Posted inଜାତୀୟ

ପଶ୍ଚିମବଙ୍ଗରେ ଭାଜପା ଏମ୍‌ପିଙ୍କ ଉପରେ ଆକ୍ରମଣ, ଗାଡ଼ି ଉପରକୁ ବୋମା ଫିଙ୍ଗିଲେ…

କୋଲକାତା,୨୦।୩: ପଶ୍ଚିମବଙ୍ଗରେ ସାଧାରଣ ନିର୍ବାଚନ ଶେଷ ହେବା ପରଠାରୁ ରାଜନୈତିକ ହିଂସାକୁ ନେଇ ଖବର ଶିରୋନାମା ପାଲଟୁଛି। ଭାଜପା ଏମ୍‌ପିଙ୍କ ଉପରେ ଆକ୍ରମଣ ହୋଇଛି। ଏମ୍‌ପି ଜଗନ୍ନାଥ ସରକାର ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଦେଖି ଫେରୁଥିବା ବେଳେ ତାଙ୍କ ଗାଡ଼ି ପଛକୁ ବୋମା ଫିଙ୍ଗାଯାଇଥିଲା। ସୌଭାଗ୍ୟବଶତଃ ସେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଏହି ଆକ୍ରମଣରେ ଗାଡ଼ିଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ଏମ୍‌ପି ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।

ଏମ୍‌ପି ଜଗନ୍ନାଥ ଅନ୍ୟ ଭାଜପା କାର୍ଯ୍ୟକର୍ତ୍ତାଙ୍କ ସହ ଫିଲ୍ମ ଦେଖିବାକୁ କଲ୍ୟାଣି ଯାଇଥିଲେ। ସେ ଅଭିଯୋଗ କରିଛନ୍ତି, ଟିଏମ୍‌ସି ପକ୍ଷରୁ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଛି। ପଶ୍ଚିମବଙ୍ଗରେ କେହି ବି ସୁରକ୍ଷିତ ନାହାନ୍ତି। ଏଠାରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ରାଜ୍ୟର ସାମ୍ପ୍ରତିକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଧାରା ୩୫୬(ରାଷ୍ଟ୍ରପତି ନିୟମ) ଲାଗୁ କରାଯିବା ଉଚିତ। ନଚେତ ଏଭଳି ଘଟଣା ବନ୍ଦ ହେବ ନାହିଁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାକୁ ଆସିବାକୁ ଚେଷ୍ଟା କଲେ ଫେରି ପାରିବନି ପାକିସ୍ତାନ: ରାଜନାଥ

ସୁରଟ,୧୫।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ସୁରଟରେ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେବା ସମୟରେ ପାକିସ୍ତାନ ଉପରେ ଖୁବ୍‌ ଗର୍ଜିଛନ୍ତି। ରାଜନାଥ କହିଛନ୍ତି...

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଲା…

ଶ୍ରୀନଗର,୧।୧୨: ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ବୁଧବାର ସକାଳେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କୁ ମୁଣ୍ଡଗଡ଼ିଛି। ରାଜପୁରା ଅଞ୍ଚଳରେ ଏହି...

୪ କୃଷକ ନେତାଙ୍କୁ ହତ୍ୟା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ, ୨୪।୧(ପି.ଟି.): ୪ ଜଣ କୃଷକ ନେତାଙ୍କୁ ହତ୍ୟା କରିବା ସହ ଜାନୁୟାରୀ ୨୬ରେ ଦିଲ୍ଲୀରେ ହେବାକୁ ଥିବା ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ ଭଣ୍ଡୁର କରିବା...

ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା

ଡେରାଡୁନ ୧୧।୫: ଉତ୍ତରାଖଣ୍ଡରେ ପିଥୋରାଗଡ ଜିଲାରେ ବୁଧବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏ ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି।...

ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ,୪।୧୦:ସ୍ବାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଆଜି ଜନ୍ମଦିବସ। ତାଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।...

ବାପାଙ୍କ ସହ ପ୍ରଚାର କରିବେ ସୋନାକ୍ଷୀ

କୋଲକାତା,୧୭।୩: ପଶ୍ଚିମବଙ୍ଗରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି। ଆସନ୍ତା ଏପ୍ରିଲ ୧୨ରେ ଆସନସୋଲ ଲୋକ ସଭା ଆସନ ଓ ବାଲିଗଞ୍ଜ ବିଧାନସଭା ଆସନ ପାଇଁ...

ପାକ୍‌ ସେନା ଗୁଳିରେ ମହିଳା ମୃତ

ଶ୍ରୀନଗର,୨୫-୧୦ (ପି.ଟି.):ଏଲ୍‌ଓସି ଅନ୍ତର୍ଗତ ଜମ୍ମୁ-କଶ୍ମୀରର ତଙ୍ଗଧର ସେକ୍ଟରରେ ପାକିସ୍ତାନ ସେନାର ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ସୈନ୍ୟଙ୍କ...

ଭାଜପାରୁ ୭ ବିଦ୍ରୋହୀ ନେତା ବିଦା

ଗାନ୍ଧୀନଗର,୨୦।୧୧: ଗୁଜରାଟରେ ବିଦ୍ରୋହୀ ନେତାଙ୍କ ବିରୋଧରେ ଭାଜପାା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାଜପା ଗୁଜରାଟର ରାଜ୍ୟ ସଭାପତି ସିଆର ପାଟିଲ ବିଦ୍ରୋହୀ ୭ ନେତାଙ୍କୁ...

Advertisement
Archives

Model This Week