ଶେଷ ଦିନରେ ନାମାଙ୍କନ ଭରିବେ ଅଧିକାଂଶ ପ୍ରାର୍ଥୀ

ଭୁବନେଶ୍ୱର, ୭ା୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନ ଲାଗି ସୋମବାର ନାମାଙ୍କନ ଦାଖଲର ଶେଷ ଦିନ। ହେଲେ ଏ ପର୍ଯ୍ୟନ୍ତ ବିଜେଡିର ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି। ଯଦିଓ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ନିଜର ମେୟର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି, ତଥାପି କର୍ପୋରେଟର ଟିକେଟ ବଣ୍ଟିବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। କେତେ ସ୍ଥାନରେ ବିଜେଡିର ଆଶାୟୀ ପ୍ରାର୍ଥୀମାନେ ଟିକେଟ ପାଇବା ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବହୁତ ଥିବା କାରଣରୁ ଶାସକ ଦଳ ଶେଷ ଦିନ ପର୍ଯ୍ୟନ୍ତ ଟିକେଟ ଦେଇନାହିଁ। ନାମାଙ୍କନ ଶେଷ ହେବାପରେ ବିଜେଡି ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଟିକେଟ ଦିଆଯିବ। ଏହାଦ୍ୱାରା ଅସନ୍ତୁଷ୍ଟ ପ୍ରାର୍ଥୀମାନଙ୍କୁ ନିଜ ଦଳରେ ସାମିଲ କରି ପ୍ରାର୍ଥୀ କରିବାର ବିରୋଧୀଙ୍କ ସ୍ବପ୍ନ ଆଉ ପୂରଣ ହୋଇପାରିବ ନାହିଁ। ତେବେ ବହୁ ପୂର୍ବତନ କର୍ପୋରେଟରଙ୍କ ଟିକେଟ ଜାଣିଶୁଣି କାଟି ଦିଆଯାଉଛି ବୋଲି ଅଭିଯୋଗ ଆସିଛି। ପୂର୍ବତନ କର୍ପୋରେଟର ଦେବାଶିଷ ସିଠ ତାଙ୍କ ହଜାର ହଜାର ସମର୍ଥକଙ୍କ ସହ ଟିକେଟ କଟିବା ଅଭିଯୋଗ ନେଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଘେରି ନାରାବାଜି କରିଥିବା ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ଭାଜପା ମେୟର ପ୍ରାର୍ଥତ୍ନୀ ସୁନୀତି ମୁଣ୍ଡ୍‌ ମଧ୍ୟ ଶେଷ ଦିନରେ ନାମାଙ୍କନ ଦାଖଲ କରିବେ। ଭୁବନେଶ୍ୱରର ୩ ବିଧାନସଭା କ୍ଷେତ୍ର ମଧ୍ୟରେ ଆସୁଥିବା କେତେଗୁଡିଏ ଆସନ ଲାଗି ପ୍ରାର୍ଥୀମାନେ ଶୋଭାଯାତ୍ରା କରି ନାମାଙ୍କନ ଦାଖଲ କରିଛନ୍ତି। ବାକି ଓ୍ବାର୍ଡଗୁଡିକ ଲାଗି ଆଶାୟୀ ଥିବା ପ୍ରାର୍ଥୀମାନେ ଶେଷଦିନକୁ ଅପେକ୍ଷା କରିଛନ୍ତି। ରବିବାର ସୁଦ୍ଧା ବହୁ ପ୍ରାର୍ଥୀଙ୍କୁ ଭାଜପା ତା’ର ଟିକେଟ ବାଣ୍ଟି ସାରିଥିବା ବେଳେ ବାକି ସ୍ଥାନଗୁଡିକ ପାଇଁ ସୋମବାର ଦେବାକୁ ସ୍ଥିର କରିଛି। ତେବେ ଭାଜପାରେ ମଧ୍ୟ ଆଶାୟୀଙ୍କ ସଂଖ୍ୟା କିଛି କମ୍‌ ନାହିଁ। ସେହିପରି କଂଗ୍ରେସ ମଧ୍ୟ ୩୦ଟି ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବା ବେଳେ ବାକି ଆସନଗୁଡିକ ଲାଗି ଏ ପର୍ଯ୍ୟନ୍ତ ତାଲିକା ପ୍ରକାଶ କରିନାହିଁ। ଦଳ ଭିତରେ ବହୁ ଓ୍ବାର୍ଡ ଲାଗି ସହମତି ପ୍ରକାଶ ପାଇପାରୁ ନାହିଁ। ମୁଖ୍ୟତଃ ପ୍ରତି ଓ୍ବାର୍ଡରେ ମାତ୍ରାଧିକ ଅସନ୍ତୋଷ ଦଳ ଲାଗି ସମସ୍ୟା ପାଲଟିଥିବା ବେଳେ ଆଉ କିଛିଟା ଓ୍ବାର୍ଡରେ କେହି ପ୍ରାର୍ଥୀ ମିଳୁ ନ ଥିବା ଜଣେ ବରିଷ୍ଠ ନେତା କହିଛନ୍ତି। ତେବେ ଶେଷ ଦିନରେ ମାଳମାଳ ପ୍ରାର୍ଥୀ ନାମାଙ୍କନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri