ଗଳାବାଟରେ ଚାଲିଛି ଚଳପ୍ରଚଳ

ଜଳେଶ୍ୱର, ୧୫ା୫(ଡି.ଏନ.ଏ.): କରୋନା ଭୂତାଣୁର ୨ୟ ଲହର ସମଗ୍ର ଦେଶରେ କାୟା ବିସ୍ତାର କରି ଚାଲିଥିବା ବେଳେ ପଶ୍ଚିମବଙ୍ଗ ମ୍ୟୁଟାଣ୍ଟକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କଠୋର ନୀତି ଅବଲମ୍ବନ କରାଯାଇଛି। ଓଡିଶା-ପଶ୍ଚିମବଙ୍ଗ ସୀମା ସିଲ୍‌ କରାଯିବା ସହିତ ଯାନବାହନ ଯାଞ୍ଚ କଡାକଡି କରାଯାଉଛି। ଏନେଇ ପ୍ରଶାସନ ପକ୍ଷରୁ ଉଚ୍ଚପଦସ୍ଥ ଅଧିକାରୀମାନେ ବାରମ୍ବାର ସୀମାନ୍ତ ଅଞ୍ଚଳ ପରିଦର୍ଶନ କରି ସମୀକ୍ଷା କରୁଛନ୍ତି । ହେଲେ ଆଗରେ ତାଲା ପଛରେ ମେଲା ଭଳି କେତେକ ଗଳା ରାସ୍ତାରେ ଦଲାଲମାନଙ୍କ ସହାୟତାରେ ପ୍ରବାସୀମାନେ ଓଡିଶା ମଧ୍ୟକୁ ପ୍ରବେଶ କରୁଥିବା ନଜରକୁ ଆସିଛି।
ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱର ବ୍ଲକର ନେତୁଆ, ସୁଗୋ, ନଛିମପୁର, ଲକ୍ଷ୍ମଣନାଥ, ଗୋବରଘଟ୍ଟା, ଦକ୍ଷିଣପ୍ରହରାଜପୁର, ଶ୍ରୀରାମପୁର, ମାକିଡିଆ, ଓଲମରା, ଶ୍ୟାମନଗର, ସର୍ଦ୍ଦାରବନ୍ଧ ଓ ଖୁଆଡ ପଞ୍ଚାୟତର ୪୫ଟି ଗାଁ ପଶ୍ଚିମବଙ୍ଗର ୫୧ଟି ଗାଁକୁ ଲାଗି ରହିଛି। ୬୦ନଂ. ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ସ୍ବତନ୍ତ୍ର ପୋଲିସ ମୁତୟନ ହୋଇ ଯାଞ୍ଚ କଡାକଡି ଚାଲିଛି। ପ୍ରଶାସନ ପକ୍ଷରୁ ମୁଖ୍ୟ କେତେକ ରାସ୍ତାକୁ ସିଲ୍‌ କରାଯାଇଥିବା ବେଳେ କେତେକ ଗ୍ରାମ୍ୟ ରାସ୍ତା ଏବେ ବି ମୁକୁଳା ପଡିଛି। ପଶ୍ଚିମବଙ୍ଗର ଧୋଇପଡା-ଓଡିଶାର ନେତୁଆ ପଞ୍ଚାୟତର ସାହାପୁର ରାସ୍ତା ଖୋଲା ରହିଛି। ଟୋଲପ୍ଲାଜା ନିକଟରେ ଥିବା ପାସିଂ ଅଫିସ୍‌କୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବା ବେଳେ ଏବେ ବି ଗୋଟିଏ ଦୁଇଟି ପାସିଂ ଅଫିସ୍‌ କାର୍ଯ୍ୟ କରୁଛି। ଗଳାବାଟର ସୁଯୋଗ ନେଇ ପାସିଂ ଅଫିସ୍‌ରେ କାର୍ଯ୍ୟ କରୁଥିବା କେତେକ ଦଲାଲ ରାତିରେ ପ୍ରତି ଚାରିଚକିଆ ଯାନରୁ ୫ହଜାର ଟଙ୍କା ନେଇ ଓଡିଶା ମଧ୍ୟକୁ ପ୍ରବେଶ କରାଉଛନ୍ତି। ଏପରିକି ସେମାନେ ଜାଲ କାଗଜପତ୍ର କରାଇ ଯାଞ୍ଚ କରାଯାଉଥିବା ରାସ୍ତାରେ ଗାଡି ପାର୍‌ କରୁଛନ୍ତି। ଦଲାଲମାନେ ଗାଡିଗୁଡିକୁ ଚେକ୍‌ଗେଟ ନିକଟରୁ ଫେରାଇ ନେଇ ପଶ୍ଚିମବଙ୍ଗର ସୁନାକଣିଆ-ମାଟିବିରୁଆଁ ରାସ୍ତାରେ ନେଇ ବରିଂନିମପୁରରୁ ଧୋଇପଡା-ସାହାପୁର-ସୁଗୋ ରାସ୍ତାରେ କଡେଇ ନେଉଛନ୍ତି। ସୁଗୋଠାରେ ଜଣେ ଦଲାଲ ଗାଡି ପ୍ରତି ୨ହଜାର ଟଙ୍କା ନେଇ ପଶ୍ଚିମବଙ୍ଗରୁ ଆସୁଥିବା ଗାଡିକୁ ଏସ୍କର୍ଟ ଦେଉଛନ୍ତି । ଏପରି କାର୍ଯ୍ୟ ଚାଲୁଥିବା ବେଳେ ପୋଲିସ କିପରି ଟେର୍‌ ପାଉନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେଣୁ ପ୍ରବାସୀମାନଙ୍କ ଅନୁପ୍ରବେଶ ରୋକିବାକୁ ବହୁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଦାବି କରିଛନ୍ତି। ଏ ସମ୍ପର୍କରେ ଏସ୍‌ଡିପିଓ ଅଙ୍କିତା କୁମ୍ଭାରଙ୍କୁ ପଚରାଯିବାରୁ ସେ କହିଛନ୍ତି, ଏହା ମୋ ନଜରରେ ନାହିଁ। ଯଦି ଏପରି ହେଉଥାଏ, ତାହାହେଲେ ସେସବୁ ସ୍ଥାନରେ ଖୁବ୍‌ଶୀଘ୍ର ବ୍ୟାରିକେଡ କରାଯାଇ ପୋଲିସ ମୁତୟନ କରାଯିବାର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବାବେଳେ ବାଟବଣା ହେଲେ, କ୍ୱାରାଣ୍ଟାଇନ ସେଣ୍ଟରରେ ରହିଲେ ଶ୍ରମିକ

ଖପ୍ରାଖୋଲ, ୨୮ା୪(ଡି.ଏନ.ଏ.): ଲକଡାଉନ୍‌ ଯୋଗୁଁ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି ଦାଦନ ଶ୍ରମିକ । ଖାଲି ରାଜ୍ୟ ବାହାରେ ନୁହଁ ରାଜ୍ୟ ଭିତରେ ବି ଭୋଗୁଛନ୍ତି...

ଆରମ୍ଭ ହେଲା ଶ୍ରୀକ୍ଷେତ୍ରର ବିକାଶ କାର୍ଯ୍ୟ: ଉତ୍ତର ଦ୍ୱାର ପାର୍ଶ୍ୱ ଲକ୍ଷ୍ମୀବଜାର ଉଚ୍ଛେଦ

ପୁରୀ ଅଫିସ,୨୯ା୫: ପ୍ରାୟ ଅଢ଼େଇ ମାସ ପରେ ଶ୍ରୀକ୍ଷେତ୍ରର ବିକାଶ କାମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ସକାଳୁ ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରୁ...

ମହିଳାଙ୍କୁ ଅସଦାଚରଣ : ୨ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୨।୯: ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ଅସଦାଚରଣ କରାଯାଇଥିବା ମାମଲାରେ ଗଞ୍ଜାମ ଜିଲା ସଦର ଥାନା ପୋଲିସ ୨ ଜଣ ଯୁବକଙ୍କୁ ଗିରଫ...

ବର୍ଷା ଆଗମନରେ ଛତୁର ପସରା

କୋଳିମାଟି, ୧୧ା୭-(ଡି.ଏନ.ଏ.)-ବର୍ଷା ଦିନରେ ଆଗମନରେ ପାହାଡ଼ିଆ ଅଞ୍ଚଳରେ ବିଭିନ୍ନ ରଙ୍ଗବେରଙ୍ଗର ଛତୁ ଫୁଟିଥାଏ। ଏହା ଦେଖିବାକୁ ସୁନ୍ଦର ହୋଇଥିବାଳେ ଖାଇବାକୁ ମଧ୍ୟ  ସୁଆଦିଆ ହୋଇଥାଏ। ଗାଁରୁ...

ରାପିଡ ରେସ୍‌ପନ୍ସ ଟିମ୍‌ ଗଠିତ

ବାଲେଶ୍ୱର ଅଫିସ,୧୭।୩-କରୋନା ଭୂତାଣୁ (କୋଭିଡ଼ି-୧୯) ସଂକ୍ରମଣକୁ ରୋକିବା ଏବଂ ଏଦିଗରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ବାଲେଶ୍ୱର ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟବିଭାଗ ଗୁରୁତ୍ୱ ଦେଇଛି।...

କଣ୍ଠସ୍ବରରୁ ବି ଚିହ୍ନଟ ହେବେ କରୋନା ଆକ୍ରାନ୍ତ: ମୁମ୍ବାଇରେ ଆରମ୍ଭ ହେବ ପରୀକ୍ଷା

ମୁମ୍ବାଇ, ୯।୮: ମୁମ୍ବାଇରେ ଲୋକଙ୍କ କଣ୍ଠସ୍ବରରୁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବ। ଏନେଇ ସ୍ବତନ୍ତ୍ର ଏଆଇ ସିଷ୍ଟମ୍‌ର ବ୍ୟବହାର ହେବ। ମୁମ୍ବାଇ ମହାନଗର ନିଗମ ପକ୍ଷରୁ...

ନବଜାତକ ପେଟ ବାହାରେ ପାକସ୍ଥଳୀ: ଚିକିତ୍ସା ପାଇଁ ଶିଶୁଭବନରେ ଭର୍ତ୍ତି

କଟକ ଅଫିସ,୧୭ା୨: କଟକ ଶିଶୁଭବନରେ ଜଣେ ନବଜାତକଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କ ପେଟ ବାହାରକୁ ଲମ୍ବି ଆସିଛି ଅନ୍ତଃନଳୀ ଓ ପାକସ୍ଥଳୀ। ଶିଶୁଭବନ...

କ୍ଷୁଦ୍ର ନାଟକରେ କରୋନା ସଚେତନତା

ଭଞ୍ଜନଗର,୨୫।୪(ଡି.ଏନ.ଏ)-ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡିସ୍ଥିତ ଓମ୍‌ ସଙ୍ଗୀତ ଏକାଡ଼େମୀର କଳାକାରମାନେ ଏକ ଗୀତ ମାଧ୍ୟମରେ କରୋନା ସଚେତନତା କରିଛନ୍ତି। ପ୍ରଦୀପ ସ୍ବାଇଁଙ୍କ ନିର୍ଦ୍ଦେଶନା ଓ ଚାନ୍ଦିନି ସିଂଙ୍କ...

Advertisement
Archives

Model This Week