ଘୁଞ୍ଚିଲା ‘ଜର୍ସି’ ରିଲିଜ ତାରିଖ

ମୁମ୍ବାଇ: ସାହିଦ କପୁରଙ୍କ ଏ ପର୍ଯ୍ୟନ୍ତ ଶେଷ ଚଳଚ୍ଚିତ୍ର କବୀର ସିଂ ଯାହାକି ୨ ବର୍ଷ ପୂର୍ବେ ପରଦାକୁ ଆସିଥିଲା। ସିନେମାଟି ଲୋକଙ୍କ ଦ୍ୱାରା ବହୁ ଆଦୃତ ପାଇଥିଲା। ତା ପରଠୁ ସେ ଆଉ କୌଣସି ସିନେମା କରିନାହାନ୍ତି। ଚଳଚ୍ଚିତ୍ର ନିର୍ଦ୍ଦେଶକ ଗୌତମ ତିନାନୁରୀଙ୍କ ନିର୍ଦ୍ଦେଶନାରେ ସାହିଦଙ୍କ ଆଗାମୀ ଚଳଚ୍ଚିତ୍ର ‘ଜର୍ସି’ ଯେଉଁଥିରେ ସାହିଦ ଏକ ୩୫ ବର୍ଷର କ୍ରିକେଟର୍‌ ଭୂମିକାରେ ନଜର ଆସିବେ। ନିଜ ପୁଅର ଇଚ୍ଛାକୁ ପୂରଣ କରିବାକୁ ସେ ପୁଣି ଥରେ କ୍ରିକେଟ୍‌କୁ ଫେରିଛନ୍ତି। ଏଥିରେ ସାହିଦଙ୍କ ସହ ଅଭିନେତ୍ରୀ ମୃଣାଳ ଠାକୁରଙ୍କ ଯୋଡି ଦେଖିବାକୁ ମିଳିବ। ତେବେ ସାହିଦ ତାଙ୍କ ଫ୍ୟାନ୍ସଙ୍କୁ ଚଳିତ ବର୍ଷ ଶେଷରେ ଏହି ସିନେମାଟି ଭେଟି ଦେବାକୁ ମନସ୍ତ କରିଥିଲେ। ଯାହା ଡିସେମ୍ବର ୩୧ ତାରିଖରେ ରିଲିଜ୍‌ ହେବାର ଥିଲା। କିନ୍ତୁ କିଛି ସମସ୍ୟା କାରଣରୁ ଅନ୍ତିମ ସମୟରେ ଚଳଚ୍ଚିତ୍ରଟିର ରିଲିଜ ତାରିଖ ଘୁଞ୍ଚାଇବାକୁ ପଡିଛି। କିନ୍ତୁ ‘ଜର୍ସି’ କେଉଁ ତାରିଖରେ ରିଲିଜ ହେବ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ଏନେଇ ଫିଲ୍ମର ସମୀକ୍ଷକ ତରଣ ଆଦର୍ଶ ଖୁବ ଶୀଘ୍ର ତାରିଖ ଘୋଷଣା ହେବ ବୋଲି ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ଚଳଚ୍ଚିତ୍ରଟି ଚଳିତ ବର୍ଷ ପହିଲାରେ ରିଲିଜ୍‌ ହେବାର ଥିଲା। କିନ୍ତୁ କରୋନା କାରଣରୁ ରିଲିଜ୍‌ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇରେ ଘରକୁ ଘର ବୁଲୁଛନ୍ତି ରିୟା ଚକ୍ରବର୍ତ୍ତୀ

ଡ୍ରଗ୍ସ ମାମଲାରେ ଏକ ମାସ ଜେଲରେ ରହିବା ପରେ ଜାମିନରେ ମୁକ୍ତ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ବର୍ତ୍ତମାନ ଆଉ ଏକ ନୂଆ ସମସ୍ୟା ସୃଷ୍ଟି...

ଜୀବନର ପ୍ରଥମ କାର୍‌ର ଫଟୋ ଶେୟାର କଲେ ଧର୍ମେନ୍ଦ୍ର: ଏତିକି ଟଙ୍କାରେ କିଣିଥିଲେ

ବଲିଉଡ୍‌ର ହିମ୍ୟାନ୍‌ କୁହାଯାଉଥିବା ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରଶଂସକମାନେ ତାଙ୍କ ପୋଷ୍ଟ ଦେଖିବାକୁ ପସନ୍ଦ କରନ୍ତି। ସେ ନିକଟରେ ଟୁଇଟରରେ ଏକ ଭିଡିଓ...

୯୩,୨୭୭ ଟଙ୍କାର ଟପ୍ ପିନ୍ଧି ପ୍ରଶଂସକଙ୍କ ହୃଦୟ ଜିତିଲେ ଦୀପିକା

ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନଙ୍କର ରହିଛନ୍ତି କୋଟି କୋଟି ପ୍ରଶଂସକ । ଅନେକ ଲୋକଙ୍କ କ୍ରସ ହୋଇଥିବା ଦୀପିକା ବଲିଉଡ୍ ଠାରୁ ହଲିଉଡ୍ ପର୍ଯ୍ୟନ୍ତ...

ସୁଶାନ୍ତ ସିଂ ରାଜପୁତ, ବିକାଶ ଦୁବେଙ୍କ ଉପରେ ନିର୍ମାଣ କରାଯାଉଥିବା ଫିଲ୍ମର ନାଁ ରେଜିଷ୍ଟ୍ରେଶନ ଆରମ୍ଭ

ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁ୍‌ତ ମୃତ୍ୟୁ ମାମଲାର ଯାଞ୍ଚ ଏବେ ୩ଟି ଏଜେନ୍ସି କରୁଛନ୍ତି । ଆଉ ଏହି ମାମଲାରେ ତାଙ୍କର...

ମା’ ହେବା ପୂର୍ବରୁ ସ୍ବାମୀଙ୍କ ଆଗରେ ଏମିତି ସର୍ତ୍ତ ରଖିଥିଲେ ଅନୁଷ୍କା

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏକ ଖୁସି ଖବର ଦେଇଛନ୍ତି। ସେ ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା...

ବିରାଟ କୋହଲିଙ୍କ ଏହି କାମ ଦେଖି ଅନୁଷ୍କାଙ୍କ ଆଖିରେ ଆସିଯାଇଥିଲା ଲୁହ

ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର...

୩୫ ବର୍ଷ ପୂର୍ବେ ୩ ପିଲାର ବାପାଙ୍କୁ ବିବାହ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ସ୍ତ୍ରୀର ମାନ୍ୟତା

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଜୟା ପ୍ରଦାଙ୍କୁ ଇତିମଧ୍ୟରେ ୫୯ ବର୍ଷ ହୋଇଛି। ୩ ଏପ୍ରିଲ, ୧୯୬୨ରେ ଆନ୍ଧ୍ରପ୍ରଦେଶରେ ସେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ ସାଙ୍ଗକୁ ସେ...

ଗର୍ଭବତୀ ଥିବା ଦେଖାଇବାକୁ ଯାଇ ଏତେ ମହଙ୍ଗା ଡ୍ରେସ ପିନ୍ଧିଲେ ଆଲିଆ

ମୁମ୍ବାଇ: ବଲିଉଡ ନାୟିକା ଆଲିଆ ଭଟ୍ଟ ମା’ ହେବାକୁ ଯାଉଛନ୍ତି । ଏବେ ସେ ତାଙ୍କ ପ୍ରେଗ୍ନେନସି ଟାଇମକୁ ଖୁବ୍ ଏନଜୟ କରୁଛନ୍ତି । ୨୭...

Advertisement
Archives

Model This Week