ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ, ଥାନା ଘେରାଉ କଲେ ୨ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ଧାମନଗର,୨୬।୬ (କାଳନ୍ଦି ବେହେରା): ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତର ଷାଠିବାଙ୍କୁଡା ଗାଁରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଥିବା ନେଇ ପରିବାର ଓ ଗ୍ରାମବାସୀ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ଗିରଫ ଦାବିରେ ଗୁରୁବାର ୨ଶହରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଆରଡି ଫାଣ୍ଡି ସମ୍ମୁଖରେ ଧାରଣା ଦେଇ ଘେରାଉ କରିଥିଲେ। ମୃତ ଯୁବକ ହେଲେ ଷାଠିବାଙ୍କୁଡା ଗାଁର ସ୍ବର୍ଗତ ସୁବଳ ମହାକୁଡ଼ଙ୍କ ପୁଅ ହାପି ମହାକୁଡ଼। ପରିବାରର ଅଭିଯୋଗ ଅନୁସାରେ, ଗତ ୧୭ ତାରିଖ ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ ଗାଁର ମୁନା ପଲାଇ ଓ ତାଙ୍କ ପୁଅ ସ୍ବୟମ ପଲାଇ ଏକ ଜରୁରୀ କଥା ରହିଛି କହି ହାପିଙ୍କୁ ଘରୁ ଡାକି ନେଇଥିଲେ। କିଛି ସମୟ ପରେ ହାପି ମୁନା ପଲାଇଙ୍କ ବାଡ଼ିରେ ଥିବା ଏକ ଗଛରେ ଫାଶି ଲଗାଇଥିବା ଖବର ପରିବାର ଲୋକଙ୍କ ପାଖକୁ ପହଞ୍ଚିଥିଲା।
ଗ୍ରାମବାସୀଙ୍କ ସହଯୋଗରେ ହାପିଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ପରେ ଶବ ବ୍ୟବଚ୍ଛେଦ ନକରାଇ ଶତ୍କାର କରାଯାଇଥିବା କୁହାଯାଇଛି। ତେବେ ମୃତକଙ୍କ ମୋବାଇଲରୁ କିଛି ଧମକପୂର୍ଣ୍ଣ ମେସେଜ ଓ କଲ ସମ୍ପର୍କିତ ସୂଚନା ମିଳିବା ପରେ ଘଟଣାକୁ ନେଇ ସନ୍ଦେହ ଘନୀଭୂତ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି। ହାପି ମୁନା ପଲାଇଙ୍କ ଝିଅଙ୍କୁ ଭଲ ପାଉଥିବାରୁ ସ୍ବୟମ ପଲାଇ ତାଙ୍କୁ ବାରମ୍ବାର ଫୋନ ଓ ହୱାଟସଆପ ମାଧ୍ୟମରେ ଧମକ ଦେଉଥିବା ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ ଆହୁରି ଅଭିଯୋଗ ଯେ, ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଲେ ମୃତକଙ୍କ ଭାଇଙ୍କୁ ମଧ୍ୟ ହତ୍ୟା କରିବାକୁ ଧମକ ଦିଆଯାଇଥିଲା। ଅଭିଯୁକ୍ତମାନେ ଶାସକ ଦଳ ସହ ଜଡ଼ିତ ଥିବା ଦାବି କରି ପରିବାର ଲୋକ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି।
ଆରଡି ଫାଣ୍ଡିରେ ଅଭିଯୋଗ ଦେବାକୁ ଯାଇଥିବା ବେଳେ ଏତଲା ଗ୍ରହଣ କରାଯାଇନଥିବା ସହ ଅଭିଯୋଗକାରୀଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦିଆଯାଇଥିବା ନେଇ ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ପ୍ରତିବାଦ କରି ଗାଁର ୨ଶହରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଫାଣ୍ଡି ସମ୍ମୁଖରେ ବସି ନ୍ୟାୟ ଦାବି କରିଥିଲେ।
ଅନ୍ୟପକ୍ଷରେ, ଅଭିଯୋଗ ଉଠିବା ପରେ ମୁନା ପଲାଇ ଓ ତାଙ୍କ ପରିବାର ଗାଁ ଛାଡ଼ି ଅନ୍ୟତ୍ର ଚାଲିଯାଇଥିବା ନେଇ ସ୍ଥାନୀୟ ସୂତ୍ରରୁ ସୂଚନା ମିଳିଛି। ଘଟଣାର ସତ୍ୟାସତ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଗ୍ରାମବାସୀ କହିଛନ୍ତି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

୧୯୪୭ରେ ଟଙ୍କାକର ମୂଲ୍ୟ କେତେ ଥିଲା? ଜାଣି ତାଜୁବ ହେବେ ୧ଟଙ୍କାରେ ୮ଲିଟର କ୍ଷୀର ଆଉ ସପ୍ତାହକର ଆସୁଥିଲା ରାଶନ…

ନୂଆଦିଲ୍ଲୀ, ୧୧।୮: ୧୫ ଅଗଷ୍ଟ ୧୯୪୭ରେ ଭାରତ ଯେତେବେଳେ ସ୍ୱାଧୀନ ହୋଇଥିଲା, ସେତେବେଳେ ଏହାର ଟଙ୍କା ଆମେରିକାର ଡଲାର ତୁଳନାରେ ବହୁତ ପଛରେ ନ ଥିଲା। ସେତେବେଳେ…

ଆସନ୍ତାକାଲି ସୂର୍ଯ୍ୟଗ୍ରହଣ: ଏମାନଙ୍କୁ ଲାଗିବ ଗ୍ରହଣ ଦୋଷ! ୧୨ ଅଗଷ୍ଟ ପୂର୍ବରୁ ଜାଣନ୍ତୁ ଶାସ୍ତ୍ରର ନିୟମ

୧୨ ଅଗଷ୍ଟ ୨୦୨୬ରେ ଶ୍ରାବଣ ଅମାବାସ୍ୟା ଦିନ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ଲାଗିବାକୁ ଯାଉଛି। ଏହି ଗ୍ରହଣ ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ ଏବଂ ସ୍ପେନ ସମେତ ବିଶ୍ୱର କିଛି ଅଞ୍ଚଳରେ…

କର୍କଟ ରାଶିରେ ସୃଷ୍ଟି ହେଲା ଦୁର୍ଲଭ ଚତୁର୍ଗ୍ରହ ଯୋଗ: ଏହି ୪ ରାଶିଙ୍କ ପାଇଁ ଖୋଲିଯିବ ଧନଲାଭର ନୂଆ ଦ୍ୱାର

ଆଜି ୧୧ ଅଗଷ୍ଟ, ୨୦୨୬ରେ ସାବନ ଶିବରାତ୍ରି ଅବସରରେ ଆକାଶରେ ଏକ ବିଶେଷ ଗ୍ରହ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ କର୍କଟ ରାଶିରେ ସୂର୍ଯ୍ୟ, ଗୁରୁ,…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢିଲା ଚାମେଲିଙ୍କ ଅଡୁଆ: ହାଇକୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

କେନ୍ଦ୍ରାପଡା,୧୧।୮: କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ଜାରି ରହିବ। ହେଲେ ବିନା ଅନୁମତିରେ…

ପିକଅପ୍‌-କାର ମୁହାଁମୁହିଁ ଧକ୍କା: ଚାଲିଗଲା ଅମିତାଙ୍କ ଜୀବନ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା…

NEET ବିରୋଧରେ ବିଜୟ ସରକାରଙ୍କ ବଡ଼ ପଦକ୍ଷେପ, ବିରୋଧୀ DMK କଲା ସମର୍ଥନ

ନୂଆଦିଲ୍ଲୀ, ୧୧।୮: ତାମିଲନାଡୁର ବିଜୟ ସରକାର ମଙ୍ଗଳବାର ବିଧାନସଭାରେ NEET ପରୀକ୍ଷାକୁ ଉଚ୍ଛେଦ କରିବା ଏବଂ ସ୍ନାତକସ୍ତରୀୟ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଦ୍ୱାଦଶ ଶ୍ରେଣୀର ନମ୍ବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri