ଲକର୍‌ରୁ ମିଳିଲା ୧ କେଜିରୁ ଊର୍ଦ୍ଧ୍ୱ ସୁନା

ଭୁବନେଶ୍ୱର,୬।୪ (ବ୍ୟୁରୋ): ଲାଞ୍ଚ ମାମଲାରେ ଗିରଫ ହୋଇ ଜେଲରେ ଥିବା ସି.ଟି. ଆଣ୍ଡ୍‌ ଜିଏସ୍‌ଟି (ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ପ୍ରବର୍ତ୍ତନ ଏକକ) ପାରାଦୀପ ଏନ୍‌ଫୋର୍ସମେଣ୍ଟ ୟୁନିଟ୍‌ ଅଧିକାରୀ ଚିତ୍ତରଞ୍ଜନ ମହାନ୍ତି ଠୁଳ କରିଥିବା ବିପୁଳ ସମ୍ପତ୍ତି ଠାବ ହେବାରେ ଲାଗିଛି। ବୁଧବାର ତାଙ୍କ ନାମରେ ଥିବା ୨ଟି ବ୍ୟାଙ୍କ ଲକର୍‌ରୁ ଭିଜିଲାନ୍ସ ଟିମ୍‌ ୧ କେଜିରୁ ଊର୍ଦ୍ଧ୍ୱ ସୁନା ଓ ପୁଳା ପୁଳା ଟଙ୍କା ପାଇଛି, ଯାହାକୁ ନେଇ ଅଧିକ ଚର୍ଚ୍ଚା ଲାଗି ରହିଛି। ଭିଜିଲାନ୍ସର ସୂଚନା ଅନୁଯାୟୀ, କଟକ ସିଡିଏସ୍ଥିତ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଓ ପଞ୍ଜାବ ଆଣ୍ଡ୍‌ ସିଣ୍ଡ୍‌ ବ୍ୟାଙ୍କର ଗୋଟିଏ ଲେଖାଏ ମୋଟ୍‌ ୨ଟି ଲକରରୁ ୧.୦୬୦ କେଜି ସୁନା ମିଳିଛି। ଏଥିରେ ୨୬ ଲକ୍ଷ ଟଙ୍କାର ୧୯ଟି ସୁନା ବିସ୍କୁଟ ରହିଛି। ଫଳରେ ଚିତ୍ତରଞ୍ଜନଙ୍କ ନିକଟରୁ ଠାବ ହୋଇଥିବା ସୁନାର ପରିମାଣ ୧.୧୩୫ କେଜିରେ ପହଞ୍ଚତ୍ଛି। ଏହାର ମୂଲ୍ୟ ୬୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ସେହିପରି ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଲକର୍‌ରୁ ନଗଦ ୫.୪ ଲକ୍ଷ ଟଙ୍କା ମଧ୍ୟ ମିଳିଛି। ପୂର୍ବରୁ ମିଳିଥିବା ଟଙ୍କାକୁ ମିଶାଇଲେ ୬.୫୯ ଲକ୍ଷ ଟଙ୍କା ହୋଇଛି। ଏଥିସହ ଚିତ୍ତରଞ୍ଜନ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ବ୍ୟାଙ୍କ ଓ ଜୀବନବୀମା ଜମା ଏବଂ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ୧.୦୪ କୋଟି ଟଙ୍କା, କଟକ ସିଡିଏସ୍ଥିତ ୭୦ ଲକ୍ଷ ଟଙ୍କାର କୋଠା, ୧୫ ଲକ୍ଷ ଟଙ୍କାର ଗୋଟିଏ ଚାରିଚକିଆ ଯାନ, ଗୋଟିଏ ଦୁଇ ଚକିଆ ଯାନ ଏବଂ ୧୧.୩୦ ଲକ୍ଷ ଟଙ୍କାର ଘରୋଇ ସାମଗ୍ରୀ ଠାବ କରାଯାଇଛି। ତେବେ ଏଯାଏ ମିଳିଥିବା ମୋଟ ସମ୍ପତ୍ତିର ପରିମାଣ ୩ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଉଛି। ଏଥିରୁ କେତେ ଆୟ ବହିର୍ଭୂତ ସମ୍ପତ୍ତି ସେନେଇ ହିସାବ ବା ତଥ୍ୟ ଦିଆଯାଇନାହିଁ। ଅଧିକ ଅନୁସନ୍ଧାନ ଚାଲିଥିବାରୁ ଆହୁରି ସମ୍ପତ୍ତି ମିଳିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଏକ ଜିଏସ୍‌ଟି ମାମଲା ବନ୍ଦ କରିବାକୁ ଜଣେ ବ୍ୟବସାୟୀଙ୍କଠାରୁ ୮୦ ହଜାର ଲାଞ୍ଚ ନେବାବେଳେ ଗତ ମାର୍ଚ୍ଚ ୩୧ରେ ଚିତ୍ତରଞ୍ଜନ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିଲେ। ଏହାପରେ ପାରାଦୀପସ୍ଥିତ ଅଫିସ୍‌ ସମେତ କଟକ ସିଡିଏସ୍ଥିତ ଘର ଏବଂ କେନ୍ଦ୍ରାପଡ଼ା ଜିଲା କପିଳେଶ୍ୱରସ୍ଥିତ ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଏ ସଂକ୍ରାନ୍ତରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା (ନଂ.୪/୨୦୨୩) ରୁଜୁ କରାଯାଇ ଚିତ୍ତରଞ୍ଜନଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯିବା ପରେ ତାଙ୍କୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri