ସିବିଆଇ ତଦନ୍ତ ଦାବି କଲେ ମା’

ଭୁବନେଶ୍ୱର,(ବ୍ୟୁରୋ)/ ନୟାଗଡ଼ ଅଫିସ୍‌/ ରଣପୁର, ୫।୪ (ସ୍ବ.ପ୍ର.):ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତା ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇଙ୍କୁ କ୍ରାଇମ୍‌ବ୍ରାଞ୍ଚ ସୋମବାରଠାରୁ ମାରାଥନ୍‌ ଜେରା କରୁଛି। ପ୍ରଥମ ପର୍ଯ୍ୟାୟରେ ୮ ଅଭିଯୁକ୍ତଙ୍କ ମଧ୍ୟରୁ ଶର୍ମିଷ୍ଠା, ଝୁନା, ମାଷ୍ଟରମାଇଣ୍ଡ୍‌ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଓ ମୋବାଇଲ ଦୋକାନୀ ରଞ୍ଜନ ନାୟକଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲେ ବି ହତ୍ୟାର କାରଣ ଏବଂ ସନ୍ଦେହଜନକ ମେମୋରି ଚିପ୍‌ ବିଷୟରେ ଏବେବି ରହସ୍ୟ ଲାଗି ରହିଛି। ତେଣୁ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ସନ୍ଦେହ କରି ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ମାନସଙ୍କ ମା’ ଜୟନ୍ତୀ ସ୍ବାଇଁ। ଜୟନ୍ତୀ ଗଣମାଧ୍ୟମକୁ କହିଛନ୍ତି, ସେ ଚିପ୍‌ରେ କ’ଣ ଅଛି ତାହା ଖୋଳତାଡ଼ କରି ବାହାର କରାଯାଉ। ସିବିଆଇ ତଦନ୍ତ ହେଲେ ହିଁ ଉକ୍ତ ଚିପ୍‌ରେ ଯେଉଁ ରହସ୍ୟ ଅଛି ତାହା ଆଗକୁ ଆସିବ। ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ସାଂସଦ, ବଡବଡିଆ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବାରୁ ନିରପେକ୍ଷ ଭାବେ କେବଳ ସିବିଆଇ ଏହି ମାମଲାର ତଦନ୍ତ କରିପାରିବ। ଅଭିଯୁକ୍ତଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରାଗଲେ ମୋ ପୁଅର ଆତ୍ମା ଶାନ୍ତି ପାଇବ ବୋଲି ଜୟନ୍ତୀ ଦୋହରାଇଛନ୍ତି।
ସେପଟେ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ପ୍ରଥମ ଦିନରେ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠା ଓ ଝୁନାଙ୍କୁ ସାମ୍ନାସାମ୍ନି ଜେରା କରିଛି। ଉଭୟଙ୍କୁ ଏକାଧିକ ପ୍ରଶ୍ନ ପଚାରିଛି। ତେବେ ହାତରେ ମାତ୍ର ଆଉ ୨ ଦିନ ରିମାଣ୍ଡ ଅବଧି ଥିବାବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲାର ଅଗ୍ରଗତି ବିଷୟରେ କୌଣସି ସୂଚନା ଦିଆଯାଇନାହିଁ। ଯେଉଁ ମେମୋରି ଚିପ୍‌ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଥିଲା, ତାହା ବିଷୟରେ କ୍ରାଇମବ୍ରାଞ୍ଚ କୌଣସି ସୂଚନା ଦେଉ ନ ଥିବାରୁ ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ମେମୋରି ଚିପ୍‌ ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବ ବୋଲି ମଧ୍ୟ ଆଶଙ୍କା କରାଯାଉଛି।
ଅନ୍ୟପଟେ ଶର୍ମିଷ୍ଠା ଓ ଝୁନାଙ୍କ ବୟାନ ଆଧାରରେ କ୍ରାଇମ୍‌ବ୍ରାଞ୍ଚର ୫ଜଣିଆ ଟିମ୍‌ ଅପରାହ୍ନରେ ନୟାଗଡ ଜିଲା ରଣପୁର ଥାନା ମଝିଆଖଣ୍ଡ ଗୋଡିପୋଖରୀସ୍ଥିତ ମାନସଙ୍କ ଘରକୁ ଯାଇଥିଲା। ମାମଲା ବିଷୟରେ କ୍ରାଇମବ୍ରାଞ୍ଚ ଟିମ୍‌ ମାନସଙ୍କ ସ୍ତ୍ରୀ, ମା, ଭାଇ ଓ ବାପାଙ୍କ ସହ ଆଲୋଚନା କରିଛନ୍ତି। ଯାଜପୁର ଚଣ୍ଡିଖୋଲ ନିକଟରୁ ମିଳିଥିବା ମାନସଙ୍କ ଚପଲ ଓ ଇୟରଫୋନ୍‌କୁ ଚିହ୍ନଟ କରାଇବା ସହ ଚିପ୍‌ ଓ ଅନ୍ୟ କେତେକ ପ୍ରସଙ୍ଗରେ ଆଲୋଚନା କରି କ୍ରାଇମବ୍ରାଞ୍ଚ ଟିମ୍‌ କଟକ ଫେରି ଆସିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?