ଶେଷ ଦିନରେ ନାମାଙ୍କନ ଭରିବେ ଅଧିକାଂଶ ପ୍ରାର୍ଥୀ

ଭୁବନେଶ୍ୱର, ୭ା୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନ ଲାଗି ସୋମବାର ନାମାଙ୍କନ ଦାଖଲର ଶେଷ ଦିନ। ହେଲେ ଏ ପର୍ଯ୍ୟନ୍ତ ବିଜେଡିର ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି। ଯଦିଓ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ନିଜର ମେୟର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି, ତଥାପି କର୍ପୋରେଟର ଟିକେଟ ବଣ୍ଟିବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। କେତେ ସ୍ଥାନରେ ବିଜେଡିର ଆଶାୟୀ ପ୍ରାର୍ଥୀମାନେ ଟିକେଟ ପାଇବା ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବହୁତ ଥିବା କାରଣରୁ ଶାସକ ଦଳ ଶେଷ ଦିନ ପର୍ଯ୍ୟନ୍ତ ଟିକେଟ ଦେଇନାହିଁ। ନାମାଙ୍କନ ଶେଷ ହେବାପରେ ବିଜେଡି ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଟିକେଟ ଦିଆଯିବ। ଏହାଦ୍ୱାରା ଅସନ୍ତୁଷ୍ଟ ପ୍ରାର୍ଥୀମାନଙ୍କୁ ନିଜ ଦଳରେ ସାମିଲ କରି ପ୍ରାର୍ଥୀ କରିବାର ବିରୋଧୀଙ୍କ ସ୍ବପ୍ନ ଆଉ ପୂରଣ ହୋଇପାରିବ ନାହିଁ। ତେବେ ବହୁ ପୂର୍ବତନ କର୍ପୋରେଟରଙ୍କ ଟିକେଟ ଜାଣିଶୁଣି କାଟି ଦିଆଯାଉଛି ବୋଲି ଅଭିଯୋଗ ଆସିଛି। ପୂର୍ବତନ କର୍ପୋରେଟର ଦେବାଶିଷ ସିଠ ତାଙ୍କ ହଜାର ହଜାର ସମର୍ଥକଙ୍କ ସହ ଟିକେଟ କଟିବା ଅଭିଯୋଗ ନେଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଘେରି ନାରାବାଜି କରିଥିବା ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ଭାଜପା ମେୟର ପ୍ରାର୍ଥତ୍ନୀ ସୁନୀତି ମୁଣ୍ଡ୍‌ ମଧ୍ୟ ଶେଷ ଦିନରେ ନାମାଙ୍କନ ଦାଖଲ କରିବେ। ଭୁବନେଶ୍ୱରର ୩ ବିଧାନସଭା କ୍ଷେତ୍ର ମଧ୍ୟରେ ଆସୁଥିବା କେତେଗୁଡିଏ ଆସନ ଲାଗି ପ୍ରାର୍ଥୀମାନେ ଶୋଭାଯାତ୍ରା କରି ନାମାଙ୍କନ ଦାଖଲ କରିଛନ୍ତି। ବାକି ଓ୍ବାର୍ଡଗୁଡିକ ଲାଗି ଆଶାୟୀ ଥିବା ପ୍ରାର୍ଥୀମାନେ ଶେଷଦିନକୁ ଅପେକ୍ଷା କରିଛନ୍ତି। ରବିବାର ସୁଦ୍ଧା ବହୁ ପ୍ରାର୍ଥୀଙ୍କୁ ଭାଜପା ତା’ର ଟିକେଟ ବାଣ୍ଟି ସାରିଥିବା ବେଳେ ବାକି ସ୍ଥାନଗୁଡିକ ପାଇଁ ସୋମବାର ଦେବାକୁ ସ୍ଥିର କରିଛି। ତେବେ ଭାଜପାରେ ମଧ୍ୟ ଆଶାୟୀଙ୍କ ସଂଖ୍ୟା କିଛି କମ୍‌ ନାହିଁ। ସେହିପରି କଂଗ୍ରେସ ମଧ୍ୟ ୩୦ଟି ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବା ବେଳେ ବାକି ଆସନଗୁଡିକ ଲାଗି ଏ ପର୍ଯ୍ୟନ୍ତ ତାଲିକା ପ୍ରକାଶ କରିନାହିଁ। ଦଳ ଭିତରେ ବହୁ ଓ୍ବାର୍ଡ ଲାଗି ସହମତି ପ୍ରକାଶ ପାଇପାରୁ ନାହିଁ। ମୁଖ୍ୟତଃ ପ୍ରତି ଓ୍ବାର୍ଡରେ ମାତ୍ରାଧିକ ଅସନ୍ତୋଷ ଦଳ ଲାଗି ସମସ୍ୟା ପାଲଟିଥିବା ବେଳେ ଆଉ କିଛିଟା ଓ୍ବାର୍ଡରେ କେହି ପ୍ରାର୍ଥୀ ମିଳୁ ନ ଥିବା ଜଣେ ବରିଷ୍ଠ ନେତା କହିଛନ୍ତି। ତେବେ ଶେଷ ଦିନରେ ମାଳମାଳ ପ୍ରାର୍ଥୀ ନାମାଙ୍କନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri