ଓଡ଼ିଶାରୁ କୁମ୍ଭମେଳା ଯାଇଛନ୍ତି ୪୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ଭୁବନେଶ୍ୱର, ୧୯।୪(ବ୍ୟୁରୋ): ଓଡ଼ିଶାରୁ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଉତ୍ତରାଖଣ୍ଡର କୁମ୍ଭମେଳାକୁ ଯାଇଛନ୍ତି। ୧୫୦ରୁ ଊର୍ଦ୍ଧ୍ୱ ପରିବାରରୁ ଏହି ଶ୍ରଦ୍ଧାଳୁ ରହିଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ପଞ୍ଜୀକରଣ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୫ ପରିବାର ଥିବାବେଳେ ନବରଙ୍ଗପୁର ୨୩, ପୁରୀ ୨୦, ଖୋର୍ଦ୍ଧା ୧୧, କଟକ ୯, ବାଲେଶ୍ୱର ୭, ଝାରସୁଗୁଡ଼ା ୧, କୋରାପୁଟ ୯, ଅନୁଗୋଳ ୪, ବରଗଡ଼ ୩, ଭଦ୍ରକ ୨, ବଲାଙ୍ଗୀର ୭, ବୌଦ୍ଧ ୧, ଢେଙ୍କାନାଳ ୧, ଜଗତ୍‌ସିଂହପୁର ୩, ଯାଜପୁର ୧, କେନ୍ଦ୍ରାପଡ଼ା ୧, କେନ୍ଦୁଝର ୧, ମୟୂରଭଞ୍ଜ ୨, ନୟାଗଡ଼ ୩, ରାୟଗଡ଼ା ୬, ସମ୍ବଲପୁର ୪, ସୋନପୁର ୬ ଓ ସୁନ୍ଦରଗଡ଼ରୁ ୪ ପରିବାର କୁମ୍ଭମେଳା ଯାଇଥିବା ସୂଚନା ମିଳିଛି। ତେବେ କୁମ୍ଭମେଳା ଫେରନ୍ତାଙ୍କ ଓଡ଼ିଶାରେ ସଂକ୍ରମଣ ବୃଦ୍ଧି ଆଶଙ୍କା କରାଯାଉଛି। ଗତବର୍ଷ ଠିକ୍‌ ମାର୍ଚ୍ଚରେ ଦିଲ୍ଲୀ ନିଜାମୁଦ୍ଧିନ ଫେରନ୍ତା ପାଲଟିଥିଲେ ସୁପରସ୍ପ୍ରେଡର। କୁମ୍ଭମେଳାରେ ୧୭୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହାକୁ ବନ୍ଦ କରିଦିଆଯାଇଛି। ତେଣୁ ଯେଉଁମାନେ ଓଡ଼ିଶାରୁ ଯାଇଥିଲେ ସେହି ଫେରନ୍ତାଙ୍କ ପାଇଁ ଏସ୍‌ଆର୍‌ସି ଶନିବାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ସମସ୍ତ କୁମ୍ଭମେଳା ଫେରନ୍ତାଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏନେଇ ସବୁ ଜିଲାପାଳ ଓ ମହାନଗର ନିଗମ କମିସନରଙ୍କୁ ଏସ୍‌ଆର୍‌ସି ଚିଠି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରୁଦିଅଁଙ୍କ ପ୍ରତ୍ୟକ୍ଷ ସ୍ନାନ: ଅପେକ୍ଷାରେ ସ୍ନାନବେଦି

ପୁରୀ ଅଫିସ, ୧୭ା୬:ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦିରୁ ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା। ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ କରିବେ ପ୍ରତ୍ୟକ୍ଷ ସ୍ନାନ। ଏଥିପାଇଁ ଦାରୁଦିଅଁଙ୍କୁ...

ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଶୁକ୍ରବାର ପବିତ୍ର ଜାଗର ଲାଗି ରାଜଧାନୀ ଚଳଚଞ୍ଚଳ ଥିବାବେଳେ ଇନ୍‌ଫୋସିଟି ଥାନା ଅଧୀନ ସିପେଟ୍‌ ନିକଟସ୍ଥ ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ...

ଏନ୍‌ଏଚ୍‌ଆର୍‌ସିରେ କିଡ୍‌ନୀ କାଢିନେବା ମାମଲା : ୨ଲକ୍ଷ କ୍ଷତିପୂରଣ ସହ ଆପୋଲୋ ହସ୍ପିଟାଲ ପଞ୍ଜୀକରଣ ରଦ୍ଦ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୯ା୯(ବ୍ୟୁରୋ): ବରଗଡ଼ ଜିଲାର ଅନିଲ ସ୍ବାମୀଙ୍କ କିଡ୍‌ନୀ କାଢି ନେବା ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି) ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ମାମଲାର ବିଚାର କରି...

ରାଜ୍ୟରେ ଆଉ ୫ ଜୀବନ ନେଲା କରୋନା: ମୃତ୍ୟୁସଂଖ୍ୟା ୧୫୯କୁ ବୃଦ୍ଧି

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଜନିତ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ବୁଧବାର ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା...

ଅଧାରୁ ଅବକାଶ ଜଳ ପିଙ୍ଗଣ ନେଇଆସିଲେ ସେବକ: ମହାପ୍ରଭୁଙ୍କର ହେଲା ମହାସ୍ନାନ, ନୀତି ବିଳମ୍ବ

ପୁରୀ ଅଫିସ, ୬ା୬: ଶ୍ରୀମନ୍ଦିରରେ ବୁଧବାର ଅବକାଶ ନୀତି ଚାଲିଥିବାବେଳେ ଜଣେ ସେବକ ଅଧାରୁ ଅବକାଶ ଜଳ ପିଙ୍ଗଣ ନେଇଆସିଥିଲେ। ଫଳରେ ନୀତି ବିଭ୍ରାଟ ହେବାରୁ...

ବିଷ୍ଣୁ ସେଠୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କର ସୋମବାର ପରଲୋକ ଘଟିଛି। ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର...

ଏମ୍‌କେସିଜି ପଥ୍ୟ ବିଭାଗ ପଙ୍ଗୁ

ବ୍ରହ୍ମପୁର ଅଫିସ,୨୩ା୧୨-ବ୍ରହ୍ମପୁର ମେଡିକାଲକୁ ଦକ୍ଷିଣ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଖୋର୍ଦ୍ଧା ଓ ପୁରୀ ଜିଲାରୁ ପ୍ରତିଦିନ ରୋଗୀ ଆସିଥାନ୍ତି। ଏମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ସହ...

ମଧ୍ୟାହ୍ନ ଭୋଜନ ଅଣ୍ଡାଖାଇ ୧୪ ଛାତ୍ରୀଛାତ୍ର ଅସୁସ୍ଥ

ଖଣ୍ଡପଡ଼ା,୧୮ା୭(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ବାଣପୁର ପଞ୍ଚାୟତ ଅଧୀନ ଘଣାଶାଳିଆ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅଣ୍ଡା ଖାଇ ବୁଧବାର ୧୪ ଛାତ୍ରୀଛାତ୍ର ଅସୁସ୍ଥ...

Advertisement
Archives

Model This Week