Posted inଜାତୀୟ

ବୁଲି ବାଈ ଆପ୍‌ ମାଧ୍ୟମରେ ୧୦୦ରୁ ଅଧିକ ମୁସଲମାନ୍‌ ମହିଳାଙ୍କୁ ଟାର୍ଗେଟ୍‌…

ନୂଆଦିଲ୍ଲୀ, ୨।୧ : ବୁଲି ବାଈ ନାମକ ଏକ ଆପ୍‌ ଦ୍ୱାରା ମୁସଲମାନ୍‌ ମହିଳାଙ୍କୁ ଟାର୍ଗେଟ୍‌ କରାଯାଉଥିବା ନେଇ ଚର୍ଚ୍ଚା ହେଉଛି। କିଛିଦିନ ତଳେ ସୁଲ୍ଲି ଡିଲ୍ସ୍‌ ଆପ୍‌କୁ ନେଇ ଏଭଳି କେତେକ ବିବାଦ ଉପୁଜିଥିଲା। ସୁଲ୍ଲି ଡିଲ୍ସ୍‌ ଆପ୍‌ ଭଳି ବୁଲି ବାଈ ଆପ୍‌କୁ ମଧ୍ୟ ଗିଟ୍‌ ହବ୍‌ ପ୍ଲାଟର୍ଫମରେ ଲଞ୍ଚ୍‌ କରାଯାଇଛି। ବୁଲି ବାଈ ଆପ୍‌ରେ ଫେସବୁକ୍‌ରେ ସକ୍ରିୟ ଥିବା ୧୦୦ ଅଧିକ ମୁସଲମାନ୍‌ ମହିଳାଙ୍କ ଫଟୋରେ ଟ୍ୟାଗ୍‌ ଲଗାଯାଇଛି।

ଏହାକୁ ନେଇ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଗିଟ୍‌ ହବ୍‌ ପ୍ଲାଟଫର୍ମ ପକ୍ଷରୁ ଏହି ଆପ୍‌କୁ ବ୍ଲକ୍‌ କରି ଦିଆଯାଇଛି। ଏହାର ତଦନ୍ତ ଜାରି ରହିଛି। ଏହି ଘଟଣାରେ ଶିବସେନା ଏମ୍‌ପି ପ୍ରିୟଙ୍କା ଚର୍ତୁବେଦୀ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ। କେବଳ ସାଇଟ୍‌କୁ ବ୍ଲକ୍‌ କରି ସରକାର ଚୁପ୍‌ ହୋଇ ବସିଥିବା ସେ କହିଛନ୍ତି।
କଂଗ୍ରେସ ପକ୍ଷରୁ ଏମ୍‌ପି ଶଶି ଥରୁର୍‌ କହିଛନ୍ତି ଯେ, ଏଭଳି କାର୍ଯ୍ୟ ଏକ ସାଇବର ଅପରାଧ। ଏସମ୍ପର୍କରେ ପୋଲିସ ପକ୍ଷରୁ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି।

ବୁଲି ବାଈ ନାମକ ବିବାଦୀୟ ଆପ୍‌ ନେଇ ସୋସିଆଲ ମିଡିଆରେ ବିତର୍କ ତୀବ୍ର ହୋଇଛି। ବିନା ଅନୁମତିରେ ମୁସଲମାନ୍‌ ମହିଳାମାନଙ୍କର ଫଟୋ ଏହି ଆପରେ ଅପଲୋଡ ହୋଇଛିି। ତାଙ୍କ ଫଟୋ ସହିତ ପ୍ରାଇସ ଟ୍ୟାଗ ଡିଲ ଅଫ ଡେ ଭାବରେ ଲେଖାଯାଇଛି।

ଗିଟ୍‌ ହବ୍‌ ନାମକ ଏକ ପ୍ଲାଟଫର୍ମରେ ବୁଲି ବାଈ ଉପଲବ୍ଧ। ସୋସିଆଲ ମିଡିଆ ୟୁଜର ଏହାକୁ ଖୋଲିବା ମାତ୍ରେ ମୁସଲମାନ ମହିଳାଙ୍କ ଚେହେରା ସାମ୍ନାକୁ ଆସିଥାଏ। ଯାହାଙ୍କୁ ବୁଲି ବାଈ ଭାବେ ନାମିତ କରାଯାଇଛି। ସୋସିଆଲ ମିଡ଼ିଆରେ ସକ୍ରିୟ ଥିବା ମୁସଲମାନ ମହିଳାମାନଙ୍କ ନାମକୁ ଏଥିରେ ବ୍ୟବହୃତ କରାଯାଇଛି। ସମାନ ନାମ ସହିତ ଏକ ଟୁଇଟର ହ୍ୟାଣ୍ଡେଲରେ ଏହାକୁ ପ୍ରୋତ୍ସାହିତ କରାଯାଉଛି। ଏହି ଟୁଇଟର ହ୍ୟାଣ୍ଡେଲରେ ଏକ ଖାଲି ସମର୍ଥକଙ୍କ ଫଟୋ ରହିଛି ଏବଂ ଏହା ଲେଖାଯାଇଛି ଯେ ଏହି ଆପ ମାଧ୍ୟମରେ ମୁସଲମାନ ମହିଳାମାନେ ବୁକ ହୋଇପାରିବେ।

ଏକ ରିପୋର୍ଟ ଅନୁଯାୟୀ, ଗିଟ୍‌ହବ୍‌ ଏକ ଓପନ୍‌ ସୋର୍ସ ପ୍ଲାଟଫର୍ମ। ଏହା ଉପଭୋକ୍ତାମାନଙ୍କୁ ଆପ କ୍ରିଏଟ୍‌ ଏବଂ ଶେୟାର କରିବାକୁ ଅନୁମତି ଦିଏ। ଯେକୌଣସି ୟୁଜର ପର୍ସନାଲ କିମ୍ବା ଆଡମିନିଷ୍ଟ୍ରେଟର ନାମ ସହିତ ଏହି ପ୍ଲାର୍ଟଫର୍ମରେ ଏକ ଆପ କ୍ରିଏଟ୍‌ କରିପାରିବେ। ଏହା ସହିତ, ଗିଟ୍‌ ହବ୍‌ ମାର୍କେଟପ୍ଲେସରେ କ୍ରିଏଟ୍‌ ହୋଇଥିବା ଆପର ବିକ୍ରୟ ଏବଂ ଶେୟାର କରାଯାଇ ପାରିଥାଏ।

ଗତ ବର୍ଷ ଜାନୁଆରୀରେ ସମାନ ନାମ ଥିବା ସୁଲ୍ଲି ଡିଲ୍ସ ନାମକ ଏକ ଆପକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା। ଏହାକୁ ମଧ୍ୟ ଗିଟ୍‌ ହବ୍‌ରେ କ୍ରିଏଟ୍‌ କରାଯାଇଥିଲା। ଏହି ଆପରେ ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟରୁ ମୁସଲମାନ ମହିଳାମାନଙ୍କର ଫଟୋ ଅପଲୋଡ ହୋଇଥିଲା। ପରେ ବିବାଦ ପରେ ଏହି ଆପକୁ ହଟାଇ ଦିଆଯାଇଥିଲା। ବୁଲି ବାଈ ଆପ୍‌ ମଧ୍ୟ ସୁଲ୍ଲି ଡିଲ୍ସ ସହିତ ସାମ୍ୟତା ରଖିଥିବା ଆପ୍‌। ମୁସଲମାନ ମହିଳାମାନଙ୍କର ଫଟୋ ମଧ୍ୟ ଏଥିରେ ରଖାଯାଇଛି। ମହିଳାଙ୍କ ଫଟୋ ସହିତ ପ୍ରାଇସ ଟ୍ୟାଗ ମଧ୍ୟ ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନେତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ,୧୩।୬: ବଲିଉଡ୍‌ ନାୟକ ଅନିଲ କପୁର, ରିତେଶ ଦେଶମୁଖ, ନାୟିକା ଦିଶା ପାଟନି ପ୍ରମୁଖ ମହାରାଷ୍ଟ୍ରର ଶିବସେନା ନେତା ତଥା କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ...

କେବଳ ସୁଇସାଇଡ୍‌ ନୋଟ୍‌ରେ ନାମ ଥିଲେ ଅଭିଯୁକ୍ତଙ୍କ ଦୋଷ ସାବ୍ୟସ୍ତ ହେବ ନାହିଁ…

ଚଣ୍ଡିଗଡ଼,୨୭।୨ : ସୁଇସାଇଡ୍‌ ନୋଟ୍‌ରେ ନାମ ଉଲ୍ଲେଖ କରିବା ଦ୍ୱାରା ଅଭିଯୁକ୍ତଙ୍କର ଦୋଷ ପ୍ରମାଣିତ ହୁଏ ନାହିଁ। ଅଭିଯୁକ୍ତଙ୍କ ସହ ଆତ୍ମହତ୍ୟା କରିଥିବା ବ୍ୟକ୍ତି ଏବଂ...

ଚାନ୍ଦିନି ଚୌକ ମେଟ୍ରୋ ଷ୍ଟେଶନ ନିକଟ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୫ ।୯: ରାଜଧାନୀ ଦିଲ୍ଲୀର ଚାନ୍ଦିନି ଚୌକ ମେଟ୍ରୋ ଷ୍ଟେଶନ ନିକଟରେ ଥିବା ଏକ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏହି ବିଲଡିଂରେ କପଡା...

ଡ୍ୟାମ୍‌ରେ ବୁଡ଼ିଲା ବୋଟ୍‌: ଗୋଟିଏ ପରିବାରର ୮ ମୃତ

କୋଡରମା,୧୭।୭: ଝାଡ଼ଖଣ୍ଡର ଗିରିଡିହ ପଞ୍ଚିଖେରୋ ଡ୍ୟାମ୍‌ରେ ରବିବାର ଏକ ବୋଟ୍‌ ବୁଡ଼ି ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗିରିଡିହ ଅଞ୍ଚଳର ଏକ...

୧୧ ତିବ୍ବତୀୟ ଗିରଫ

ଚେନ୍ନାଇ,୧୨ା୧୦(ପି.ଟି.): ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ବିରୋଧ କରି ଚେନ୍ନାଇ ବିମାନ ବନ୍ଦର ଓ ସେ ରହିବାକୁ ଥିବା ଷ୍ଟାର ହୋଟେଲ ବାହାରେ ବିକ୍ଷୋଭ ପ୍ରଦର୍ଶନ...

ମୁମ୍ବାଇକୁ ବୁଡ଼ାଇଲା ମୌସୁମୀ: ୨ ଦିନରେ ପହଞ୍ଚିବ ଓଡ଼ିଶା

ନୂଆଦିଲ୍ଲୀ,୯।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବୁଧବାର ମୁମ୍ବାଇ ସମେତ ଆଭ୍ୟନ୍ତରୀଣ ମହାରାଷ୍ଟ୍ରର କିଛି ଅଞ୍ଚଳ ଏବଂ ଦକ୍ଷିଣ ଗୁଜୁରାଟ ଏବଂ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର କିଛି...

ରାୟପୁରରେ କଂଗ୍ରେସର ରାଷ୍ଟ୍ରୀୟ ଅଧିବେଶନ ଆଜିଠାରୁ, ରାହୁଲଙ୍କ ସମେତ ବହୁ ବଡ ବଡ ନେତା ହେବେ ସାମିଲ

ରାୟପୁର,୨୪ ।୨: ଛତିଶଗଡ଼ର ରାଜଧାନୀ ରାୟପୁରରେ ୨୪ ଫେବୃୟାରୀ ଅର୍ଥାତ୍ ଶୁକ୍ରବାରଠାରୁ କଂଗ୍ରେସର ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ...

ସୁଶୀଲ ମୋଦିଙ୍କ ନାଁରେ ସାଧାରଣ ଜନତାଙ୍କ ଅଭିଯୋଗ

ପାଟନା,୩ ।୧୧: ମଙ୍ଗଳବାର ସକାଳେ ଆରମ୍ଭ ହୋଇଛି ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ପାଟନାରେ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଭୋଟ...

Advertisement
Archives

Model This Week