Posted inଜାତୀୟ

୫୦ ବର୍ଷରେ ମହିଳା ଭୋଟରଙ୍କ ସଂଖ୍ୟା ୨୩୫ ପ୍ରତିଶତରୁ ଅଧିକ…

ନୂଆଦିଲ୍ଲୀ,୨୮।୧୧: ଦେଶରେ ୧୯୭୧ ନିର୍ବାଚନ ପରଠାରୁ ମହିଳା ଭୋଟରଙ୍କ ସଂଖ୍ୟାରେ ୨୩୫.୭୧ ପ୍ରତିଶତ ବୃଦ୍ଧି ଘଟିଛି। ଦେଶରେ ମହିଳାଙ୍କ ଭୋଟର ନିର୍ବାଚନରେ ପୁରୁଷଙ୍କ ତୁଳନାରେ ଅଧିକ ମତଦାନ କରୁଛନ୍ତି। ଅଂଶଗ୍ରହଣ ୨୦୧୯ ସାଧାରଣ ନିର୍ବାଚନରେ ଭହିଳା ଭୋଟରଙ୍କ ସଂଖ୍ୟା୬୭ ପ୍ରତିଶତରୁ ଅଧିକ ରେକର୍ଡ କରାଯାଇଛି। ଏହି ସୂଚନା ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ସୁଶୀଲ ଚନ୍ଦ୍ରା ପ୍ରଦାନ କରିଛନ୍ତି। ସ୍ବାଧୀନତାର ସାତ ଦଶନ୍ଧି ପରେ ଏହି ରିପୋର୍ଟ ମିଳିଛି। ୧୭ ଟି ସାଧାରଣ ନିର୍ବାଚନ ପରେ ଭାରତରେ ମହିଳାଙ୍କ ଭୋଟରଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ଅଧିକ ହୋଇଛି। ଭାରତରେ ମହିଳାମାନେ ଦେଶ ସ୍ବାଧୀନତା ହାସଲ କରିବା ବର୍ଷଠାରୁ ଭୋଟ ଦେବାର ଅଧିକାର ପାଇଥିଲେ।

ମହିଳା, ଦିବ୍ୟାଙ୍ଗ ତଥା ବରିଷ୍ଠ ନାଗରିକଙ୍କ ନିର୍ବାଚନରେ ଅଂଶଗ୍ରହଣ ଉପରେ ଏକ ଅନ୍ତର୍ଜାତୀୟ ୱେବନାରକୁ ସମ୍ବୋଧିତ କରିବାବେଳେ ଚନ୍ଦ୍ର ଏହା କହିଛନ୍ତି। ଏଥିରେ ୨୪ ଟି ଦେଶର ପ୍ରାୟ ଶହେ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଲିଙ୍ଗଗତ ବ୍ୟବଧାନ, ଏକ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ, ଯାହା ୧୯୬୨ରେ ମାଇନସ ୧୬.୭୧ ପ୍ରତିଶତକୁ ହ୍ରାସ ପାଇଥିଲା। ୨୦୧୯ରେ ଏହା ୦.୧୭ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ୧୯୭୨ ନିର୍ବାଚନ ପରଠାରୁ ଭାରତରେ ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ମହିଳା, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଏବଂ କିନ୍ନରଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ କିପରି ଉଦ୍ୟମ କରିଥିଲେ ତାହା ମଧ୍ୟ ଚନ୍ଦ୍ରା ଦର୍ଶାଇଛନ୍ତି।

ସେ କହିଛନ୍ତି ଯେ ଅଧିକାଂଶ ଦେଶ ଏବଂ ଅଞ୍ଚଳରେ ମହିଳାମାନେ କ୍ରମାଗତ ଗୋଷ୍ଠୀଗତ ଭାବେ ଭୋଟ ଦେବାର ଅଧିକାର ପାଇଛନ୍ତି। ମହିଳାମାନଙ୍କୁ ସମାନ ମତଦାନ ଅଧିକାର ଦେବା ପାଇଁ ଆମେରିକାକୁ ୧୪୪ ବର୍ଷ ସମୟ ଲାଗିଥିଲା।ମାତ୍ର ଭାରତରେ ମହିଳାମାନେ ସ୍ବାଧୀନତା ବର୍ଷରୁ ଭୋଟ ଦେବାର ଅଧିକାର ପାଇଥିଲେ। ତେବେ ଏହି ସତ୍ୟକୁ ଅଣଦେଖା କରାଯାଇପାରିବ ନାହିଁ ଯେ ଅନେକ ଭାରତୀୟ ମହିଳା ସମାନ ଭୋଟ ଦେବାର ଅଧିକାର ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସେ କହିଛନ୍ତି ଯେ ସ୍ବାଧୀନତା ସଂଗ୍ରାମରେ ଅଧିକରୁ ଅଧିକ ମହିଳାଙ୍କ ଅଂଶଗ୍ରହଣରେ ଆନ୍ଦୋଳନର ପଥକୁ ସୁଗମ କରିଥିଲା।

ତାଙ୍କ ସମ୍ବୋଧନ ସମୟରେ ସୁଶୀଲ ଚନ୍ଦ୍ରା କହିଛନ୍ତି ୨୦୨୦ରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଦ୍ୱାରା ୮୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ଏବଂ କୋଭିଡ ପ୍ରଭାବିତ ଭୋଟରଙ୍କ ପାଇଁ ଘରପାଖରେ ନିର୍ବାଚନ ସୁବିଧା ପହଞ୍ଚି ପାରିଛି। ସେ ଦର୍ଶାଇଛନ୍ତି ଯେ ଗତ ପାଞ୍ଚଟି ରାଜ୍ୟର ବିଧାନସଭା ନିବାଚନରେ ଡାକ ବାଲାଟ ପ୍ରକ୍ରିୟାରେ ୪.୫ ଗୁଣ ଅଧିକ ଭୋଟର ଅଂଶଗ୍ରହଣ କରିଛନ୍ତି। ସେହିପରି ଦେଶରେ ୮୦ ବର୍ଷରୁ ଅଧିକ ବୟସ୍କ ପ୍ରାୟ ଦେଢ଼ କୋଟି ଭୋଟର ଅଛନ୍ତି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?