ଲକର୍‌ରୁ ମିଳିଲା ୧ କେଜିରୁ ଊର୍ଦ୍ଧ୍ୱ ସୁନା

ଭୁବନେଶ୍ୱର,୬।୪ (ବ୍ୟୁରୋ): ଲାଞ୍ଚ ମାମଲାରେ ଗିରଫ ହୋଇ ଜେଲରେ ଥିବା ସି.ଟି. ଆଣ୍ଡ୍‌ ଜିଏସ୍‌ଟି (ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ପ୍ରବର୍ତ୍ତନ ଏକକ) ପାରାଦୀପ ଏନ୍‌ଫୋର୍ସମେଣ୍ଟ ୟୁନିଟ୍‌ ଅଧିକାରୀ ଚିତ୍ତରଞ୍ଜନ ମହାନ୍ତି ଠୁଳ କରିଥିବା ବିପୁଳ ସମ୍ପତ୍ତି ଠାବ ହେବାରେ ଲାଗିଛି। ବୁଧବାର ତାଙ୍କ ନାମରେ ଥିବା ୨ଟି ବ୍ୟାଙ୍କ ଲକର୍‌ରୁ ଭିଜିଲାନ୍ସ ଟିମ୍‌ ୧ କେଜିରୁ ଊର୍ଦ୍ଧ୍ୱ ସୁନା ଓ ପୁଳା ପୁଳା ଟଙ୍କା ପାଇଛି, ଯାହାକୁ ନେଇ ଅଧିକ ଚର୍ଚ୍ଚା ଲାଗି ରହିଛି। ଭିଜିଲାନ୍ସର ସୂଚନା ଅନୁଯାୟୀ, କଟକ ସିଡିଏସ୍ଥିତ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଓ ପଞ୍ଜାବ ଆଣ୍ଡ୍‌ ସିଣ୍ଡ୍‌ ବ୍ୟାଙ୍କର ଗୋଟିଏ ଲେଖାଏ ମୋଟ୍‌ ୨ଟି ଲକରରୁ ୧.୦୬୦ କେଜି ସୁନା ମିଳିଛି। ଏଥିରେ ୨୬ ଲକ୍ଷ ଟଙ୍କାର ୧୯ଟି ସୁନା ବିସ୍କୁଟ ରହିଛି। ଫଳରେ ଚିତ୍ତରଞ୍ଜନଙ୍କ ନିକଟରୁ ଠାବ ହୋଇଥିବା ସୁନାର ପରିମାଣ ୧.୧୩୫ କେଜିରେ ପହଞ୍ଚତ୍ଛି। ଏହାର ମୂଲ୍ୟ ୬୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ସେହିପରି ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଲକର୍‌ରୁ ନଗଦ ୫.୪ ଲକ୍ଷ ଟଙ୍କା ମଧ୍ୟ ମିଳିଛି। ପୂର୍ବରୁ ମିଳିଥିବା ଟଙ୍କାକୁ ମିଶାଇଲେ ୬.୫୯ ଲକ୍ଷ ଟଙ୍କା ହୋଇଛି। ଏଥିସହ ଚିତ୍ତରଞ୍ଜନ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ବ୍ୟାଙ୍କ ଓ ଜୀବନବୀମା ଜମା ଏବଂ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ୧.୦୪ କୋଟି ଟଙ୍କା, କଟକ ସିଡିଏସ୍ଥିତ ୭୦ ଲକ୍ଷ ଟଙ୍କାର କୋଠା, ୧୫ ଲକ୍ଷ ଟଙ୍କାର ଗୋଟିଏ ଚାରିଚକିଆ ଯାନ, ଗୋଟିଏ ଦୁଇ ଚକିଆ ଯାନ ଏବଂ ୧୧.୩୦ ଲକ୍ଷ ଟଙ୍କାର ଘରୋଇ ସାମଗ୍ରୀ ଠାବ କରାଯାଇଛି। ତେବେ ଏଯାଏ ମିଳିଥିବା ମୋଟ ସମ୍ପତ୍ତିର ପରିମାଣ ୩ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଉଛି। ଏଥିରୁ କେତେ ଆୟ ବହିର୍ଭୂତ ସମ୍ପତ୍ତି ସେନେଇ ହିସାବ ବା ତଥ୍ୟ ଦିଆଯାଇନାହିଁ। ଅଧିକ ଅନୁସନ୍ଧାନ ଚାଲିଥିବାରୁ ଆହୁରି ସମ୍ପତ୍ତି ମିଳିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଏକ ଜିଏସ୍‌ଟି ମାମଲା ବନ୍ଦ କରିବାକୁ ଜଣେ ବ୍ୟବସାୟୀଙ୍କଠାରୁ ୮୦ ହଜାର ଲାଞ୍ଚ ନେବାବେଳେ ଗତ ମାର୍ଚ୍ଚ ୩୧ରେ ଚିତ୍ତରଞ୍ଜନ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିଲେ। ଏହାପରେ ପାରାଦୀପସ୍ଥିତ ଅଫିସ୍‌ ସମେତ କଟକ ସିଡିଏସ୍ଥିତ ଘର ଏବଂ କେନ୍ଦ୍ରାପଡ଼ା ଜିଲା କପିଳେଶ୍ୱରସ୍ଥିତ ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଏ ସଂକ୍ରାନ୍ତରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା (ନଂ.୪/୨୦୨୩) ରୁଜୁ କରାଯାଇ ଚିତ୍ତରଞ୍ଜନଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯିବା ପରେ ତାଙ୍କୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri