ବିପଦରେ ୧୦୦୦ରୁ ଅଧିକ ପ୍ରବାସୀ, ୭୩ ଜଣଙ୍କ ମୃତ୍ୟୁ, ଇଟାଲୀ କୋଷ୍ଟଗାର୍ଡର ଉଦ୍ଧାର କାର୍ଯ୍ୟ ଜାରି…

ରୋମ,୧୧।୩ : ୧୦୦୦ରୁ ପ୍ରବାସୀଙ୍କୁ ଉଦ୍ଧାର କରିବା ପାଇଁ ଇଟାଲୀର କୋଷ୍ଟଗାର୍ଡ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଇତିମଧ୍ୟରେ ୭୩ ଜଣ ଲୋକ ବୁଡ଼ିଯାଇଛନ୍ତି ବୋଲି କୋଷ୍ଟଗାର୍ଡ ଏକ ବିବୃତ୍ତିରେ କହିଛି।

ଦକ୍ଷିଣ କାଲେର୍ବିୟା ଅଞ୍ଚଳର ରାଷ୍ଟ୍ରପତି ରୋବର୍ଟୋ ଓଚ୍ୟୁଟୋ କହିଛନ୍ତି ଯେ ଡଙ୍ଗାରେ ପ୍ରାୟ ୧୩୦୦ ପ୍ରବାସୀ ଅଛନ୍ତି। ୟୁରୋପୀୟ ୟୁନିଅନର ସୀମା ବାହିନୀ ଫ୍ରଣ୍ଟେକ୍ସ ଚେତାବନୀ ଦେଇଛି ଯେ ଆଗକୁ ଗୁରୁତର ସମସ୍ୟା ହୋଇପାରେ।

କୋଷ୍ଟଗାର୍ଡ କହିଛନ୍ତି ଯେ ସମୁଦ୍ରରେ ଆଉ ଦୁଇଟି ଜାହାଜରେ ଥିବା ପ୍ରାୟ ୮୦୦ ପ୍ରବାସୀଙ୍କୁ ଉଦ୍ଧାର କରିବା ପାଇଁ କିଛି ଡଙ୍ଗା ପଠାଯାଇଛି। ଏକ ଇଟାଲୀୟ ନୌସେନା ଜାହାଜ ମଧ୍ୟ ସାହାଯ୍ୟ କରିବାକୁ ଯାତ୍ରା ଆରମ୍ଭ କରିଛି।

କୋଷ୍ଟଗାର୍ଡଙ୍କ କହିବାନୁସାରେ, ଡଙ୍ଗାରେ ବହୁ ସଂଖ୍ୟକ ଲୋକ ଥିବାରୁ ଉଦ୍ଧାର କାର୍ଯ୍ୟ ଅଧିକ ସମୟ ନେଉଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଏହା ପୂର୍ବରୁ ମାର୍ଚ୍ଚ ୧୦ ରେ କୋଷ୍ଟଗାର୍ଡ ଦକ୍ଷିଣ ଇଟାଲୀର ଲ୍ୟାମ୍ପେଡୁସା ଦ୍ୱୀପ ନିକଟରେ ପ୍ରାୟ ୫୦୦ ପ୍ରବାସୀଙ୍କୁ ଉଦ୍ଧାର କରିଥିଲା।

ଶୁକ୍ରବାର ବିମାନ ଏବଂ ଡ୍ରୋନ ସମୁଦ୍ରରେ ୨୦ଟି ଡଙ୍ଗା ଚିହ୍ନଟ କରିଥିଲେ। ଏଗୁଡ଼ିକ ଶହ ଶହ ଲୋକଙ୍କ ସହ ଇଟାଲୀ କୂଳ ଆଡକୁ ଆସୁଥିଲେ। ଆଗାମୀ ସମୟରେ ପାଣିପାଗ ଅବସ୍ଥା ଆହୁରି ଖରାପ ହେବାର ସମ୍ଭାବନା ରହିଛି ବୋଲି କୁହାଯାଉଛି।

୨୬ ଫେବୃଆରୀରେ କାଲେର୍ବିୟାରେ ଜାହାଜ ଭାଙ୍ଗିଯିବା ପରେ ଇଟାଲୀର ସାମୁଦ୍ରିକ ଉଦ୍ଧାର କ୍ଷମତା ଯାଞ୍ଚ କରାଯାଇଛି। ଶୁକ୍ରବାର ଜଣେ ନାବାଳକଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଫଳରେ ମୃତ୍ୟୁ ସଂଖ୍ୟା ୭୩ କୁ ବୃଦ୍ଧି ପାଇଛି। ତେବେ ଅନେକ ପ୍ରବାସୀ ନିଖୋଜ ଅଛନ୍ତି।

ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଇଟାଲୀର ଦକ୍ଷିଣପନ୍ଥୀ ସରକାର ମାର୍ଚ୍ଚ ୯ ରେ ପ୍ରବାସୀ ଙ୍କ ଚୋରା ଚାଲାଣକାରୀଙ୍କ ପାଇଁ ଜେଲ ଦଣ୍ଡ ଏବଂ ବେଆଇନ ଡଙ୍ଗା ଯାତ୍ରା ଉପରେ କଟକଣା ଜାରି କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
୮ ମାର୍ଚ୍ଚ ୨୦୨୩ ଠାରୁ ୩୦୦୦ରୁ ଅଧିକ ଲୋକ ଇଟାଲୀରେ ପହଞ୍ଚିଛନ୍ତି। ୪୧ ଟି ଡଙ୍ଗାରେ ୧,୮୬୯ ଜଣ ପ୍ରବାସୀ ମାର୍ଚ୍ଚ ୯ ରେ ଲ୍ୟାମ୍ପେଡୁସରେ ପହଞ୍ଚିଥିଲେ । ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ଲୋକ ଇଟାଲୀ ତଟରେ ପହଞ୍ଚିଥିବାର ରେକର୍ଡ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri