ଜିରା ବ୍ରିଜ୍‌ ପାଇଁ ରାସ୍ତାରୋକୋ

ବରଗଡ଼ ଅଫିସ୍‌,୧।୧୦: ବରଗଡ଼-ଅମ୍ବାପାଲିକୁ ସଂଯୋଗ ପାଇଁ ଚାଲିଥିବା ନୂତନ ଜିରା ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ୪ବର୍ଷ ପରେ ମଧ୍ୟ ସରିନାହିଁ। ଏହି ନଦୀ ଉପରେ ନିର୍ମିତ ଫେୟାରୱେଦର ରାସ୍ତା ଅଞ୍ଚଳବାସୀଙ୍କ ଭରସା ପାଲଟିଛି। ମାତ୍ର ସାମାନ୍ୟ ବର୍ଷାରେ ତାହା ଥରକୁ ଥର ଧୋଇ ହୋଇ ଯାଉଥିବା ଯୋଗୁ ବରଗଡ଼ ସହରଠାରୁ ଅମ୍ବାପାଲି ଅଧିକାଂଶ ସମୟ ବିଚ୍ଛିନ୍ନ ହୋଇରହୁଛି। ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ଶୁକ୍ରବାର ଅମ୍ବାପାଲି ମୁଖ୍ୟଛକରେ ସ୍ଥାନୀୟ ଲୋକେ ସକାଳ ୮ଟାରୁ ବରଗଡ଼-ବଲାଙ୍ଗୀର ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିବା ସହିତ ଯାତାୟାତ ବନ୍ଦ ରହିଥିଲା। ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଏ. କେ ନାଏକ ଘଟଣାସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଜିରା ବ୍ରିଜ ନିର୍ମାଣ କାର୍ଯ୍ୟ ସାରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ସହିତ ନିର୍ମାଣାଧୀନ ବ୍ରିଜ୍‌ ପରିଦର୍ଶନ କରିଥିଲେ। ଏହାପରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ରାସ୍ତାରୋକୋ ଆନ୍ଦୋଳନ ହଟିଥିଲା ଏବଂ ଯାତାୟାତ ସ୍ବାଭାବିକ ହୋଇଥିଲା।
ଅମ୍ବାପାଲି ବରଗଡ଼ ପୌର ପରିଷଦର ୱାର୍ଡ ନଂ-୧୭ରେ ରହିଛି। ବରଗଡ଼ ସହର-ଅମ୍ବାପାଲି ମଧ୍ୟରେ ଜିରା ନଦୀ ବହି ଯାଇଛି। ଫଳରେ ଅନ୍ୟ ୱାର୍ଡଠାରୁ ଜିରା ନଦୀ ଅମ୍ବାପାଲିକୁ ବିଭାଜନ କରିଛି। ଅମ୍ବାପାଲିକୁ ସଂଯୋଗ କରିବା ପାଇଁ ବ୍ରିଟିଶ ଅମଳରୁ ଏକ ପୋଲ ରହିଥିଲା। ବିପଦଶଙ୍କୁଳ ଅବସ୍ଥା ଯୋଗୁ ସେହି ପୁରୁଣା ବ୍ରିଜ୍‌କୁ ଭାଙ୍ଗି ଦିଆଯାଇଥିଲା ଏବଂ ସେଠାରେ ଆଉ ଏକ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। ୨୦୧୮ରୁ ପୋଲ କାମ ଆରମ୍ଭ ହୋଇ ୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରହିଥିଲା। କିନ୍ତୁ ଏପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ବ୍ରିଜ ନିର୍ମାଣ କାର୍ଯ୍ୟ ଶିଥିଳ ଗତିରେ ଚାଲିଥିବାରୁ ଏହାର ପ୍ରତିବାଦରେ ଅମ୍ବାପାଲିବାସୀ ରାସ୍ତାରୋକୋ ଆନ୍ଦୋଳନକୁ ଓହ୍ଲାଇଥିଲେ। ସ୍ଥାନୀୟ କାଉନସିଲର ଦୀପାଞ୍ଜଳି ବାଗ, ଈଶ୍ୱର ବାଗ, ସୁରେଶ ମହାପାତ୍ର, ସୁନିଲ ଶର୍ମା, ସୁବ୍ରତ ବିର୍ତ୍ତିଆ, ଯୁଧିଷ୍ଠିର ପ୍ରଧାନ, ରବିନ୍ଦ୍ର ପୂଜାରୀଙ୍କ ସମେତ ଶତାଧିକ ଲୋକ ଆନ୍ଦୋଳନରେ ସାମିଲ ହୋଇଥିଲେ। ଆମ୍‌ ଆଦ୍‌ମୀ ପାର୍ଟିର ଭବାନୀ ପ୍ରସାଦ ସାହୁ, ସମ୍ବିଧାନ ସୁରକ୍ଷା ମଞ୍ଚର ବିରବଲ ମହାକୁଡ଼, ଭାଜପାର ପ୍ରୀତମ ସିଂ, ଅକ୍ରୂର ମଲ୍ଲିକ ପ୍ରମୁଖ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।
ସୂଚନାଯୋଗ୍ୟ, ବରଗଡ଼ ସହରରୁ ଜିରା ନଦୀ ଦେଇ ଯାଇଥିବା ରାସ୍ତା ଅମ୍ବାପାଲିଠାରେ ବରଗଡ଼-ବଲାଙ୍ଗୀର ରାସ୍ତାକୁ ସଂଯୋଗ କରୁଛି। ସେହିପରି ଅମ୍ବାପାଲିରୁ ହଳଦୀପାଲି ଛକ ଦେଇ ସୋହେଲା ରାସ୍ତାକୁ ସଂଯୋଗ ହୋଇଛି। ଦୂରତା କମ୍‌ ଦୃଷ୍ଟିରୁ ଏହି ରାସ୍ତା ଉପରେ କେବଳ ବରଗଡ଼ କିମ୍ବା ଅମ୍ବାପାଲି ନୁହେଁ, ଅନେକ ଗ୍ରାମର ଲୋକେ ନିର୍ଭର କରିଥାନ୍ତି। ପୁରୁଣା ବ୍ରିଜ୍‌କୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଥିବାବେଳେ ନୂତନ ବ୍ରିଜ ନିର୍ମାଣ ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରହିଥିବାରୁ ଯାତାୟାତରେ ବାଧା ଉପୁଜୁଛି। ଏହି ଦୃଷ୍ଟିରୁ ଉକ୍ତ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri