Posted inଫୁରସତ

ଦୁନିଆର ସବୁଠୁ ଭୟଙ୍କର ଆପାର୍ଟମେଣ୍ଟ, କାରଣ ଜାଣିଲେ…

ଘର ଏପରି ଏକ ସ୍ଥାନ, ଯେଉଁଠାରେ ଜଣେ ବ୍ୟକ୍ତି ନିଜକୁ ଅଧିକ ସୁରକ୍ଷିତ ଅନୁଭବ କରିଥାଏ। ଜଣେ ବ୍ୟକ୍ତି ଘର ଭିତରକୁ ଯିବା ମାତ୍ରେ ବାହାରେ ଥିବା ସମସ୍ତ କ୍ଲାନ୍ତକୁ ଭୁଲିଯାଏ। କିନ୍ତୁ ଯଦି ଏହି ଘର, ସୁରକ୍ଷିତ ରହିବା ପରିବର୍ତ୍ତେ, ଦୁନିଆର ସବୁଠାରୁ ବିପଜ୍ଜନକ ସ୍ଥାନ ହୋଇଥାଏ ତେବେ ଆପଣ ମୁଣ୍ଡ ଗୁଞ୍ଜିବେ କେଉଁଠି ସେନେଇ ଚିନ୍ତାରେ ପଡ଼ିଯିବେ। ଆଜି ଏମିତି ଏକ ଆପାର୍ଟମେଣ୍ଟ ବିଷୟରେ କହିବୁ ଯେଉଁଠି, ଜଣେ ମଣିଷ କେବେ ବି ସୁରକ୍ଷିତ ରହିବ ନାହିଁ। ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ। ତେବେ ଜାଣନ୍ତୁ ଏପରି ଆପାର୍ଟମେଣ୍ଟ ସମ୍ପର୍କରେ…

ଏହା ହେଉଛି ପଶ୍ଚିମ ଲଣ୍ଡନର ଓ୍ବିଲୋ ଟ୍ରି ଲେନ୍‌ । ଏହି ସ୍ଥାନର ଇତିହାସ ଅପରାଧ ସହ ଜଡ଼ିତ। ଏହା ଦୁନିଆର ସବୁଠାରୁ ବିପଜ୍ଜନକ ରିଏଲ ଇଷ୍ଟେଟ ମଧ୍ୟରେ ଗଣାଯାଏ। ଏହାର ଆଖପାଖରେ ରହୁଥିବା ଲୋକମାନେ ମଧ୍ୟ ରାତିରେ ଏହି ସ୍ଥାନ ନିକଟକୁ ଯିବାକୁ କୁଣ୍ଠାବୋଧ କରନ୍ତି। ଏହି ବିଲ୍ଡିଂର ଇତିହାସ ଏବଂ ଏଠାରେ ବାସସ୍ଥାନ ଦେଖିବା ପରେ, ଏଠାରେ ରହିବାକୁ ଯେ କେହି ଭୟଭୀତ ହେବେ। କୁହାଯାଏ, ଏହି ବିଲଡିଂରେ କେବଳ ଅପରାଧୀ ବାସ କରନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ତିନି ମାସ ମଧ୍ୟରେ ଏହି ଅଞ୍ଚଳରେ ପ୍ରାୟ ୪୬୩ଟି ଅପରାଧ ଘଟିଛି। ଏହି ସମସ୍ତ ମାମଲା ଏହି ବିଲ୍ଡିଂର ମାତ୍ର ଏକ ମାଇଲ ବ୍ୟାସାର୍ଦ୍ଧରେ ଘଟିଛି। ବର୍ତ୍ତମାନ ଏହି ସ୍ଥାନ ଚାରିପାଖରେ ରହୁଥିବା ଲୋକମାନେ ମଧ୍ୟ ନିଜର ଭୟ ବ୍ୟକ୍ତ କରିଛନ୍ତି। ଏହି ଗୋଟିଏ କୋଠା ଯୋଗୁ ସମଗ୍ର ଅଞ୍ଚଳରେ କିପରି ଭୟର ବାତାବରଣ ଅଛି ବୋଲି ଲୋକେ କହିଛନ୍ତି। ସନ୍ଧ୍ୟା ପରେ କେହି ଏହି ଅଞ୍ଚଳକୁ ଆସିବାକୁ ଚାହାନ୍ତି ନାହିଁ।

ସ୍ଥାନୀୟ ବାସିନ୍ଦା ପଟେଲ ହାର୍ଦ୍ଦିକ କହିଛନ୍ତି, ସେ ଏଠାରେ ବହୁ ବର୍ଷ ଧରି ଏକ ଦୋକାନ ଚଳାଉଥିଲେ। କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ନୁହେଁ। ଏହି ଆପାର୍ଟମେଣ୍ଟରେ ରହୁଥିବା ଅପରାଧୀମାନେ ଦୋକାନକୁ ଆସି ମାଗଣା ସାମଗ୍ରୀ ନେଇଯାଆନ୍ତି। କେହି ବି ତାଙ୍କୁ ବିରୋଧ କରିପାରିବେ ନାହିଁ। ଯଦି କଲେ ତେବେ ତୁମକୁ ଜୀବନ ହରାଇବାକୁ ପଡ଼ିବ। ଏଥି ସହିତ ଜଣେ ୬୭ ବର୍ଷୀୟା ମହିଳା କୁହନ୍ତି, ସେ ବର୍ତ୍ତମାନ ସୁଦ୍ଧା ନିଜ ଘରୁ ବାହାରକୁ ଯାଉନାହାନ୍ତି। ତାଙ୍କୁ କିଏ କେତେବେଳେ ହତ୍ୟା କରିଦେବ କିଛି କୁହାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?