ଅମୂଲ ପରେ ଏବେ ମଦର ଡାଏରୀ ବଢ଼ାଇଲା ଦୁଗ୍ଧ ଜାତୀୟ ଖାଦ୍ୟର ଦାମ୍‌

ନୂଆଦିଲ୍ଲୀ,୧୦।୭: ଅମୂଲ ପରେ ଏବେ ମଦର ଡାଏରୀ ଦିଲ୍ଲୀ ଏନ୍‌ସିଆରରେ ସମସ୍ତ ଦୁଗ୍ଧ ଜାତୀୟ ଖାଦ୍ୟର ମୂଲ୍ୟ ବୃଦ୍ଧି କରିଛି। ପ୍ରତି ଲିଟର ପିଛା ଦୁଗ୍ଧର ମୂଲ୍ୟ ୨ଟଙ୍କା ବୃଦ୍ଧି କରିଛି ମଦର ଡାଏରୀ। ଜୁଲାଇ ୧୧ରୁ ଏହି ନୂଆ ଦର ଲାଗୁ ହେବ। ତେବେ ଦେଢ଼ ବର୍ଷ ପରେ ଏହି ଦୁଗ୍ଧର ଦାମ୍‌ ବୃଦ୍ଧି କରାଯାଇଛି ବୋଲି ମଦର ଡାଏରୀ ପକ୍ଷରୁ କୁହାଯାଇଛି। ତେବେ ନୂଆ ଦର ଅନୁଯାୟୀ ଟୋକନ ମିଲ୍କ ଏବେ ଲିଟର ପିଛା ୪୪ଟଙ୍କାରେ ଉପଲବ୍ଧ ହେବ। ସେହିପରି ଫୁଲ୍‌ କ୍ରୀମ୍‌ ଲିଟର ପିଛା ୫୭ ଟଙ୍କାରେ ବିକ୍ରି ହେବାକୁ ଥିବା ବେଳେ ଫୁଲ କ୍ରୀମ୍‌ ପ୍ରିମିୟମ୍‌ ଅଧା ଲିଟର ପିଛା ୨୯ଟଙ୍କାରେ ଉପଲବ୍ଧ ହେବ। ସେହିପରି ଟୋନ୍ଡ ମିଲ୍କ ପ୍ରତି କିଲୋଗ୍ରାମ୍‌ ପିଛା ୪୭ ଟଙ୍କା ଓ ପ୍ରତି ଅଧା କିଲୋଗ୍ରାମ୍‌ ପିଛା ୨୪ଟଙ୍କା ଏବଂ ଡବଲ ଟୋନ୍ଡ ମିଲ୍କ ପ୍ରତି ଲିଟର ପିଛା ୪୨ଟଙ୍କା ଓ ଅଧା ଲିଟର ପିଛା ୨୧ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ତେବେ ଗାଇର ଦୁଗ୍ଧ ୪୯ଟଙ୍କା ପ୍ରତି ଲିଟର ଓ ଅଧା ଲିଟର ୨୫ଟଙ୍କାରେ ମିଳିବ। ଦରଦାମ୍‌ର ଅହେତୁକ ବୃଦ୍ଧି ଯୋଗୁ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗତ ୧ ବର୍ଷ ମଧ୍ୟରେ ପ୍ରୋସେସିଂ, ପ୍ୟାକେଜିଂ ଓ ଲଜିଷ୍ଟିକ୍‌ ସମେତ କୃଷିଜାତ ଦ୍ରବ୍ୟର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଦେଶରେ ଜାରି ରହିଥିବା କରୋନା ମହାମାରୀ ଯୋଗୁ ଦୁଗ୍ଧ ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଛି। ଏହା ସତ୍ତ୍ୱେ ଦୀର୍ଘ ଦିନରୁ ଦୁଗ୍ଧର ମୂଲ୍ୟ ବୃଦ୍ଧି କରାଯାଇ ନ ଥିଲା। ତେବେ ଲଗାତର ଭାବେ ଖର୍ଚ୍ଚର ଭାର ବଢ଼ିବାରୁ ଏହାର ଦର ବୃଦ୍ଧି କରିବାକୁ କମ୍ପାନୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ମଦର ଡାଏରୀ କହିଛି। ସୂଚନାଯୋଗ୍ୟ, ମଦର ଡାଏରୀ ଦିଲ୍ଲୀ ଓ ଏନ୍‌ସିଆରରେ ପ୍ରତିଦିନ ୩୦ଲକ୍ଷ ଲିଟରରୁ ଅଧିକ ଦୁଗ୍ଧ ବିକ୍ରି କରିଥାଏ। କିନ୍ତୁ କରୋନା ଯୋଗୁ ଏହା ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛୁଟି ନ ଥିବାରୁ ମାନସିକ ସନ୍ତୁଳନ ହରାଉଛନ୍ତି ଯବାନ…

କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (ସିଏପିଏଫ୍‌) ରେ ଥିବା ଯବାନମାନେ ଧୀରେଧୀରେ ନିଜର ମାନସିକ ସନ୍ତୁଳନ ହରାଇ ବସୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ କାରଣରୁ କ୍ରୋଧ ବଶତଃ...

ସରକାରୀ ବସ୍‌ରେ ଯାତ୍ରା କଲେ ଷ୍ଟାଲିନ୍‌

ଚେନ୍ନାଇ,୭।୫: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍‌ଙ୍କ ଉଦାରତା ସାମ୍ନାକୁ ଆସିଛି। ସରକାରୀ ବସ୍‌ରେ ସାଧାରଣ ଜନତାଙ୍କ ସହ ଯାତ୍ରା କଲେ ଷ୍ଟାଲିନ୍‌। ଯାହାର ଏକ ଭିଡିଓ...

ସୋସିଆଲ ମିଡିଆରେ ଆଧାର ସଂଯୋଗ: ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫ା୧୦: ସୋସିଆଲ ମିଡିଆ ସହ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରିବା ଲାଗି ହୋଇଥିବା ଏକ ଆବେଦନ ଉପରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି।...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୧୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ଆନ୍ଧ୍ର ପ୍ରଦେଶ କେମିକାଲ ଫ୍ୟାକ୍ଟ୍ରିରେ ନିଆଁ: ୬ ମୃତ, ୧୩ ଆହତ

ଇଲୁରୁ,୧୪ ।୪: ଆନ୍ଧ୍ର ପ୍ରଦେଶର ଇଲୁରୁ ଜିଲାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ହେବା ସହ ୧୩...

କରୋନା ହାହାକାର : ମୃତ୍ୟୁ ସଂଖ୍ୟା ୫ ହଜାର ଟପିଲା

ନୂଆଦିଲ୍ଲୀ,୧୪।୪: ଦେଶରେ ଏପ୍ରିଲ୍‌ ୭ ଠାରୁ ୧୩ ମଧ୍ୟରେ ମୋଟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୨ ହଜାର ୫୫୦ରେ ପହଞ୍ଚିଛି। ପ୍ରତିଦିନ ଲକ୍ଷେରୁ...

ୟୁକ୍ରେନ ପ୍ରସଙ୍ଗରେ ବିବୃତି ରଖିବେ ଜୟଶଙ୍କର

ନୂଆଦିଲ୍ଲୀ,୧୪।୩: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାର ଆରମ୍ଭ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡା. ଏସ୍‌ ଜୟଶଙ୍କର ମଙ୍ଗଳବାର ଲୋକସଭା ଓ ରାଜ୍ୟସଭାରେ ୟୁକ୍ରେନ...

ବିମାନସେବା ବନ୍ଦ କରି ଦେଇଥିଲେ ହୁଏତ ଦେଶରେ ପ୍ରବେଶ କରିପାରି ନ ଥାଆନ୍ତା ଓମିକ୍ରନ୍‌: କେଜରିୱାଲ

ନୂଆଦିଲ୍ଲୀ,୪ ।୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ମୁଖ୍ୟ ଅରବିନ୍ଦ କେଜରିୱାଲ ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ କରୋନା ଭାଇରସର ନୂଆ...

Advertisement
Archives

Model This Week