ରୁଷିଆ ସୀମାରେ ୟୁକ୍ରେନ୍‌ ସୈନ୍ୟ

କିଭ୍‌/ମସ୍କୋ, ୧୬ା୫: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ସୋମବାର ୮୨ ଦିନରେ ପହଞ୍ଚିଛି। ଦିନ ଯେତେ ଲମ୍ବୁଛି ୟୁକ୍ରେନ୍‌ରେ ବେଶୀ କିଛି ହାସଲ କରିବାର ଆଶା ରୁଷିଆ ପାଇଁ ସେତେ ମଉଳିବାରେ ଲାଗିଛି। ଶକ୍ତିଶାଳୀ ରୁଷୀୟ ସୈନ୍ୟଙ୍କୁ ରୋକିବାରେ ୟୁକ୍ରେନ୍‌ ସଫଳ ହେଉଥିବା ବେଳେ ସେପଟେ ରୁଷିଆ ସହ ବଡ଼ ସୀମା ଭାଗ କରୁଥିବା ଫିନ୍‌ଲାଣ୍ଡ ଏବେ ନାଟୋରେ ସାମିଲ ପ୍ରକ୍ରିୟା ଆରମ୍ଭ କରିବା ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଚିନ୍ତା ବଢ଼ାଇଛି। ୟୁକ୍ରେନ୍‌ର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରୁ ରୁଷୀୟ ସୈନ୍ୟଙ୍କୁ ଘଉଡାଇବାରେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର ସକ୍ଷମ ହୋଇଛି। ଏପରିକି ୟୁକ୍ରେନ୍‌ ସୈନ୍ୟ ରୁଷିଆ ସୀମା ନିକଟରେ ପହଞ୍ଚି ସେଠାରୁ ଏକ ଭିଡିଓ ଜାରି କରିଛନ୍ତି। ବ୍ରିଟେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି। ଏଥିରେ ସେମାନେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ରଖିଛନ୍ତି। ‘ଶ୍ରୀଯୁକ୍ତ ରାଷ୍ଟ୍ରପତି, ଆମେ ଏହା କରି ଦେଖାଇଲୁ। ଆମେ ଏବେ ୟୁକ୍ରେନ୍‌ ଓ ଶତ୍ରୁ ରାଷ୍ଟ୍ରର ସୀମାରେ ପହଞ୍ଚିଛୁ। ୟୁକ୍ରେନ୍‌ର ବିଜୟ ହେବ’ ବୋଲି ଭିଡିଓରେ ସେମାନେ କହୁଥିବା ଦେଖାଯାଇଛି। ୟୁକ୍ରେନ୍‌ର ଉତ୍ତରରେ ଥିବା ଖାର୍କିଭ ସହରକୁ ରୁଷିଆ କବ୍‌ଜା କରିଥିବା ଦାବି କରିଥିଲା। ତେବେ କିଭ୍‌ର ପ୍ରତିଆକ୍ରମଣରେ ରୁଷୀୟ ସୈନ୍ୟ ସେଠାରୁ ଫେରିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍‌ର ଉତ୍ତର-ପୂର୍ବ ସହର ସୁମିରେ ମଧ୍ୟ ରୁଷିଆର ଆକ୍ରମଣ ଥମିଛି ବୋଲି ଆଞ୍ଚଳିକ ଗଭର୍ନର ଡିମିଟ୍ରୋ ଝିଭିତ୍‌ସ୍କି କହିଛନ୍ତି। ମୋର୍ଟାର ସେଲ୍‌, ଗ୍ରେନେଡ୍‌, ମେଶିନ୍‌ ଗନ୍‌ ଯୋଗେ ତୀବ୍ର ଆକ୍ରମଣ କରି ମସ୍କୋ ସୈନ୍ୟ ସୁମିରେ ପଶିଥିଲେ। କିନ୍ତୁ ପାଲଟା ଆକ୍ରମଣରେ ସେମାନେ ପଛଘୁଞ୍ଚା ଦେଇଥିବା ଝିଭିତ୍‌ସ୍କି ଏକ ଟେଲିଗ୍ରାମ ପୋଷ୍ଟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟୁବାରେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ଯୋଜନା କରିଥିଲେ ଚୋକ୍‌ସି

ନୂଆଦିଲ୍ଲୀ,୯।୬ : ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ଡୋମିନିକା ଦେଇ କ୍ୟୁବା ଖସି ପଳାଇବାକୁ ଯୋଜନା କରିଥିଲେ। ତାଙ୍କ ଗର୍ଲଫ୍ରେଣ୍ଡ ବାରବାରା ଜାବାରିକା ବୁଧବାର...

ଭାରତ ଗଣତନ୍ତ୍ରର ଜନନୀ: ପ୍ରଧାନମନ୍ତ୍ରୀ…

ସିଡନୀ,୨୩।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କ ଅଭିଭାଷଣରେ କହିଛନ୍ତି ଭାରତ ହେଉଛି ଗଣତନ୍ତ୍ରର ଜନନୀ। ହଜାର ହଜାର ବର୍ଷର ଭାରତ ଏକ...

ଅଡୁଆରେ ମସ୍କ, ଚୁକ୍ତି ଉଲ୍ଲଂଘନ ଅଭିଯୋଗ ଆଣିଲା ଟୁଇଟର…

ଓ୍ବାଶିଂଟନ, ୧୫।୫ : ଟେସଲା ଏବଂ ସ୍ପେସ ଏକ୍ସ ପରି କମ୍ପାନୀର ମାଲିକ ଏଲନ ମସ୍କଙ୍କ ପାଇଁ ଟୁଇଟର କିଣିବା ଅତ୍ୟନ୍ତ କଷ୍ଟକର ବୋଲି ପ୍ରମାଣିତ...

ଚାଇନା ଉପରେ ମାଡ଼ି ଆସିଲା ବିପଦ: କରୋନା ପରେ ଏବେ ନୂଆ ସଂକ୍ରମଣ

ବେଜିଂ, ୬।୮: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଉପରେ ପୁଣି ଏକ ନୂଆ ବିପଦ ମାଡ଼ି ଆସୁଛି। ଏଠାରେ ନୂଆ ସଂକ୍ରମଣରେ ୬୦...

ପୁଟିନ୍‌ଙ୍କ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା

ମସ୍କୋ, ୧୨।୪: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସବୁବେଳେ ଖବରର ଶିରୋନାମା ପାଲଟିଛି। ସଦ୍ୟ ପ୍ରକାଶିତ ରିପୋର୍ଟ...

୧୦୦ ବର୍ଷ ପୁରୁଣା ୟୁ-ବୋଟ୍‌ ଠାବ

ରିଚ୍‌ମଣ୍ଡ, ୩।୧୦: ଭର୍ଜିନିଆରେ ୪୦୦ ଫୁଟ ଗଭୀର ସମୁଦ୍ରରୁ ଜର୍ମାନୀ ୟୁ ବୋଟ୍‌ ଠାବ ହୋଇଛି। ୧୦୦ ବର୍ଷ ପରେ ଗବେଷକ ଓ ଟେକ୍‌ନିକାଲ ରେକ୍‌...

ଏସ୍‌ସିଓ ସମ୍ମିଳନୀରେ ମୋଦିଙ୍କ ସମେତ ୮ ରାଷ୍ଟ୍ର ନେତା: ଆତଙ୍କବାଦ ବିରୋଧରେ ଏକାଠି

ବିଶ୍‌କେକ୍‌,୧୫ା୬(ପି.ଟି.):ଆତଙ୍କବାଦ ପ୍ରାୟୋଜକ ଦେଶ ସତର୍କ ରହିବା ଉଚିତ। ଆତଙ୍କବାଦକୁ ଆର୍ଥିକ ସହଯୋଗ କରୁଥିବା, ପ୍ରୋତ୍ସାହନ ଦେଉଥିବା ଦେଶ ଏଥିଲାଗି ଦାୟୀ ରହିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଚର୍ଚ୍ଚିଲ ପ୍ରଧାନମନ୍ତ୍ରୀ ଥିଲେ ବୋଲି ୩୨% ଅଜ୍ଞ

ଲଣ୍ଡନ, ୨୭।୨: ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତାକୁ ସାରା ବିଶ୍ୱ ଅତି ନିକଟରୁ ଦେଖିଛି। ଏହା ଯୋଗୁ ବୈଶ୍ୱିକ ସଙ୍କଟ ମୁଣ୍ଡ ଟେକିଥିଲା। ଯୁଦ୍ଧ ପରେ ରାଷ୍ଟ୍ରଗୁଡ଼ିକ...

Advertisement
Archives

Model This Week