ମ୍ୟାନମାର: କାୟା ସୀମାରେ ମିଳିଲା ସେନା ଦ୍ୱାରା ନିହତ ୩୦ ଜଣଙ୍କ ପୋଡା ଯାଇଥିବା ମୃତଦେହ

ପ୍ରୁସୋ ଟାଉନ,୨୬ ।୧୨: ମ୍ୟାନମାରରେ ସଂଘର୍ଷ କରୁଥିବା ଲୋକଙ୍କ କରୁଣ କାହାଣୀ ଶେଷ ହେବାର ନାଁ ନେଉନି । ଶୁକ୍ରବାର କାୟା ସୀମାରେ ସେନା ଦ୍ୱାରା ମୃତ୍ୟୁ ହୋଇଥିବା ମହିଳା ଓ ଶିଶୁଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତଦେହକୁ ପୋଡି ଦିଆଯାଇଥିବା ସୂଚନା ମିଳିଛି । ଏହି ଖବର ସ୍ଥାନୀୟ ବାସିନ୍ଦା, ମାନବାଧିକାର କର୍ମୀ ଓ ଗଣମାଧ୍ୟମ ଜରିଆରେ ସାମ୍ନାକୁ ଆସିଛି । କରେନି ମାନବାଧିକାର ସମୁହ କହିଛି ବିସ୍ଥାପିତ ହୋଇଥିବା ଲୋକଙ୍କ ଜଳା ଯାଇଥିବା ମୃତଦେହ ମିଳିଛି । ଯେଉଁମାନେ ପ୍ରୁସୋ ସହର ନିକଟରେ ରହୁଥିବା ବେଳେ ସେନା ଦ୍ୱାରା ନିହତ ହୋଇଛନ୍ତି । କରେନି ମାନବାଧିକାର ସମୁହ ଏକ ଫେସବୁକ ପୋଷ୍ଟରେ କହିଛି ମୃତ୍ୟୁ ହୋଇଥିବା ୩୦ରୁ ଅଧିକଙ୍କ ମଧ୍ୟରେ ବରିଷ୍ଠ ନାଗରିକ, ମହିଳା ଓ ଶିଶୁ ବି ରହିଛନ୍ତି । ମ୍ୟାନମାର ସେନା ଦ୍ୱାରା କରାଯାଇଥିବା ଏହି ଅମାନବୀୟ କାଣ୍ଡର ଖୁବ୍ ନିନ୍ଦା କରିଛି କରେନି ମାନବାଧିକାର ସମୁହ । ସ୍ଥାନୀୟ ଜଣେ ବାସିନ୍ଦା କହିଛନ୍ତି ଶୁକବାର ଘଟଣାସ୍ଥଳରେ ଗୁଳି ଫୁଟିବାର ଶବ୍ଦ ଶୁଭୁଥିବାରୁ ସେମାନେ ସେଠାକୁ ଯିବାକୁ ଭୟ କରିଥିଲେ । ଆଉ ଶନିବାର ସକାଳୁ ଦେଖାଯାଇଥିଲା କେତେଜଣ ଲୋକଙ୍କ ମୃତ ଶରୀରକୁ ପୋଡି ଦିଆଯାଇଥିଲା । ଏଥିରେ ଶିଶୁ ଓ ମହିଳା ଥିବା ଜଣାପଡିଛି । କାରଣ ଘଟଣାସ୍ଥଳରେ ମହିଳା ଓ ଶିଶୁଙ୍କ ପୋଷାକ ଏଣେତେଣେ ପଡିଥିବା ନଜରକୁ ଆସିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

‘ଜୁରାସିକ୍‌ ପାର୍କ’ ଅଭିନେତା ସାମ୍‌ ନିଲ୍‌ଙ୍କ ପରଲୋକ

ଓ୍ବେଲିଙ୍ଗଟନ, ୧୪।୭: ହଲିଉଡ୍‌ର ଅଲଟାଇମ୍‌ ସୁପରହିଟ ଫିଲ୍ମ ‘ଜୁରାସିକ୍‌ ପାର୍କ’ ଏବଂ ‘ଦି ପିଆନୋ’ ପାଇଁ ବିଶ୍ୱପ୍ରସିଦ୍ଧ ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ ଅଭିନେତା ସାମ୍‌ ନିଲ୍‌ଙ୍କର ୭୮ବର୍ଷ ବୟସରେ…

ପାତଲମ୍ବା ଗାଁରେ ହାତୀ ତାଣ୍ଡବ: ଆତଙ୍କରେ ଗ୍ରାମବାସୀ

କଲ୍ୟାଣସିଂହପୁର,୧୩।୭(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ପାତଲମ୍ବା ଗାଁରେ ସୋମବାର ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି।…

ଆମେରିକା-ଇରାନ ସଂଘର୍ଷ: ବଢ଼ିଲା ତେଲ ଦର

ବ୍ୟାଙ୍କକ୍‌,୧୩ା୭: ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌ ଏବଂ ଏହାର ଜବାବରେ ତେହରାନ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ ଚଳାଇଥିବାରୁ ଏହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ପୁଣିଥରେ ତୈଳ…

ହାଟଡିହୀ ବ୍ଲକରେ ପଶିଲା ଭିଜିଲାନ୍ସ: ମିଶନ ଶକ୍ତିରେ ଦୁର୍ନୀତି ଅଭିଯୋଗ

ହାଟଡିହୀ,୧୩l୭((ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ପୁଣି ପଶିଛି ଭିଜିଲାନ୍ସ। ଗତ କିଛିଦିନ ତଳେ ଭିଜିଲାନ୍ସ ଷ୍ଟ୍ରିଟ ଲାଇଟ ଦୁର୍ନୀତି ନେଇ ହାଟଡିହୀ ବ୍ଲକରେ ଖୋଳତାଡ଼ କରିଥିବା…

ରାତି ପାଇଲେ ପରୀକ୍ଷା ଦେଇଥାନ୍ତେ ଶିବାନୀ: ମା’ ବିଲକୁ ଯାଇଥିବାବେଳେ ଘରେ…

ଭଞ୍ଜନଗର,୧୩।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ଖଦାଳି ସ୍ବାଇଁଙ୍କ ଝିଅ ତଥା ମେଧାବୀ ଛାତ୍ରୀ ଶିବାନୀ ସାଇଁ (୧୭) ସୋମବାର ସନ୍ଧ୍ୟାରେ…

ଘାରିଲା କୋଭିଡ ଭୟ: ଏହି ଜିଲାରେ ହାଇଆଲର୍ଟ ଜାରି

ଭୁବନେଶ୍ୱର, ୧୩।୭: ଆନ୍ଧ୍ରରେ କୋଭିଡ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇ ଆଲର୍ଟ। ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHO ନିର୍ଦ୍ଦେଶ…

ସ୍କୁଲ ପାଠ୍ୟପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

କଟକ,୧୩।୭(ପ୍ରଭୁ କଲ୍ୟାଣ ପାଲ୍‌): ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ଭାର ଆଜି…

୧ କୁଇଣ୍ଟାଲର ଘଡ଼ିଆଳ କୁମ୍ଭୀର ଉଦ୍ଧାର: ସାତକୋଶିଆରେ ଛାଡିଲା ବନବିଭାଗ

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଭାଲୁବୁଟୁରା ଗ୍ରାମର ଏକ କେନାଳରୁ ସୋମବାର ଅପରାହ୍ନରେ ଏକ ଘଡ଼ିଆଳ କୁମ୍ଭୀର ବନ ବିଭାଗ ପକ୍ଷରୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri