀୟ ସୈନ୍ୟଙ୍କୁ ଘଉଡାଇବାରେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର ସକ୍ଷମ ହୋଇଛି। ଏପରିକି ୟୁକ୍ରେନ୍‌ ସୈନ୍ୟ ରୁଷିଆ ସୀମା ନିକଟରେ ପହଞ୍ଚି ସେଠାରୁ ଏକ ଭିଡିଓ ଜାରି କରିଛନ୍ତି। ବ୍ରିଟେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି। ଏଥିରେ ସେମାନେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ରଖିଛନ୍ତି। ‘ଶ୍ରୀଯୁକ୍ତ ରାଷ୍ଟ୍ରପତି, ଆମେ ଏହା କରି ଦେଖାଇଲୁ। ଆମେ ଏବେ ୟୁକ୍ରେନ୍‌ ଓ ଶତ୍ରୁ ରାଷ୍ଟ୍ରର ସୀମାରେ ପହଞ୍ଚିଛୁ। ୟୁକ୍ରେନ୍‌ର ବିଜୟ ହେବ’ ବୋଲି ଭିଡିଓରେ ସେମାନେ କହୁଥିବା ଦେଖାଯାଇଛି। ୟୁକ୍ରେନ୍‌ର ଉତ୍ତରରେ ଥିବା ଖାର୍କିଭ ସହରକୁ ରୁଷିଆ କବ୍‌ଜା କରିଥିବା ଦାବି କରିଥିଲା। ତେବେ କିଭ୍‌ର ପ୍ରତିଆକ୍ରମଣରେ ରୁଷୀୟ ସୈନ୍ୟ ସେଠାରୁ ଫେରିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍‌ର ଉତ୍ତର-ପୂର୍ବ ସହର ସୁମିରେ ମଧ୍ୟ ରୁଷିଆର ଆକ୍ରମଣ ଥମିଛି ବୋଲି ଆଞ୍ଚଳିକ ଗଭର୍ନର ଡିମିଟ୍ରୋ ଝିଭିତ୍‌ସ୍କି କହିଛନ୍ତି। ମୋର୍ଟାର ସେଲ୍‌, ଗ୍ରେନେଡ୍‌, ମେଶିନ୍‌ ଗନ୍‌ ଯୋଗେ ତୀବ୍ର ଆକ୍ରମଣ କରି ମସ୍କୋ ସୈନ୍ୟ ସୁମିରେ ପଶିଥିଲେ। କିନ୍ତୁ ପାଲଟା ଆକ୍ରମଣରେ ସେମାନେ ପଛଘୁଞ୍ଚା ଦେଇଥିବା ଝିଭିତ୍‌ସ୍କି ଏକ ଟେଲିଗ୍ରାମ ପୋଷ୍ଟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରପଡ଼ା ଜେଲରେ ନିଶାର ଜାଲ! ଅତ୍ୟଧିକ ଡ୍ରଗ୍ସ ଖାଇ ୫ କଏଦୀ ଗୁରତର, ୩ ଆଇସିୟୁରେ

ଭୁବନେଶ୍ୱର, ୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀର ଝାରପଡ଼ା ସ୍ୱତନ୍ତ୍ର କାରାଗାର ପୁଣିଥରେ ନିଶା କାରବାରକୁ ନେଇ ଚର୍ଚ୍ଚାକୁ ଆସିଛି। ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା…

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ଇଥାନଲ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା; E20ରେ ମିଶୁଛି…

ନୂଆଦିଲ୍ଲୀ,୨୩।୬: ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ E20 କୁ ନେଇ ଅନେକ ପ୍ରକାରର ଦାବି ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବାଦକୁ…

ବାହା ହେବାକୁ ମନା କଲେ ଶାଶୁ, ବୋହୂ ଭାଇରାଲ କରିଦେଲେ ଶାଶୁଙ୍କ ଅଶ୍ଲୀଳ ଫଟୋ, ଶ୍ୱଶୁର କହିଲେ…

ମୁମ୍ଵାଇ ୨୩।୦୬: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ ଜଣେ ମହିଳାଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ମାଆଙ୍କ…

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି: ଭୁବନେଶ୍ୱରରେ ପହଞ୍ଚିଲା ୫ ମୃତଦେହ, ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬: ତାମିଲନାଡୁରେ ଘଟିଥିବା ଦୁଃଖଦ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ମଙ୍ଗଳବାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri