Posted inଜାତୀୟ

୫ ମାସର ପୁଅକୁ ହତ୍ୟା କରି ଲୁଚାଇଥିଲେ ପାଣି ଭର୍ତ୍ତି ଡ୍ରମ ଭିତରେ

ଥାଣେ,୨୬।୧୨: ମହାରାଷ୍ଟ୍ରର ଥାଣେ ଜିଲାର କାଲଓ୍ବା ଅଞ୍ଚଳରେ ପାଣି ଭର୍ତ୍ତି ଡ୍ରମ ଭିତରୁ ମିଳିଛି ୫ ମାସର ପୁଅର ମୃତଦେହ। ଏହି ଘଟଣାରେ ରବିବାର ଶିଶୁପୁତ୍ରର ମା’ଙ୍କୁ ହତ୍ୟା ଓ ପ୍ରମାଣ ଲୁଚାଇବା ଅପରାଧରେ ଗିରଫ କରାଯାଇଛି।

ମହାତ୍ମା ଫୁଲେ ନଗର ଅଞ୍ଚଳରେ ଘରୁ ୫ ମାସ ପୁଅକୁ ଶୁକ୍ରବାର ଅପରାହ୍ନରେ କେହି ଅପହରଣ କରି ନେଇଥିବା ପୋଲିସରେ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ ବିଭିନ୍ନ ଟିମ୍‌ ଗଠନ କରିଥିଲା ସ୍ଥାନୀୟ ପୋଲିସ। କିନ୍ତୁ ଶନିବାର ସକାଳେ ଘରର ପାଣି ଭର୍ତ୍ତି ଏକ ପ୍ଲାଷ୍ଟିକ୍‌ ଡ୍ରମରୁ ମିଳିଥିଲା ଶିଶୁପୁତ୍ରର ମୃତଦେହ।

“ଆମେ ସେହି ଅଞ୍ଚଳର ସିସିଟିଭି ଚେକ୍‌ କରିବା ସହ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲୁ। ଏଥିରୁ ଶିଶୁପୁତ୍ରର ସ୍ବାସ୍ଥ୍ୟବସ୍ଥା ଭଲ ରହୁ ନ ଥିବା ଜଣାପଡ଼ିଥିଲା। ପୁଅକୁ ମା’ ଶାନ୍ତାବାଇ ଚୌହ୍ବାନ ନିୟମିତ ଔଷଧ ଦିଅନ୍ତି। କିନ୍ତୁ ଶୁକ୍ରବାର ସେ ଭୁଲବଶତଃ ଛୁଆକୁ ଅଧିକ ଡୋଜ ଦେଇଥିଲେ, ଯାହା ଫଳରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ଏଣୁ ସେ ପୁଅର ମୃତଦେହକୁ ଡ୍ରମରେ ଲୁଚାଇ ଅପହରଣ ନାଟକ କରିଥିଲେ। ପୋଲିସ ଆଗରେ ଅଭିଯୁକ୍ତା ଶାନ୍ତାବାଇ ଏହା ସ୍ବୀକାର କରିଛନ୍ତି” ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ଭେଙ୍କଟ ଆଣ୍ଡାଲେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ବିଶ୍ୱ ପାଇଁ ଜଳସଙ୍କଟ

ସମଗ୍ର ପରିବେଶ ଓ ପାଣିପାଗ ଏକ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାଉଛି। ଆମ୍ଭମାନଙ୍କର କାର୍ଯ୍ୟକଳାପ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ଅସନ୍ତୁଳନର ଗୋଟାଏ ବିପଜ୍ଜନକ…

ବିକାଶର ନୂଆ ଠିକଣା

ବିକାଶକୁ ନେଇ ସମ୍ପ୍ରତି ଖୁବ୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି ଆମେ ଏକ ବିକାଶଶୀଳ ଦେଶରେ ପରିଣତ ହେବାକୁ ଆଉ ବେଶି ଦୂର ନୁହେଁ। ଏଥିପାଇଁ ଅନେକ ଯୋଜନା…

ଭିଜିଲାନ୍ସ ଜାଲରେ ପିଡବ୍ଲୁଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକାଧିକ ସ୍ଥାନରେ ଚାଲିଛି ରେଡ୍

ଭବାନୀପାଟଣା,୧୯।୫(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ଆଉ ଜଣେ ସରକାରୀ ବାବୁ। ମଙ୍ଗଳବାର ସକାଳୁ ସକାଳୁ କଳାହାଣ୍ଡି ଜିଲା ଧର୍ମଗଡ଼ ପିଡବ୍ଲୁଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଟ୍ରମ୍ପଙ୍କ ୟୁଟର୍ନକୁ ଦେଖି କଡ଼ା ଜବାବ ଦେଲା ଇରାନ

ତେହରାନ,୧୯।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶେଷ ମୁହୂର୍ତ୍ତରେ ଇରାନ ଉପରେ ପ୍ରସ୍ତାବିତ ଆକ୍ରମଣକୁ…

ବ୍ରହ୍ମପୁରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରରେ ପୋଲିସକୁ ଖାତିର ନ କରି ଅପରାଧୀମାନେ ପୁଣି ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ସୋମବାର ରାତି ୯ଟାରେ ବିଜିପୁରର…

ପ୍ରଧାନଶିକ୍ଷକଙ୍କ ଅନୁରୋଧ କ୍ରମେ ବଦଳିଲା ନିଷ୍ପତ୍ତି, ବଢ଼ିଲା ମାଟ୍ରିକ୍‌ ସପ୍ଲିମେଣ୍ଟାରି ଫର୍ମ ପୂରଣ ଅବଧି

କଟକ,୧୮।୫(କାର୍ତ୍ତିକ ସାହୁ): ଜୁଲାଇ ପ୍ରଥମ ସପ୍ତାହରେ ହେବାକୁ ଥିବା ଚଳିତବର୍ଷର ମାଟ୍ରିକ୍‌ ସପ୍ଲିମେଣ୍ଟାରି (ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ମାଧ୍ୟମ ରେଗୁଲାର ଓ ଏକ୍ସ-ରେଗୁଲାର) ଓ ରାଜ୍ୟ ମୁକ୍ତ…

IPL Playoff Scenario: ପ୍ଲେଅଫ ପାଇଁ ଯୋଗ୍ୟତା ଅର୍ଜନ କଲେ ୩ ଟିମ୍‌; ଏବେ ୫ ଟିମ ମଧ୍ୟରେ ଫାଇନାଲ ସ୍ଥାନ ପାଇଁ ଲଢ଼େଇ

ନୂଆଦିଲ୍ଲୀ,୧୯।୫: ଆଇପିଏଲ ୨୦୨୬ ପ୍ଲେଅଫରେ ତିନୋଟି ଦଳ ପୂର୍ବରୁ ସେମାନଙ୍କର ସ୍ଥାନ ନିଶ୍ଚିତ କରିସାରିଛନ୍ତି। ସୋମବାର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିବା ପରେ, ସନରାଇଜର୍ସ…

ବିସିସିଆଇ ଆର୍‌ଟିଆଇ ପରିସରଭୁକ୍ତ ନୁହେଁ, ପୂର୍ବ ନିର୍ଦ୍ଦେଶରୁ ଓହରିଲେ ସିଆଇସି

ନୂଆଦିଲ୍ଲୀ,୧୯ା୫(ପି.ଟି.): କ୍ରିକେଟ ପ୍ରଶାସନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସର୍ବସାଧାରଣ କାର୍ଯ୍ୟକ୍ରମ ପରିଚାଳନା ଓ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଭାରତର ପ୍ରତିନିଧିତ୍ୱ ସତ୍ତ୍ୱେ ବିସିସିଆଇକୁ ଏକ ସର୍ବସାଧାରଣ ପ୍ରାଧିକରଣ ଭାବେ ବିବେଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri