Posted inଜାତୀୟ

ବୁଲି ବାଈ ଆପ୍‌ ମାଧ୍ୟମରେ ୧୦୦ରୁ ଅଧିକ ମୁସଲମାନ୍‌ ମହିଳାଙ୍କୁ ଟାର୍ଗେଟ୍‌…

ନୂଆଦିଲ୍ଲୀ, ୨।୧ : ବୁଲି ବାଈ ନାମକ ଏକ ଆପ୍‌ ଦ୍ୱାରା ମୁସଲମାନ୍‌ ମହିଳାଙ୍କୁ ଟାର୍ଗେଟ୍‌ କରାଯାଉଥିବା ନେଇ ଚର୍ଚ୍ଚା ହେଉଛି। କିଛିଦିନ ତଳେ ସୁଲ୍ଲି ଡିଲ୍ସ୍‌ ଆପ୍‌କୁ ନେଇ ଏଭଳି କେତେକ ବିବାଦ ଉପୁଜିଥିଲା। ସୁଲ୍ଲି ଡିଲ୍ସ୍‌ ଆପ୍‌ ଭଳି ବୁଲି ବାଈ ଆପ୍‌କୁ ମଧ୍ୟ ଗିଟ୍‌ ହବ୍‌ ପ୍ଲାଟର୍ଫମରେ ଲଞ୍ଚ୍‌ କରାଯାଇଛି। ବୁଲି ବାଈ ଆପ୍‌ରେ ଫେସବୁକ୍‌ରେ ସକ୍ରିୟ ଥିବା ୧୦୦ ଅଧିକ ମୁସଲମାନ୍‌ ମହିଳାଙ୍କ ଫଟୋରେ ଟ୍ୟାଗ୍‌ ଲଗାଯାଇଛି।

ଏହାକୁ ନେଇ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଗିଟ୍‌ ହବ୍‌ ପ୍ଲାଟଫର୍ମ ପକ୍ଷରୁ ଏହି ଆପ୍‌କୁ ବ୍ଲକ୍‌ କରି ଦିଆଯାଇଛି। ଏହାର ତଦନ୍ତ ଜାରି ରହିଛି। ଏହି ଘଟଣାରେ ଶିବସେନା ଏମ୍‌ପି ପ୍ରିୟଙ୍କା ଚର୍ତୁବେଦୀ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ। କେବଳ ସାଇଟ୍‌କୁ ବ୍ଲକ୍‌ କରି ସରକାର ଚୁପ୍‌ ହୋଇ ବସିଥିବା ସେ କହିଛନ୍ତି।
କଂଗ୍ରେସ ପକ୍ଷରୁ ଏମ୍‌ପି ଶଶି ଥରୁର୍‌ କହିଛନ୍ତି ଯେ, ଏଭଳି କାର୍ଯ୍ୟ ଏକ ସାଇବର ଅପରାଧ। ଏସମ୍ପର୍କରେ ପୋଲିସ ପକ୍ଷରୁ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି।

ବୁଲି ବାଈ ନାମକ ବିବାଦୀୟ ଆପ୍‌ ନେଇ ସୋସିଆଲ ମିଡିଆରେ ବିତର୍କ ତୀବ୍ର ହୋଇଛି। ବିନା ଅନୁମତିରେ ମୁସଲମାନ୍‌ ମହିଳାମାନଙ୍କର ଫଟୋ ଏହି ଆପରେ ଅପଲୋଡ ହୋଇଛିି। ତାଙ୍କ ଫଟୋ ସହିତ ପ୍ରାଇସ ଟ୍ୟାଗ ଡିଲ ଅଫ ଡେ ଭାବରେ ଲେଖାଯାଇଛି।

ଗିଟ୍‌ ହବ୍‌ ନାମକ ଏକ ପ୍ଲାଟଫର୍ମରେ ବୁଲି ବାଈ ଉପଲବ୍ଧ। ସୋସିଆଲ ମିଡିଆ ୟୁଜର ଏହାକୁ ଖୋଲିବା ମାତ୍ରେ ମୁସଲମାନ ମହିଳାଙ୍କ ଚେହେରା ସାମ୍ନାକୁ ଆସିଥାଏ। ଯାହାଙ୍କୁ ବୁଲି ବାଈ ଭାବେ ନାମିତ କରାଯାଇଛି। ସୋସିଆଲ ମିଡ଼ିଆରେ ସକ୍ରିୟ ଥିବା ମୁସଲମାନ ମହିଳାମାନଙ୍କ ନାମକୁ ଏଥିରେ ବ୍ୟବହୃତ କରାଯାଇଛି। ସମାନ ନାମ ସହିତ ଏକ ଟୁଇଟର ହ୍ୟାଣ୍ଡେଲରେ ଏହାକୁ ପ୍ରୋତ୍ସାହିତ କରାଯାଉଛି। ଏହି ଟୁଇଟର ହ୍ୟାଣ୍ଡେଲରେ ଏକ ଖାଲି ସମର୍ଥକଙ୍କ ଫଟୋ ରହିଛି ଏବଂ ଏହା ଲେଖାଯାଇଛି ଯେ ଏହି ଆପ ମାଧ୍ୟମରେ ମୁସଲମାନ ମହିଳାମାନେ ବୁକ ହୋଇପାରିବେ।

ଏକ ରିପୋର୍ଟ ଅନୁଯାୟୀ, ଗିଟ୍‌ହବ୍‌ ଏକ ଓପନ୍‌ ସୋର୍ସ ପ୍ଲାଟଫର୍ମ। ଏହା ଉପଭୋକ୍ତାମାନଙ୍କୁ ଆପ କ୍ରିଏଟ୍‌ ଏବଂ ଶେୟାର କରିବାକୁ ଅନୁମତି ଦିଏ। ଯେକୌଣସି ୟୁଜର ପର୍ସନାଲ କିମ୍ବା ଆଡମିନିଷ୍ଟ୍ରେଟର ନାମ ସହିତ ଏହି ପ୍ଲାର୍ଟଫର୍ମରେ ଏକ ଆପ କ୍ରିଏଟ୍‌ କରିପାରିବେ। ଏହା ସହିତ, ଗିଟ୍‌ ହବ୍‌ ମାର୍କେଟପ୍ଲେସରେ କ୍ରିଏଟ୍‌ ହୋଇଥିବା ଆପର ବିକ୍ରୟ ଏବଂ ଶେୟାର କରାଯାଇ ପାରିଥାଏ।

ଗତ ବର୍ଷ ଜାନୁଆରୀରେ ସମାନ ନାମ ଥିବା ସୁଲ୍ଲି ଡିଲ୍ସ ନାମକ ଏକ ଆପକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା। ଏହାକୁ ମଧ୍ୟ ଗିଟ୍‌ ହବ୍‌ରେ କ୍ରିଏଟ୍‌ କରାଯାଇଥିଲା। ଏହି ଆପରେ ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟରୁ ମୁସଲମାନ ମହିଳାମାନଙ୍କର ଫଟୋ ଅପଲୋଡ ହୋଇଥିଲା। ପରେ ବିବାଦ ପରେ ଏହି ଆପକୁ ହଟାଇ ଦିଆଯାଇଥିଲା। ବୁଲି ବାଈ ଆପ୍‌ ମଧ୍ୟ ସୁଲ୍ଲି ଡିଲ୍ସ ସହିତ ସାମ୍ୟତା ରଖିଥିବା ଆପ୍‌। ମୁସଲମାନ ମହିଳାମାନଙ୍କର ଫଟୋ ମଧ୍ୟ ଏଥିରେ ରଖାଯାଇଛି। ମହିଳାଙ୍କ ଫଟୋ ସହିତ ପ୍ରାଇସ ଟ୍ୟାଗ ମଧ୍ୟ ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?