ସିବିଆଇ ତଦନ୍ତ ଦାବି କଲେ ମା’

ଭୁବନେଶ୍ୱର,(ବ୍ୟୁରୋ)/ ନୟାଗଡ଼ ଅଫିସ୍‌/ ରଣପୁର, ୫।୪ (ସ୍ବ.ପ୍ର.):ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତା ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇଙ୍କୁ କ୍ରାଇମ୍‌ବ୍ରାଞ୍ଚ ସୋମବାରଠାରୁ ମାରାଥନ୍‌ ଜେରା କରୁଛି। ପ୍ରଥମ ପର୍ଯ୍ୟାୟରେ ୮ ଅଭିଯୁକ୍ତଙ୍କ ମଧ୍ୟରୁ ଶର୍ମିଷ୍ଠା, ଝୁନା, ମାଷ୍ଟରମାଇଣ୍ଡ୍‌ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଓ ମୋବାଇଲ ଦୋକାନୀ ରଞ୍ଜନ ନାୟକଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲେ ବି ହତ୍ୟାର କାରଣ ଏବଂ ସନ୍ଦେହଜନକ ମେମୋରି ଚିପ୍‌ ବିଷୟରେ ଏବେବି ରହସ୍ୟ ଲାଗି ରହିଛି। ତେଣୁ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ସନ୍ଦେହ କରି ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ମାନସଙ୍କ ମା’ ଜୟନ୍ତୀ ସ୍ବାଇଁ। ଜୟନ୍ତୀ ଗଣମାଧ୍ୟମକୁ କହିଛନ୍ତି, ସେ ଚିପ୍‌ରେ କ’ଣ ଅଛି ତାହା ଖୋଳତାଡ଼ କରି ବାହାର କରାଯାଉ। ସିବିଆଇ ତଦନ୍ତ ହେଲେ ହିଁ ଉକ୍ତ ଚିପ୍‌ରେ ଯେଉଁ ରହସ୍ୟ ଅଛି ତାହା ଆଗକୁ ଆସିବ। ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ସାଂସଦ, ବଡବଡିଆ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବାରୁ ନିରପେକ୍ଷ ଭାବେ କେବଳ ସିବିଆଇ ଏହି ମାମଲାର ତଦନ୍ତ କରିପାରିବ। ଅଭିଯୁକ୍ତଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରାଗଲେ ମୋ ପୁଅର ଆତ୍ମା ଶାନ୍ତି ପାଇବ ବୋଲି ଜୟନ୍ତୀ ଦୋହରାଇଛନ୍ତି।
ସେପଟେ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ପ୍ରଥମ ଦିନରେ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠା ଓ ଝୁନାଙ୍କୁ ସାମ୍ନାସାମ୍ନି ଜେରା କରିଛି। ଉଭୟଙ୍କୁ ଏକାଧିକ ପ୍ରଶ୍ନ ପଚାରିଛି। ତେବେ ହାତରେ ମାତ୍ର ଆଉ ୨ ଦିନ ରିମାଣ୍ଡ ଅବଧି ଥିବାବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲାର ଅଗ୍ରଗତି ବିଷୟରେ କୌଣସି ସୂଚନା ଦିଆଯାଇନାହିଁ। ଯେଉଁ ମେମୋରି ଚିପ୍‌ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଥିଲା, ତାହା ବିଷୟରେ କ୍ରାଇମବ୍ରାଞ୍ଚ କୌଣସି ସୂଚନା ଦେଉ ନ ଥିବାରୁ ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ମେମୋରି ଚିପ୍‌ ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବ ବୋଲି ମଧ୍ୟ ଆଶଙ୍କା କରାଯାଉଛି।
ଅନ୍ୟପଟେ ଶର୍ମିଷ୍ଠା ଓ ଝୁନାଙ୍କ ବୟାନ ଆଧାରରେ କ୍ରାଇମ୍‌ବ୍ରାଞ୍ଚର ୫ଜଣିଆ ଟିମ୍‌ ଅପରାହ୍ନରେ ନୟାଗଡ ଜିଲା ରଣପୁର ଥାନା ମଝିଆଖଣ୍ଡ ଗୋଡିପୋଖରୀସ୍ଥିତ ମାନସଙ୍କ ଘରକୁ ଯାଇଥିଲା। ମାମଲା ବିଷୟରେ କ୍ରାଇମବ୍ରାଞ୍ଚ ଟିମ୍‌ ମାନସଙ୍କ ସ୍ତ୍ରୀ, ମା, ଭାଇ ଓ ବାପାଙ୍କ ସହ ଆଲୋଚନା କରିଛନ୍ତି। ଯାଜପୁର ଚଣ୍ଡିଖୋଲ ନିକଟରୁ ମିଳିଥିବା ମାନସଙ୍କ ଚପଲ ଓ ଇୟରଫୋନ୍‌କୁ ଚିହ୍ନଟ କରାଇବା ସହ ଚିପ୍‌ ଓ ଅନ୍ୟ କେତେକ ପ୍ରସଙ୍ଗରେ ଆଲୋଚନା କରି କ୍ରାଇମବ୍ରାଞ୍ଚ ଟିମ୍‌ କଟକ ଫେରି ଆସିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

ରାଜଧାନୀ ରାସ୍ତାକଡ଼ ପାଲଟିଛି କବାଡ଼ିଖାନା

ଭୁବନେଶ୍ୱର, ୧୮।୪ (ବନ୍ଦନା ସେଠୀ)ରାଜଧାନୀର ରାସ୍ତା କଡ଼ରୁ ପରିତ୍ୟକ୍ତ ହୋଇ ପଡିରହିଥିବା ଗାଡ଼ି, କ୍ୟାବିନ ଏବଂ ଅନ୍ୟାନ୍ୟ ଅଦରକାରୀ ସାମଗ୍ରୀଗୁଡିକୁ ତୁରନ୍ତ ହଟାଇବା ପାଇଁ ଭୁବନେଶ୍ୱର...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

ଅସ୍ତିତ୍ୱ ହରାଉଛି ଗଡ଼ଖୋର୍ଦ୍ଧା, ପାଣ୍ଡବଘରା

ଖୋର୍ଦ୍ଧା,୧୮ା୪ (ପ୍ରଭାତ ପାଣିଗ୍ରାହୀ)ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଖୋର୍ଦ୍ଧାର ଅନେକ ଐତିହ୍ୟ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଐତିହ୍ୟ ଗଡ଼ଖୋର୍ଦ୍ଧା ଏବଂ ବରୁଣେଇ ପାହାଡ଼ ଶୀର୍ଷରେ ଥିବା ପାଣ୍ଡବ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଐତିହ୍ୟ ଆବିଷ୍କାର, ସଂରକ୍ଷଣକୁ ଗୁରୁତ୍ୱ ନାହିଁ

ଭୁବନେଶ୍ୱର,୧୮।୪(ଶର୍ମିଷ୍ଠା ପାଣିଗ୍ରାହୀ)ଓଡ଼ିଶା କଳା, ସଂସ୍କୃତି, ଐତିହ୍ୟରେ ସମୃଦ୍ଧ। ପ୍ରତିଟି ଜିଲାରେ ରହିଛି ଅନନ୍ୟ ଐତିହ୍ୟର ପରିଚୟ। ମାତ୍ର ଭୁବନେଶ୍ୱର, କୋଣାର୍କ, ପୁରୀ ଆଦି କେତୋଟି ସ୍ଥାନକୁ...

ରାଜ୍ୟର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ /ଭୁବନେଶ୍ୱର,୧୮।୪:ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri