ଗଳାବାଟରେ ଚାଲିଛି ଚଳପ୍ରଚଳ

ଜଳେଶ୍ୱର, ୧୫ା୫(ଡି.ଏନ.ଏ.): କରୋନା ଭୂତାଣୁର ୨ୟ ଲହର ସମଗ୍ର ଦେଶରେ କାୟା ବିସ୍ତାର କରି ଚାଲିଥିବା ବେଳେ ପଶ୍ଚିମବଙ୍ଗ ମ୍ୟୁଟାଣ୍ଟକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କଠୋର ନୀତି ଅବଲମ୍ବନ କରାଯାଇଛି। ଓଡିଶା-ପଶ୍ଚିମବଙ୍ଗ ସୀମା ସିଲ୍‌ କରାଯିବା ସହିତ ଯାନବାହନ ଯାଞ୍ଚ କଡାକଡି କରାଯାଉଛି। ଏନେଇ ପ୍ରଶାସନ ପକ୍ଷରୁ ଉଚ୍ଚପଦସ୍ଥ ଅଧିକାରୀମାନେ ବାରମ୍ବାର ସୀମାନ୍ତ ଅଞ୍ଚଳ ପରିଦର୍ଶନ କରି ସମୀକ୍ଷା କରୁଛନ୍ତି । ହେଲେ ଆଗରେ ତାଲା ପଛରେ ମେଲା ଭଳି କେତେକ ଗଳା ରାସ୍ତାରେ ଦଲାଲମାନଙ୍କ ସହାୟତାରେ ପ୍ରବାସୀମାନେ ଓଡିଶା ମଧ୍ୟକୁ ପ୍ରବେଶ କରୁଥିବା ନଜରକୁ ଆସିଛି।
ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱର ବ୍ଲକର ନେତୁଆ, ସୁଗୋ, ନଛିମପୁର, ଲକ୍ଷ୍ମଣନାଥ, ଗୋବରଘଟ୍ଟା, ଦକ୍ଷିଣପ୍ରହରାଜପୁର, ଶ୍ରୀରାମପୁର, ମାକିଡିଆ, ଓଲମରା, ଶ୍ୟାମନଗର, ସର୍ଦ୍ଦାରବନ୍ଧ ଓ ଖୁଆଡ ପଞ୍ଚାୟତର ୪୫ଟି ଗାଁ ପଶ୍ଚିମବଙ୍ଗର ୫୧ଟି ଗାଁକୁ ଲାଗି ରହିଛି। ୬୦ନଂ. ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ସ୍ବତନ୍ତ୍ର ପୋଲିସ ମୁତୟନ ହୋଇ ଯାଞ୍ଚ କଡାକଡି ଚାଲିଛି। ପ୍ରଶାସନ ପକ୍ଷରୁ ମୁଖ୍ୟ କେତେକ ରାସ୍ତାକୁ ସିଲ୍‌ କରାଯାଇଥିବା ବେଳେ କେତେକ ଗ୍ରାମ୍ୟ ରାସ୍ତା ଏବେ ବି ମୁକୁଳା ପଡିଛି। ପଶ୍ଚିମବଙ୍ଗର ଧୋଇପଡା-ଓଡିଶାର ନେତୁଆ ପଞ୍ଚାୟତର ସାହାପୁର ରାସ୍ତା ଖୋଲା ରହିଛି। ଟୋଲପ୍ଲାଜା ନିକଟରେ ଥିବା ପାସିଂ ଅଫିସ୍‌କୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବା ବେଳେ ଏବେ ବି ଗୋଟିଏ ଦୁଇଟି ପାସିଂ ଅଫିସ୍‌ କାର୍ଯ୍ୟ କରୁଛି। ଗଳାବାଟର ସୁଯୋଗ ନେଇ ପାସିଂ ଅଫିସ୍‌ରେ କାର୍ଯ୍ୟ କରୁଥିବା କେତେକ ଦଲାଲ ରାତିରେ ପ୍ରତି ଚାରିଚକିଆ ଯାନରୁ ୫ହଜାର ଟଙ୍କା ନେଇ ଓଡିଶା ମଧ୍ୟକୁ ପ୍ରବେଶ କରାଉଛନ୍ତି। ଏପରିକି ସେମାନେ ଜାଲ କାଗଜପତ୍ର କରାଇ ଯାଞ୍ଚ କରାଯାଉଥିବା ରାସ୍ତାରେ ଗାଡି ପାର୍‌ କରୁଛନ୍ତି। ଦଲାଲମାନେ ଗାଡିଗୁଡିକୁ ଚେକ୍‌ଗେଟ ନିକଟରୁ ଫେରାଇ ନେଇ ପଶ୍ଚିମବଙ୍ଗର ସୁନାକଣିଆ-ମାଟିବିରୁଆଁ ରାସ୍ତାରେ ନେଇ ବରିଂନିମପୁରରୁ ଧୋଇପଡା-ସାହାପୁର-ସୁଗୋ ରାସ୍ତାରେ କଡେଇ ନେଉଛନ୍ତି। ସୁଗୋଠାରେ ଜଣେ ଦଲାଲ ଗାଡି ପ୍ରତି ୨ହଜାର ଟଙ୍କା ନେଇ ପଶ୍ଚିମବଙ୍ଗରୁ ଆସୁଥିବା ଗାଡିକୁ ଏସ୍କର୍ଟ ଦେଉଛନ୍ତି । ଏପରି କାର୍ଯ୍ୟ ଚାଲୁଥିବା ବେଳେ ପୋଲିସ କିପରି ଟେର୍‌ ପାଉନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେଣୁ ପ୍ରବାସୀମାନଙ୍କ ଅନୁପ୍ରବେଶ ରୋକିବାକୁ ବହୁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଦାବି କରିଛନ୍ତି। ଏ ସମ୍ପର୍କରେ ଏସ୍‌ଡିପିଓ ଅଙ୍କିତା କୁମ୍ଭାରଙ୍କୁ ପଚରାଯିବାରୁ ସେ କହିଛନ୍ତି, ଏହା ମୋ ନଜରରେ ନାହିଁ। ଯଦି ଏପରି ହେଉଥାଏ, ତାହାହେଲେ ସେସବୁ ସ୍ଥାନରେ ଖୁବ୍‌ଶୀଘ୍ର ବ୍ୟାରିକେଡ କରାଯାଇ ପୋଲିସ ମୁତୟନ କରାଯିବାର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri