Posted inଫୁରସତ

ବିୟୁଟିପାର୍ଲର ଖର୍ଚ୍ଚ ନ ଦେବାରୁ ପ୍ରେମିକଙ୍କ ଏମିତି ଅବସ୍ଥା କଲେ ପ୍ରେମିକା

ବ୍ରିଟେନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ତିନି ସନ୍ତାନର ଜଣେ ମା’ ତାଙ୍କ ପ୍ରେମିକଙ୍କୁ ନିର୍ଯାତନା ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବିୟୁଟି ପାର୍ଲର ଖର୍ଚ୍ଚ ନ ଦେବାରୁ ମହିଳା ଜଣକ ତାଙ୍କ ପ୍ରେମିକଙ୍କୁ ଫୁଟୁଥିବା ପାଣିରେ ପକାଇ ଦେଇଥିଲେ ଏବଂ ପରେ ତାଙ୍କୁ ସିଗାରେଟ ସାହାଯ୍ୟରେ ଅନେକ ସ୍ଥାନରେ ଚେଙ୍କ ଦେଇଥିଲେ। ପ୍ରେମିକକୁ ନିର୍ଯାତନା ଦେଇଥିବା ମହିଳାଙ୍କ ନାମ ହେଉଛି ସାରା ଡେଭିଜ। ତାଙ୍କର ବୟସ ୩୩ ବର୍ଷ। ୩ଟି ଛୁଆର ମା’ ସାରାଙ୍କ ୪୦ ବର୍ଷୀୟ ମାର୍କ କେନେଡି ନାମକ ଜଣେ ବ୍ୟକ୍ତିଙ୍କ ସହ ଆଫେଆର୍‌ ଥିଲା। ସେ ଦୀର୍ଘ ଦିନ ଧରି ମାର୍କଙ୍କୁ ଡେଟ କରୁଥିଲେ। ସାରା ନିକଟରେ ନିଜ ଓଠରେ ବୋଟକ୍ସ ଚିକିତ୍ସା କରାଇଥିଲେ। ସେ ଚାହୁଁଥିଲେ ଯେ, ତାଙ୍କ ବୟଫ୍ରେଣ୍ଡ ମାର୍କ ତାଙ୍କ ବିୟୁଟି ପାର୍ଲର ଓ ବୋଟକ୍ସ ଚିକିତ୍ସାର ଖର୍ଚ୍ଚ ବହନ କରନ୍ତୁ। କିନ୍ତୁ ଯେତେବେଳେ କେନେଡି ଏହା କରିବାକୁ ମନା କରିଦେଇଥିଲେ ସେତେବେଳେ ସାରା ରାଗିଯାଇଥିଲେ।
ସାରା ତାଙ୍କ କେନେଡିଙ୍କୁ ଅପହରଣ କରି ପ୍ରାୟ ୧୨ ଘଣ୍ଟା ଧରି ବନ୍ଦୀ କରି ରଖିଥିଲେ। ପ୍ରେମିକଙ୍କୁ ଅପହରଣ କରିବା ପରେ ମହିଳା ଜଣକ ପ୍ରଥମେ ତାଙ୍କ ମୁଣ୍ଡ ଉପରେ ଫୁଟୁଥିବା ପାଣି ଢାଳିଥିଲେ। ମହିଳା ଜଣକ ଏତିକିରେ ଅଟକି ନ ଥିଲେ ପ୍ରେମିକଙ୍କୁ ସିଗାରେଟ ଚେଙ୍କ ଦେଇଥିଲେ। ପ୍ରେମିକ ଯନ୍ତ୍ରଣାରେ ଚିତ୍କାର କରି ଚାଲିଥିଲେ ମଧ୍ୟ ମହିଳା ଜଣକ ତାଙ୍କୁ ଦୟା ଦେଖାଇ ନ ଥିଲେ। ମହିଳା ଜଣକ ତାଙ୍କ ପ୍ରେମିକଙ୍କୁ ନିର୍ଯାତନା ଦେଇ ଚାଲିଥିଲେ, ତାଙ୍କ ସହ ଆଉ ଜଣେ ବ୍ୟକ୍ତି ଥିଲେ।
କୌଣସି ପ୍ରକାରେ ମହିଳାଙ୍କ କବଳରୁ ଖସିଆସି ପୀଡିତ ପୋଲିସ ଷ୍ଟେଶନରେ ପହଞ୍ଚି ମହିଳାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିଥିଲା। ପରେ କୋର୍ଟ ଉକ୍ତ ମହିଳାଙ୍କୁ ୬ ବର୍ଷ ୪ ମାସ ଦଣ୍ଡିତ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri