ମା’ର ତ୍ୟାଗ ଆଗରେ ହାର୍‌ ମାନିଲା ବିପଦ: ପ୍ରଖର ସ୍ରୋତରୁ ଛୁଆଙ୍କୁ ଉଦ୍ଧାର କଲା ହରିଣୀ

ରାଜନଗର,୨୭।୯(ଭାସ୍କର ରାଉତରାୟ): ଯୁଗେ ଯୁଗେ ସନ୍ତାନ ଯେତେବେଳେ ବିପଦରେ ପଡେ ସେଇଠି ମାନବ ହେଉ ବା ବନ୍ୟପ୍ରାଣୀ ସନ୍ତାନକୁ ବିପଦ ମୁହଁରୁ ରକ୍ଷା ପାଇଁ ଜୀବନକୁ ବାଜିରେ ଲଗାଇବାକୁ ପଛାଇ ନଥାଏ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭିତରକନିକା ରାଜ୍ୟର ପ୍ରଥମ ଜାତୀୟ ଉଦ୍ୟାନ ଭିତରେ । ବଉଳା କୁମ୍ଭୀରମାନଙ୍କ ଭୂସ୍ବର୍ଗ ଜାତୀୟ ଉଦ୍ୟାନ ସଂଲଗ୍ନ କାଳି ଭଂଜଡ଼ିଆ ଦୀପରେ ଏକ ହରିଣ ଛୁଆ ଭାସିଯାଇଥିଲା ।

ତିନିମାସର ଛୁଆ ସହିତ ନଦୀ କୂଳରେ ଖାଦ୍ୟ ସଂଗ୍ରହ ସମୟରେ ହରିଣ ଶାବକଟି ନଦୀ ସ୍ରୋତରେ ଭାସି ଯିବାରୁ ମା ହରିଣୀ ନିଜ କୁନି ଶାବକକୁ ଉଦ୍ଧାର କରିବା ପାଇଁ ପାଣିକୁ ଡ଼େଇଁପଡିଥିଲା । ଏହି ଦୃଶ୍ୟ ଦେଖଣାହାରିଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ପରେ ଜାତୀୟ ଉଦ୍ୟାନ ବନପାଳ ପ୍ରଶାନ୍ତ ସିଂ ତାଙ୍କ ଟିମ ସହ ବୋଟ ମାଧ୍ୟମରେ ଭରା ନଈରୁ ହରିଣ ଏବଂ ତାର ଶାବକକୁ ଉଦ୍ଧାର କରି ଉଦ୍ୟାନ ଭିତରେ ଛାଡିଦେଇଛନ୍ତି । ମା’ର ତ୍ୟାଗ ନିକଟରେ ସବୁ ବିପଦ ଉଭେଇ ଯାଏ ଯାହା ଏହି ଘଟଣା ପ୍ରମାଣ କରୁଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ନଦୀ ସ୍ରୋତରେ ଭାସିଯାଇ ଥିଲେ ବୃଦ୍ଧ, ୧୦ ଘଣ୍ଟା ପରେ ଜୀବିତ ହେଲେ ଉଦ୍ଧାର

ହିଞ୍ଜିଳିକାଟୁ,୨୭।୯(ଦ୍ବିତୀକୃଷ୍ଣ ପଣ୍ଡା): ରଖେ ହରି ତ, ମାରେ କି’ଏ। ଏଭଳି ଏକ ଘଟଣାଟି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀରେ ଘଟିଛି।…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: କଳିଙ୍ଗା ଘାଟି ରାସ୍ତା ଖୋଲିବାରେ ହେବ ବିଳମ୍ବ

ଭଞ୍ଜନଗର,୨୭ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ…

ପିଡିଏସ୍‌ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ: ହିତାଧିକାରୀଙ୍କୁ ମିଳିନି ପ୍ରାପ୍ୟ ଚାଉଳ, ରେକର୍ଡରେ ବଣ୍ଟନ ଦର୍ଶାଯାଇଥିବା…

ତୁମୁଡ଼ିବନ୍ଧ, ୨୭/୯ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଲଙ୍କାଗଡ଼ ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଅଧୀନରେ ଚାଉଳ ବଣ୍ଟନକୁ ନେଇ…

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?