୯୭ ପ୍ରତିଶତରୁ ଊର୍ଦ୍ଧ୍ୱ ବୟସ୍କ ନେଲେଣି ଟିକାର ପ୍ରଥମ ଡୋଜ

ନୂଆଦିଲ୍ଲୀ,୩।୩: ଦେଶରେ କରୋନା ମହାମାରୀକୁ ଦୂର କରିବା ଲାଗି ଦ୍ରୁତ ଗତିରେ କରାଯାଇଥିବା ଟିକାକରଣକୁ ନେଇ ଏକ ଖୁସିଖବର ସାମ୍ନାକୁ ଆସିଛି। ଦେଶ ୧୦୦ ପ୍ରତିଶତ କରୋନା ଟିକାର ପ୍ରଥମ ଡୋଜ ଲକ୍ଷ୍ୟ ଆଡ଼କୁ ଗତି କରୁଛି। ଜନସଂଖ୍ୟାର ୯୭ ପ୍ରତିଶତରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ କରୋନା ଟିକାର ପ୍ରଥମ ଡୋଜ ଦିଆଯାଇସାରିଛି। ଗୁରୁବାର କେନ୍ଦ୍ର ସୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସରକାରଙ୍କ ସହ ସମଗ୍ର ସମାଜର ଉଦ୍ୟମ ହେତୁ ଭାରତ ଭୟଙ୍କର କୋଭିଡ-୧୯ ମହାମାରୀ ସଙ୍କଟ ତୃତୀୟ ଲହରକୁ ରୋକିବାରେ ସକ୍ଷମ ହୋଇପାରିଛି ବୋଲି ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ସ୍ବାସ୍ଥ୍ୟକର୍ମଚାରୀଙ୍କ ସମେତ ଅଗଧାଡ଼ିର କରୋନା ଯୋଦ୍ଧାଙ୍କ ପ୍ରୟାସ ଯୋଗୁ ଟିକାକରଣ ସଫଳ ହୋଇପାରିଛି। ଫଳରେ ଟିକା ଯୋଗୁ କରୋନାର ପ୍ରଭାବୀ ଲକ୍ଷଣ କିଛି ମାତ୍ରାରେ କମ୍‌ ହୋଇପାରିଛି ବୋଲି ମନସୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଭେଣ୍ଟିଲେଟରରେ ଅଣନିଃଶ୍ୱାସୀ ଗୁଜରାଟ ମଡେଲ

ଗାନ୍ଧୀନଗର, ୨୦ା୫: ନକଲି ଭେଣ୍ଟିଲେଟରରେ ଅଣନିଃଶ୍ୱାସୀ ଗୁଜରାଟ ମଡେଲ। କୋଭିଡ୍‌-୧୯ ସଙ୍କଟ ସମୟରେ ରୋଗୀଙ୍କ ଜୀବନକୁ ଅଧିକ ବିପଦରେ ପକାଇ ଦେଇଛି ଘରୋଇ କମ୍ପାନୀ ଦ୍ୱାରା...

ଉପରାଷ୍ଟ୍ରପତି କରୋନା ପଜିଟିଭ୍‌…

ନୂଆଦିଲ୍ଲୀ, ୨୩।୧ : ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ନିଜକୁ ଆଇସୋଲେଶନରେ ରଖିଥିବା ସମ୍ପର୍କରେ ନିଜ ଅଫିସିଆଲ...

କାର୍ଯ୍ୟାଳୟରେ ମଦ୍ୟପାନ କରି ତାସ୍‌ ଖେଳୁଥିବା ୪ ସରକାରୀ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ,୨୮।୬: ରାଜଧାନୀ ଦିଲ୍ଲୀରେ ଯେଉଁଠି ଲୋକଙ୍କୁ ପାଣିର ସମସ୍ୟା ଲାଗିରହିଛି। ସେଠାରେ ଜଳ ବୋର୍ଡର କର୍ମଚାରୀଙ୍କ ବେପାରୁଆ ମନୋଭାବ ଦେଖିବାକୁ ମିଳିଛି। ଜଳ ବୋର୍ଡ କାର୍ଯ୍ୟାଳୟର...

ସମସ୍ତ ବଳିଦାନ ପାଇଁ ପ୍ରସ୍ତୁତ: ସିଦ୍ଧୁ

ଚଣ୍ଡିଗଡ଼,୨୯ ।୯: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ପ୍ରଥମ କରି ସାମ୍ନାକୁ ଆସିଛି ନବଜୋତ ସିଂ ସିଦ୍ଧୁଙ୍କ ବୟାନ । ବୁଧବାର...

ନଗରୋଟା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୩୧।୧: ଜମ୍ମୁ-କଶ୍ମୀରରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ...

ସୁସ୍ଥ ହେଉଛନ୍ତି ଟ୍ରାଜେଡି କିଙ୍ଗ

ମୁମ୍ବାଇ,୨ ।୭: ବଲିଉଡ୍ ଟ୍ରାଜେଡି କିଙ୍ଗ ଦିଲିପ କୁମାର ବୟସାଧିକ୍ୟ ରୋଗ ଯୋଗୁ କିଛି ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଏବେ...

ଟିକ୍‌ଟକ୍‌ ପାଇଁ ଆତ୍ମହତ୍ୟା କଲେ ୨ ସନ୍ତାନର ମାଆ

ନୂଆଦିଲ୍ଲୀ,୧୪ା୬(ଆଇଏଏନ୍‌ଏସ୍‌):ସଂକ୍ଷିପ୍ତ ଭିଡିଓ ପ୍ରସ୍ତୁତକାରୀ ଆପ୍‌ ଟିକ୍‌ଟକ୍‌ ପାଇଁ ତାମିଲନାଡୁର ୨ ସନ୍ତାନର ଜନନୀ ଜଣେ ୨୪ ବର୍ଷୀୟା ମହିଳା ଗୁରୁବାର ଆତ୍ମହତ୍ୟା କରିଛନ୍ତି। ଅନୀତା ନାମ୍ନୀ...

ଆସନ୍ତା ୬ ମାସ ପାଇଁ ନାଗାଲାଣ୍ଡକୁ ଅଶାନ୍ତ ଅଞ୍ଚଳ ଘୋଷଣା କଲା କେନ୍ଦ୍ର

ନୂଆଦିଲ୍ଲୀ,୩୦।୧୨-ଆସନ୍ତା ୬ ମାସ ପାଇଁ ନାଗାଲାଣ୍ଡକୁ କେନ୍ଦ୍ର ସରକାର ଅଶାନ୍ତ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି। ଏ ନେଇ ବୁଧବାର କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି...

Advertisement
Archives

Model This Week