୪ରେ ଧାମରା, ଭଦ୍ରକ, ଯାଜପୁର ରୋଡ୍‌ରେ ହେବ ରେଳରୋକୋ

ଚାନ୍ଦବାଲି,୨ା୨(କିଷାନ ପାତ୍ର): ଯାଜପୁର ରୋଡ୍‌-ଧାମରା ରେଳପଥ ସଂଗ୍ରାମ ସମିତିର ଅଭିଯାତ୍ରୀ ଦଳକୁ ଚାନ୍ଦବାଲିରେ ସ୍ବାଗତ କରଯାଇଛି। ଚଳିତ ବଜେଟରେ କେନ୍ଦ୍ର ସରକାର ଏହି ରେଳପଥ ନିର୍ମାଣ ଲାଗି ୧୦୨୬ କୋଟିର ଅର୍ଥ ବ୍ୟୟବରାଦ କରିବା ପାଇଁ ସମିତି ପକ୍ଷରୁ ଦୃଢ଼ ଦାବି କରାଯାଇଥିଲା। କିନ୍ତୁ ଏହି ଦାବି ପୂରଣ ନ ହେବାରୁ ଆସନ୍ତା ୪ ତାରିଖରେ ପୂର୍ବାହ୍ନରୁ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଧାମରା, ଭଦ୍ରକ ଏବଂ ଯାଜପୁର ରୋଡ୍‌ଠାରେ ରେଳରୋକୋ କରାଯିବ। ଚାନ୍ଦବାଲି ତହସିଲ ଅଫିସ୍‌ ପାଖରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ସଂଗ୍ରାମ ସମିତି ପକ୍ଷରୁ ଏହି ସମ୍ପର୍କରେ ସୂଚନା ଦିଆଯାଇଛି।

ସାମାଜିକ କର୍ମୀ ସୁଧୀର କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଶିକ୍ଷକ ଅମୂଲ୍ୟ କୁମାର ରାଉତ, ଶିକ୍ଷକ ନେତା ପ୍ରଫୁଲ୍ଲ ଦାସ, ଭାଜପା ନେତା ବିଶ୍ୱନାଥ ସୂତାର, ବଣିକ ସଂଘ ସଭାପତି ଗୋପୀରାମ ଅଗ୍ରୱାଲ, ବ୍ରଜସୁନ୍ଦର ମହାନ୍ତି, ଆଇନଜୀବୀ ତ୍ରିଲୋଚନ ଦାଶ ପ୍ରମୁଖ ମତ ରଖିଥିଲେ। ଯାଜପୁର ରୋଡ୍‌ରୁ ଧାମରା ଭାୟା ଚାନ୍ଦବାଲିକୁ ତୁରନ୍ତ ରେଳ ଲାଇନ ସଂଯୋଗ ସହ ଭଦ୍ରକରୁ ଧାମରା ରେଳ ଲାଇନରେ ପାସେଞ୍ଜର ଟ୍ରେନ୍‌ ଚଳାଚଳ ପାଇଁ ସମିତି ସଦସ୍ୟମାନେ ଦାବି କରିଛନ୍ତି। ସମିତିର ଆବାହକ ସନ୍ତୋଷ କୁମାର ଦାସ, ଦିବ୍ୟସିଂହ ନାୟକ, ସତ୍ୟପ୍ରକାଶ ବେହୁରିଆ, ପ୍ରଫୁଲ୍ଲ ନାୟକ, ମଳୟ ପଣ୍ଡା, ଗୟାଧର ଧଳ, ଚନ୍ଦ୍ରଶେଖର ନାୟକ, ଗୌରାଙ୍ଗ ଜେନା, ଅନ୍ନପୂର୍ଣ୍ଣା ସେଠୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri