ଜ୍ୟାକେଟ୍‌ ଫ୍ୟାଶନ

ଶୀତଦିନେ ଓ୍ବିଣ୍ଟର୍‌ ଜ୍ୟାକେଟ୍‌ର ଚାହିଦା ଖୁବ୍‌ ରହିଥାଏ। କାରଣ ଏହାକୁ ଯେ କୌଣସି ଆଉଟ୍‌ଫିଟ୍‌ ସହ ଆରାମରେ କ୍ୟାରି କରି ଶୀତରୁ ରକ୍ଷାପାଇ ହୁଏ। ସେଥିପାଇଁ ମାର୍କେଟ୍‌ରେ ଏହାର ଅନେକ ଭେରାଇଟି ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେମିତି କେତୋଟି ଟ୍ରେଣ୍ଡି ଓ୍ବିଣ୍ଟର୍‌ ଜ୍ୟାକେଟ୍‌ ସମ୍ପର୍କରେ…

*ପଫର୍‌ ଜ୍ୟାକେଟ୍‌: ଏହା ଏକପ୍ରକାର ଷ୍ଟାଇଲିଶ୍‌ ଓ୍ବିଣ୍ଟର୍‌ ଜ୍ୟାକେଟ୍‌। ଏହା ଦେଖିବାକୁ କେବଳ ହେଭି ଲାଗେ ହେଲେ ପ୍ରକୃତରେ ସେୟା ନୁହେଁ। କିନ୍ତୁ ଏହାକୁ ପିନ୍ଧିଲେ ଶରୀରକୁ ଆଦୌ ଶୀତ ଜଣାପଡେ ନାହିଁ। ବିଶେଷକରି ଜିନ୍ସ-ଟି-ଶାର୍ଟ ଏବଂ ଟ୍ରାଉଜର୍‌ ସହ ଏହି ଷ୍ଟାଇଲ୍‌ର ଜ୍ୟାକେଟ୍‌ ଭଲ ମ୍ୟାଚ୍‌ କରିଥାଏ।

*ବୋମ୍ବର ଜ୍ୟାକେଟ୍‌: ଏହା ମଧ୍ୟ ଏକ ପ୍ରକାର ଷ୍ଟାଇଲିଶ୍‌ ଜ୍ୟାକେଟ୍‌। ମାର୍କେଟ୍‌ରେ ଏହାର ଅନେକ ଡିଜାଇନ୍‌ ଉପଲବ୍ଧ ହେଉଥିଲେ ହେଁ ଖାସ୍‌ କରି ପ୍ରିଣ୍ଟେଡ୍‌ ତଥା ଏମ୍ବ୍ରୋଡୋରୀ କାମ ହୋଇଥିବା ବୋମ୍ବର ଜ୍ୟାକେଟ୍‌ର ଚାହିଦା ଯୁବପିଢିଙ୍କ ଭିତରେ ଖୁବ୍‌ ରହିଥାଏ। କାରଣ ଏହି ଷ୍ଟାଇଲ୍‌ର ଜ୍ୟାକେଟ୍‌ କେବେ ବି ଆଉଟ୍‌ ଡେଟେଡ୍‌ ହୁଏନାହିଁ।

*କଲର୍‌ ପପ୍‌ ଜ୍ୟାକେଟ୍‌: ଏହା ବି ଏକ ପ୍ରକାର ଫ୍ୟାଶନେବଲ୍‌ ଓ୍ବିଣ୍ଟର୍‌ ଜ୍ୟାକେଟ୍‌। ମୁଖ୍ୟତଃ ଜିନ୍ସ-ଟି-ଶାର୍ଟ ସହ ଏହି ଜ୍ୟାକେଟ୍‌କୁ ପିନ୍ଧିଲେ ଲୁକ୍‌ ବେଶ୍‌ ଷ୍ଟାଇଲିଶ୍‌ ଲାଗିଥାଏ। ଆପଣ ଚାହିଁଲେ ଅନ୍ୟ ଆଉଟ୍‌ଫିଟ୍‌ ସହ ମଧ୍ୟ ଏହାକୁ ଆରାମରେ କ୍ୟାରି କରିପାରିବେ।

*କୋଟ୍‌ ଷ୍ଟାଇଲ୍‌ ଜ୍ୟାକେଟ୍‌: କୋଟ୍‌ ଷ୍ଟାଇଲ୍‌ ଜ୍ୟାକେଟ୍‌କୁ ବି ବ୍ୟବହାର କରି ଶୀତଦିନେ ଡିଫରେଣ୍ଟ ଲୁକ୍‌ ପାଇହେବ। ଏହାକୁ ଜିନ୍ସ-ଟି-ଶାର୍ଟ ହେଉ ଅବା ସାଲଓ୍ବାର୍‌ କମିଜ କିମ୍ବା ଲେହେଙ୍ଗା ଏପରି କି ଶାଢି ସାଙ୍ଗରେ ବି ପେୟାର୍‌ କରି ଆପଣ ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ।

*ଡେନିମ୍‌ ଜ୍ୟାକେଟ୍‌: ଏହା ଏକପ୍ରକାର ଅଲ୍‌ ଟାଇମ୍‌ ଫ୍ୟାଶନେବଲ୍‌ ଜ୍ୟାକେଟ୍‌। ଯେ କୌଣସି ଆଉଟ୍‌ଫିଟ୍‌ ସହ ଏହାକୁ ଆରାମରେ କ୍ୟାରି କରିହେବ। ଏପରି କି ଆଜିକାଲି ଶର୍ଟ ଲେନ୍ଥରେ ବି ଡେନିମ୍‌ ଜ୍ୟାକେଟ୍‌ ମାର୍କେଟ୍‌ରେ ମିଳୁଛି; ଯାହାକୁ ଶାଢି ହେଉ ଅବା ଲେହେଙ୍ଗା ଏପରିକି ଶର୍ଟ ଡ୍ରେସ୍‌ ସହ ମଧ୍ୟ ପିନ୍ଧିହେବ। ଖାସ୍‌କରି ଏମ୍ବ୍ରୋଡୋରୀ କାମ ହୋଇଥିବା ଡେନିମ୍‌ ଜ୍ୟାକେଟ୍‌କୁ ଶାଢି ଓ ଲେହେଙ୍ଗା ସାଙ୍ଗରେ ପିନ୍ଧିଲେ ଟିକେ ଡିଫରେଣ୍ଟ ଲୁକ୍‌ ମିଳିଥାଏ।

*ବ୍ଲାକ୍‌ ଲେଦର ଜ୍ୟାକେଟ୍‌: ଲେଦର୍‌ ଜ୍ୟାକେଟ୍‌ର ଚାହିଦା ସବୁବେଳେ ଯୁବପିଢିଙ୍କ ମଧ୍ୟରେ ରହିଆସିଛି। ଓ୍ବେଷ୍ଟର୍ନ ହେଉ ଅବା ଇଣ୍ଡିଆନ ଏପରି କି ସ୍ପୋର୍ଟି ଲୁକ୍‌ ପାଇଁ ବି ଏହି ଷ୍ଟାଇଲ୍‌ର ଜ୍ୟାକେଟ୍‌କୁ ଆରାମରେ କ୍ୟାରି କରିହେବ। ତେବେ ଭିନ୍ନ ଭିନ୍ନ ରଙ୍ଗରେ ଲେଦର୍‌ ଜ୍ୟାକେଟ୍‌ ମାର୍କେଟ୍‌ରେ ଉପଲବ୍ଧ ହେଉଥିଲେ ହେଁ ଖାସ୍‌ କରି କଳା ରଙ୍ଗର ଲେଦର୍‌ ଜ୍ୟାକେଟ୍‌କୁ ଯେ କୌଣସି ଆଉଟ୍‌ଫିଟ୍‌ ସହ ପେୟାର୍‌ କରି ଷ୍ଟାଇଲିଶ୍‌ ଲୁକ୍‌ ପାଇହେବ।

*ପ୍ରିଣ୍ଟେଡ୍‌ ଜ୍ୟାକେଟ୍‌: ଏହି ଜ୍ୟାକେଟ୍‌ ଯୁବପିଢିଙ୍କୁ ଫ୍ରେଶ୍‌ ଲୁକ୍‌ ଦେଇଥାଏ। ଏହା ପିନ୍ଧିବାକୁ ଯେମିତି କମ୍ଫର୍ଟେବଲ୍‌ ଲାଗେ ଶୀତ ଦାଉରୁ ବି ସେମିତି ସୁରକ୍ଷା ଦେଇଥାଏ। ତା’ସହିତ ଏହାକୁ ଯେ କୌଣସି ଆଉଟ୍‌ଫିଟ୍‌ ସହ ମଧ୍ୟ ଆରାମରେ କ୍ୟାରି କରିହୁଏ। ଖାସ୍‌କରି ଫ୍ଲୋରାଲ୍‌ ପ୍ରିଣ୍ଟ ଏବଂ ଆନିମଲ୍‌ ପ୍ରିଣ୍ଟ ବାଲା ଜ୍ୟାକେଟ୍‌ର ଏବେ ଖୁବ୍‌ ଚାହିଦା ରହୁଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ର ଅଭିଯାନର ବର୍ଷ

ମହାକାଶ ଅଭିଯାନ କ୍ଷେତ୍ରରେ ୨୦୨୧ ମସିହାରେ ମଙ୍ଗଳ ଗ୍ରହର ପ୍ରାଧାନ୍ୟ ରହିଥିଲା। ସେହିବର୍ଷ ଫେବୃୟାରୀରେ ସଂଯୁକ୍ତ ଆରବ ରାଷ୍ଟ୍ରର ହୋପ୍‌ ଯାନ ମଙ୍ଗଳ କକ୍ଷରେ ଏବଂ...

ନୋଜ୍‌ ରିଂ: କିଛି କଥା

ନୋଜ୍‌ ରିଂ କେବଳ ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରେ ସେକଥା ନୁହେଁ, ସ୍ବାସ୍ଥ୍ୟ ସହିତ ଜଡ଼ିତ ଅନେକ ସମସ୍ୟାରୁ ବି ଏହା ମୁକ୍ତି ଦେଇଥାଏ ବୋଲି...

ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ଡାକ୍ତରଙ୍କ ନୂଆ ପଦକ୍ଷେପ

ବ୍ରିଟେନ୍‌: ବିଜ୍ଞାନର ଅଗ୍ରଗତି ଯୋଗୁ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଉଦ୍ଭାବନ କରାଯାଉଛି। ଯଦ୍ଦ୍ବାରା ଅସାଧ୍ୟ କାମ ମଧ୍ୟ ସହଜରେ ସାଧନ ହୋଇପାରୁଛି।...

ଦୀପାବଳି : ଘରର ସୁଖ ସମୃଦ୍ଧି ଲାଗି ଏସବୁ ବିଷୟ ପ୍ରତି ଦିଅନ୍ତୁ ଧ୍ୟାନ

ଆଲୋକର ପର୍ବ ଦୀପାବଳି। ଏହି ପର୍ବରେ ଘରର ସୁଖ ସମୃଦ୍ଧି ଲାଗି ଅନେକ ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। ଏହି ଦିନରେ ମହାକାଳୀଙ୍କ ପୂଜା...

ଶିଙ୍ଗ କାରିଗରି

ଓଡ଼ିଶାର ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ ଓ କଳା କାରିଗରି କୌଣସି ଗୋଟିଏ ଗାଁରେ ସୀମିତ ନୁହେଁ। ବିଭିନ୍ନ ସ୍ଥାନର ସ୍ବତନ୍ତ୍ରତା ବେଶ୍‌ ବାରିହୋଇପଡ଼େ। ଏଥିପାଇଁ ସେହି...

ଚିନ୍ତା ଦୂର କରିବାର ନୂଆ ଉପାୟ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଚିନ୍ତାଗ୍ରସ୍ତ ହେବା ଏକ ସାଧାରଣ କଥା ପାଲଟିଗଲାଣି କହିଲେ ଆଦୌ ଭୁଲ୍‌ ହେବ ନାହିଁ। ହେଲେ ଏହାଠାରୁ ଦୂରେଇ ରହିବାର ଏକ...

ସକାଳେ ପିଇଲେ କପେ ଲବଙ୍ଗ ଚା’…

ଲବଙ୍ଗର ଅନେକ ଔଷଧୀୟ ଗୁଣ ରହିଛି। ବର୍ଷାଦିନେ ସକାଳୁ କପେ ଲବଙ୍ଗ ଚା’ ପିଇଲେ ଏହା ଶରୀର ଲାଗି ହିତକର ହୋଇଥାଏ । କିଛି ପାଣିରେ...

ବିବାହ ବିଚ୍ଛେଦ ପରେ ରୁହନ୍ତୁ ନାହିଁ ଦୁଃଖୀ, ଦିଅନ୍ତୁ ଏହି ସବୁ ଦିଗ ପ୍ରତି ଧ୍ୟାନ

ଯେକୌଣସି ସମ୍ପର୍କ ହୋଇ ଥାଉନା କାହିଁକି, ଛୋଟ କଥାରେ ତାହା ଭାଙ୍ଗିବାର ସମ୍ଭାବନା ଥାଏ। ବିଶେଷକରି ସ୍ବାମୀ-ସ୍ତ୍ରୀ ସମ୍ପର୍କକୁ ସୂକ୍ଷ୍ମ ବୋଲି କୁହାଯାଏ। ଅବିଶ୍ୱାସ, ଅବୁଝାବଣା...

Advertisement
Archives

Model This Week