ଅମୂଲ ପରେ ଏବେ ମଦର ଡାଏରୀ ବଢ଼ାଇଲା ଦୁଗ୍ଧ ଜାତୀୟ ଖାଦ୍ୟର ଦାମ୍‌

ନୂଆଦିଲ୍ଲୀ,୧୦।୭: ଅମୂଲ ପରେ ଏବେ ମଦର ଡାଏରୀ ଦିଲ୍ଲୀ ଏନ୍‌ସିଆରରେ ସମସ୍ତ ଦୁଗ୍ଧ ଜାତୀୟ ଖାଦ୍ୟର ମୂଲ୍ୟ ବୃଦ୍ଧି କରିଛି। ପ୍ରତି ଲିଟର ପିଛା ଦୁଗ୍ଧର ମୂଲ୍ୟ ୨ଟଙ୍କା ବୃଦ୍ଧି କରିଛି ମଦର ଡାଏରୀ। ଜୁଲାଇ ୧୧ରୁ ଏହି ନୂଆ ଦର ଲାଗୁ ହେବ। ତେବେ ଦେଢ଼ ବର୍ଷ ପରେ ଏହି ଦୁଗ୍ଧର ଦାମ୍‌ ବୃଦ୍ଧି କରାଯାଇଛି ବୋଲି ମଦର ଡାଏରୀ ପକ୍ଷରୁ କୁହାଯାଇଛି। ତେବେ ନୂଆ ଦର ଅନୁଯାୟୀ ଟୋକନ ମିଲ୍କ ଏବେ ଲିଟର ପିଛା ୪୪ଟଙ୍କାରେ ଉପଲବ୍ଧ ହେବ। ସେହିପରି ଫୁଲ୍‌ କ୍ରୀମ୍‌ ଲିଟର ପିଛା ୫୭ ଟଙ୍କାରେ ବିକ୍ରି ହେବାକୁ ଥିବା ବେଳେ ଫୁଲ କ୍ରୀମ୍‌ ପ୍ରିମିୟମ୍‌ ଅଧା ଲିଟର ପିଛା ୨୯ଟଙ୍କାରେ ଉପଲବ୍ଧ ହେବ। ସେହିପରି ଟୋନ୍ଡ ମିଲ୍କ ପ୍ରତି କିଲୋଗ୍ରାମ୍‌ ପିଛା ୪୭ ଟଙ୍କା ଓ ପ୍ରତି ଅଧା କିଲୋଗ୍ରାମ୍‌ ପିଛା ୨୪ଟଙ୍କା ଏବଂ ଡବଲ ଟୋନ୍ଡ ମିଲ୍କ ପ୍ରତି ଲିଟର ପିଛା ୪୨ଟଙ୍କା ଓ ଅଧା ଲିଟର ପିଛା ୨୧ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ତେବେ ଗାଇର ଦୁଗ୍ଧ ୪୯ଟଙ୍କା ପ୍ରତି ଲିଟର ଓ ଅଧା ଲିଟର ୨୫ଟଙ୍କାରେ ମିଳିବ। ଦରଦାମ୍‌ର ଅହେତୁକ ବୃଦ୍ଧି ଯୋଗୁ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗତ ୧ ବର୍ଷ ମଧ୍ୟରେ ପ୍ରୋସେସିଂ, ପ୍ୟାକେଜିଂ ଓ ଲଜିଷ୍ଟିକ୍‌ ସମେତ କୃଷିଜାତ ଦ୍ରବ୍ୟର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଦେଶରେ ଜାରି ରହିଥିବା କରୋନା ମହାମାରୀ ଯୋଗୁ ଦୁଗ୍ଧ ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଛି। ଏହା ସତ୍ତ୍ୱେ ଦୀର୍ଘ ଦିନରୁ ଦୁଗ୍ଧର ମୂଲ୍ୟ ବୃଦ୍ଧି କରାଯାଇ ନ ଥିଲା। ତେବେ ଲଗାତର ଭାବେ ଖର୍ଚ୍ଚର ଭାର ବଢ଼ିବାରୁ ଏହାର ଦର ବୃଦ୍ଧି କରିବାକୁ କମ୍ପାନୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ମଦର ଡାଏରୀ କହିଛି। ସୂଚନାଯୋଗ୍ୟ, ମଦର ଡାଏରୀ ଦିଲ୍ଲୀ ଓ ଏନ୍‌ସିଆରରେ ପ୍ରତିଦିନ ୩୦ଲକ୍ଷ ଲିଟରରୁ ଅଧିକ ଦୁଗ୍ଧ ବିକ୍ରି କରିଥାଏ। କିନ୍ତୁ କରୋନା ଯୋଗୁ ଏହା ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଆଇଟିଆଇ ପ୍ରିନ୍ସିପାଲଙ୍କ ଯୌନ ନିର୍ଯାତନା ଘଟଣା: ୧୦୦ ଦିନ ପରେ ବି ଅଭିଯୁକ୍ତଙ୍କ ଟେର୍‌ ପାଉନି ପୋଲିସ, କାହା ଚାପରେ…

ଦେବଗଡ଼,୩୧ା୭(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ସରକାରୀ ଆଇଟିଆଇରେ ପଢୁଥିବା ଶିଶୁ ଗୃହ ସପୋର୍ଟର ଜଣେ ନାବାଳିକା ଆଇଟିଆଇର ପ୍ରିନ୍ସିପାଲ ରତିକାନ୍ତ ପରିଡ଼ାଙ୍କ ବିରୋଧରେ ଗତ ୧୭ ଏପ୍ରିଲରେ…

ଫିଟନେସ ପରୀକ୍ଷାରେ ପାସ କଲେ ଜସପ୍ରିତ ବୁମରାହ; ଜାଣନ୍ତୁ କେଉଁ ସିରିଜରେ ଖେଳିବେ

ନୂଆଦିଲ୍ଲୀ,୩୧।୭: ଭାରତର ପ୍ରସିଦ୍ଧ ଦ୍ରୁତ ବୋଲର ଜସପ୍ରିତ ବୁମରାହ ତାଙ୍କ ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ଭାରତୀୟ ଦଳ ଏବଂ ଏହାର ପ୍ରଶଂସକମାନଙ୍କ ପାଇଁ ଏକ…

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ପ୍ରଧାନଶିକ୍ଷକ ନିଲମ୍ବିତ

ଉମରକୋଟ, ୩୧।୭(ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ୍‌ର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଫ୍ରାନ୍ସିସ୍…

ଭାରତ ଆସୁଛନ୍ତି ଜିନ୍‌ପିଙ୍ଗ୍, ନୂଆଦିଲ୍ଲୀରୁ ବେଜିଂ ହଲଚଲ

ନୂଆଦିଲ୍ଲୀ,୩୧।୭: ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ସେପ୍ଟେମ୍ବର ମାସରେ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିବାର ସମ୍ଭାବନା ରହିଛି। ୨୦୨୦ରେ…

ନୂଆଦିଲ୍ଲୀରେ ରେଳମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ରାଜ୍ୟର ରେଳ ସଂଯୋଗୀକରଣ…

‘ଯୁଦ୍ଧରେ ମୃତ ଭାରତୀୟଙ୍କ ପରିବାରକୁ କେନ୍ଦ୍ର ସାହାଯ୍ୟ କରିବା ଉଚିତ’: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୧।୭: ସୁପ୍ରିମକୋର୍ଟ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଶୁକ୍ରବାର ଆହତ ହୋଇଥିବା ଭାରତୀୟଙ୍କ ପରିବାରକୁ ସହାୟତା କରିବା ପାଇଁ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି…

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର; ଜୈଶ ଆତଙ୍କବାଦୀ ଗିରଫ

କୋଲକାତା,୩୧।୭: ପଶ୍ଚିମବଙ୍ଗର ସ୍ପେଶାଲ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ (JeM) ସହିତ ଜଡିତ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କୁ ହମିମ ମଣ୍ଡଳ ଭାବରେ…

ସ୍ତ୍ରୀଙ୍କୁ ଛାଡ଼ିବା ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଲେ ଓମାର ଅବଦୁଲ୍ଲା: ଆଗକୁ…

ଶ୍ରୀନଗର,୩୧।୭: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଖୁବଶୀଘ୍ର ତାଙ୍କ ପତ୍ନୀ ପାୟଲ ଅବଦୁଲ୍ଲାଙ୍କଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି। ଏନେଇ ସେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri