Posted inଜାତୀୟ

୫୦ ବର୍ଷରେ ମହିଳା ଭୋଟରଙ୍କ ସଂଖ୍ୟା ୨୩୫ ପ୍ରତିଶତରୁ ଅଧିକ…

ନୂଆଦିଲ୍ଲୀ,୨୮।୧୧: ଦେଶରେ ୧୯୭୧ ନିର୍ବାଚନ ପରଠାରୁ ମହିଳା ଭୋଟରଙ୍କ ସଂଖ୍ୟାରେ ୨୩୫.୭୧ ପ୍ରତିଶତ ବୃଦ୍ଧି ଘଟିଛି। ଦେଶରେ ମହିଳାଙ୍କ ଭୋଟର ନିର୍ବାଚନରେ ପୁରୁଷଙ୍କ ତୁଳନାରେ ଅଧିକ ମତଦାନ କରୁଛନ୍ତି। ଅଂଶଗ୍ରହଣ ୨୦୧୯ ସାଧାରଣ ନିର୍ବାଚନରେ ଭହିଳା ଭୋଟରଙ୍କ ସଂଖ୍ୟା୬୭ ପ୍ରତିଶତରୁ ଅଧିକ ରେକର୍ଡ କରାଯାଇଛି। ଏହି ସୂଚନା ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ସୁଶୀଲ ଚନ୍ଦ୍ରା ପ୍ରଦାନ କରିଛନ୍ତି। ସ୍ବାଧୀନତାର ସାତ ଦଶନ୍ଧି ପରେ ଏହି ରିପୋର୍ଟ ମିଳିଛି। ୧୭ ଟି ସାଧାରଣ ନିର୍ବାଚନ ପରେ ଭାରତରେ ମହିଳାଙ୍କ ଭୋଟରଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ଅଧିକ ହୋଇଛି। ଭାରତରେ ମହିଳାମାନେ ଦେଶ ସ୍ବାଧୀନତା ହାସଲ କରିବା ବର୍ଷଠାରୁ ଭୋଟ ଦେବାର ଅଧିକାର ପାଇଥିଲେ।

ମହିଳା, ଦିବ୍ୟାଙ୍ଗ ତଥା ବରିଷ୍ଠ ନାଗରିକଙ୍କ ନିର୍ବାଚନରେ ଅଂଶଗ୍ରହଣ ଉପରେ ଏକ ଅନ୍ତର୍ଜାତୀୟ ୱେବନାରକୁ ସମ୍ବୋଧିତ କରିବାବେଳେ ଚନ୍ଦ୍ର ଏହା କହିଛନ୍ତି। ଏଥିରେ ୨୪ ଟି ଦେଶର ପ୍ରାୟ ଶହେ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଲିଙ୍ଗଗତ ବ୍ୟବଧାନ, ଏକ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ, ଯାହା ୧୯୬୨ରେ ମାଇନସ ୧୬.୭୧ ପ୍ରତିଶତକୁ ହ୍ରାସ ପାଇଥିଲା। ୨୦୧୯ରେ ଏହା ୦.୧୭ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ୧୯୭୨ ନିର୍ବାଚନ ପରଠାରୁ ଭାରତରେ ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ମହିଳା, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଏବଂ କିନ୍ନରଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ କିପରି ଉଦ୍ୟମ କରିଥିଲେ ତାହା ମଧ୍ୟ ଚନ୍ଦ୍ରା ଦର୍ଶାଇଛନ୍ତି।

ସେ କହିଛନ୍ତି ଯେ ଅଧିକାଂଶ ଦେଶ ଏବଂ ଅଞ୍ଚଳରେ ମହିଳାମାନେ କ୍ରମାଗତ ଗୋଷ୍ଠୀଗତ ଭାବେ ଭୋଟ ଦେବାର ଅଧିକାର ପାଇଛନ୍ତି। ମହିଳାମାନଙ୍କୁ ସମାନ ମତଦାନ ଅଧିକାର ଦେବା ପାଇଁ ଆମେରିକାକୁ ୧୪୪ ବର୍ଷ ସମୟ ଲାଗିଥିଲା।ମାତ୍ର ଭାରତରେ ମହିଳାମାନେ ସ୍ବାଧୀନତା ବର୍ଷରୁ ଭୋଟ ଦେବାର ଅଧିକାର ପାଇଥିଲେ। ତେବେ ଏହି ସତ୍ୟକୁ ଅଣଦେଖା କରାଯାଇପାରିବ ନାହିଁ ଯେ ଅନେକ ଭାରତୀୟ ମହିଳା ସମାନ ଭୋଟ ଦେବାର ଅଧିକାର ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସେ କହିଛନ୍ତି ଯେ ସ୍ବାଧୀନତା ସଂଗ୍ରାମରେ ଅଧିକରୁ ଅଧିକ ମହିଳାଙ୍କ ଅଂଶଗ୍ରହଣରେ ଆନ୍ଦୋଳନର ପଥକୁ ସୁଗମ କରିଥିଲା।

ତାଙ୍କ ସମ୍ବୋଧନ ସମୟରେ ସୁଶୀଲ ଚନ୍ଦ୍ରା କହିଛନ୍ତି ୨୦୨୦ରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଦ୍ୱାରା ୮୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ଏବଂ କୋଭିଡ ପ୍ରଭାବିତ ଭୋଟରଙ୍କ ପାଇଁ ଘରପାଖରେ ନିର୍ବାଚନ ସୁବିଧା ପହଞ୍ଚି ପାରିଛି। ସେ ଦର୍ଶାଇଛନ୍ତି ଯେ ଗତ ପାଞ୍ଚଟି ରାଜ୍ୟର ବିଧାନସଭା ନିବାଚନରେ ଡାକ ବାଲାଟ ପ୍ରକ୍ରିୟାରେ ୪.୫ ଗୁଣ ଅଧିକ ଭୋଟର ଅଂଶଗ୍ରହଣ କରିଛନ୍ତି। ସେହିପରି ଦେଶରେ ୮୦ ବର୍ଷରୁ ଅଧିକ ବୟସ୍କ ପ୍ରାୟ ଦେଢ଼ କୋଟି ଭୋଟର ଅଛନ୍ତି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଟାୟାରରେ କମ୍‌ ପବନ ଯୋଗୁ ବାର୍ଷିକ ୪,୫୦୦ କୋଟିର ତେଲ ନଷ୍ଟ

ନୂଆଦିଲ୍ଲୀ, ୧୦।୭(ପି.ଟି.): ଯାନବାହନ ରକ୍ଷଣାବେକ୍ଷଣ କ୍ଷେତ୍ରରେ ସବୁଠାରୁ ଅବହେଳିତ ବିଷୟ ହେଉଛି ଟାୟାରର କମ୍‌ ପବନ (ପ୍ରେସର) ରହିବା। ହେଲେ ଏଥିଯୋଗୁ ଭାରତ ପ୍ରତିବର୍ଷ ପ୍ରାୟ ୪୨…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri