ଚାଇନା ସୈନ୍ୟବାହିନୀକୁ ଅଧିକ କ୍ଷମତା

ବେଜିଂ, ୪।୧(ପି.ଟି.): ଚାଇନାର ଜାତୀୟ ପ୍ରତିରକ୍ଷା ଆଇନରେ ସଂଶୋଧନ କରାଯାଇ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ନେତୃତ୍ୱାଧୀନ ସୈନ୍ୟବାହିନୀକୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି। ଜାତୀୟ ସ୍ବାର୍ଥର ସୁରକ୍ଷା ପାଇଁ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଉଭୟ ଦେଶ ଭିତରେ ଓ ବିଦେଶକୁ ସେନା ପଠାଇପାରିବ। ଜାନୁୟାରୀ ୧ରୁ ନୂଆ ଆଇନ କାର୍ଯ୍ୟକାରୀ ହୋଇଛି। ପ୍ରତିରକ୍ଷା ନୀତି ନିର୍ଦ୍ଧରଣରେ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କ ନେତୃତ୍ୱାଧୀନ କ୍ୟାବିନେଟର ଭୂମିକାକୁ ଉକ୍ତ ଆଇନ ଦୁର୍ବଳ କରିଦେଇଛି। ୨୦ ଲକ୍ଷ ସୈନ୍ୟ ବିଶଷ୍ଟ ପିଏଲ୍‌ଏର ସମ୍ପୂର୍ଣ୍ଣ କମାଣ୍ଡ ଜିନ୍‌ପିଙ୍ଗ୍‌ଙ୍କ ହାତରେ ରହିବ। କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିପିସି)ର ପ୍ରତିଷ୍ଠାତା ମାଓ ଜେଡୋଙ୍ଗଙ୍କ ପରେ ରାଷ୍ଟ୍ରପତି ଜିନ୍‌ପିଙ୍ଗ ସବୁଠୁ ପ୍ରଭାବଶାଳୀ ନେତା। ସେ ସିପିସିର ସାଧାରଣ ସମ୍ପାଦକ ଓ ସେନାବାହିନୀର ମୁଖ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିତିରିଆ ଖେଳ କରିଲେ ଟ୍ରମ୍ପ, କହିଲେ ଭାରତ ପାଖରେ ବହୁତ ଟଙ୍କା, ଆମେରିକା କାହିିଁ ଦେବ…

ଓ୍‌ବାଶିଂଟନ୍‌,୧୯।୨: ଏଲନ ମସ୍କଙ୍କ ନେତୃତ୍ୱରେ ସରକାରୀ ଦକ୍ଷତା ବିଭାଗ (DOGE) ସମ୍ପ୍ରତି ଭାରତର ନିର୍ବାଚନ ସହ ଜଡିତ $୨୧ ନିୟୁତ ପାଣ୍ଠି ବାତିଲ କରିବାକୁ ନିଷ୍ପତ୍ତି...

Russia-Ukraine War: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଲେ ପୁଟିନ୍‌, କହିଲେ ଜେଲେନସ୍କିଙ୍କ ସହ କଥା ହେବାକୁ ରାଜି, କିନ୍ତୁ…

ମସ୍କୋ, ୧୯।୨: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ସମ୍ପର୍କରେ ଆଲୋଚନା ଜୋର ଧରିବା...

କାମ ଦେଲାନି ମୋଦିଙ୍କ ଆଲୋଚନା: ଟ୍ରମ୍ପ ନେଲେ କଠୋର ନିଷ୍ପତ୍ତି, ବଡ଼ କ୍ଷତି ସହିବ ଭାରତ

ଓ୍‌ବାଶିଂଟନ୍‌.୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବରେ ଭାରତର ଚିନ୍ତା ବୃଦ୍ଧି କରୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଦୁଇ ଦେଶ...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ଆମେରିକା ନେଲା ଏହି ନିଷ୍ପତ୍ତି

ଓ୍‌ବାଶିଂଟନ୍‌.୧୯।୨: ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକା-ରୁଷିଆ ଆଲୋଚନାରେ ସାମିଲ ପକ୍ଷଗୁଡ଼ିକ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ଏବଂ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ...

ବାଣିଜି୍ୟକ କାରବାର ବଢ଼ାଇବେ ଭାରତ, କାତାର

ନୂଆଦିଲ୍ଲୀ, ୧୯।୨: ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍‌ରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାତାରର ଅମିର ଶେଖ୍‌ ତମିମ ବିନ୍‌ ହମଦ୍‌ ଅଲ୍‌-ଥାନୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ...

ଏଲନ୍‌ ମସ୍କ କେବଳ ଜଣେ କର୍ମଚାରୀ… Tesla CEOଙ୍କୁ ନେଇ ଏ କ’ଣ କହିଦେଲା ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ,୧୮।୨: ଟେସ୍‌ଲାର ସିଇଓ ଏଲନ ମସ୍କଙ୍କୁ ନେଇ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ବଡ଼ ବୟାନ ଦିଆଯାଇଛି। ପୂର୍ବରୁ ଟ୍ରମ୍ପ କେବଳ ରାଷ୍ଟ୍ରପତିଙ୍କ ଚୌକିରେ ବସିଛନ୍ତି, ପ୍ରକୃତ...

ଭାରତର ଚକ୍ରବ୍ୟୁହ, ଆଉ ପାକିସ୍ତାନକୁ ମିଳିବ ନାହିଁ ମୁସଲିମ୍‌ ଦେଶମାନଙ୍କର ସମର୍ଥନ!

ମସ୍କଟ,୧୮।୨: ଓମାନର ରାଜଧାନୀ ମସ୍କଟରେ ଭାରତ ମହାସାଗର ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଭାରତ ମହାସାଗର ଅଞ୍ଚଳର ବୈଦେଶିକ ମନ୍ତ୍ରୀଙ୍କ ସମେତ ୬୦ ଟି ଦେଶର...

KIIT student death case: ନେପାଳରେ ରାସ୍ତାକୁ ଓହ୍ଲାଇଲେ ଛାତ୍ର ସଂଘ, କିଟ୍‌ରେ ଚହଳ

ଭୁବନେଶ୍ୱର,୧୮।୨: କିଟ୍‌ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ଏପରି କି ପଡୋଶୀ ଦେଶ ନେପାଳ ମଧ୍ୟ ଏହାକୁ ଜୋରଦାର ବିରୋଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri