ଅମ୍ଳଜାନ ସ୍ତର କମିବା ଯୋଗୁ ଅଧିକାଂଶ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି: ଗଞ୍ଜାମ ଜିଲାପାଳ

ବ୍ରହ୍ମପୁର ଅଫିସ, ୧।୮: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମରେ ସବୁ ପ୍ରବେଶ, ପ୍ରସ୍ଥାନ ପଥ ବନ୍ଦ ରହିବ। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିବ। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ସୂଚନା ଦେଇଛନ୍ତି।
ଏଥିସହ ସକାଳ ୫ଟାରୁ ଅପରାହ୍ନ ୪ଟା ଯାଏ ଦୋକାନବଜାର ଖୋଲା ରହିବ। ୫ ସୂତ୍ରୀ କାର୍ଯ୍ୟକ୍ରମ ଅନୁସାରେ ନିୟମ ମାନି ଦୋକାନ ଖୋଲିବାକୁ ଅନୁମତି ମିଳିବ। ଦୋକାନୀମାନେ ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବେ। ଦୋକାନକୁ ଆସୁଥିବା ସମସ୍ତ ଗ୍ରାହକଙ୍କ କଣ୍ଟାକ୍ଟ ଡିଟେଲ ଦୋକାନୀ ରଖିବେ ବୋଲି ଜିଲାପାଳ କହିଛନ୍ତି। ସେହିପରି ଦୋକାନୀମାନେ ନିଜ ଦୋକାନ ଆଗରେ ସର୍କଲ ଏବଂ ବ୍ୟାରିକେଡ କରିବେ । ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସପ୍ତାହାନ୍ତ ଶଟଡାଉନ ଜାରି ରହିବ। ମୁହଁରେ ମାସ୍କ ଠିକ୍‌ରେ ନ ପିନ୍ଧିଲେ ଜୋରିମାନା ଆଦାୟ ହେବ। ଗଞ୍ଜାମରେ ଏବେ ଡୋର ଟୁ ଡୋର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଲକଡାଉନ ଓ ଅନ୍ୟ କଟକଣା ଯୋଗୁ କରୋନା ସଂକ୍ରମଣ କିଛି ମାତ୍ରାରେ କମିଛି। ଅମ୍ଳଜାନ ସ୍ତର କମିବା ଯୋଗୁ ଅଧିକାଂଶ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ତେଣୁ ଅଗଷ୍ଟରେ ଆମକୁ ଆହୁରି ସତର୍କ ହେବାକୁ ପଡ଼ିବ ବୋଲି ଜିଲାପାଳ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗରମ ତରକାରି ହାଣ୍ଡିରେ ପଡ଼ି ଶିଶୁ ମୃତ

ବୁଗୁଡ଼ା,୩୧।୫(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ନଗୁଡୁ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁଦ୍ଧିକ୍ରିୟା ଭୋଜି ପାଇଁ ପ୍ରସ୍ତୁତ ହେଉଥିବା ଗରମ...

ଆଜି ଏସ୍‌ଆଇଟିର ପ୍ରଥମ ବୈଠକ

ଭୁବନେଶ୍ୱର(ବ୍ୟୁରୋ)/ ଆଠଗଡ଼(ସ୍ବ.ପ୍ର.),୨୧ା୬:ଆଠଗଡ଼ ବନଖଣ୍ଡରେ ମାଟିତଳୁ ହାତୀ କଙ୍କାଳ ଜବତ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଗତ ୧୬ ତାରିଖରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌...

ଶ୍ରେଣୀଗୃହର ପୁନୁରୁଦ୍ଧାର ଦାବି: ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୧୪ା୯: ଦିନେ ନୁହେଁ କି ଦୁଇ ଦିନ ନୁହେଁ ୭ ବର୍ଷ ହେଲାଣି ବିପଦସଙ୍କୁଳ ଶ୍ରେଣୀଗୃହରେ ପାଠ ପଢ଼ୁଛନ୍ତି କୋମଳମତି ଛାତ୍ରୀଛାତ୍ର। ବିଦ୍ୟାଳୟ ଶ୍ରେଣୀଗୃହର...

ଆଲୋକିତ ହେଲା ପଦ୍ମଶ୍ରୀଙ୍କ ଘର

କେନ୍ଦୁଝର,୧୮ା୧୨(ସ୍ବ.ପ୍ର.): ବାଂଶପାଳ ବ୍ଲକ ତଳବୈତରଣୀ ଗ୍ରାମରେ ରହୁଥିବା ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ଘର ଆଲୋକିତ ହେଲା। ଦୀର୍ଘ ଏକ ମାସ ଧରି ବିଦ୍ୟୁତ୍‌ କାଟ୍‌ ଯୋଗୁ...

ଗାଁ-ଘର୍‌ଫେରା ତିହାର୍‌

ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ଓଡିଶାର ପଶ୍ଚିମ ପ୍ରାନ୍ତ ବା କୋଶଳାଞ୍ଚଳରେ ଧୁମ୍‌ଧାମ୍‌ରେ ପାଳନ କରାଯାଏ ଗଣପର୍ବ ନୂଅଁାଖାଇ। ବହୁ ଦିଗରୁ ଏହା ଏକ ଅନନ୍ୟ...

୮୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ,୨୭ା୮: ବାଲେଶ୍ୱର ଜିଲାର ଜଳେଶ୍ବରରେ ପୁଣି ଧଳା ଜହର କାରବାରରେ ଏସ୍‌ଟିଏଫ୍‌ ଟିମ ଜଣକୁ ଗିରଫ କରିବା ସହିତ ୮୦୦ ଗ୍ରାମ ବ୍ରାଉନ ସୁଗାର...

ବିପଦରେ ପଡ଼ିପାରନ୍ତି ସଚେତନକାରୀ

ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କ ଉପରେ ନଜର ରଖିବାକୁ ସାଧାରଣ ଲୋକ କିମ୍ବା ସତର୍କ ନାଗରିକଙ୍କ ସହଯୋଗ ଲୋଡାଯାଇଛି। ଏଥିପାଇଁ ରାଜ୍ୟ ପରିବହନ...

ନିଶାମୁକ୍ତ ଜିଲା ଗଠନ ଦାବି: ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା

ଭଦ୍ରକ ଅଫିସ,୨।୧୦: ଭଦ୍ରକ ଜିଲା ମିଳିତ ନିଶା ନିବାରଣ ମଞ୍ଚ ପକ୍ଷରୁ ନୂଆବଜାର ଗାନ୍ଧୀ ପଡିଆଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବୁଧବାର ମଞ୍ଚ କର୍ମକର୍ତ୍ତାମାନେ...

Advertisement
Archives

Model This Week