ରାଜ୍ୟ ବାହାରକୁ ଗଡ଼ିବ ଅଧିକ ଓଏସ୍‌ଆର୍‌ଟିସି ବସ୍‌

ଭୁବନେଶ୍ୱର,୩୦ା୮(ବ୍ୟୁରୋ):ବାହାର ରାଜ୍ୟକୁ ଓଡିଶା ପରିବହନ ନିଗମ(ଓଏସଆର୍‌ଟିସି) ଗଡିବ। ଏଥିପାଇଁ କେତେ ରାଜ୍ୟ ଅନୁମତି ଦେଇଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓଏସ୍‌ଆରଟିସି ସିଏମ୍‌ଡିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଖାରବେଳ ଭବନସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗ ସମ୍ମିଳନୀ କକ୍ଷଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମନ୍ତ୍ରୀ ଟୁକୁନି ସାହୁ ଅଧ୍ୟକ୍ଷତା କରି ଆନ୍ତଃରାଜ୍ୟ ବସ୍‌ ଚଳାଚଳ ପାଇଁ ଯେଉଁସବୁ ପ୍ରସ୍ତାବ ରହିଛି ସେସବୁକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହାସହ ରାଜ୍ୟରେ ଲୋକଙ୍କ ଚାହିଦା ଅନୁଯାୟୀ ଗମନାଗମନ ନିମନ୍ତେ ପରିବହନ ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱାରୋପ ଦେଇଛନ୍ତି କରି ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳରେ ରାଜ୍ୟ ସଡ଼କ ପରିବହନ ପକ୍ଷରୁ ଅଧିକ ସଂଖ୍ୟକ ବସ ଚଳାଚଳ ଉପରେ ସେ ପ୍ରାଧାନ୍ୟ ଦେଇଛନ୍ତି। ଏହି କ୍ରମରେ ବିଭିନ୍ନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ବ୍ୟତୀତ ରାଜ୍ୟର ଉତ୍ତରାଞ୍ଚଳ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ସମେତ ପୁରୀ ଜିଲାକୁ ମଧ୍ୟ ଦିନବେଳା ସରକାରୀ ବସ ଚଳାଚଳ ନେଇ ବୈଠକରେ ଆଲୋଚନା ହୋଇଛି। ଏହାଦ୍ୱାରା ରାଜ୍ୟର ଜନସାଧାରଣ ଗମନାଗମନ କ୍ଷେତ୍ରରେ ଅଧିକ ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ସାହୁ କହିଛନ୍ତି। ଓଏସ୍‌ଆରଟିସି ସିଏମ୍‌ଡି ଏକ ଟିମ୍‌ ନେଇ ବିଭିନ୍ନ ରାଜ୍ୟକୁ ଅନୁମତି ପାଇଁ ଯିବେ। ଯଦି ଅନୁମତି ମିଳିବ ତେବେ ରାଜ୍ୟର ଉପାନ୍ତ ଅଞ୍ଚଳରେ ସରକାରୀ ବସ୍‌ ଚାଲିବ। ବିଧାନସଭା ଚାଲିଥିବା ବେଳେ ଅନେକ ବିଧାୟକ ଏନେଇ ପ୍ରଶ୍ନ କରିଥିଲେ ଯେ, କେତେ ଓଏସ୍‌ଆରଟିସି ବସ୍‌ କିଣା ହୋଇଛି। କିଛି ବସ୍‌ ରାସ୍ତାରେ ଗଡିଥିବା ବେଳେ ଆଉ କିଛି ବସ୍‌ ଚାଲିନି। ଏନେଇ ଠୋସ୍‌ ପଦକ୍ଷେପ ନେବାକୁ ବିଧାୟକମାନେ ଦାବି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ପଡୋଶୀ ରାଜ୍ୟକୁ ବସ୍‌ ଚଳାଇବାକୁ ସରକାର ନଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି। ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପରିବହନ ଆୟୁକ୍ତ ଅରୁଣ ବୋଥ୍ରା, ଓଏସ୍‌ଆର୍‌ଟିସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦୀପ୍ତେଶ ପଟ୍ଟନାୟକ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ବଳବନ୍ତରାୟ ନିଲମ୍ବିତ

ଭୁବନେଶ୍ୱର,୧୫ା୩(ବ୍ୟୁରୋ)-ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ସାଗର ବଳବନ୍ତରାୟଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଜୁ ଛାତ୍ର ଜନତା ଦଳର...

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ନାବାଳିକାଙ୍କ ଜୀବନ

ପାରଳାଖେମୁଣ୍ଡି:୧୪।୩: ଗଜପତି ଜିଲା ସଦରମହକୁମାର ପାରଳାଖେମୁଣ୍ଡିଠାରୁ ୫କି.ମି କିମି ଦୂର କତଲକଇଠା ଗ୍ରାମରେ ରବିବାର ଏକ ବେସରକାରୀ ସଂସ୍ଥାର ଆମ୍ବୁଲାନ୍ସ ଗାଡି ଧକ୍କାରେ ଜଣେ ନାବାଳିକାଙ୍କ...

ଚିଲିକା: ବିଭାଗୀୟ ତଥ୍ୟକୁ ହାଇକୋର୍ଟଙ୍କ ସନ୍ଦେହ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ଦ୍ରୁତ ଶିଳ୍ପାୟନ ମାନବ ସମାଜ ପାଇଁ ବିକାଶ ଆଣିଛି। ହେଲେ ଶିଳ୍ପାୟନ ଓ ଅର୍ଥନୈତିକ ଫାଇଦା ପାଇଁ ମନୁଷ୍ୟ ପ୍ରକୃତିକୁ ନିଜ ଇଚ୍ଛା ଅନୁସାରେ...

କୁମ୍‌କି ପ୍ରଶିକ୍ଷଣ ନାଁରେ ବିପୁଳ ଟଙ୍କା ବରବାଦ

ଭୁବନେଶ୍ୱର, ୧୭।୫:ଯାହା ଅନୁମାନ କରାଯାଉଥିଲା, ଶେଷରେ ତାହା ହିଁ ହେଲା। ଚନ୍ଦକା ବନ କର୍ମଚାରୀ, ଆସାମ ମାହୁନ୍ତ ଠିକାଦାର ଏବଂ ଭେଟେରିନାରି ଡାକ୍ତରଙ୍କ ଅତ୍ୟାଚାରକୁ ସହି...

‘ରବି ଧାନ ସଂଗ୍ରହ ଉପରେ ସରକାରଙ୍କ ଗୁରୁତ୍ୱ’

ଭୁବନେଶ୍ୱର,୨୪।୪(ବ୍ୟୁରୋ): କରୋନା ସଂକ୍ରମଣର ମୁକାବିଲା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ ବଳବତ୍ତର ରହିଛି। ଏହି ଦୃଷ୍ଟିରୁ ରାଜ୍ୟରେ ଲୋକମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ...

ଶହୀଦ ଯବାନ ଦେବାଶିଷଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): ଜମ୍ମୁ ଓ କଶ୍ମୀର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ଶହୀଦ ହୋଇଛନ୍ତି। ଏହି ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ...

୭ ଦିନରେ ୫ ଜଣଙ୍କ ଘରୁ ଚୋରି

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଲକ୍‌ଡାଉନ୍‌ ଅବଧି ଏବେ ଚୋରଙ୍କୁ ସୁହାଉଛି। କରୋନା ଭୟରେ ରାଜଧାନୀ ଛାଡ଼ି ଗ୍ରାମକୁ ଯାଇଥିବା ଲୋକଙ୍କ ଘର ଏବେ ଅସୁରକ୍ଷିତ। ଚୋରମାନେ ଘର ତାଲା...

ଉପନିର୍ବାଚନ: ୧୦୦ଜଣଙ୍କୁ ନେଇ ସମାବେଶ ଅନୁମତି

ଭୁବନେଶ୍ୱର, ୨।୧୦(ବ୍ୟୁରୋ):ରାଜ୍ୟରେ କୋଭିଡ୍‌ ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁବାର ଅକ୍ଟୋବର ପାଇଁ ଗାଇଡ୍‌ଲାଇନ ଜାରି କରିଛନ୍ତି।...

Advertisement
Archives

Model This Week