୨୦ରୁ ଅଧିକ ମୃତ ଅଲିଭ୍‌ ରିଡ୍‌ଲେ କଇଁଛଙ୍କୁ ପୋତାଗଲା

ମହାକାଳପଡ଼ା,୯ା୧(ଡି.ଏନ.ଏ.): ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ମାଦଳି ମୁହାଣ ବାଲୁକା ଶଯ୍ୟାରେ ୨୦ରୁ ଅଧିକ ମୃତ ଅଲିଭ୍‌ ରଡ୍‌ଲେ କଇଁଛଙ୍କୁ ରବିବାର ପୋତାଯାଇଛି। ହିନ୍ଦୁଶାସ୍ତ୍ର ଅନୁଯାୟୀ, କଇଁଛ ଭଗବାନ ବିଷ୍ଣୁଙ୍କ ଅନ୍ୟ ଏକ ଅବତାର ଭାବେ ପୂରାଣ ବର୍ଣ୍ଣିତ ରହିଛି। ସୂଚନାଯୋଗ୍ୟ, ମାଦଳି ମୁହାଣ ବାଲୁକା ଶଯ୍ୟାରେ ପରିବେଶବିତ୍‌ ସମରେନ୍ଦ୍ର ମାହାଳିଙ୍କ ନେତୃତ୍ୱରେ ଏକ ଯୁବ ସାମାଜିକ ସଙ୍ଗଠନ କର୍ମକର୍ତ୍ତାମାନେ ମିଳିତ ହୋଇ ରବିବାର ବ୍ରାହ୍ମଣଙ୍କ ବେଦମନ୍ତ୍ରରେ ମୃତ ଅଲିଭ୍‌ ରିଡ୍‌ଲେ କଇଁଛଙ୍କୁ ରୀତିନୀତି ଅନୁଯାୟୀ ପୋତି ଥିଲେ। ଅପରପକ୍ଷରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବେଆଇନ ଭାବେ ବଡ଼ ବଡ଼ ଟ୍ରଲରଗୁଡିକର ମତ୍ସ୍ୟଜୀବୀମାନେ ମାଛ ଧରୁଥିବାରୁ ଗାଞ୍ଜ ଜାଲରେ ଅଣନିଃଶ୍ୱାସୀ ହୋଇ ଅକାଳରେ ଅଲିଭ୍‌ ରିଡ୍‌ଲେଙ୍କ ମୃତ୍ୟୁ ହେଉଛି। ଫଳରେ ବିଦେଶରୁ ଆସୁଥିବା ଏହି କଇଁଛ ଅଣ୍ଡାଦାନ ପାଇଁ ଏହି ସାମୁଦ୍ରିକ ବାଲୁକାଶଯ୍ୟାରେ ଶତାଧିକ ସଂଖ୍ୟାରେ ସୁରକ୍ଷିତ ଭାବି ଗଣ ଅଣ୍ଡାଦାନ କରିଥାନ୍ତି। ତେବେ ଗଣ ଅଣ୍ଡାଦାନ ପୂର୍ବରୁ କଇଁଛ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ବନ ବିଭାଗ ପକ୍ଷରୁ ଚଳିତବର୍ଷ କେତେଗୋଟି ଟ୍ରଲର ଜବତ କରାଯାଇଛି। ହେଲେ ଟ୍ରଲର ବ୍ୟବସାୟୀମାନେ ସବୁ ନିୟମକାନୁନକୁ ଜଳାଞ୍ଜଳି ଦେଇ ନିଷିଦ୍ଧାଞ୍ଚଳରେ ଅନୁପ୍ରବେଶ କରି ପ୍ରଚୁର ପରିମାଣରେ ମାଛ ମାରି ମାଲାମାଲ୍‌ ହେଉଛନ୍ତି। ଏହି ବାଲୁକା ବେଳାଭୂମିରେ ମୃତ ଅଲିଭ୍‌ ରିଡ୍‌ଲେଙ୍କ ସହ ପ୍ଲାଷ୍ଟିକସାମଗ୍ରୀ, କାଚ ବୋତଲ ଓ ଅଳିଆ ଆବର୍ଜନାକୁ ସଙ୍ଗଠନର ଯୁବକମାନେ ସଫା କରିବା ସହ ସଚେତନତା ସୃଷ୍ଟି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପଣ୍ଡିତ ହୃଷୀକେଶ ପଣ୍ଡା, ପଣ୍ଡିତ ଶ୍ରୀମନ୍ତ ପାହାଡି, ସୁବାସ ସ୍ବାଇଁ, ସତ୍ୟ ସିଂହ, ଗୁରୁପଦ ବେରା, ପ୍ରଦୀପ ସାମନ୍ତ, ଶକ୍ତିପଦ ମିର୍ଦ୍ଧା ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଇଲେକ୍ଟ୍ରି ବିଲ୍‌ ନ ଦେଲେ ଜବତ ହେବ ଘରବାଡି ସମ୍ପତ୍ତି! କଠୋର ହେଲା ନିୟମ

ନୂଆଦିଲ୍ଲୀ,୧୭।୫: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ରାଜ୍ୟର ବିଜୁଳି ବିଭାଗ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ବିଦ୍ୟୁତ ନିଗମ ଦୀର୍ଘ ସମୟ ଧରି…

ଗଞ୍ଜାମ ପୋଲିସ ଜିଲାରେ ସ୍ବତନ୍ତ୍ର ଡ୍ରାଇଭ୍‌: ୪୪୪ ଓ୍ବାରେଣ୍ଟି କାର୍ଯ୍ୟକାରୀ

ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ…

ଇତିହାସ ରଚିଲେ ବିରାଟ, ୫୦୦ ରନ କରି କଲେ ଏମିତି ରେକର୍ଡ ଯାହା ଭାଙ୍ଗିବା ହେବ ଅସମ୍ଭବ!

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କୁ ‘ରେକର୍ଡର ରାଜା’ ଖାଲିଟାରେ କୁହାଯାଏ ନାହିଁ। ସେ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଭାଙ୍ଗିବା…

ଆଶାଠାରୁ ଅଧିକ ଗରମ ହେଲାଣି ପ୍ରଶାନ୍ତ ମହାସାଗର; ଭାରତକୁ ମାଡି ଆସୁଛି ପ୍ରଚଣ୍ଡ ଗରମ ସହ ମରୁଡ଼ିର ବିପଦ…

ନୂଆଦିଲ୍ଲୀ,୧୭।୫: ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଏକ ନୂତନ ଚେତାବନୀ ବର୍ତ୍ତମାନ ବିଶ୍ୱବ୍ୟାପୀ ପାଣିପାଗ ବିଭାଗ ମଧ୍ୟରେ ନିରନ୍ତର ଆଲୋଚନାର ବିଷୟ। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡୁଛି ଯେ ଆଗାମୀ…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ସୁନା କ୍ରୟକୁ ନେଇ ଆସିଲା ବଡ଼ ଖବର, ମୋଦିଙ୍କ ଅପିଲ ପରେ ୧୦ରୁ ୬ ଜଣ ବଦଳାଇଲେ ନିଷ୍ପତ୍ତି: ସର୍ଭେ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ପରେ, ଦେଶରେ ସୁନା କ୍ରୟ ସମ୍ପର୍କରେ ସାଧାରଣ ଲୋକଙ୍କ ଭାବନା ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। LocalCircles ଦ୍ୱାରା…

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri