ରାତି ୧୨ ପରେ ଆପେ ଆପେ ଚାଲୁଛି ମୋଟରସାଇକେଲ: ରହସ୍ୟମୟୀ ଘଟଣାର ଭିଡିଓ ସିସିଟିଭିରେ କଏଦ

ଚିତ୍ରକୋଣ୍ଡା,୫।୨(ଡି.ଏନ୍‌.ଏ): ରାତି ପ୍ରାୟ ୧୨ଟା ପରେ ମୋଟରସାଇକେଲ ଆପେ ଆପେ ଚାଲୁଚି। ବିନା ଚାଳକରେ ମୋଟରସାଇକେଲଟି ଚାଲିବା ଯେତିକି ରହସ୍ୟମୟ, ସେତିକି ଆଶ୍ଚର୍ଯ୍ୟଜନକ। ଏଭଳି ଏକ ଅଦ୍ଭୁତ ଘଟଣା ଚିତ୍ରକୋଣ୍ଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚିତ୍ରକୋଣ୍ଡା ସଦର ମହକୁମାସ୍ଥିତ ଦୈନିକ ବଜାର ମାର୍କେଟର ଚିତ୍ରକୋଣ୍ଡା ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଏକ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି ବ୍ୟବସାୟୀ ସୁରେନ୍ଦ୍ର ଦାସ। ଗତ କିଛି ଦିନ ହେବ ଘର ମରାମତି କରୁଥିବାରୁ ନିଜ ମୋଟରସାଇକେଲକୁ ୩ ତାରିଖ ରାତି ୮ଟା ସମୟରେ ଘର ଆଗରେ ଥିବା ସୀତାରାମ ଏଣ୍ଟରପ୍ରାଇଜେସ ନାମକ ଏକ ଦୋକାନ ସମ୍ମୁଖରେ ହ୍ୟାଣ୍ଡେଲ ଲକ୍‌ କରି ପାର୍କିଂ କରିଥିଲେ। ୪ ତାରିଖ ସକାଳୁ ଉଠି ଦେଖନ୍ତି ତ ମୋଟରସାଇକେଲଟି କିଛି ଦୂରରେ ପଡିଯାଇଛି। ସେ ପୁଅକୁ ଡାକି ବାଇକ୍‌ଟିକୁ ଉଠାଇବାକୁ କହି ଫୁଲ ତୋଳିବାକୁ ଚାଲି ଯାଇଥିଲେ। ସେହିଦିନ ରାତିରେ ମଧ୍ୟ ବାଇକ୍‌ଟିକୁ ସେଇ ସ୍ଥାନରେ ପାର୍କିଂ କରିଥିଲେ। ପରଦିନ ସକାଳୁ ଉଠି ଦେଖିଲାବେଳକୁ ପୂର୍ବଦିନ ଭଳି ମୋଟରସାଇକେଲଟି ପାର୍କିଂ ଜାଗାରୁ ଅଳ୍ପ ଦୂରରେ ପଡ଼ିରହିଛି। ବାରମ୍ବାର ଏଭଳି ଘଟଣା ଘଟୁଥିବା ସମ୍ପର୍କରେ ସୀତାରାମ ଏଣ୍ଟରପ୍ରାଇଜେ୍‌ସର ମାଲିକ ସୁରେନ୍ଦ୍ରଙ୍କୁ କହିଥିଲେ। କିଏ ଜଣେ ଜାଣିଶୁଣି ଏଭଳି କାମ କରୁଛି ବୋଲି ଭାବି ସୀତରାମ ଏଣ୍ଟରପ୍ରାଇଜେସରେ ଲାଗିଥିବା ସିସିଟିଭି ଦେଖିଥିଲେ। ସିସିଟିଭିରେ ଘଟଣା ସମୟର ଦୃଶ୍ୟ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହ୍ୟାଣ୍ଡେଲ ଲକ୍‌ ଥିବା ସତ୍ତ୍ୱେ ବିନା ଚାଳକରେ ମୋଟର ସାଇକେଲଟି ଷ୍ଟାର୍ଟ ହୋଇ କିଛି ଦୂର ଆଗକୁ ଯିବା ସହ ଓଲଟି ପଡୁଥିଲା। ପୂର୍ବ ଦିନ ଭଳି ଦ୍ୱିତୀୟ ଦିନ ମଧ୍ୟ ମୋଟରସାଇକେଲଟି ସେଭଳି ଆଗକୁ ଯାଇ ଓଲଟି ପଡ଼ିଥିଲା। ବିଜ୍ଞାନ ଯୁଗରେ ଏଭଳି ଭୌତିକ ଘଟଣା ସମ୍ପର୍କରେ ଚାରିଆଡେ ପ୍ରଚାର ହେବା ପରେ ଘଟଣା ସମୟର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବିଷୟରେ ଗାଡି ମାଲିକ ସୁରେନ୍ଦ୍ର ଦାସଙ୍କୁ ପଚାରିବାରୁ ଏହା କୌଣସି ଭୂତପ୍ରେତର କାମ ନୁହଁ, ତାଙ୍କ ଉପରେ କେହି ଜଣେ ରାଗ ରଖି ଗୁଣି ଗାରିଡ଼ି କରୁଥିବା ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri