Posted inଖେଳ

କ୍ରୀଡ଼ା ମହଲରେ ଶୋକ

ଚଣ୍ଡିଗଡ଼, ୨୦ା୬ (ପି.ଟି.)-ମିଲ୍‌ଖାଙ୍କ ଦେହାନ୍ତରେ କ୍ରୀଡ଼ା ମହଲରୁ ଶୋକବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି। ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କଠାରୁ ଆରମ୍ଭ କରି କିମ୍ବଦନ୍ତୀ ଭାରତୀୟ ସ୍ପ୍ରିଣ୍ଟର ପି.ଟି. ଉଷା ସୋସିଆଲ ମିଡିଆ ଜରିଆରେ ସେମାନଙ୍କ ଶୋକ ପ୍ରକାଶ କରିଛନ୍ତି। ମିଲ୍‌ଖା ହେଉଛନ୍ତି ପ୍ରକୃତ କ୍ରୀଡ଼ା ସୁପରଷ୍ଟାର, ଯିଏକି ଦେଶର ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି।
ପି.ଟି. ଉଷା: ମୋ ଆଦର୍ଶ ତଥା ପ୍ରେରଣାର ଉତ୍ସ ମିଲ୍‌ଖା ସିଂ ଜୀଙ୍କ ବିୟୋଗରେ ଦୁଃଖର କଳାବାଦଲ ଛାଇଯାଇଛି।
ସୌରଭ ଗାଙ୍ଗୁଲି: ଖବରରେ ମୁଁ ଅତ୍ୟନ୍ତ ଦୁଃଖିତ। ଭାରତ ଜଣେ ମହାନ୍‌ କ୍ରୀଡ଼ାବିତ୍‌ଙ୍କୁ ହରାଇଲା। ତାଙ୍କ କ୍ୟାରିୟର ପ୍ରତି ଦୃଷ୍ଟି ଦେଲେ ଜଣେ ଆଥ୍‌ଲେଟ ହେବାର ସ୍ବପ୍ନ ଦେଖିଥାଏ।
ମେରୀ କମ୍‌: ଆମେ ଜଣେ ଜାତୀୟ ହିରୋଙ୍କୁ ହରାଇଲୁ।
କ୍ରିଷ୍ଣା ପୁନିଆ: ‘ଫ୍ଲାଇଂ ଶିଖ୍‌’ ଭାବେ ଯେଉଁ ସ୍ବତନ୍ତ୍ର ପରିଚୟ ପାଇଛନ୍ତି ତାହା ସବୁଦିନ ପାଇଁ ଅମର ରହିବ। ଆଗକୁ ସେ ପିଢ଼ି ପିଢ଼ି ଧରି ପ୍ରେରଣାର ଉତ୍ସହୋଇ ରହିବେ।
ଶୁଭଙ୍କର ଶର୍ମା (ଗଲ୍ଫ ଖେଳାଳି): ମିଲ୍‌ଖା ଅଙ୍କଲ ଚାଲିଗଲେ ତାହା ବିଶ୍ୱାସ କରିହେଉ ନାହିଁ। ତାଙ୍କ ସହିତ ସାକ୍ଷାତ୍‌ କରିବାର ସୁଯୋଗ ପାଇ ମୁଁ ନିଜକୁ ଧନ୍ୟ ମନେକରୁଛି। ତାଙ୍କ ନିକଟକୁ ମୁଁ ଯେତେଥର ଯାଇଛି ନୂଆ ନୂଆ ଶିକ୍ଷା ଲାଭ କରିଛି।
ହିମା ଦାସ: ୨୦ ବର୍ଷରୁ କମ୍‌ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ଏବଂ ଏସିଆନ ଗେମ୍ସରେ ପଦକ ଜିତିବା ପରେ ମିଲ୍‌ଖା ସିଂ ସାର୍‌ ମୋତେ ଫୋନ୍‌ କରିଥିଲେ। ‘ତୁମ ପାଖରେ ଯଥେଷ୍ଟ ସମୟ ଅଛି। କଠିନ ପରିଶ୍ରମ କଲେ ଦେଶ ପାଇଁ ତୁମେ ସ୍ବର୍ଣ୍ଣ ଜିତିପାରିବ’ ବୋଲି ସେ ମୋତେ କହିଥିଲେ। ଜବାବରେ ମୁଁ ଆପଣଙ୍କ ସ୍ବପ୍ନ ସାକାର କରିବି ବୋଲି କହିଥିଲି।
ବୀରେନ୍ଦ୍ର ସେହ୍ବାଗ: ମହାନ୍‌ ବ୍ୟକ୍ତି ମିଲ୍‌ଖା ସିଂ ଜୀ ହୁଏତ ତାଙ୍କ ପାର୍ଥିବ ଶରୀର ତ୍ୟାଗ କରି ଚାଲିଯାଇଛନ୍ତି, ଅଦ୍ୟମ ଉତ୍ସାହ ଓ ଶକ୍ତି ପାଇଁ ସେ ସବୁବେଳେ ଆମ ପାଖରେ ଅମର ହୋଇ ରହିବେ। ସେ ପିଢ଼ି ପିଢ଼ି ଧରି କ୍ରୀଡ଼ାବିତ୍‌ଙ୍କ ଲାଗି ପ୍ରେରଣା ଓ ଆଦର୍ଶ ହୋଇ ରହିବେ।
ହାର୍ଦ୍ଦିକ ପାଣ୍ଡ୍ୟା: ସମସ୍ତ ପ୍ରକାର ବାଧାବିଘ୍ନ ସତ୍ତ୍ୱେ ସଫଳତା ହାସଲ ସମ୍ଭବ ବୋଲି ମିଲ୍‌ଖା ସିଂ ସାର୍‌ କାର୍ଯ୍ୟରେ କରି ଦେଖାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଥିଲେ ବୈଭବ, ହେଲେ…

ନୂଆଦିଲ୍ଲୀ,୩୧।୮: ଦୁଲୀପ ଟ୍ରଫି ସେମିଫାଇନାଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇଷ୍ଟ ଜୋନ ପକ୍ଷରୁ ସେଣ୍ଟ୍ରାଲ ଜୋନ ବିପକ୍ଷରେ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

ବୈଭବଙ୍କ ବଡ଼ କାରନାମା: ନାଁରେ କଲେ ଏମିତି ରେକର୍ଡ ଯାହା ଇତିହାସରେ କେହି କରିନଥିଲେ!

ନୂଆଦିଲ୍ଲୀ, ୩୧।୮: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟରେ ଲଗାତାର ରେକର୍ଡ କରି ଚାଲିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏବେ ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲରେ ଆଉ…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ୭ଟି ବଡ଼ ରେକର୍ଡ: ଭାଙ୍ଗିବା ପ୍ରାୟ ଅସମ୍ଭବ! ବଡ଼ ବଡ଼ କ୍ରିକେଟର ଫଡିବେ ଫିକା

ନୂଆଦିଲ୍ଲୀ,୩୧।୮: ବୟସ ମାତ୍ର ୧୫ ବର୍ଷ। କିନ୍ତୁ କ୍ରିକେଟ ମଇଦାନରେ ରେକର୍ଡ ପରେ ରେକର୍ଡ କରି ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଅତ୍ୟନ୍ତ କମ ବୟସରେ…

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri