ଜ୍ୟାକେଟ୍‌ ଫ୍ୟାଶନ

ଶୀତଦିନେ ଓ୍ବିଣ୍ଟର୍‌ ଜ୍ୟାକେଟ୍‌ର ଚାହିଦା ଖୁବ୍‌ ରହିଥାଏ। କାରଣ ଏହାକୁ ଯେ କୌଣସି ଆଉଟ୍‌ଫିଟ୍‌ ସହ ଆରାମରେ କ୍ୟାରି କରି ଶୀତରୁ ରକ୍ଷାପାଇ ହୁଏ। ସେଥିପାଇଁ ମାର୍କେଟ୍‌ରେ ଏହାର ଅନେକ ଭେରାଇଟି ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେମିତି କେତୋଟି ଟ୍ରେଣ୍ଡି ଓ୍ବିଣ୍ଟର୍‌ ଜ୍ୟାକେଟ୍‌ ସମ୍ପର୍କରେ…

*ପଫର୍‌ ଜ୍ୟାକେଟ୍‌: ଏହା ଏକପ୍ରକାର ଷ୍ଟାଇଲିଶ୍‌ ଓ୍ବିଣ୍ଟର୍‌ ଜ୍ୟାକେଟ୍‌। ଏହା ଦେଖିବାକୁ କେବଳ ହେଭି ଲାଗେ ହେଲେ ପ୍ରକୃତରେ ସେୟା ନୁହେଁ। କିନ୍ତୁ ଏହାକୁ ପିନ୍ଧିଲେ ଶରୀରକୁ ଆଦୌ ଶୀତ ଜଣାପଡେ ନାହିଁ। ବିଶେଷକରି ଜିନ୍ସ-ଟି-ଶାର୍ଟ ଏବଂ ଟ୍ରାଉଜର୍‌ ସହ ଏହି ଷ୍ଟାଇଲ୍‌ର ଜ୍ୟାକେଟ୍‌ ଭଲ ମ୍ୟାଚ୍‌ କରିଥାଏ।

*ବୋମ୍ବର ଜ୍ୟାକେଟ୍‌: ଏହା ମଧ୍ୟ ଏକ ପ୍ରକାର ଷ୍ଟାଇଲିଶ୍‌ ଜ୍ୟାକେଟ୍‌। ମାର୍କେଟ୍‌ରେ ଏହାର ଅନେକ ଡିଜାଇନ୍‌ ଉପଲବ୍ଧ ହେଉଥିଲେ ହେଁ ଖାସ୍‌ କରି ପ୍ରିଣ୍ଟେଡ୍‌ ତଥା ଏମ୍ବ୍ରୋଡୋରୀ କାମ ହୋଇଥିବା ବୋମ୍ବର ଜ୍ୟାକେଟ୍‌ର ଚାହିଦା ଯୁବପିଢିଙ୍କ ଭିତରେ ଖୁବ୍‌ ରହିଥାଏ। କାରଣ ଏହି ଷ୍ଟାଇଲ୍‌ର ଜ୍ୟାକେଟ୍‌ କେବେ ବି ଆଉଟ୍‌ ଡେଟେଡ୍‌ ହୁଏନାହିଁ।

*କଲର୍‌ ପପ୍‌ ଜ୍ୟାକେଟ୍‌: ଏହା ବି ଏକ ପ୍ରକାର ଫ୍ୟାଶନେବଲ୍‌ ଓ୍ବିଣ୍ଟର୍‌ ଜ୍ୟାକେଟ୍‌। ମୁଖ୍ୟତଃ ଜିନ୍ସ-ଟି-ଶାର୍ଟ ସହ ଏହି ଜ୍ୟାକେଟ୍‌କୁ ପିନ୍ଧିଲେ ଲୁକ୍‌ ବେଶ୍‌ ଷ୍ଟାଇଲିଶ୍‌ ଲାଗିଥାଏ। ଆପଣ ଚାହିଁଲେ ଅନ୍ୟ ଆଉଟ୍‌ଫିଟ୍‌ ସହ ମଧ୍ୟ ଏହାକୁ ଆରାମରେ କ୍ୟାରି କରିପାରିବେ।

*କୋଟ୍‌ ଷ୍ଟାଇଲ୍‌ ଜ୍ୟାକେଟ୍‌: କୋଟ୍‌ ଷ୍ଟାଇଲ୍‌ ଜ୍ୟାକେଟ୍‌କୁ ବି ବ୍ୟବହାର କରି ଶୀତଦିନେ ଡିଫରେଣ୍ଟ ଲୁକ୍‌ ପାଇହେବ। ଏହାକୁ ଜିନ୍ସ-ଟି-ଶାର୍ଟ ହେଉ ଅବା ସାଲଓ୍ବାର୍‌ କମିଜ କିମ୍ବା ଲେହେଙ୍ଗା ଏପରି କି ଶାଢି ସାଙ୍ଗରେ ବି ପେୟାର୍‌ କରି ଆପଣ ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ।

*ଡେନିମ୍‌ ଜ୍ୟାକେଟ୍‌: ଏହା ଏକପ୍ରକାର ଅଲ୍‌ ଟାଇମ୍‌ ଫ୍ୟାଶନେବଲ୍‌ ଜ୍ୟାକେଟ୍‌। ଯେ କୌଣସି ଆଉଟ୍‌ଫିଟ୍‌ ସହ ଏହାକୁ ଆରାମରେ କ୍ୟାରି କରିହେବ। ଏପରି କି ଆଜିକାଲି ଶର୍ଟ ଲେନ୍ଥରେ ବି ଡେନିମ୍‌ ଜ୍ୟାକେଟ୍‌ ମାର୍କେଟ୍‌ରେ ମିଳୁଛି; ଯାହାକୁ ଶାଢି ହେଉ ଅବା ଲେହେଙ୍ଗା ଏପରିକି ଶର୍ଟ ଡ୍ରେସ୍‌ ସହ ମଧ୍ୟ ପିନ୍ଧିହେବ। ଖାସ୍‌କରି ଏମ୍ବ୍ରୋଡୋରୀ କାମ ହୋଇଥିବା ଡେନିମ୍‌ ଜ୍ୟାକେଟ୍‌କୁ ଶାଢି ଓ ଲେହେଙ୍ଗା ସାଙ୍ଗରେ ପିନ୍ଧିଲେ ଟିକେ ଡିଫରେଣ୍ଟ ଲୁକ୍‌ ମିଳିଥାଏ।

*ବ୍ଲାକ୍‌ ଲେଦର ଜ୍ୟାକେଟ୍‌: ଲେଦର୍‌ ଜ୍ୟାକେଟ୍‌ର ଚାହିଦା ସବୁବେଳେ ଯୁବପିଢିଙ୍କ ମଧ୍ୟରେ ରହିଆସିଛି। ଓ୍ବେଷ୍ଟର୍ନ ହେଉ ଅବା ଇଣ୍ଡିଆନ ଏପରି କି ସ୍ପୋର୍ଟି ଲୁକ୍‌ ପାଇଁ ବି ଏହି ଷ୍ଟାଇଲ୍‌ର ଜ୍ୟାକେଟ୍‌କୁ ଆରାମରେ କ୍ୟାରି କରିହେବ। ତେବେ ଭିନ୍ନ ଭିନ୍ନ ରଙ୍ଗରେ ଲେଦର୍‌ ଜ୍ୟାକେଟ୍‌ ମାର୍କେଟ୍‌ରେ ଉପଲବ୍ଧ ହେଉଥିଲେ ହେଁ ଖାସ୍‌ କରି କଳା ରଙ୍ଗର ଲେଦର୍‌ ଜ୍ୟାକେଟ୍‌କୁ ଯେ କୌଣସି ଆଉଟ୍‌ଫିଟ୍‌ ସହ ପେୟାର୍‌ କରି ଷ୍ଟାଇଲିଶ୍‌ ଲୁକ୍‌ ପାଇହେବ।

*ପ୍ରିଣ୍ଟେଡ୍‌ ଜ୍ୟାକେଟ୍‌: ଏହି ଜ୍ୟାକେଟ୍‌ ଯୁବପିଢିଙ୍କୁ ଫ୍ରେଶ୍‌ ଲୁକ୍‌ ଦେଇଥାଏ। ଏହା ପିନ୍ଧିବାକୁ ଯେମିତି କମ୍ଫର୍ଟେବଲ୍‌ ଲାଗେ ଶୀତ ଦାଉରୁ ବି ସେମିତି ସୁରକ୍ଷା ଦେଇଥାଏ। ତା’ସହିତ ଏହାକୁ ଯେ କୌଣସି ଆଉଟ୍‌ଫିଟ୍‌ ସହ ମଧ୍ୟ ଆରାମରେ କ୍ୟାରି କରିହୁଏ। ଖାସ୍‌କରି ଫ୍ଲୋରାଲ୍‌ ପ୍ରିଣ୍ଟ ଏବଂ ଆନିମଲ୍‌ ପ୍ରିଣ୍ଟ ବାଲା ଜ୍ୟାକେଟ୍‌ର ଏବେ ଖୁବ୍‌ ଚାହିଦା ରହୁଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଶ୍ରାବଣ ମାସର ଶେଷ ସୋମବାରରେ ଅଦ୍ଭୁତ ଯୋଗ, ୪ ରାଶିଙ୍କ ଚମକିବ ଭାଗ୍ୟ

ଆଜି ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର । ଜ୍ୟୋତିଷ ମତାନୁସାରେ ଆଜିର ଦିନଟି ବେଶ୍ ଶୁଭ ରହିବ । ଶ୍ରାବଣ ସୋମବାରରେ ଏକାଧିକ ଶୁଭ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

୨୨ ଅଗଷ୍ଟରୁ ସକ୍ରିୟ ହେବ ବୁଧ-କେତୁଙ୍କ ‘ଜଡତ୍ୱ ଯୋଗ’: ଏହି ୪ ରାଶି ଉପରେ ପଡ଼ିବ ନକାରାତ୍ମକ ପ୍ରଭାବ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ବା ‘ଗୋଚର’କୁ ବେଶ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri