Posted inଜାତୀୟ

୬୪% ଭାରତୀୟଙ୍କୁ ଦୈନିକ ୩ରୁ ଅଧିକ ସ୍ପାମ୍‌ କଲ୍‌

ନୂଆଦିଲ୍ଲୀ,୧୮।୫: ଭାରତୀୟମାନେ ସର୍ବାଧିକ ବିରକ୍ତିକର ଫୋନ୍‌ କଲ୍‌ ପାଉଛନ୍ତି। କେହି ଫୋନ୍‌ ଯୋଗେ ସୁବିଧାରେ ଋଣ ନେବା କିମ୍ବା ସମ୍ପତ୍ତି ବିକ୍ରି କରିବା ପାଇଁ ଉଦ୍ୟମ କରୁଥିବା ଏକ ସର୍ଭେରୁ ଜଣାପଡ଼ିଛି। ଲୋକାଲସର୍କଲ୍ସ ପକ୍ଷରୁ ହୋଇଥିବା ସର୍ଭେ ଅନୁଯାୟୀ ପ୍ରାୟ ୬୪ ପ୍ରତିଶତ ଭାରତୀୟ ଦୈନିକ ୩ କିମ୍ବା ତଦୂର୍ଦ୍ଧ୍ୱ ଏଭଳି ସ୍ପାମ୍‌ ଫୋନ୍‌ କଲ୍‌ ପାଉଛନ୍ତି। ବ୍ୟାଙ୍କ, ବୀମା ଦଲାଲ, କାର୍‌ ଡିଲର, ସ୍ପା ସର୍ଭିସ, ଜମିଜମା କାରବାର କରୁଥିବା ଏଜେଣ୍ଟଗୁଡ଼ିକ ସ୍ପାମ୍‌ ଏସ୍‌ଏମ୍‌ଏସ୍‌ ପଠାଇଥାନ୍ତି। ଏପରିକି ବିଭିନ୍ନ ଆୟ ସୁଯୋଗ ନେବା ଲାଗି ମଧ୍ୟ ସ୍ପାମ୍‌ ମେସେଜ ପଠାଯାଇ ଲୋକଙ୍କୁ ବିରକ୍ତ କରାଯାଉଛି। ସ୍ବାସ୍ଥ୍ୟସେବା କିମ୍ବା ପାଥୋଲୋଜି ସେବା ନେବା ଲାଗି କଲ୍‌ ଆସୁଥିବା ୮% ଭାରତୀୟ ଅଭିଯୋଗ କରିଥିବାବେଳେ ନିଯୁକ୍ତି/ରୋଜଗାର ଅଫର ସମ୍ପର୍କରେ ୩ ପ୍ରତିଶତ କହିଛନ୍ତି। ସେହିପରି ସ୍ପା, ବିୟୁଟି ପାର୍ଲର ଇତ୍ୟାଦିରେ ଚାକିରି ଦେବା ପାଇଁ କଲ୍‌ ଆସୁଥିବା ୧ ପ୍ରତିଶତ କହିଛନ୍ତି। ୩%ଙ୍କ କହିବା ଅନୁଯାୟୀ ମୋବାଇଲ ନମ୍ବର, ଅଧିକ ଟକ୍‌ଟାଇମ/ଡାଟା ପ୍ଲାନ୍‌ ଦେବା ନେଇ ମଧ୍ୟ ଏସ୍‌ଏମ୍‌ଏସ୍‌ ଆସିଥାଏ। ସର୍ବାଧିକ ୫୧ ପ୍ରତିଶତଙ୍କ ପାଖକୁ ଆର୍ଥତ୍କ ସେବା ବିକ୍ରି ଏବଂ ୨୯ ପ୍ରତିଶତଙ୍କ ନିକଟକୁ ରିଅଲ ଇଷ୍ଟେଟ୍‌ ବିକ୍ରି ଲାଗି ଫୋନ୍‌ କଲ୍‌ ଆସିଥାଏ ବୋଲି ସର୍ଭେରେ କୁହାଯାଇଛି। ନାଗରିକଙ୍କ ପାଖକୁ ଅବାଞ୍ଛିତ ବିରକ୍ତିକର ଫୋନ୍‌ କଲ୍‌ କିମ୍ବା ଏସ୍‌ଏମ୍‌ଏସ୍‌ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ୨୦୨୧ ଜୁଲାଇରେ ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲେ ହେଁ ଏଭଳି କଲ୍‌ ଓ ଏସ୍‌ଏମ୍‌ଏସ୍‌ ସଂଖ୍ୟା ବଢ଼ିଚାଲିଛି। ଗତ ୯ ମାସ ମଧ୍ୟରେ ଲୋକାଲସର୍କଲ୍ସ ଏନେଇ ବହୁସଂଖ୍ୟାରେ ଅଭିଯୋଗ ପାଇଥିବା କହିଛି। ଭାରତରେ ପ୍ରତି ଫୋନ୍‌ ଉପଭୋକ୍ତା ମାସକୁ ହାରାହାରି ୧୭ ସ୍ପାମ୍‌ କଲ୍‌ ପାଇଥାନ୍ତି, ଯାହା ବିଶ୍ୱରେ ସର୍ବାଧିକ ବୋଲି ଟ୍ୟୁକଲର ନାମକ ଏକ କଲର ଆଇଡି ଆପ୍‌ ପକ୍ଷରୁ କୁହାଯାଇଛି। ଲୋକାଲସର୍କଲ୍ସ ୩୭୭ ଜିଲାର ୩୭,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ସର୍ଭେ କରିଥିଲା। ଏପରିକି ଡୁ ନଟ୍‌ ଡିଷ୍ଟର୍ବ ତାଲିକାରେ ପଞ୍ଜୀକୃତ କରି ମଧ୍ୟ ୯୫ ପ୍ରତିଶତ ମୋବାଇଲ ଉପଭୋକ୍ତା ଅବାଞ୍ଛିତ ଫୋନ୍‌ କଲ୍‌ ପାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ପୁସ୍ତକ ପ୍ରତ୍ୟାହାର ଅଭିଯୋଗକୁ ଫେଙ୍ଗୁଇନ୍‌ ଇଣ୍ଡିଆର ଖଣ୍ଡନ

ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଜୀବନୀ ‘ବିଲଙ୍ଗିଙ୍ଗ୍‌:ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପ୍ରକାଶନକୁ ନେଇ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପେଙ୍ଗୁଇନ ରାଣ୍ଡମ…

ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ଆଜି ପୁଣି ବଢ଼ିଲା CNG ଦାମ୍‌, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୯।୮: ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ଦେଶରେ ଲଗାତାର ବଢ଼ୁଥିବା ଦର ମଧ୍ୟରେ IGL ପୁଣିଥରେ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୫୭୯, ଏବେବି ୩୨୦ ଭାରତୀୟ ନିଖୋଜ

କାଠମାଣ୍ଡୁ,୨୯ା୮: କେନ୍ଦ୍ରୀୟ ନେପାଳରେ ବୁଧବାର ଗ୍ଲେସିୟର ଧସି ହଠାତ୍‌ ଭୀଷଣ ବନ୍ୟା ମାଡ଼ିଆସିବାରୁ ରାସୁଓ୍ବା ଓ ଅନ୍ୟ ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୫୭୯ ଜଣଙ୍କ ମୃତଦେହ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri