ଏମ୍‌ପି ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ, ଜେଲ ଗଲେ ୨

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଗଡ଼ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମ୍‌ପି ପ୍ରତିନିଧି କେ.ହରିବନ୍ଧୁ ରେଡ୍ଡୀଙ୍କୁ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀ ପକ୍ଷରୁ ମରରାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଗଡ଼ଗୋବିନ୍ଦପୁର ଗ୍ରାମର ନୃସିଂହ ମନ୍ଦିରରେ ହରିବନ୍ଧୁ ତାଙ୍କ ୨ ସହଯୋଗୀ ନୀଳାଞ୍ଚଳ ସାହୁ ଏବଂ ଯଜ୍ଞ ରେଡ୍ଡୀଙ୍କ ସହ କଥା ହେଉଥିବା ବେଳେ ସରପଞ୍ଚଙ୍କ ୪ରୁ ଊଦ୍ଧର୍‌ବ ସମର୍ଥକ ସେଠାରେ ପହଞ୍ଚି ଆକ୍ରମଣ କରିଥିଲେ। ପରେ ହରିବନ୍ଧୁ ଏବଂ ତାଙ୍କ ସମର୍ଥକ ମାନେ ସରପଞ୍ଚଙ୍କ ଜଣେ ସମର୍ଥକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଆହତ ହରିବନ୍ଧୁଙ୍କୁ କିଛି ଗ୍ରାମବାସୀ ଉଦ୍ଧାର କରି ପ୍ରଥମେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେହିପରି କାଳିଆଙ୍କୁ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କେ.ନୂଆଗାଁ ଥାନା ଏବଂ ନୂଆପଡ଼ା ଫାଣ୍ଡି ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛି। ଘଟଣାରେ ସମ୍ପୃକ୍ତ କାଳିଆ ପ୍ରଧାନ ଏବଂ ରବୀନ୍ଦ୍ର ପ୍ରଧାନଙ୍କୁ ଥାନା ମାମଲା ନଂ.୯୨/୨୫ ଅନୁଯାୟୀ ରବିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ହରିବନ୍ଧୁଙ୍କୁ ଆକ୍ରମଣ ଘଟଣାରେ ବ୍ରହ୍ମପୁର ଏମ୍‌ପି ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଏବଂ ଦିଗପହଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ନିନ୍ଦା କରିଛନ୍ତି। ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
ପଞ୍ଚାୟତରେ ୩ ବର୍ଷ ମଧ୍ୟରେ ଏମ୍‌ଜିଏନଏନଆରଜିଏସ ଯୋଜନାରେ କୌଣସି କାମ କରା ନ ଯାଇ ପ୍ରାୟ ୨କୋଟି ଟଙ୍କା ଆତ୍ମସାତ କରାଯାଇଥିବା ନେଇ ହରିବନ୍ଧୁଙ୍କ ସମର୍ଥକ ନୀଳାଞ୍ଚଳ ରାଜ୍ୟ ଲୋକାୟୁକ୍ତଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ତଦନ୍ତ ପାଇଁ ନୋଟିସ ହେବାରୁ ପ୍ରତିପକ୍ଷ ସରପଞ୍ଚଙ୍କ ସମର୍ଥିତ ଗୋଷ୍ଠୀର ଯୁବକମାନେ ତାଙ୍କୁ ପୂର୍ବରୁ ଆକ୍ରମଣ ପାଇଁ ଧମକ ଦେଇଥିଲେ। ଏନେଇ ସେ ସୁରକ୍ଷା ପାଇଁ ଗଞ୍ଜାମ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଜିଲାପାଳ କେ.ନୂଆଗାଁ ଥାନା ଆଇଆଇସିଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରିଥିଲେ। ପ୍ରତିପକ୍ଷ ଗୋଷ୍ଠୀର ଯୁବକ ମାନେ ଏଥିରେ ଉତ୍ତେଜିତ ହୋଇ ଗ୍ରାମରେ ଆତଙ୍କ ଚଳାଇଥିବା ହରିବନ୍ଧୁ କହିଛନ୍ତି। ଏନେଇ ସେ କେ.ନୂଆଗାଁ ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ସରପଞ୍ଚଙ୍କ ସମେତ ଆକ୍ରମଣରେ ସମ୍ପୃକ୍ତ ୪ ଯୁବକଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି। ଅପରପକ୍ଷରେ ସରପଞ୍ଚ ତାଙ୍କ ନାଁରେ ହୋଇଥିବା ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଏମ୍‌ଜିଏନ୍‌ଆରଜିଏସରେ କୌଣସି ପ୍ରକାର ଅନିୟମିତତା ହୋଇନାହିଁ। ଆକ୍ରମଣ ପ୍ରତି ଆକ୍ରମଣ ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନ ଥିବା ସରପଞ୍ଚ ରଞ୍ଜନ କୁମାର ସାହୁ ତାଙ୍କ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତ: ଦୁଇ ଶିଶୁଙ୍କ ସମେତ ୫ ଆହତ

ରାମଗିରି,୨୨ା୪(ବୃନ୍ଦାବନ ଗୌଡ଼): ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୫...

ଅଂଶୁଘାତରେ ନିର୍ବାହୀ ଅଧିକାରୀ ଗୁରୁତର

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପିଇଓ କାଳିଆ ମଲ୍ଲିକ ମଙ୍ଗଳବାର ଅଂଶୁଘାତରେ ଗୁରୁତର...

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର, ୨୨।୪: ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି...

୮ ବର୍ଷ ପରେ ପୁଅକୁ ଖୋଜି ପାଇଲେ ମା’

ମୋହନା,୨୨ା୪ମନ୍ମଥ ମିଶ୍ର): ମା’ର ମମତା ଅନନ୍ୟ। ସେ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ସନ୍ତାନକୁ ଝୁରି ହୋଇଥାଏ। ଗଜପତି ଜିଲା ପାରଳାଖେମୁଣ୍ଡି ମୋହନା...

କେମେଷ୍ଟ୍ରି ପେପର ଖରାପ ହୋଇଛି ୪ ହଜାର ଟଙ୍କା ଦେଲେ ପାସ ମାର୍କ ମିଳିବ: ଆସୁଛି ଫୋନ କଲ,

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟ ବିଜ୍ଞାନ ଛାତ୍ରୀଛାତ୍ରମାନଙ୍କ ଅଭିଭାବକମାନଙ୍କୁ ଗତ ଦୁଇଦିନ ହେଲା ଏକ ଫୋନ କଲ ଆସୁଛି। ତୁମ ପିଲାର କେମେଷ୍ଟ୍ରି ପେପର ଖରାପ...

ମାଙ୍କଡ଼ କାମୁଡ଼ାରେ ୪ ଆହତ

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ)-ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଖେଳାଇଛି। ସେହି ମାଙ୍କଡ଼ କାମୁଡାରେ ସୋମବାର ଓ ମଙ୍ଗଳବାର ଦୁଇ ଦିନରେ ଗ୍ରାମର...

ଦିଗପହଣ୍ଡିରେ ଶ୍ରୀ ରାମଚରିତ ମାନସ କାର୍ଯ୍ୟକ୍ରମ: ଶ୍ରୀରାମଚରିତ ସମଗ୍ର ମାନବ ଜାତିର ମାର୍ଗଦର୍ଶକ

ଦିଗପହଣ୍ଡି,୨୨|୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ରାଜବାଟି ସିଂହଦ୍ଵାର ସମ୍ମୁଖରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ...

ବିଶ୍ବ ଧରିତ୍ରୀ ଦିବସ ପାଳିତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଶିଳ୍ପ ତାଲିମ କେନ୍ଦ୍ର ରେ ମଙ୍ଗଳବାର ବିଶ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏଥିରେ ପରିବେଶବିତ୍ ଶୁଳପାଣି ଶତପଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri