ଅମ୍ଳଜାନ ସ୍ତର କମିବା ଯୋଗୁ ଅଧିକାଂଶ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି: ଗଞ୍ଜାମ ଜିଲାପାଳ

ବ୍ରହ୍ମପୁର ଅଫିସ, ୧।୮: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମରେ ସବୁ ପ୍ରବେଶ, ପ୍ରସ୍ଥାନ ପଥ ବନ୍ଦ ରହିବ। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିବ। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ସୂଚନା ଦେଇଛନ୍ତି।
ଏଥିସହ ସକାଳ ୫ଟାରୁ ଅପରାହ୍ନ ୪ଟା ଯାଏ ଦୋକାନବଜାର ଖୋଲା ରହିବ। ୫ ସୂତ୍ରୀ କାର୍ଯ୍ୟକ୍ରମ ଅନୁସାରେ ନିୟମ ମାନି ଦୋକାନ ଖୋଲିବାକୁ ଅନୁମତି ମିଳିବ। ଦୋକାନୀମାନେ ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବେ। ଦୋକାନକୁ ଆସୁଥିବା ସମସ୍ତ ଗ୍ରାହକଙ୍କ କଣ୍ଟାକ୍ଟ ଡିଟେଲ ଦୋକାନୀ ରଖିବେ ବୋଲି ଜିଲାପାଳ କହିଛନ୍ତି। ସେହିପରି ଦୋକାନୀମାନେ ନିଜ ଦୋକାନ ଆଗରେ ସର୍କଲ ଏବଂ ବ୍ୟାରିକେଡ କରିବେ । ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସପ୍ତାହାନ୍ତ ଶଟଡାଉନ ଜାରି ରହିବ। ମୁହଁରେ ମାସ୍କ ଠିକ୍‌ରେ ନ ପିନ୍ଧିଲେ ଜୋରିମାନା ଆଦାୟ ହେବ। ଗଞ୍ଜାମରେ ଏବେ ଡୋର ଟୁ ଡୋର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଲକଡାଉନ ଓ ଅନ୍ୟ କଟକଣା ଯୋଗୁ କରୋନା ସଂକ୍ରମଣ କିଛି ମାତ୍ରାରେ କମିଛି। ଅମ୍ଳଜାନ ସ୍ତର କମିବା ଯୋଗୁ ଅଧିକାଂଶ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ତେଣୁ ଅଗଷ୍ଟରେ ଆମକୁ ଆହୁରି ସତର୍କ ହେବାକୁ ପଡ଼ିବ ବୋଲି ଜିଲାପାଳ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ପ୍ରଣିତ ମୋରେ, ବାଧ୍ୟ ହୋଇ ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ ଡିଲିଟ୍‌ !

ମୁମ୍ବାଇ: ବିବାଦ ଘେରରେ ଜଣାଶୁଣା ଷ୍ଟାଣ୍ଡ-ଅପ କମେଡିଆନ ପ୍ରଣିତ ମୋରେ। ତାଙ୍କ ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କୁ ପ୍ରବଳ…

ଖଜୁରଗୁଡା ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣରେ ବିଳମ୍ବ, ନିମ୍ନ ମାନର କାମକୁ ନେଇ ଅସନ୍ତୋଷ ଗ୍ରାମବାସୀ

ଲାଞ୍ଜିଗଡ,୧୦।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ଖଜୁରଗୁଡା ଗାଁ ନିକଟରେ ଥିବା ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣରେ ବିଳମ୍ବ ଏବଂ…

ଖାଦ୍ୟ ନିରାପତ୍ତା ବିଭାଗର ବଡ଼ ଆକ୍ସନ! ବିଭିନ୍ନ ହୋଟେଲରେ ଚଢ଼ାଉ, କୁଢ଼ କୁଢ଼ ବାସି ଖାଦ୍ୟ…

ଜୁନାଗଡ଼,୧୦।୬(ସୁନୀଲ କୁମାର ସିଂହ)- ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଧବାର ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ ଏ ସି) ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ଷ୍ଟଲ୍‌…

ଓଡ଼ିଶା ପୋଲିସରେ ବଡ଼ ହଲଚଲ! କଳାହାଣ୍ଡି ଭାର ସମ୍ଭାଳିବେ ଏଡିଜିପି ଯତୀନ୍ଦ୍ର କୋଏଲ

ଭବାନୀପାଟଣା,୧୦।୬(ଉତ୍ତମ କୁମାର ଦାଶ): ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଚରମ ସୀମାରେ ପହଞ୍ଚିବା ଏବଂ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଚାରିଆଡ଼ୁ ସମାଲୋଚନା ହେବା ପରେ ଶେଷରେ ରାଜ୍ୟ ପୋଲିସ…

ରହସ୍ୟଘେରାରେ ମହିଳାଙ୍କ ମୃତ୍ୟୁ, ବିଷ କ୍ରିୟାରେ ମହିଳାଙ୍କ ମୃତ୍ୟୁକୁ ନେଇ…

ହାଟଡିହୀ/ଛେନାପଦୀ,୧୦।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଶାଳକଣିଆଁ ଗ୍ରାମରେ ଜଣେ ମହିଳାଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଏହି ଆଧାରରେ…

ଧରିତ୍ରୀ ପ୍ରଭାବ: ସାହୁ ଜଙ୍ଗଲ ରାସ୍ତାରୁ ହଟିଲା ବିପଦପୂର୍ଣ୍ଣ ଗଛ

ଥୁଆମୂଳ ରାମପୁର,୧୦।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ ପିଡବ୍ଲୁଡି ରାସ୍ତାର ସାହୁ ଜଙ୍ଗଲ ନିକଟରେ ଥିବା ବିପଦସଙ୍କୁଳ ଶୁଖିଲା ଗଛ ସମ୍ପର୍କରେ ‘ଧରିତ୍ରୀ’ରେ ଖବର…

କୁଲାଡ ରଥଯାତ୍ରା; ୧୨ରେ ପ୍ରସ୍ତୁତି ବୈଠକ, ରଥ ମରାମତି ପାଇଁ କାଠ ଚୟନ….

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ପ୍ରତିଷ୍ଠା ହୋଇଥିଲା। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ମନ୍ଦିର…

ନବୀନ ଡାକିଲେ ବଡ଼ ବୈଠକ, ଆଉ କିଛି ସମୟରେ ବଡ଼ ଘୋଷଣା!

ଭୁବନେଶ୍ୱର,୧୦।୬: ରାଜ୍ୟ ରାଜନୀତିରେ ଏବେ ହଲଚଲ ଜୋର ଧରିଛି। ବିଶେଷ କରି ସାଧାରଣ ନିର୍ୱାଚନ ପରେ ବିଜେଡି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ଦିଲ୍ଲୀ ଗସ୍ତରୁ ଫେରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri