ପିଲାଙ୍କୁ ମିଳୁନି ପାଣିଟିକେ!

କାବୁଲ,୨୨ ।୮: ଆଫଗାନିସ୍ତାନର ଅବସ୍ଥା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ତାଲିବାନ ଭୟରେ ଦେଶ ଛାଡୁଥିବା ଲୋକଙ୍କ ଅବସ୍ଥା ନ କହିବା ଭଲ । ଘଣ୍ଟା ଘଣ୍ଟା ଦିନ ଦିନ ବିମାନ ବନ୍ଦରରେ ଅପେକ୍ଷା କରୁଥିବା ଲୋକଙ୍କ ଗୋଟିଏ ଲକ୍ଷ୍ୟ ଦେଶ ଛାଡି ପଳାଇବା । ତେବେ ବିମାନ ବନ୍ଦରରେ ଫସିଥିବା ଲୋକଙ୍କ ଅବସ୍ଥା ବି ନ କହିବା ଭଲ । ଏମିତି ଜଣେ ଭାରତୀୟ ମହିଳା ନିଜର ୨ ବର୍ଷର ଶିଶୁକୁ ଧରି ବିମାନ ବନ୍ଦରରେ ଅପେକ୍ଷା କରିବା କେତେ ଯେ କଷ୍ଟଦାୟକ ତାହା ବଖାଣିଛନ୍ତି । ଏହି ଭାରତୀୟ ମହିଳାଙ୍କ ମା’ ଦିଲ୍ଲୀରେ ରହୁଥିବା ବେଳେ ତାଙ୍କ ୩୨ ବର୍ଷିଆ ଝିଅ ଓ ୨ ବର୍ଷର ନାତିଙ୍କୁ ସୁରକ୍ଷିତ ବାହାର କିରିବାକୁ ଅନୁରୋଧ କରିଛନ୍ତି । ବିମାନ ବନ୍ଦର ବାହାରେ ଅପେକ୍ଷା କରିଥିବା ମହିଳା ଜଣଙ୍କ କହିଛନ୍ତି ତାଙ୍କୁ କୌଣସି ଜିନିଷ ନ ଆଣି ବିମାନ ବନ୍ଦର ଆସିବାକୁ କୁହାଯାଇଥିଲା । ଭାରତୀୟ ଦୁତାବାସରୁ ଏହି ଖବର ପାଇ ମହିଳା ଜଣଙ୍କ ନିଜ ଶିଶୁଙ୍କୁ ଧରି ସେଠାରେ ପହଞ୍ଚିଥିଲେ । ବିମାନ ବନ୍ଦର ବାହାରେ ୩ ଦିନ ପର୍ଯ୍ୟନ୍ତ ତାଙ୍କୁ ଏକ ମ୍ୟାରେଜ ହଲରେ ରଖାଯାଇଥିଲା । ଏହାପରେ ରାତି ପ୍ରାୟ ୧୨ଟାରେ ବସ ଯୋଗେ ତାଙ୍କୁ କାବୁଲ ବିମାନ ବନ୍ଦର ନିଆଯାଇଥିଲା । ସେଠାରେ ସେ ଦିନ ପ୍ରାୟ ୧୧ଟା ପର୍ଯ୍ୟନ୍ତ ବସରେ ଅପେକ୍ଷା କରିଥିଲେ । ସେ ପର୍ଯ୍ୟନ୍ତ ପିଲାମାନଙ୍କୁ କ୍ଷିର ତ ଦୂରର କଥା ପାଣି ଟିକେ ବି ମିଳି ନ ଥିଲା ବୋଲି ଉକ୍ତ ଭାରତୀୟ ମହିଳା ଜଣଙ୍କ କହିଛନ୍ତି । ଏହାପରେ ଦିଲ୍ଲୀରେ ରହୁଥିବା ତାଙ୍କ ମା’ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି ସେମାନଙ୍କୁ ସୁରକ୍ଷିତ ବାହାରକୁ ଆଣିବାକୁ ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

ରୁଷିଆରୁ ତେଲ କ୍ରୟ ଉପରେ ଆମେରିକାର ବଡ଼ ନିଷ୍ପତ୍ତି, ଭାରତ ଦେବ…

ଓ୍ବାଶିଂଟନ,୧୫।୭: ରୁଷିଆରୁ ତୈଳ କ୍ରୟ କରୁଥିବା ଦେଶମାନଙ୍କ ଉପରେ ୫୦୦ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ମଧ୍ୟରେ, ଭାରତ ଏବଂ ଚାଇନା ପାଇଁ ଏକ ଆଶ୍ବସ୍ତିକର ଖବର…

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଫିଲିପ୍‌, ବାପାଙ୍କୁ ଆସିଲା ଏମିତି କଲ୍‌…

ଗୁଡ଼ାରି,୧୫ା୭(ପ୍ରମୋଦ ପତି): ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇ ସେଠାରେ ମୃତ୍ୟୁ ବରଣ କରିଛନ୍ତି ଗୁଡ଼ାରି ବ୍ଲକର ଏମ୍‌କେ ରାଇ ପଞ୍ଚାୟତ ଅନ୍ତର୍ଗତ ମକାଗୁଡ଼ା ଗ୍ରାମର ଅବିବାହିତ…

ପୁରୀ ରଥଯାତ୍ରା ଡ୍ୟୁଟିବେଳେ ପ୍ରାଣ ହରାଇଥିବା ହୋମଗାର୍ଡଙ୍କ ପରିବାରକୁ ସହାୟତା

ବଞ୍ଚୋ,୧୫ା୭(ପ୍ରଦୋଷ ବିଶ୍ୱାଳ): ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଡ୍ୟୁଟିରେ ନିୟୋଜିତ ଥିବା ସମୟରେ କେନ୍ଦୁଝର ପୋଲିସ ବିଭାଗର ଜଣେ ହୋମଗାର୍ଡଙ୍କ ଅକାଳ ବିୟୋଗ ଘଟିଥିଲା। ଏହି ଘଟଣା ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri