ୟୁଟ୍ୟୁବ୍‌ରୁ ସର୍ଚ୍ଚ କରି ଝିଅକୁ ହତ୍ୟା କଲେ ମା’, ଏମିତି ପଡ଼ିଲା ଜଣା…

ଭୋପାଳ,୨୪ା୧୦: ମା’ର ମମତା ଆଗରେ ଦୁନିଆରେ ସବୁକିଛି ଫିକା। ପିଲା ପାଇଁ ମା’ ନିଜ ଜୀବନ ଦେବାକୁ ବି ପଛାଏ ନାହିଁ। ସବୁ ପରିସ୍ଥିତିରେ ସେ ପିଲା ପାଇଁ ସଂଘର୍ଷ କରିବାକୁ ପ୍ରସ୍ତୁତ ଥାଏ। ମାତ୍ର ଜଣେ ଜନ୍ମକଲା ମା’ ଯେ, ତା ନିଜ ପିଲାକୁ ପାଣିରେ ବୁଡ଼ାଇ ମାରିପାରେ ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ।

ଏପରି ହୃଦୟ ବିଦାରକ ଖବର ମଧ୍ୟପ୍ରଦେଶର ଉଜୈନରେ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ପିଲାଟିକୁ କିପରି ହତ୍ୟା କରିବେ ସେ ନେଇ ମା’ ୟୁଟ୍ୟୁବ୍‌ରୁ ସର୍ଚ୍ଚ ବି କରିଥିଲେ। ଏହା ପରେ ନିଜ ନିଜ ହାତରେ ଝିଅର ଜୀବନ ନେଇଛନ୍ତି ମା’।

ଖବର ଲୋକଲୋଚନକୁ ଆସିବା ପରେ ମା’ଙ୍କୁ ଗିରଫ କରିଛି ପୋଲିସ। ଏଠାରେ ରହୁଥିବା ଭଟେୱାରା ପରିବାରର ତିନି ମାସ ଝିଅର ମୃତଦେହ ତୃତୀୟ ମହଲାରେ ଥିବା ପାଣି ଟାଙ୍କିରୁ ମିଳିଥିଲା। ହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଘଟଣାର ପ୍ରମାଣ ଅକ୍ଟୋବର ୧୨ରେ ମିଳିବା ପରେ ଏହି ଆଧାରରେ ପୋଲିସ ହତ୍ୟାକାରୀ ମା’ଙ୍କୁ ଗିରଫ କରିଛି। ସୋସିଆଲ ମିଡିଆରେ ପିଲାକୁ ହତ୍ୟା କରିବାର ଉପାୟ ଜାଣିବା ପରେ ଏପରି କାଣ୍ଡ ଘଟାଇଥିଲେ। ତେବେ ଏହାପୂର୍ବରୁ ସ୍ବାମୀ ଅର୍ପିତ, ଶାଶୁ ଅନୀତା ଏବଂ ଶ୍ୱଶୁର ସୁଭାଷ ଭଟେୱାରା ଝିଅର ମା’ ସ୍ବାତୀଙ୍କ ଉପରେ ହତ୍ୟା ସନ୍ଦେହ କରିଥିଲେ।

ଏସ୍‌ପି ଆକାଶ ଭୁରିଆ କହିଛନ୍ତି, ଅକ୍ଟୋବର ୧୨ ତାରିଖ ଅପରାହ୍ନ ୧ଟା ୨୦ ରୁ ୧ଟା ୪୦ ମଧ୍ୟରେ ଘରୁ ନିଖୋଜ ହୋଇଯାଇଥିଲେ। ସେତେବେଳେ ସ୍ବାତୀଙ୍କ ସ୍ବାମୀ ଅର୍ପିତ ଘର ତଳେ ଥିବା ଦୋକାନରେ ଥିଲେ । ଘରେ ସ୍ବାତୀ ଏବଂ ତାଙ୍କ ଶାଶୁ ଅନୀତା ଭାଟେୱାରାଙ୍କ ବ୍ୟତୀତ ଆଉ କେହି ନ ଥିଲେ। ତଦନ୍ତ ବେଳେ ସ୍ବାତୀ ସନ୍ଦେହ ଘେରକୁ ଆସିଥିଲେ। କିପରି ଝିଅକୁ ମାରିବେ ସ୍ବାତୀ ଅକ୍ଟୋବର ୧୦ରେ ମୋବାଇଲରେ ୟୁଟ୍ୟୁବ୍‌ରେ ସର୍ଚ୍ଚ କରିବା ପରେ ୧୨ ତାରିଖରେ ପାଣିରେ ବୁଡ଼ାଇ ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri