Odisha Elections 2024
Posted inଜାତୀୟ

‘ଭାରତ ମାତା ବହୁତ ଦୁଃଖି ଅଛି…,’ସୁନୀତା ପଢିଲେ କେଜରିଓ୍ବାଲଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୩୧।୩: ଇଡି ରିମାଣ୍ଡରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ବିରୋଧୀ ଇଣ୍ଡିଆ ମିଳିତ ମଞ୍ଚର ଗଠିତ ଦଳର ନେତାଙ୍କ ଏକ ବିଶାଳ ସମାବେଶ ରବିବାର ରାମଲିଲା ମଇଦାନରେ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ପତ୍ନୀ ସୁନୀତା କେଜରିୱାଲ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସୁନୀତା ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଅରବିନ୍ଦ କେଜରିୱାଲଙ୍କ ବାର୍ତ୍ତା ପଢି ଶୁଣାଇଥିଲେ। ସେ କହିଛନ୍ତି ଯେ କେଜରିୱାଲଙ୍କ ଗିରଫଦାରୀ ଯୋଗୁଁ ଭାରତ ମାତା ବହୁତ ଦୁଃଖିତ। ସେ ଜନସାଧାରଣଙ୍କୁ ଦେଇଥିବା ୬ଟି ଗ୍ୟାରେଣ୍ଟି ବିଷୟରେ ମଧ୍ୟ ସେ କହିଛନ୍ତି। ସୁନୀତା କହିଛନ୍ତି ଯେ ଅରବିନ୍ଦ କେଜରିୱାଲ ସିଂହ ଏବଂ ତାଙ୍କୁ ଅଧିକ ସମୟ ଜେଲରେ ରଖାଯାଇପାରିବ ନାହିଁ।

କେଜରିୱାଲଙ୍କ ବାର୍ତ୍ତା ପଢୁଥିବାବେଳେ ସୁନୀତା କହିଛନ୍ତି, ‘ମୁଁ ଆପଣଙ୍କଠାରୁ ଭୋଟ ମାଗୁନାହିଁ। ଆଜି ମୁଁ ଏକ ନୂତନ ଭାରତ ଗଠନ ପାଇଁ ୧୪୦ କୋଟି ଲୋକଙ୍କୁ ନିମନ୍ତ୍ରଣ କରୁଛି। ଭାରତ ଏକ ମହାନ ଦେଶ। ସବୁକିଛି ଭଗବାନଙ୍କ ଦ୍ୱାରା ଦିଆଯାଇଛି, ତଥାପି ଆମେ ପଛୁଆ । ମୁଁ ଆଜି ଜେଲରେ ଅଛି ଏବଂ ମୁଁ ଭାରତ ମାତା ବିଷୟରେ ଭାବୁଛି। ଭାରତ ମାତାର ପିଲାମାନେ ଭଲ ଶିକ୍ଷା ନ ପାଇଲେ ଏହା କଷ୍ଟଦାୟକ ହୁଏ। କେତେକ ନେତା ସକାଳ ଏବଂ ସାରେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି। ଯେତେବେଳେ ସେ ଏବଂ ତାଙ୍କ ସାଙ୍ଗମାନେ ଦେଶ ଲୁଟିବାରେ ନିୟୋଜିତ ହୁଅନ୍ତି ସେତେବେଳେ ଭାରତ ମାତା ବହୁତ କ୍ରୋଧିତ ହୁଏ। ଆସନ୍ତୁ ଆମେ ଏକ ନୂତନ ଭାରତ ସୃଷ୍ଟି କରିବା, ଯେଉଁଠାରେ କେହି ଗରିବ କିମ୍ବା ବେକାର ରହିବେ ନାହିଁ । ପ୍ରତ୍ୟେକ ରୋଗୀ ଭଲ ଚିକିତ୍ସା ପାଇବେ। ଦେଶର ପ୍ରତ୍ୟେକ କୋଣରେ ବିଦ୍ୟୁତ ଏବଂ ଭଲ ରାସ୍ତା ରହିବ।
ଏହି ଅବସରରେ ସୁନୀତା କେଜରିୱାଲ ମୁଖ୍ୟମନ୍ତ୍ରୀ କେଜରିୱାଲ ଦେଇଥିବା ୬ଟି ଗ୍ୟାରେଣ୍ଟି ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।
୧.ସମଗ୍ର ଦେଶର ଗରିବ ଲୋକଙ୍କୁ ମାଗଣା ବିଦ୍ୟୁତ ଯୋଗାଇବ।
୨.ପ୍ରତ୍ୟେକ ଗ୍ରାମରେ ଭଲ ସରକାରୀ ବିଦ୍ୟାଳୟ ନିର୍ମାଣ କରାଯିବ।
୩. ପ୍ରତ୍ୟେକ ଗ୍ରାମରେ ମୋହଲା କ୍ଲିନିକ ନିର୍ମାଣ କରାଯିବ।
୪. ପ୍ରତ୍ୟେକ ଗାଁରେ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ। ଚିକିତ୍ସା ବ୍ୟବସ୍ଥା କରାଯିବ।
୫. ସ୍ବାମୀନାଥନ ଆୟୋଗ ଅନୁଯାୟୀ କୃଷକମାନଙ୍କୁ ଏମଏସପି ର୍ନିଣ୍ଣୟ କରି ଫସଲ ମୂଲ୍ୟ ଯୋଗାଇ ଦିଆଯିବ।
୬. ଦିଲ୍ଲୀର ଲୋକମାନେ ୭୫ବର୍ଷ ଧରି ଅବହେଳିତ ହୋଇଆସୁଛନ୍ତି। ଦିଲ୍ଲୀର ଲୋକଙ୍କୁ ପୂର୍ଣ୍ଣ ରାଜ୍ୟସ୍ତର ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ରାଷ୍ଟ୍ରପତିଙ୍କ ବିୟୋଗରେ ମଙ୍ଗଳବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ...

ପତ୍ନୀ ସୁନୀତାଙ୍କ ସହ କେଜ୍‌ରିଓ୍ବାଲଙ୍କ ପ୍ରଥମ ରୋଡ ଶୋ’, କହିଲେ ମୋଦି ଜୀ…

ନୂଆଦିଲ୍ଲୀ,୨୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ପତ୍ନୀ ସୁନୀତା କେଜ୍‌ରିଓ୍ବାଲଙ୍କ ସହ ଏକ ରୋଡ ଶୋ’ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ଭଲ...

ଭୋଟ୍‌ ବର୍ଜନ କରିଥିବା ଭୋଟରଙ୍କୁ ବୁଝାଇବାକୁ ରାଏବରେଲି ଯାଇଥିଲେ ରାହୁଲ, ଶୁଭିଲା ଜୟ ଶ୍ରୀ ରାମ ନାରା, ଆଉ ତା’ପରେ…

ନୂଆଦିଲ୍ଲୀ,୨୦।୫: ସୋମବାର ଲୋକ ସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ହୋଇଛି। ଏହି ସମୟରେ ଉତ୍ତରପ୍ରଦେଶର ହଟ ସିଟ ରାଏବରେଲିରେ ଏକ ଗାଁର...

ଯେଉଁ ମନ୍ଦିରକୁ ଯାଉଛନ୍ତି କଙ୍ଗନା, ସେହି ମନ୍ଦିରକୁ ସଫା କରିବା ଜରୁରୀ, ବିକ୍ରମାଦିତ୍ୟ ସିଂଙ୍କ ବିବାଦୀୟ ବୟାନ

ମଣ୍ଡି,୨୦।୫: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି। ଦେବ ସମାଜ ବିଷୟରେ...

୨୦ ଫୁଟ୍‌ ଖାଲକୁ ଖସିଲା ପିକ୍‌ଅପ୍‌:୧୭ ମୃତ

ରାୟପୁର,୨୦।୫: ଛତିଶଗଡର କାୱାର୍ଡା ଜିଲାର କୁକଦୁରରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ପିକଅପ ଗାଡି ୨୦ ଫୁଟ୍‌ ଖାଇକୁ ଓଲଟି ପଡ଼ିବାରୁ...

ଅହମଦାବାଦ ବିମାନ ବନ୍ଦରରେ ବଡ ଆକ୍ସନ, ଧରାହେଲେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ

ଅହମଦାବାଦ,୨୦।୫: ଗୁଜୁରାଟର ଅହମଦାବାଦରେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ ଧରାପଡିଛନ୍ତି। ଗୁଜୁରାଟ ଏଟିଏସ ଅହମଦାବାଦ ବିମାନବନ୍ଦରରୁ ସମସ୍ତ ୪ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦୀଙ୍କ...

ଯଦି ଆପଣ କୋଭାକ୍ସିନ ନେଇଛନ୍ତି, ତେବେ ଭୟ କରିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୨୦।୫: ନିକଟରେ କରୋନା ଟିକା ସମ୍ବନ୍ଧରେ ଅନେକ ଭୟାନକ ଦାବି ସାମ୍ନାକୁ ଆସିଛି। ବର୍ତ୍ତମାନ ଆଇସିଏମଆର ଏହି ଦାବିକୁ ଭୁଲ ବୋଲି କହିଛି। କୋଭାକ୍ସିନର ପାର୍ଶ୍ୱ...

ଏଥର ଭବିଷ୍ୟବାଣୀ ପୂରଣ ନ ହେଲେ ମୁହଁରେ ଗୋବର ବୋଳିବାକୁ ପ୍ରସ୍ତୁତ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ ରଣନୀତିଜ୍ଞ ବା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri