ପିଆଜ ଟ୍ରକ୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ: ଧରାପଡ଼ିବା ପରେ…

ଆର.ଉଦୟଗିରି,୧।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ପକ୍ଷରୁ ଚଢାଉ କରାଯାଇ ଶନିବାର ଏକ ୧୪ ଚକିଆ ପିଆଜ ବୋଝେଇ ଟ୍ରକ୍‌ରୁ ୧୦ କ୍ୱିଣ୍ଟାଲ ୭୫ କିଲୋ ଗଞ୍ଜେଇ ଜବତ ହୋଇଛି। ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ରାଉରକେଲାର ନିଖିଲ କୁମାର ଓ ଅନୁରାଗ କୁମାର।
ସୂଚନାଯୋଗ୍ୟ, ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସଦଳବଳେ ଚାନ୍ଦିପଟ ଓ ଲୁହଗୁଡ଼ଠାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଉକ୍ତ ୧୪ ଚକିଆ ପିଆଜ ବୋଝେଇ ଟ୍ରକ୍‌କୁ ସନ୍ଦେହରେ ଯାଞ୍ଚ କରିଥିଲେ । ପରେ ପିଆଜ ବସ୍ତା ତଳେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ପ୍ଲାଷ୍ଟିକ ଜରି ବ୍ୟାଗରେ ୩୮ ବସ୍ତା ଗଞ୍ଜେଇ ମିଳିଥିଲା। ଉକ୍ତ ଟ୍ରକ ଆର. ଉଦୟଗିରିରୁ ବନାରସ ଯାଉଥିବା ଜଣାପଡ଼ିଛି। ଉକ୍ତ ଗଞ୍ଜେଇ ବସ୍ତା ଓଜନ ପରେ ୧,୦୫୭ କିଲୋ ୫୦୦ ଗ୍ରାମ ହୋଇଥିଲା।  ପରେ ଟ୍ରକ୍‌କୁ ଜବତ କରାଯାଇ ୨ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଥାନାରେ କେସ ନଂ/ ୧୨୦/୨୦ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସାଦ ହିଁ ପାଉଣା

ଢେଙ୍କାନାଳ ଅଫିସ, ୧୮।୬ (ରତନ ନାୟାର):  ଭାବର ଠାକୁର ସେ। ଭକ୍ତର ଭଗବାନ ବି। ଭାଗ୍ୟରେ ଥିଲେ ମିଳେ ବିଶ୍ୱନିୟନ୍ତାଙ୍କ ସେବା କରିବାର ସୁଯୋଗ। ରସିକରାଜଙ୍କ...

ପୁନରୁଦ୍ଧାର ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ, ୨୫।୫: ବାତ୍ୟା ‘ୟାସ୍‌’ ମୁକାବିଲା ଲାଗି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡ଼ିଜି) ଯଶୱନ୍ତ ଜେଠୱା ସୋମବାର ବାଲେଶ୍ୱର ଓ ଭଦ୍ରକ ଜିଲା...

ପୁରୀ ଛାଡ଼ିଲେ ପର୍ଯ୍ୟଟକ

ପୁରୀ ଅଫିସ,୧୯।୩: ପୁରୀ ସହରରେ କଡ଼ାକଡ଼ି ହୋଇଛି କରୋନା କଟକଣା। ଶ୍ରୀମନ୍ଦିର ହେଉ କି ହୋଟେଲ, ବେଳାଭୂମି ସବୁଠି ଦେଖିବାକୁ ମିଳୁଛି କରୋନା ପ୍ରଭାବ। ସହରରେ...

ଶୀତ ପାଇଁ ନନ୍ଦନକାନନ ସମୟ ବଦଳିଲା

ବାରଙ୍ଗ,୧।୧୦(ଡି.ଏନ୍‌.ଏ.)- ଶୀତ ଋତୁ ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ସମୟ ପରିିବର୍ତ୍ତନ ହୋଇଛି। ଏଣିକି ପର୍ଯ୍ୟଟକଙ୍କ ଲାଗି ସକାଳ ୮ରୁ...

ଗଞ୍ଜାମ ଏସ୍‌ପିଙ୍କ ଖବରଦାତା ସମ୍ମିଳନୀ, ଭାଜପା ସମର୍ଥକଙ୍କୁ ହତ୍ୟା ଘଟଣାର ଚାଲିଛି ତଦନ୍ତ

ଛତ୍ରପୁର,୨୦ା୪(ଡି.ଏନ.ଏ.)-ଗଞ୍ଜାମ ପୋଲିସ ଜିଲା ଅଞ୍ଚଳରେ ସାଧାରଣ ନିର୍ବାଚନ ବେଳେ ଘଟିଥିବା ଅପରାଧ ନେଇ ଅଭିଯୁକ୍ତଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନଷ୍ଠାନ ସମ୍ପର୍କରେ ଶୁକ୍ରବାର ଛତ୍ରପୁରରେ ଅନୁଷ୍ଠିତ...

ସୈନିକ ସ୍କୁଲ ପ୍ରତିଷ୍ଠା, ବିଏସ୍‌ଏନ୍‌ଏଲ୍‌ ଭିତ୍ତିଭୂମି ସୁଦୃଢ଼ ଦାବି

ରସୁଲପୁର,୧୦ା୧୨(ଡି.ଏନ.ଏ.):ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ସଂସଦର ଶୀତକାଳୀନ ଅଧିବେଶନରେ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ଦୁର୍ବଳ ସେବାକୁ ନେଇ ଆପତ୍ତି ଉଠାଇଛନ୍ତି। ନିଗମ ଉନ୍ନତ...

ପଡ଼ୋଶୀଙ୍କ କାଠ ଫାଳିଆ ମାଡ଼ରେ ଗଲା ଜୀବନ

ପୋଲସରା,୨୧ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ବଡପଙ୍କଳବାଡି ପଞ୍ଚାୟତରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି। ପଡ଼ୋଶୀଙ୍କ କାଠ ଫାଳିଆ ମାଡ଼ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ...

ଯୋଡ଼ା ଡାକଘରେ ଇଣ୍ଟରନେଟ୍‌ ସେବା ଠପ୍‌

ଯୋଡ଼ା, ୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାରେ ଥିବା ମୁଖ୍ୟ ଡାକ ଘରେ ଇଣ୍ଟରନେଟ୍‌ ସେବା ବ୍ୟାହତ ହୋଇଛି। ଏଥିପାଇଁ ଗ୍ରାହକ ନାହିଁ ନ ଥିବା...

Advertisement
Archives

Model This Week