ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ

ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌ ଅବସରରେ ଗୁରୁବାର ଭଦ୍ରକ ଇଦ୍‌ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ ନମାଜ ପାଠ କରିଛନ୍ତି। ଦୀର୍ଘ ଗୋଟିଏ ମାସ ରୋଜା ବା ଉପବାସ ରଖିବା ପରେ ଇଦ୍‌ ପାଳନ କରିଛନ୍ତି।

ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ ମୁବାରକ ଜଣାଇଛନ୍ତି। ଭଦ୍ରକ ସହର ୩୬ଟି ମସ୍‌ଜିଦରେ ଶ୍ରଦ୍ଧାଳୁମାନେ ନୂଆ ବସ୍ତ୍ର ପରିଧାନ କରି ମହାଆଡ଼ମ୍ବରରେ ସହକାରେ ପାଳନ କରୁଛନ୍ତି ଇଦ୍‌। ଏହି ଅବସରରେ ଭଦ୍ରକ ସହରର କୁଅଁlସ ଇଦ୍‌ଗାହା ପରିସରରେ ୭ ହଜାରରୁ ଊଦ୍ଧର୍‌ବ ଶ୍ରଦ୍ଧାଳୁମାନେ ସମୂହ ନମାଜ ପାଠ, କୋରାନ ପାଠ କରିବା ସହ ପରସ୍ପରକୁ ଇଦ୍‌ ମୁବାରକ ଜଣାଇଛନ୍ତି। ଏହି ପବିତ୍ର ପର୍ବକୁ ମୁସ୍‌ଲିମ୍‌ ଧର୍ମାବଲମ୍ବୀମାନେ ଦୀର୍ଘ ଗୋଟିଏ ମାସ ରୋଜା ବା ଉପବାସ ରଖିବା ସହ ଦାନ ଧର୍ମ କରି ରମଜାନ ମାସକୁ ବେଶ ନିଷ୍ଠାର ସହ ପାଳନ କରିଛନ୍ତି। ତେବେ ଭଦ୍ରକରେ ଏହି ପର୍ବକୁ ଭାଇଚାରା ରୀତିରେ ଅନୁଷ୍ଠିତ ହେଉଥିବା ବେଳେ ହିନ୍ଦୁ ଓ ମୁସ୍‌ଲିମ ସମ୍ପ୍ରଦାୟର ଲୋକମାନେ ଏହି ପର୍ବରେ ସାମିଲ ହୋଇ ପରସ୍ପରକୁ ଜଣାଇଛନ୍ତି ଇଦ୍‌ ମୁବାରକ। ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, କଂଗ୍ରେସ ନେତା ନଳିନୀ ମହାନ୍ତି, ପଞ୍ଚାନନ ମଣ୍ଡଳ, ଯୁବନେତା ଅସିତ ପଟ୍ଟନାୟକ, ଜ୍ୟୋତି ପ୍ରକାଶ ମହାନ୍ତିଙ୍କ ସମେତ ନେତୃ ମଣ୍ଡଳୀ ପହଞ୍ଚି ଇଦ୍‌ ମୁବାରକ ଜଣାଇଥିଲେ। ସେହିପରି ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର, ଏସ୍‌ପି ବରୁଣ ଗୁଣ୍ଟୁପାଲି, ସିଟି ଡିଏସ୍‌ପି ଅଂଶୁମାନ ଦ୍ବିବେଦୀ, ଟାଉନ ଥାନାଧିକାରୀ ବୀରେନ୍ଦ୍ର ସେନାପତି ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ଉପରେ ନଜର ରଖିଥିଲେ। ସହରରେ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ଗାଧୋଇ ଶ୍ୱେତଗଙ୍ଗାକୁ ଯାଇଥିଲେ, ଗୋଡ଼ ଖସିଯିବାରୁ ବୁଡ଼ିଯାଇ ଚାଲିଗଲା ଯୁବକଙ୍କ ଜୀବନ

ପୁରୀ, ୮।୮(ଅଜିତ୍‌ କୁମାର ମହାନ୍ତି): ପୁରୀର ପଞ୍ଚ ପୁଷ୍କରିଣୀ ମଧ୍ୟରେ ଅନ୍ୟତମ ପବିତ୍ର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଷ୍କରିଣୀରେ…

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ନିଖୋଜ ଥିଲେ ମହିଳା, ଚାଷ ଜମିରୁ ଉଦ୍ଧାର ହେଲା ଗଳିତ ମୃତଦେହ: ପରିବାରରେ…

କୋକସରା, ୮।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼କେନ୍ଦୁଗୁଡ଼ା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ମଙ୍ଗଳବାରଠାରୁ…

ଠିକା କାମରୁ ୩୦ ପ୍ରତିଶତ ଦାଦାବଟି ଦେବା ପାଇଁ ପଡୋଶୀଙ୍କୁ ଧମକ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ଦାଦାବଟି ନଦେବାରୁ ପଡ଼ୋଶୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ କେ. ନୂଆଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗଞ୍ଜାମ ଜିଲା…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri